Categories
ଆଜିର ଖବର ରାଜ୍ୟ ଖବର

କେବେ ମିଳିବ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ?: ସରକାରଙ୍କ ଘୋଷଣା ଅପେକ୍ଷାରେ ସରକାରୀ କର୍ମଚାରୀ

ଭୁବନେଶ୍ୱର: ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବକୁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ଲାଗୁ କରିବା ଲାଗି ଦାବିପତ୍ର ଦେଇଥିଲେ ମଧ୍ୟ ରାଜ୍ୟ ସରକାର କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ବୀମା ବାବଦରେ କୌଣସି ନିଷ୍ପତି ନେଇନାହାନ୍ତି। ବିଭିନ୍ନ ରାଜ୍ୟ ଓ ରାଷ୍ଟ୍ରୀୟ ଉଦ୍ୟୋଗରେ କର୍ମଚାରୀକୁ ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଥିବା ବେଳେ ଓଡିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି।

ଆଜି ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ଆନୁକୂଲ୍ୟରେ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ବା ସ୍ୱାସ୍ଥ୍ୟ ବୀମା ସବୁ ସରକାରୀ କର୍ମଚାରୀ ମାନଙ୍କ କ୍ଷେତ୍ରରେ ଲାଗୁ ନହୋଇଥିବାରୁ ପଞ୍ଚାୟତରୁ ଲୋକସଭା ଭବନ ଯାଏଁ ସବୁ ବର୍ଗର କର୍ମଚାରୀ ହାତରେ ପ୍ଲାକାର୍ଡ ଧରି ରାଜ୍ୟସରକାରଙ୍କ ଉଦ୍ଦେଶ୍ୟରେ ଦୁଃଖ ଓ ଅସନ୍ତୋଷ ଟ୍ଵିର୍ଟର, ଫେସବୁକ୍‌ ଓ ସୋସିଆଲ ମେଡ଼ିଆ ମାଧ୍ୟମରେ ଜାହିର କରୁଛନ୍ତି। ରାଜ୍ୟସରକାରଙ୍କୁ ଅନୁରୋଧ କରିଥିଲେ କି ସବୁ ବର୍ଗର କର୍ମଚାରୀଙ୍କୁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ଯୋଗାଇ ଦେବାପାଇଁ।ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ନିଷ୍ପତିକ୍ରମେ ରାଜ୍ୟରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ମିଳିତ ଭାବେ ଲାଗୁ କରିଛନ୍ତି। ଏଥିରେ ରାଜ୍ୟର ୩କୋଟି ୪୬ଲକ୍ଷ ଲୋକ ଦେଶର ୨୯ ହଜାର ଘରୋଇ ଏବଂ ସରକାରୀ ହସ୍ପିଟାଲ ରେ ଚିକିତ୍ସା ସୁବିଧା ପାଇବେ। କିନ୍ତୁ ଦୁଃଖ ବିଷୟ ଓଡିଶାରେ କାମ କରୁଥିବା ବିଭିନ୍ନ ବିଭାଗରେ ହଜାର ହଜାର କର୍ମଚାରୀ ଏହି ଯୋଜନାରେ ସାମିଲ ହୋଇନାହାନ୍ତି।

ସରକାରଙ୍କ ସବୁ ଯୋଜନାକୁ ସଫଳ ରୂପାୟନ କରୁଥିବା ଓ ବିକଶିତ ଓଡିଶାକୁ ଆଗକୁ ନେଉଥିବା ଏହି ଅସହାୟ କର୍ମଚାରୀଙ୍କ ପାଇଁ ଏହି ସଫଳ ଯୋଜନାକୁ ଲାଗୁ କରିବା ନିମନ୍ତେ ଆଜି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ,ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବକୁ ଓଡିଶାର ୫ଲକ୍ଷ ସରକାରୀ କର୍ମଚାରୀ ଏବଂ ୩.୫ଲକ୍ଷ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ତରଫରୁ ଅନୁରୋଧ କରୁଛୁ।

ସଙ୍ଘର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଏପରି ପ୍ଲାକାର୍ଡ ମାଧ୍ୟମରେ ରାଜ୍ୟସରକାରଙ୍କୁ ଅନୁରୋଧ କରାଯିବ, ଏବଂ ପରବର୍ତୀ କାର୍ଯ୍ୟକ୍ରମ ହିସାବରେ କଳାବ୍ୟାଚ ପିନ୍ଧି ସମସ୍ତେ କାର୍ଯ୍ୟ କରିବେ ଏବଂ ସମସ୍ତ ମନ୍ତ୍ରୀ, ବିଧାୟକ, ସଚିବ ଓ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀକୁ ଦାବିପତ୍ର ପ୍ରଦାନ କରାଯିବ। ଯଦି ରାଜ୍ୟସରକାର ଏକ ମାସ ମଧ୍ୟରେ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ କର୍ମଚାରୀ ମାନଙ୍କ କ୍ଷେତ୍ର ରେ ଲାଗୁ ନକରନ୍ତି, ଏକ ବୃହତ ଆନ୍ଦୋଳନ ପଞ୍ଚାୟତ ଠାରୁ ଲୋକସଭା ଭବନ ପର୍ଯ୍ୟନ୍ତ କରାଯିବ ବୋଲି ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ ,ଅଶ୍ବିନୀ ମିଶ୍ର,ପ୍ରଦୀପ ପ୍ରଧାନ,ଶ୍ଶୁଭ୍ରଜିତ ପ୍ରତିହାରୀ,ରାଜେନ୍ଦ୍ର ମଲ୍ଲିକ,ଅନ୍ତର୍ଯ୍ୟାମୀ ଲେଙ୍କା,କ୍ଷୀତିଶ ପଣ୍ଡା, ତୁଷାର କାନ୍ତ ରାଉତ,ପ୍ରଭାତ ତିୱାରୀ, ଗୁରୁଗୋବିନ୍ଦ ଦଳାଇ,ପ୍ରଶାନ୍ତ ରାଉରାୟ, ମନୋଜ ଜେନା ,ଆଦିତ୍ୟ ନାରାୟଣ ସ୍ୱାଇଁ, ଅନୀତା ବେହେରା,ଶିବ ଶଙ୍କର ସାହୁ ପ୍ରମୁଖ ଏକ ପ୍ରେସ ବିବୃତି ମାଧ୍ୟମରେ ଓଡିଶାର ସମସ୍ତ ସରକାରୀ କର୍ମଚାରୀ ମାନ୍ୟବର ମୁଖ୍ୟମନ୍ତ୍ରୀକୁ କର୍ମଚାରୀ ମାନଙ୍କ ନିମନ୍ତେ “କ୍ୟାସଲେସ୍ ହେଲଥ୍ କାର୍ଡ” ଲାଗୁ କରାଯିବାକୁ ଅନୁରୋଧ କରୁଛନ୍ତି

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସରକାରୀ କର୍ମଚାରୀକୁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ଦାବି: ସୋସିଆଲ ମେଡିଆ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ନିବେଦନ

ଭୁବନେଶ୍ୱର: ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବକୁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ଲାଗୁ କରିବା ଲାଗି ଦାବିପତ୍ର ଦେଇଥିଲେ ମଧ୍ୟ ରାଜ୍ୟ ସରକାର କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ବୀମା ବାବଦରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ବିଭିନ୍ନ ରାଜ୍ୟ ଓ ରାଷ୍ଟ୍ରୀୟ ଉଦ୍ୟୋଗରେ କର୍ମଚାରୀକୁ ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଥିବା ବେଳେ ଓଡିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି।

ଆଜି ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ଆନୁକୂଲ୍ୟରେ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ବା ସ୍ୱାସ୍ଥ୍ୟ ବୀମା ସବୁ ସରକାରୀ କର୍ମଚାରୀ ମାନଙ୍କ କ୍ଷେତ୍ରରେ ଲାଗୁ ନହୋଇଥିବାରୁ ପଞ୍ଚାୟତରୁ ଲୋକସଭା ଭବନ ଯାଏଁ ସବୁ ବର୍ଗର କର୍ମଚାରୀ ହାତରେ ପ୍ଲାକାର୍ଡ ଧରି ରାଜ୍ୟସରକାରଙ୍କ ଉଦେଶ୍ୟରେ ଦୁଃଖ ଓ ଅସନ୍ତୋଷ ଟ୍ଵିର୍ଟର ,ଫେସବୁକ୍‌ ଓ ସୋସିଆଲ ମେଡ଼ିଆ ମାଧ୍ୟମରେ ଜାହିର କରୁଛନ୍ତି। ରାଜ୍ୟସରକାରଙ୍କୁ ଅନୁରୋଧ କରିଥିଲେ କି ସବୁ ବର୍ଗର କର୍ମଚାରୀଙ୍କୁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ଯୋଗାଇ ଦେବାପାଇଁ।ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ନିଷ୍ପତିକ୍ରମେ ରାଜ୍ୟରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ମିଳିତ ଭାବେ ଲାଗୁ କରିଛନ୍ତି। ଏଥିରେ ରାଜ୍ୟର ୩କୋଟି ୪୬ଲକ୍ଷ ଲୋକ ଦେଶର ୨୯ ହଜାର ଘରୋଇ ଏବଂ ସରକାରୀ ହସ୍ପିଟାଲ ରେ ଚିକିତ୍ସା ସୁବିଧା ପାଇବେ। କିନ୍ତୁ ଦୁଃଖ ବିଷୟ ଓଡିଶାରେ କାମ କରୁଥିବା ବିଭିନ୍ନ ବିଭାଗରେ ହଜାର ହଜାର କର୍ମଚାରୀ ଏହି ଯୋଜନାରେ ସାମିଲ ହୋଇନାହାନ୍ତି। ସରକାରଙ୍କ ସବୁ ଯୋଜନାକୁ ସଫଳ ରୂପାୟନ କରୁଥିବା ଓ ବିକଶିତ ଓଡିଶାକୁ ଆଗକୁ ନେଉଥିବା ଏହି ଅସହାୟ କର୍ମଚାରୀଙ୍କ ପାଇଁ ଏହି ସଫଳ ଯୋଜନାକୁ ଲାଗୁ କରିବା ନିମନ୍ତେ ଆଜି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ,ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବକୁ ଓଡିଶାର ୫ଲକ୍ଷ ସରକାରୀ କର୍ମଚାରୀ ଏବଂ ୩.୫ଲକ୍ଷ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ତରଫରୁ ଅନୁରୋଧ କରୁଛୁ।

ସଙ୍ଘର ନିଷ୍ପତି ଅନୁଯାୟୀ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଏପରି ପ୍ଲାକାର୍ଡ ମାଧ୍ୟମରେ ରାଜ୍ୟସରକାରଙ୍କୁ ଅନୁରୋଧ କରାଯିବ, ଏବଂ ପରବର୍ତୀ କାର୍ଯ୍ୟକ୍ରମ ହିସାବରେ କଳାବ୍ୟାଚ ପିନ୍ଧି ସମସ୍ତେ କାର୍ଯ୍ୟ କରିବେ ଏବଂ ସମସ୍ତ ମନ୍ତ୍ରୀ, ବିଧାୟକ, ସଚିବ ଓ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀକୁ ଦାବିପତ୍ର ପ୍ରଦାନ କରାଯିବ। ଯଦି ରାଜ୍ୟସରକାର ଏକ ମାସ ମଧ୍ୟରେ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ କର୍ମଚାରୀ ମାନଙ୍କ କ୍ଷେତ୍ର ରେ ଲାଗୁ ନକରନ୍ତି, ଏକ ବୃହତ ଆନ୍ଦୋଳନ ପଞ୍ଚାୟତ ଠାରୁ ଲୋକସଭା ଭବନ ପର୍ଯ୍ୟନ୍ତ କରାଯିବ ବୋଲି ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ, ଅଶ୍ବିନୀ ମିଶ୍ର, ପ୍ରଦୀପ ପ୍ରଧାନ, ଶ୍ଶୁଭ୍ରଜିତ ପ୍ରତିହାରୀ, ରାଜେନ୍ଦ୍ର ମଲ୍ଲିକ, ଅନ୍ତର୍ଯ୍ୟାମୀ ଲେଙ୍କା, କ୍ଷୀତିଶ ପଣ୍ଡା, ତୁଷାର କାନ୍ତ ରାଉତ, ପ୍ରଭାତ ତିୱାରୀ, ଗୁରୁଗୋବିନ୍ଦ ଦଳାଇ, ପ୍ରଶାନ୍ତ ରାଉରାୟ, ମନୋଜ ଜେନା, ଆଦିତ୍ୟ ନାରାୟଣ ସ୍ୱାଇଁ, ଅନୀତା ବେହେରା, ଶିବ ଶଙ୍କର ସାହୁ ପ୍ରମୁଖ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଓଡିଶାର ସମସ୍ତ ସରକାରୀ କର୍ମଚାରୀ ମାନ୍ୟବର ମୁଖ୍ୟମନ୍ତ୍ରୀକୁ କର୍ମଚାରୀ ମାନଙ୍କ ନିମନ୍ତେ “କ୍ୟାସଲେସ୍ ହେଲଥ୍ କାର୍ଡ” ଲାଗୁ କରାଯିବାକୁ ଅନୁରୋଧ କରୁଛନ୍ତି

Categories
ଆଜିର ଖବର ରାଜ୍ୟ ଖବର

ସରକାରୀ କର୍ମଚାରୀଙ୍କୁ ମିଳୁ ସ୍ୱାସ୍ଥ୍ୟ ବୀମା: ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘର ଦାବି 

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ସବୁ ବର୍ଗର କର୍ମଚାରୀଙ୍କ ସ୍ବାସ୍ଥ୍ୟର ସୁରକ୍ଷା କରିବା ସରକାରଙ୍କ ପ୍ରାଥମିକତା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ।

ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ନିଷ୍ପତ୍ତି ଅନୁସାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଯୋଜନା ଓଡ଼ିଶାର ୩. ୫ କୋଟି ଲୋକ ପାଇବାକୁ ଯାଉଛନ୍ତି ଫଳରେ ରାଜ୍ୟରେ ଜଣେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଟେ ତାର ପରିବାର ଲୋକଙ୍କୁ ଓଡ଼ିଶାର ପ୍ରତିଷ୍ଠିତ ଡାକ୍ତରଖାନା ଗୁଡ଼ିକରେ ନିର୍ଦ୍ଵନ୍ଦରେ ଚିକିତ୍ସିତ କରାଇପାରିବେ। କିନ୍ତୁ ଅତି ଦୁଃଖର ସହ କହୁଛୁକି ଜଣେ ସରକାରୀ କର୍ମଚାରୀ ସେପରି ଚିକିତ୍ସା ସୁବିଧାର ଲାଭ ଉଠେଇବା ସ୍ବପ୍ନ ମାତ୍ର।

ରାଜ୍ୟ ସରକାର, ସରକାରୀ କର୍ମଚାରୀ ମାନଙ୍କୁ ବାଦ୍‌ ଦେଇ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସବୁ ପରିବାରକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବା GJAY ସ୍କିମ ଅଧୀନରେ ଅନ୍ତର୍ଭୂକ୍ତ କରିଛନ୍ତି। କିନ୍ତୁ ଦୀର୍ଘଦିନ ଧରି ସ୍ୱାସ୍ଥ୍ୟ କାର୍ଡ ପାଇଁ ରାଜ୍ୟର ସରକାରୀ କର୍ମଚାରୀମାନେ ଅପେକ୍ଷାରତ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର ଏଥି ନିମନ୍ତେ କୌଣସି ପଦକ୍ଷେପ ନ ନେବା କର୍ମଚାରୀ ମହଲରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି।

ମାନ୍ୟବର ମୁଖ୍ୟମନ୍ତ୍ରୀ ସରକାରୀ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଲାଗୁ କରିବା ସହ ନିଜର ଉଦାରତା ଓ ଭଲପାଇବା କର୍ମଚାରୀଙ୍କ ପ୍ରତି ଦେଖାଇବେ ବୋଲି ଓଡ଼ିଶାରେ କାମ କରୁଥିବା ୪୨ ବିଭାଗର ୫ ଲକ୍ଷ କର୍ମଚାରୀ ଓ ୩. ୫ ଲକ୍ଷ ଅବସର କର୍ମଚାରୀ ଓ ସେମାନଙ୍କ ପରିବାର ଗଣମାଧ୍ୟମ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ସଂଗଠନର ରାଜ୍ୟ ସଭାପତି ବିଜୟ ମଲ୍ଲ ଅନୁରୋଧ କରିଛନ୍ତି

ସଂଗଠନ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ସମସ୍ତ ବିଭାଗର ସଚିବଙ୍କୁ ଅନୁରୋଧ କରି ଓଡ଼ିଶାର କର୍ମଚାରୀ ମାନଙ୍କୁ ସ୍ୱାସ୍ଥ୍ୟବୀମା ଲାଗୁକରିବା ଲାଗି ସଂଗଠନର ରାଜ୍ୟ ନେତୃତ୍ୱ ଅଶ୍ୱିନୀ ଦାସ, ଶୁଭ୍ରଜିତ ପ୍ରତିହାରୀ, ରାଜେନ୍ଦ୍ର ମଲ୍ଲିକ, ପ୍ରଦୀପ ପ୍ରଧାନ, ରଶ୍ମି ରଞ୍ଜନ ପାଢ଼ୀ, କ୍ଷିତୀଶ ପଣ୍ଡା, ପ୍ରଶାନ୍ତ ରାଉତରାୟ, ଅନ୍ତର୍ଯ୍ୟାମୀ ଲେଙ୍କା, ଶିବ ଶଙ୍କର ସାହୁ ଏବଂ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଅଙ୍ଗନୱାଡି କର୍ମୀଙ୍କୁ ଉପହାର: ମାସକୁ ୨୫୦୦ ସହିତ ଏହି ସରକାର ଦେବ ୫ ଲକ୍ଷ ସ୍ୱାସ୍ଥ୍ୟ ବୀମା

ଚଣ୍ଡିଗଡ: ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଚାନ୍ନି ସରକାର କ୍ରମାଗତ ଭାବରେ ଜନସାଧାରଣଙ୍କୁ ଉପହାର ଦେଉଛନ୍ତି। ଏଥର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଅଙ୍ଗନୱାଡି କର୍ମୀଙ୍କୁ ନୂତନ ବର୍ଷର ଉପହାର ସ୍ୱରୂପ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚାନ୍ନି ଆଜି ଘୋଷଣା କରିଛନ୍ତି ଯେ, ପଞ୍ଜାବର ଅଙ୍ଗନୱାଡି କର୍ମୀ ମାସକୁ ୨ ହଜାର ୫୦୦ ଟଙ୍କା ପାଇବେ। ଏହା ସହିତ ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ୫ ଲକ୍ଷ ସ୍ୱାସ୍ଥ୍ୟ ବୀମା ମଧ୍ୟ ସରକାର କରିବେ।

ଏହା ପୂର୍ବରୁ ଚାନ୍ନି ସରକାର ମଧ୍ୟ ଚାଷୀଙ୍କୁ ଋଣ ଛାଡ କରିବାକୁ ଘୋଷଣା କରିଥିଲେ। ବାସ୍ତବରେ ଚାନ୍ନି ସରକାର ଦୁଇ ଲକ୍ଷ ପର୍ଯ୍ୟନ୍ତ କୃଷକଙ୍କ ଋଣ ଛାଡ କରିବାକୁ ଘୋଷଣା କରିଥିଲେ। ସରକାରଙ୍କ ଏହି ନିଷ୍ପତ୍ତିରୁ ପ୍ରାୟ ଦୁଇ ଲକ୍ଷ ପରିବାର ଆଶ୍ଵସ୍ତି ପାଇଛନ୍ତି। ଚାଷୀଙ୍କ ଋଣ ଛାଡ ବାବଦକୁ ସରକାର ୧୨ ଶହ କୋଟି ଟଙ୍କା ଖର୍ଚ୍ଚ କରିବେ। ଦୁଇ ଏକର ଜମି ମାଲିକଙ୍କ ଠାରୁ ପାଞ୍ଚ ଏକର ପର୍ଯ୍ୟନ୍ତ ଋଣ ସଂପୂର୍ଣ୍ଣ ଛାଡ କରାଯିବ।