Categories
ଆଜିର ଖବର ରାଜ୍ୟ ଖବର

ଆର.ୟୁ.ଜେ ତରଫରୁ ଡ଼. ସମ୍ବିତ ପାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ରଣପୁର: ଓଡ଼ିଶା ୟୁନିଅନ ଅଫ୍ ଜର୍ଣାଲିଷ୍ଟର ରାଜ୍ୟ ସଭାପତି ତଥା ପୁର୍ବତନ ପ୍ରେସ୍ କ୍ଳବ୍ ଇଣ୍ଡିଆର ସଦସ୍ୟ ପ୍ରଶନ୍ନ ମହାନ୍ତିଙ୍କ ନିର୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା ଶାଖାର ରଣପୁର ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ ତରଫରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଙ୍କ ଦ୍ଵାରା ମନୋନୀତ ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ ତଥା ପୁରୀ ସାଂସଦ ଡ଼. ସମ୍ବିତ ପାତ୍ରଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟ ସଭାପତି ଶ୍ରୀ ଆଚାର୍ଯ୍ୟଙ୍କ ନେତୃତ୍ବରେ ବରିଷ୍ଠ ସାମ୍ବାଦିକ ବ୍ରଜ ରଣସିଂ, ସୁକାନ୍ତ ପଟ୍ଟନାୟକ, ରଘୁନାଥ ନାୟକ, କୃଷ୍ଣଚନ୍ଦ୍ର ଦାଶ, ପ୍ରଭାତ ପ୍ରଧାନ, ଚନ୍ଦ୍ରଭାନୁ ପରିଡା, ଉମେଶ ରଞ୍ଜନ ସାହୁଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ ଶ୍ରୀ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ରଣପୁର ଗଣମାଧ୍ୟମ ପ୍ରତିନିଧିମାନଙ୍କ ବିଭିନ୍ନ ସମସ୍ୟା ଦିଗରେ ସଭାପତି ଆଚାର୍ଯ୍ୟ ବିଶ୍ୱରଂଜନ ଡ଼. ସମ୍ବିତ ଙ୍କ ସହ ଆଲୋଚନା କରିଥିଲେ। ଡ଼ଃ ସମ୍ବିତ ପରବର୍ତ୍ତୀ ସମୟରେ ଏକ ବୈଠକ କରି ସମସ୍ୟା ଉପରେ ପଦକ୍ଷେପ ପାଇଁ ପ୍ରତିଶୃତି ଦେଇଥିବା ଜଣାପଡିଛି।

Categories
ଆଞ୍ଚଳିକ

ଗୋଦାବୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ଅତି ଆଦରର ସହ ସ୍ବାଗତ କରାଯାଇଛି। ଏ ଉପଲକ୍ଷେ ମହାବିଦ୍ୟାଳୟ ଅଡିଟୋରିୟମରେ ପ୍ରଥମେ ବିଜ୍ଞାନ ଓ ଧନ୍ଦା ମୂଳକ ଶିକ୍ଷାର ଛାତ୍ର ଛାତ୍ରୀ ଏବଂ ପରେ ପରେ କଳା ଓ ବାଣିଜ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ସର୍ବପ୍ରଥମେ ନବାଗତ ମାନଙ୍କୁ ସ୍ଵାଗତ କରି ଏହି ଦୁଇବର୍ଷ ସମୟର ସଦୁପଯୋଗ କରିବା ପାଇଁ ଉପଦେଶ ଦେଇଥିଲେ।

ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ ଶୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା ସେମାନଙ୍କୁ ବିଭିନ୍ନ ନିୟମାବଳୀ ଓ ସହ ପ୍ରଶାସନିକ ଅଧିକାରୀ ଡ ସୁଜାତା ମିଶ୍ର ବିଭିନ୍ନ ପ୍ରତିଯୋଗିତା ସମ୍ପର୍କରେ ବୁଝାଇଥିଲେ ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମତ୍ତା, ଗୌରୀ ଶଙ୍କର ସୁବୁଦ୍ଧି, ବିଭୂତି ଭୂଦାନ ହୋତା, ସୁବ୍ରତ କୁମାର ତ୍ରିପାଠୀ ବାଦଲ କୁମାର ବେହେରା ଓ ଅଧ୍ୟାପିକା ସଂଘମିତ୍ରା ଘଟୁଆରୀ ଛାତ୍ର ଛାତ୍ରୀ ମାନଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ପାଠ୍ୟକ୍ରମ, ପରୀକ୍ଷା, ଲାଇବ୍ରେରୀ, ସ୍କଲାରସିପ୍ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ।

ଯୁକ୍ତ ଦୁଇର ଭାର ପ୍ରାପ୍ତ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଆଡ଼ମିଶନ ଇନ- ଚାର୍ଜ ଅଧ୍ୟାପକ ଗୋଲକ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ମନୋଜ କୁମାର ପରିମାଣିକ, ମୁକେଶ୍ ମହାପାତ୍ର, ରଞ୍ଜନ କୁମାର ବାରିକ, ବିଭୁଦେନ୍ଦୁ ବିଧାର ଓ ଗୋପୀନାଥ ସାହୁ ସହଯୋଗ କରିଥିଲେ।