ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ବର୍ଷରେ ଦେଶ ଆଗାମୀ ୨୫ବର୍ଷ ନିମନ୍ତେ ନିଜର ଲକ୍ଷ୍ୟ ସ୍ଥିର କରୁଛି। ସମ୍ପୂର୍ଣ୍ଣ ଉତ୍ସାହ ଓ ଅଙ୍ଗୀକାରବଦ୍ଧତା ସହ ଏକ ଉଜ୍ଜ୍ୱଳ ଭବିଷ୍ୟତକୁ ଦେଖୁଥିବା ବେଳେ ବର୍ତ୍ତମାନ ସଫଳତା ଉପରେ ଆଲୋକପାତ କରି ବିପୁଳ ଉତ୍ସାହର ସହ ଏହାକୁ ପାଳନ କରିବାର ସମୟ ଉପନୀତ ହୋଇଛି। ଏହି ଲକ୍ଷ୍ୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଧାରାବାହିକ ଭାବେ ଆଞ୍ଚଳିକ ଓ ଉପ ଆଞ୍ଚଳିକ ବୈଠକ ଦେଶବ୍ୟାପୀ ଜୁନ ୪, ୨୦୨୨ ଠାରୁ ଆୟୋଜନ କରୁଛି। ଏହି ପରିପ୍ରେକ୍ଷୀରେ ପ୍ରଥମ ଉପ ଆଞ୍ଚଳିକ ବୈଠକ ଆସନ୍ତାକାଲି (୦୪.୦୬.୨୦୨୨) ଛତିଶଗଡର ରାୟପୁରଠାରେ ଆୟୋଜିତ ହେଉଛି। ଏଥିରେ ଛତିଶଗଡ, ପଶ୍ଚିମବଙ୍ଗ ଓ ଓଡିଶା ରାଜ୍ୟ ଅଂଶ ଗ୍ରହଣ କରିବେ।
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ ଏଥିରେ ଅଧ୍ୟକ୍ଷତା କରିବେ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମଞ୍ଜପାରା ମହେନ୍ଦ୍ରଭାଇ ମଧ୍ୟ ଏଥିରେ ଯୋଗଦେବେ। ବୈଠକରେ ସଂସଦ ସଦସ୍ୟ, ଅଂଶଗ୍ରହଣକାରୀ ରାଜ୍ୟଗୁଡିକର ସମାଜ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେ ମଧ୍ୟ ଯୋଗଦେବେ। ରାଜ୍ୟ ବିଧାନସଭାରେ ରାୟପୁର ଜିଲ୍ଲାର ବିଧାୟକମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିବେ। ପ୍ରଧାନ ଶାସନ ସଚିବ ମହିଳା ଓ ଶିଶୁ ବିକାଶ ଏବଂ ସମାଜ ମଙ୍ଗଳ ବିଭାଗ ସଚିବ ଓ ରାଜ୍ୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ମଧ୍ୟ ଏଥିରେ ଯୋଗଦେବେ। ଏଥିରେ ଜିଲ୍ଳା ପରିଷଦ ଓ ପଞ୍ଚାୟତ ମୁଖ୍ୟମାନେ ମଧ୍ୟ ଯୋଗଦେବେ। ଏନସିଡବ୍ଲ୍ୟୁ, ଏସସିଡବ୍ଲୁ, ଏନସିପିଆରି, ଏସସିପିଆର ଓ ଆନ୍ତର୍ଜାତିକ ସଂସ୍ଥା ଯେପରିକି ବିଶ୍ୱବ୍ୟାଙ୍କ, ୟୁନିସେଫ, ଜାତିସଂଘ ମହିଳା ଓ ବେସାମରିକ ସମାଜ ସଂଗଠନଗୁଡିକ ମଧ୍ୟ ଏଥିରେ ଯୋଗ ଦେବେ।
ଦେଶର ମହିଳା ଓ ଶିଶୁମାନଙ୍କୁ ସଶକ୍ତ କରିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତିନୋଟି ନୂତନ ଅଭିଯାନ ଆରମ୍ଭ କରିଛି। ମିଶନ ସକ୍ଷମ, ଅଙ୍ଗନବାଡି ଓ ପୋଷଣ ୨.୦, ମିଶନ ଶକ୍ତି, ମିଶନ ବାତ୍ସଲ୍ୟ। ମିଶମ ସକ୍ଷମ ଅଙ୍ଗନବାଡି ଓ ପୋଷଣ ୨.୦ ମହିଳା ଓ ଶିଶୁଙ୍କ ସମ୍ପୂର୍ଣ୍ଣ ପୋଷ୍ଟିକତା ସୁନିଶ୍ଚିତ କରିବାକୁ ଥିବାବେଳେ ମିଶନ ଶକ୍ତି, ମହିଳା ସୁରକ୍ଷା, ଥଇଥାନ ଓ ସଶକ୍ତିକରଣ ଉପରେ ବ୍ୟାପକ ସମାଧାନର ପନ୍ଥା ବାହାର କରିବ। ମିଶନ ବାତ୍ସଲ୍ୟ ଶିଶୁ କଲ୍ୟାଣ ଓ ବିକାଶ ସହ ସେମାନଙ୍କ ନିରାପତ୍ତା ମଧ୍ୟ ସୁନିଶ୍ଚିତ କରିବ।
ବୈଠକ କାର୍ଯ୍ୟକ୍ରମ କେବଳ ହାସଲ ହୋଇଥିବା ସଫଳତାକୁ ନେଇ ଉତ୍ସବ ମୁଖର ନ ହୋଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ମହିଳା ଓ ଶିଶୁ ବିକାଶ ଓ ସଶକ୍ତିକରଣ ଉପରେ ନିଆଯାଉଥିବା ନିରବଚ୍ଛିନ୍ନ ପ୍ରୟାସ ଓ ଅଙ୍ଗୀକାରବଦ୍ଧତା କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋକପାତ କରାଯିବ।