Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅଲମ୍ପିକ୍ସ ସଫଳତା ନେଇ ଭାରତୀୟ ହକି ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ଘୋଷଣା କଲେ ପୁରସ୍କାର ରାଶି

ଭୁବନେଶ୍ୱର: ଭୁବନେଶ୍ବର ଆଜି ଥିଲା ଉତ୍ସବ ମୁଖରିତ। ବିଶ୍ବ ବିଜୟୀ ଭାରତୀୟ ହକି ଦଳର ହିରୋ ମାନଙ୍କୁ ଆଜି ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା। ପ୍ୟାରିସ ଅଲମ୍ପିକ୍‌ସରେ ଭାରତୀୟ ହକି ଦଳର ଐତିହାସିକ ବିଜୟ ପରେ ଆଜି ସମସ୍ତ ଖେଳାଳୀ ଓ ସହାୟକ ସଦସ୍ୟ ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନଙ୍କୁ ଉଚ୍ଛସିତ ସ୍ବାଗତ କରାଯାଇଥିଲା ଏବଂ ଲୋକସେବା ଭବନର କନ୍‌ଭେନସନ ହଲ୍‌ ଠାରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ। ଓଡିଆ ଖେଳାଳୀ ଅମିତ୍‌ ରୋହିଦାସଙ୍କୁ ସ୍ବତନ୍ତ୍ର ଭାବେ ୪ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଟିମ୍‌ର ଗୋଲକିପର ଶ୍ରୀ ପି.ଆର. ଶ୍ରୀଜେସ୍‌ଙ୍କୁ ସ୍ବତନ୍ତ୍ର ଭାବେ ୫୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ୪ ଜଣ ସପୋର୍ଟିଂ ଷ୍ଟାଫ୍‌ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ “ଭାରତୀୟ ହକି ଦଳର ଏହି କାଂସ୍ୟ ପଦକ, ଏକ ଦୃଢନିଷ୍ଠ ସ୍ୱର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଆହ୍ୱାନ ପ୍ରଦାନ କରିଛି। ଭାରତୀୟ ହକିର ପୁନର୍ଜନ୍ମରେ ଓଡିଶାର ମହତ୍ବପୂର୍ଣ୍ଣ ଭୂମିକା ପାଇଁ ମୁଁ ଗର୍ବିତ। ଓଡିଶା ସବୁ ସମୟରେ ଭାରତୀୟ ହକି ଦଳ ସହିତ ଜଣେ ସୁଖଦୁଃଖର ସାଥି ଭଳି ରହିଆସିଛି।”

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲସ୍‌ ଏଞ୍ଜେଲେସ୍‌ ଅଲମ୍ପିକ୍‌ସ ସହିତ ଜାତୀୟ ହକି ଦଳର ଆଗାମୀ ସମସ୍ତ ଅଭିଯାନରେ ଦଳ ପ୍ରତି ଓଡିଶା ଏବଂ ଓଡିଶାବାସୀଙ୍କର ଦୃଢ ସମର୍ଥନ ଜାରି ରହିବ। ସେ କହିଥିଲେ ଯେ ଆମ ସରକାର ସଂପୂର୍ଣ୍ଣ ଭାବରେ ଆମର ଖେଳାଳୀ ମାନଙ୍କ ସହିତ ଅଛନ୍ତି। ଆଗାମୀ ଦିନରେ ସେମାନେ ଯେପରି ଆହୁରି ବଡ ସଫଳତା ହାସଲ କରିବେ, ସେଥିପାଇଁ ସେମାନଙ୍କୁ ସବୁପ୍ରକାର ସୁବିଧା ଓ ପ୍ରୋତ୍ସାହନ ଦିଆଯିବ। ହକିର ବିକାଶ ପାଇଁ ଆମେ ଆହୁରି ନୂଆ ନୂଆ ପଦକ୍ଷେପ ନେବୁ। ଆମର ଖେଳାଳୀ ମାନେ ଯେପରି ବିଶ୍ବସ୍ତରରେ ଶୀର୍ଷରେ ରହିବେ, ତାହା ଆମେ ସୁନିଶ୍ଚିତ କରିବୁ।

ସେ କହିଥିଲେ ଯେ 1928 ମସିହାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ହକି ଟିମ୍ ଅଲମ୍ପିକ୍ସ ପ୍ରତିଯୋଗିତାର ବିଭିନ୍ନ ସଂସ୍କରଣରେ ଅଂଶଗ୍ରହଣ କରି 8ଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ 4ଟି କାଂସ୍ୟ ପଦକ ସହିତ ସର୍ବମୋଟ 13ଟି ଅଲମ୍ପିକ୍ସ ପଦକ ହାସଲ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୯୮୦ ମସ୍କୋ ଅଲମ୍ପିକ୍‌ସରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଆମ ସମସ୍ତଙ୍କ ମନରେ ଦୁଇଟି ପ୍ରଶ୍ନ ଆସିଥିଲା । ପ୍ରଥମ ହେଉଛି – ଆମର ପରବର୍ତ୍ତୀ ପଦକ ଆମେ କେବେ ପାଇବୁ। କେହି ଭାବି ନ ଥିଲେ ଯେ ଏଥିପାଇଁ ୪୧ ବର୍ଷ ଲାଗିଯିବ। ଏମିତି ସମୟ ଆସିଥିଲା ଯେ ଗୋଟିଏ ସମୟରେ ଏହା ଅସମ୍ଭବ ଲାଗୁଥିଲା । କିନ୍ତୁ ଟୋକିଓ ଅଲମ୍ପିକ୍‌ସରେ ପଦକ ଜିତି ଭାରତୀୟ ଦଳ ଅସମ୍ଭବକୁ ସମ୍ଭବ କରିଥିଲା। ତାପରେ ପୁଣି ପ୍ରଶ୍ନ ଥିଲା ଯେ ଆମେ କଣ ପୂର୍ବ ଭଳି ଲଗାତାର ପଦକ ଜିତି ଆମର ହୃତଗୌରବକୁ ଫେରି ପାଇବୁ? ପ୍ୟାରିସ ଅଲମ୍ପିକ୍‌ସ ଏହାର ଉତ୍ତର ଥିଲା । ୧୯୭୨ ପରେ ପ୍ରଥମ ଥର ପାଇଁ ଆମ ଦଳ ଲଗାତାର ପଦକ ଜିତି ଆମର ଗୌରବକୁ ପୁଣି ଥରେ ଫେରାଇ ଆଣିଲା ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଖେଳ କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ରାଷ୍ଟ୍ର ନିର୍ମାଣର ଏକ ସଶକ୍ତ ମାଧ୍ୟମ । ଏହା ଆମକୁ ଏକତା, ଅନୁଶାସନ ଓ ସଂଘର୍ଷର ଶିକ୍ଷା ଦେଇଥାଏ । ହକି ଭଳି ଖେଳ ଆମକୁ ଏହି ପ୍ରେରଣା ଦିଏ ଯେ ଆମେ ଜୀବନର ସବୁକିଛି ଆହ୍ବାନର ମୁକାବିଲା କରି ନିଜର ପରିଚୟ ସୃଷ୍ଟି କରିପାରିବୁ। ଭାରତୀୟ ଟିମ୍‌ର ସଫଳତାର ଅନୁପ୍ରେରଣା ହେଉଛି ଯେ ଆମେ ଯଦି ଏକଜୁଟ ହୋଇ ନିଜର ଲକ୍ଷ୍ୟ ହାସଲରେ ଲାଗିପଡିବୁ, ତେବେ ଯେକୌଣସି କଠିନ ପରିସ୍ଥିତିର ମୁକାବିଲା କରିପାରିବୁ ।

ଶେଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଆମର କ୍ରୀଡ଼ାବିତ୍ ମାନେ ହେଉଛନ୍ତି ଆମ ପ୍ରେରଣାର ଉତ୍ସ। ସୁଦୃଢ ସମାଜ ନିର୍ମାଣର ଆଧାର। ଖେଳାଳୀ ମାନେ ହେଉଛନ୍ତି, ଆମ ରାଜ୍ୟ ଓ ଦେଶର ଭବିଷ୍ୟତ। ଆପଣମାନେ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ, ଆମ ଦେଶ ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିବେ ଏହାହିଁ ମୋର ଆଶା ଓ ବିଶ୍ୱାସ।
ଓଡ଼ିଶାର କ୍ରୀଡ଼ାକ୍ଷେତ୍ରରେ, ଉପାନ୍ତ ଅଞ୍ଚଳରୁ ଆସୁଥିବା କ୍ରୀଡ଼ାବିତ୍ ମାନଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ନିଜର ଗାଁ ମାଟିରୁ ହିଁ ଆମର କ୍ରୀଡ଼ାବିତ୍ ମାନେ କ୍ରୀଡ଼ା ଜଗତରେ ନିଜର ଦୃଢ଼ନିଷ୍ଠ ସ୍ୱର୍ଣ୍ଣିମ ଭବିଷ୍ୟତର ଯାତ୍ରା ଆରମ୍ଭ କରିଥାନ୍ତି। ତେଣୁ ତୃଣମୂଳ ସ୍ତରରୁ ଆସୁଥିବା ଏହି କ୍ରୀଡା ପ୍ରତିଭା ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।

କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ ଯାହା ବିଶ୍ବ ପାଇଁ କାଂସ୍ୟ, ତାହା ଆମ ପାଇଁ ସ୍ବର୍ଣ୍ଣ। ଟୋକିଓରୁ ପ୍ୟାରିସ ପର୍ଯ୍ୟନ୍ତ ଆମ ଖେଳାଳୀ ମାନେ ଆମକୁ ଯେଉଁଭଳି ଗର୍ବ ଅନୁଭବ କରିବାକୁ ଦେଇଛନ୍ତି, ସେଥିପାଇଁ ଆମେ ସମସ୍ତେ ସେମାନଙ୍କ ପ୍ରତି କୃତଜ୍ଞ।

ଭାରତୀୟ ହକି ଟିମ୍‌ର ଗୋଲକିପର ଶ୍ରୀ ପି.ଆର୍‌. ଶ୍ରୀଜେସ୍‌ କହିଥିଲେ ଯେ ଓଡିଶା ହେଉଛି ମୋର ଦ୍ବିତୀୟ ଘର। ଓଡିଶା ହକି ପାଇଁ ଯେଉଁ ପ୍ରୋତ୍ସାହନ ଦେଇଛି, ତାହା ଆଜି ସମସ୍ତଙ୍କ ପାଇଁ ଉଦାହରଣ ହୋଇଛି। ଭୁବନେଶ୍ବର ଓ ରାଉରକେଲାରେ ଆମକୁ ଯେଉଁ ସ୍ନେହଶ୍ରଦ୍ଧା ମିଳୁଛି, ତାହା ଆଉ କେଉଁଠି ମିଳେ ନାହିଁ ବୋଲି ସେ କହିଥିଲେ ।

ଏହି ସମ୍ବର୍ଦ୍ଧନା ସଭାରେ ଭାରତୀୟ ଦଳର ଉପସ୍ଥିତ ଥିବା ଖେଳାଳୀମାନେ ହେଲେ – କ୍ୟାପଟେନ୍‌ ହରମନ୍‌ପ୍ରୀତ୍ ସିଂହ, ମନପ୍ରୀତ ସିଂହ, ବିବେକ ସାଗର, ହାର୍ଦ୍ଦିକ ସିଂହ, ସୁଖଜିତ ସିଂହ, ସମଶେର ସିଂହ, ମନଦୀପ ସିଂହ, ଜର୍‌ମନପ୍ରୀତ ସିଂହ, ଗୁରୁଜାନ୍ତ ସିଂହ, ରାଜକୁମାର ପାଲ୍‌, ଲଳିତ କୁମାର ଉପାଧ୍ୟାୟ, ସୁମିତ, ସଂଞ୍ଜୟ, ଅଭିଷେକ, ଅମିତ ରୋହିଦାସ ଏବଂ ପି.ଆର୍‌ ଶ୍ରୀଜେସ୍ । ସେମାନଙ୍କ ସହିତ ୪ ଜଣ ସପୋର୍ଟିଂ ଷ୍ଟାଫ ମଧ୍ୟ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭାରତୀୟ ହକି ଦଳକୁ ବାଲୁକା କଳାର ଏକ ପୋଟ୍ରେଟ୍‌ ଉପହାର ଦେଇଥିଲେ। ହକି ଇଣ୍ଡିଆ ତରଫରୁ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କରଜ୍ୟୋତି ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ହକି ଇଣ୍ଡିଆ ସଭାପତି ଶ୍ରୀ ଦିଲୀପ ତିର୍କୀ ଏବଂ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଓ କ୍ରୀଡାବିତ୍‌ମାନେ ଉପସ୍ଥିତ ଥିଲେ ।

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ୟାରିସ ଅଲମ୍ପିକ୍ସ ରେ ଭାରତ ହକି ବିଜୟ, କଳିଙ୍ଗ ଷ୍ଟାଡିୟମରେ ଉତ୍ସବ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଗତକାଲି ପ୍ୟାରିସ ଅଲମ୍ପିକ୍ସରେ ଭାରତ ପୁରୁଷ ଦଳର ବ୍ରୋଞ୍ ପଦକ ହାସଲ ପରେ ମୁଖ୍ୟମନ୍ତ୍ରୀ ଆଜି କଳିଙ୍ଗ ଷ୍ଟାଡିୟମରେ ହକି କ୍ରୀଡାବିତ୍ ମାନଙ୍କ ସହିତ ଭାରତର ବିଜୟ ଉତ୍ସବ ପାଳିଛନ୍ତି। କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଉଚ୍ଚ ପଦାଧିକାରୀ ମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ।

ବାଜା ଓ ବାଣ ସହିତ ମୁଖ୍ୟମନ୍ତ୍ରୀଙ୍କ ସହିତ ତାଳ ଦେଇ ଶହ ଶହ ପିଲା ଜୟ ଜଗନ୍ନାଥ ଧ୍ବନିରେ ଷ୍ଟାଡିୟମକୁ ପ୍ରକମ୍ପିତ କରିଥିଲେ। ମୁଖ୍ୟମନ୍ତ୍ରୀ କେକ କାଟି ପିଲା ମାନଙ୍କୁ ଖୋଇ ଦେଇ ଉତ୍ସବ ମନାଇ ଥିଲେ।

ସୂଚନା ଯୋଗ୍ୟ ଯେ ଗତକାଲି ଭାରତୀୟ ଦଳର ବ୍ରୋଞ୍ଜ ବିଜୟ ପରେ ମୁଖ୍ୟମନ୍ତ୍ରୀ ଫୋନ ଯୋଗେ ଖେଳାଳୀ ମାନଙ୍କ ସହିତ କଥା ହୋଇ ଅଭିନନ୍ଦନ ଜଣାଇ ଥିଲେ। ପ୍ରତ୍ୟେକ ଖେଳାଳୀ ମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ପ୍ରତ୍ୟେକ ସହାୟକ କର୍ମଚାରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ଓଡ଼ିଆ ଖେଳାଳୀ ଅମିତ ରୋହୀଦାସଙ୍କ ପାଇଁ ସ୍ବତନ୍ତ୍ର ଭାବେ ୪ କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିଲେ।

ଆଜି ଏହି ବିଜୟ ଉତ୍ସବ ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ” ଆଜିର ଏ କାଂସ୍ୟ ପଦକ, ଦୃଢ଼ନିଷ୍ଠ-ସ୍ବର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଏକ ଆହ୍ୱାନ।”

ସେ ପୁଣି କହିଥିଲେ ଯେ ଗତକାଲି ଆମ ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ରଚିଲା ଇତିହାସ। ଅଲମ୍ପିକ୍ସ ରେ ଭାରତ ର ଚମତ୍କାର ପ୍ରଦର୍ଶନ ରେ ବିଶ୍ୱବାସୀ ହେଲେ ଅଭିଭୂତ। ସମଗ୍ର ଓଡ଼ିଶା ତରଫ ରୁ ମୁଁ ଭାରତୀୟ ହକି ଦଳ ର ପ୍ରତ୍ୟେକ ଖେଳାଳିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି।

ସେମାନେ ରାଜ୍ୟ ତଥା ଦେଶ କୁ ଗର୍ବିତ କରିଛନ୍ତି ଏବଂ ଲକ୍ଷ ଲକ୍ଷ ଯୁବ କ୍ରୀଡ଼ାବିତ ମାନଙ୍କୁ ପ୍ରେରଣା ଦେଇଛନ୍ତି । ଓଡ଼ିଆ ହକି ତାରକା ଅମିତ ରୋହିଦାସ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ଭାରତୀୟ ହକି ରେ ଯାହାଙ୍କ ଅବଦାନ ସମସ୍ତଙ୍କ ପାଇଁ ଏକ ଆଦର୍ଶ ଏବଂ ପ୍ରେରଣା ର ଉତ୍ସ ।

ବିଶ୍ୱମଞ୍ଚ ରେ ଭାରତୀୟ ହକି ଦଳ ର ସଫଳତା ଏବଂ କ୍ରମାଗତ ବିଜୟ ସେମାନଙ୍କ ଦୃଢ଼ ନିଷ୍ଠା ଏବଂ ଅକ୍ଲାନ୍ତ ପରିଶ୍ରମ ର ପ୍ରମାଣ ପ୍ରଦାନ କରିଛି। ଆମ ଭାରତୀୟ ହକି ଦଳ କୁ ସମସ୍ତ ପ୍ରକାର ର ସାହାଯ୍ୟ ସହଯୋଗ ଯୋଗାଇ ଦେବାରେ ଓଡ଼ିଶା ସରକାର ତତ୍ପର ଏବଂ ପ୍ରତିଶ୍ରୁତିବଦ୍ଧ।

ଆମେ ଆମର ଖେଳାଳିମାନଙ୍କ ପାଇଁ ସବୁବେଳେ ଛିଡ଼ା ହେବା ସହ ସେମାନଙ୍କୁ ତୃଣମୂଳସ୍ତରରୁ ବିଶ୍ଵମଞ୍ଚକୁ ଯିବାରେ ସାହାଯ୍ୟ କରିବୁ। ଆମ ସରକାର ଆଗକୁ ଆସି ଏହା ସୁନିଶ୍ଚିତ କରାଇବେ ଯେ ଆମ ରାଜ୍ୟର ଖେଳାଳି ମାନେ ରାଜ୍ୟ ତଥା ଦେଶ ପାଇଁ ଜାତୀୟ ଓ ଆନ୍ତର୍ଜାତିକ ସ୍ତର ରେ ସୁନାମ ଆଣିବେ।

ମୁଁ ଆପଣମାନଙ୍କ ମଧ୍ୟରେ ଦେଖିପାରୁଛି ଜଣେ ଜଣେ ଅମିତ ରୋହିଦାସ, ଦୀପ୍ ଗ୍ରେସ୍ ଏକ୍କା, ଲଜାରୁସ୍ ବାର୍ଲା, ଦିଲ୍ଲୀପ ତିର୍କୀ। ସେଦିନ ଆଉ ଦୂର ନାହିଁ ଯେବେ ଏଇଠି ବସିଥିବା ପିଲାମାନଙ୍କ ମଧ୍ୟରୁ ଜଣେ ଭାରତୀୟ ହକି ଦଳ ର ଅଧିନାୟକ ବା ଅଧିନାୟିକା ହୋଇ ବାହାରିବେ; ବିଶ୍ଵମଞ୍ଚ ରେ ଭାରତ ପାଇଁ ପଦକ ଜିତିବେ ଏବଂ ଚମତ୍କାର ପ୍ରଦର୍ଶନ ବଳରେ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିବେ।

“ଯେତେ ବାଧାବିଘ୍ନ ଆସୁ ଆମେ ଯଦି ଅଟଳ ରହିବା ତାହେଲେ ବିଜୟ ଆମର ହିଁ ହେବ – ଭାରତୀୟ ହକି ଦଳ ଏହାର ଏକ ଜ୍ୱଳନ୍ତ ଉଦାହରଣ।” ଆଗାମୀ ଭବିଷ୍ୟତ ପାଇଁ ମୁଁ ଆପଣମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । “

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ଗୌରବ ଆଣିଛନ୍ତି। ସ୍ପେନକୁ ଭାରତ ୨-୧ ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି। ଏହି ଖବର ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଟିମକୁ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କ ସହିତ ଫୋନରେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି।

ଫୋନରେ ନବୀନ କହିଛନ୍ତି ଯେ, ଆପଣମାନଙ୍କୁ ବହୁତ ବହୁତ ଅଭିନନ୍ଦନ। ଆପଣମାନେ ଭାରତ ପାଇଁ ବିଶେଷ କରି ଓଡିଶା ପାଇଁ ଗର୍ବ ଆଣିଛନ୍ତି। ଏହାର ଉତ୍ତରରେ ଓଡିଆ ହକି ଖେଳାଳୀ ଅମିତ ରୋହଦାସ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ ଯେ, ଆପଣ ହକିକୁ ପ୍ରାୟୋଜିତ କରିଥିବାରୁ ଆପଣଙ୍କୁ ମଧ୍ୟ ଧନ୍ୟବାଦ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଓଡିଆ ହକି ଖେଳାଳୀ ଅମିତ ରୋହିଦାସଙ୍କୁ ଦେଢ କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ନବୀନ

ଭୁବନେଶ୍ବର: ଏସୀୟ କ୍ରୀଡାରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଓଡିଆ ଖେଳାଳୀ ଅମିତ ରୋହିତ ଦାସ। ସେଥିପାଇଁ ଭାରତ ହାସଲ କରିପାରିଛି ସ୍ବର୍ଣ୍ଣ। ଏହି ଖୁସିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମିତଙ୍କୁ ଦେଢ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଅମିତ ରୋହିଦାସଙ୍କୁ ଅଶେଷ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନକୁ ପ୍ରଶଂସା କରିବା ସହ ତାଙ୍କୁ କେବଳ ଓଡିଶା ନୁହେଁ ସମଗ୍ର ଭାରତରେ ଯୁବକମାନଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ।

ସେ କହିଛନ୍ତି, “ଅମିତ ରୋହିଦାସଙ୍କ ଉଲ୍ଲେଖନୀୟ ସଫଳତା ପ୍ରଶଂସନୀୟ। ସେ ଆମ ରାଜ୍ୟ ରାଜ୍ୟର ତଥା ବାହାର ଖେଳାଳୀଙ୍କ ପାଇଁ ଆଶା ଏବଂ ଗର୍ବର ପ୍ରତୀକ ପାଲଟିଛନ୍ତି। ତାଙ୍କର ଏହି ସଫଳତା ପାଇଁ ମୁଁ ଗର୍ବିତ।”

ଓଡିଶାର ସୁନ୍ଦରଗଡର ହକି ସମୃଦ୍ଧ ଅଞ୍ଚଳର ମାଟିର ପୁତ୍ର ଅମିତ ରୋହିଦାସ ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ଗର୍ବର ସହିତ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ଅର୍ଜନ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ରାଜ୍ୟ ଖବର

ସ୍ବର୍ଣ୍ଣ ଜିତିବା ପରେ ଭାରତୀୟ ହକି ଖେଳାଳୀଙ୍କ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏସୀୟ କ୍ରୀଡାରେ ଭାରତୀୟ ହକି ଦଳ ସ୍ବର୍ଣ୍ଣ ଜିତିବା ପରେ ଚାରିଆଡେ ଖୁସିର ଲହରି ଖେଳିଯାଇଛି। ତେବେ ଏଥିରେ ଅଧିକ ଖୁସି ହୋଇଛି ଓଡିଶା। କାରଣ ଓଡିଶା ହେଉଛି ଭାରତୀୟ ହକି ର ପ୍ରାୟୋଜକ। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକଟ କରିବା ସହିତ ଖେଳାଳୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୁରସ୍କାର ନେବା ପରେ ମୁଖ୍ୟମନ୍ତ୍ରୀ ଖେଳାଳୀଙ୍କ ସହିତ ଫୋନରେ କଥା ହୋଇ ଏହି ଅଭିନନ୍ଦନ ଜଣାଇଛନ୍ତି।

ତେବେ ଏହି ଖୁସିରେ ମୁଖ୍ୟମନ୍ତ୍ରୀ ଖେଳାଳୀ ତଥା ସହାୟକଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ପ୍ରତି ଖେଳାଳୀ ଏବଂ ସହାୟକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ। ଭାରତୀୟ ଖେଳାଳୀ ଏହି ଏସୀୟ କ୍ରୀଡାରେ ଜିତିବା ସହିତ ଅଲମ୍ପିକ୍ସରେ ଭାଗ ନେବା ପାଇଁ ମଧ୍ୟ ମନୋନିତ ହୋଇଛନ୍ତି।

Categories
Hockey Worldcup23 ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

Hockey World Cup: ଓଡିଶାରେ ପହଁଚିଲେ ହକି ଇଣ୍ଡିଆ ଖେଳାଳୀ

Hockey World Cup: ଆଜି ଓଡିଶାରେ ପହଁଚିଛନ୍ତି ହକି ଇଣ୍ଡିଆ ଟିମ। ସେମାନେ ଭୁବନେଶ୍ବରରେ ପହଁଚିବା ପରେ ତାଙ୍କୁ ଓଡିଶା ହକି ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ ସେମାନେ  ଅପରାହ୍ନ ୩ଟା ୫ରେ ଭୁବନେଶ୍ବରରୁ ବାହାରି ଅପରାହ୍ନ ୪ଟା ୧୦ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଥିଲେ।

ଏହାପରେ ଏକ ସ୍ବତନ୍ତ୍ର ବସ ଯୋଗେ ସଡ଼କ ପଥରେ ସେମାନେ ରାଉରକେଲା ଯାତ୍ରା କରିଥିଲେ। ଝାରସୁଗୁଡ଼ା-ରାଉରକେଲା ଗସ୍ତ ସମୟରେ ରାସ୍ତାରେ ସେମାନଙ୍କୁ ଦେଖିବା ପାଇଁ ହକି ପ୍ରେମାଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି ଟିମ ସନ୍ଧ୍ୟା ପ୍ରାୟ ୬ଟା ୪୦ ମିନିଟ୍‌ରେ ରାଉରକେଲାରେ ପହଞ୍ଚିଥିଲେ। ଆସନ୍ତାକାଲି ସେମାନେ ଅଭ୍ୟାସ କରିବେ। ଜାନୁୟାରୀ ୧୩ ତାରିଖରୁ ହକି ମହାକୁମ୍ଭ ଆରମ୍ଭ ହେବ।

Categories
Hockey Worldcup23 ଖେଳ ଜାତୀୟ ଖବର ବିଶେଷ ଖବର

ଭୁବନେଶ୍ୱର-ରାଉରକେଲାରେ ହକି ବିଶ୍ୱ କପ୍‌: ଟ୍ରଫି ଅନାବରଣ କଲେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ବର: ‘ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ ୨୦୨୩ ଭୁବନେଶ୍ୱର-ରାଉରକେଲା’ର ଟ୍ରଫି ଆଜି ନୂଆଦିଲ୍ଲୀରେ ପହଞ୍ଚିଛି। ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ହକି ପ୍ରଶଂସକଙ୍କ ସମ୍ମୁଖରେ ବିଶ୍ୱକପ୍‌ ଟ୍ରଫିକୁ ଅନାବରଣ କରିଥିଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର। ଏହି ଅବସରରେ ୧୯୭୫ ବିଶ୍ୱକପ ବିଜେତା ହକି ଦଳର ସଦସ୍ୟ ଅଜିତ ପାଲ ସିଂ, ଅଶୋକ ଧ୍ୟାନଚାନ୍ଦ, ବ୍ରିଗେଡିୟର ଏଚଜେଏସ ଚିମନୀ, ପୂର୍ବତନ ଅଲିମ୍ପିୟାନ ହରବିନ୍ଦର ସିଂ, ପଦ୍ମଶ୍ରୀ ଜାଫର ଇକବାଲ, ବିନିତ କୁମାର (ଦିଲ୍ଲୀ ହକି ଉପସଭାପତି) ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ଠାକୁର କହିଥିଲେ ଯେ ଭାରତର ବିଭିନ୍ନ ସହରକୁ ବିଶ୍ୱକପ ହକିର ଟ୍ରଫି ନିଆଯିବା ଦ୍ବାରା ‘ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ ୨୦୨୩ ଭୁବନେଶ୍ୱର-ରାଉରକେଲା’ର ପ୍ରଚାରପ୍ରସାର ହୋଇପାରିବ। ବିଶ୍ୱକପ ଟ୍ରଫି ଓଡ଼ିଶା, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ପଞ୍ଜାବ ଆଦି ସହର ବୁଲିବା ପରେ ଏବେ ଦିଲ୍ଲୀରେ ଆସି ପହଞ୍ଚିଛି। କିମ୍ବଦନ୍ତୀ ହକି ଖେଳାଳୀ ଓ ପ୍ରଶଂସକମାନଙ୍କ ଉପସ୍ଥିତିରେ ବିଶ୍ୱକପ ଟ୍ରଫି ଅନାବରଣ କରାଯିବା ଫଳରେ ଏହି କ୍ରୀଡ଼ାର ପ୍ରଚାରପ୍ରସାରରେ ସହାୟକ ହୋଇପାରିବ। ଶ୍ରୀ ଠାକୁର କହିଥିଲେ, ଅଲିମ୍ପିକ୍ସ ପରେ ବିଶ୍ୱକପ ହକି ଆଉ ଏକ ବଡ଼ କ୍ରୀଡ଼ା ପ୍ରତିଯୋଗିତା, ଏଫଆଇଏଚ ଓଡ଼ିଶା ହକି ବିଶ୍ୱକପକୁ ପ୍ରୋତ୍ସାହନ ଦେବା ଦିଗରେ ଆମେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଉଛୁ।

ପୂର୍ବତନ ହକି ଖେଳାଳୀ ଅଶୋକ ଧ୍ୟାନ ଚାନ୍ଦ ବିଶ୍ୱକପ ଟ୍ରଫି ଟୁର୍‌ ପାଇଁ ହକି ଇଣ୍ଡିଆକୁ ପ୍ରଶଂସା କରିଥିଲେ। ଏହା ଆଗାମୀ ବିଶ୍ୱକପର ପ୍ରଚାରପ୍ରସାର ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ଜାନୁଆରୀ ୧୩, ୨୦୨୩ ଠାରୁ ‘ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ ୨୦୨୩ ଭୁବନେଶ୍ୱର-ରାଉରକେଲା’ ଆରମ୍ଭ ହେଉଛି। ୨୯ ଜାନୁଆରୀ ୨୦୨୩ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ବିଶ୍ୱକପ ଟ୍ରଫି ଦେଶର ୧୩ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶ ବୁଲିବା ପରେ ଡିସେମ୍ବର ୨୫ ତାରିଖରେ ଓଡ଼ିଶାରେ ପହଞ୍ଚିବ। ଗତ ଡିସେମ୍ବର ୫ ତାରିଖ ଠାରୁ ଦେଶବ୍ୟାପୀ ହକି ବିଶ୍ୱକପ ଟ୍ରଫି ଟୁର ଆରମ୍ଭ ହୋଇଥିଲା। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ। ପରେ ଏହି ଟ୍ରଫି ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ନୂଆଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ ଓ ଛତିଶଗଡ଼ ବୁଲୁଛି।

Categories
Hockey Worldcup23 ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ବିଶ୍ବକପ ହକି ପ୍ରତିଯୋଗୀତା ଦେଖିବା ପାଇଁ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବକପ ହକି ପ୍ରତିଯୋଗୀତା ଦେଖିବା ପାଇଁ ଆଜି ଟିକେଟ କିଣିଛନ୍ତି। ଆଜି ନବୀନ ନିବାସରେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ତାଙ୍କୁ ଏକ ଟିକେଟ ପ୍ରଦାନ କରିଛନ୍ତି। ଏହି ଟିକେଟ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଟିକେଟ ମୂଲ୍ୟ ମଧ୍ୟ ଦିଲ୍ଲୀପଙ୍କୁ ପ୍ରଦାନ କରିଛନ୍ତି।

ଆସନ୍ତା ବର୍ଷ ଜାନୁୟାରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ହକି ବିଶ୍ବକପ୍‌ ଭୁବନେଶ୍ବର ଓ ରାଉରକେଲାଠାରେ ଅନୁଷ୍ଠିତ ହେବ। ଏଥିରେ ବିଶ୍ବର ୧୬ଟି ଦଳ ଅଂଶଗ୍ରହଣ କରିବେ। ଭୁବନେଶ୍ବରରେ ୨୪ଟି ଓ ରାଉରକେଲାରେ ୨୦ଟି ମ୍ୟାଚ ଖେଳାଯିବ। ଏ ନେଇ ଉଭୟ ରାଉରକେଲା ଏବଂ ଭୁବନେଶ୍ବର ଷ୍ଟାଣ୍ଡିୟମକୁ ଚକାଚକ କରାଯାଉଛି।

Categories
Hockey Worldcup23 ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

BIG NEWS: ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହେଲେ ଦିଲ୍ଲୀପ ତିର୍କୀ

ଭୁବନେଶ୍ୱର: ଶେଷରେ ହକି ଇଣ୍ଡିଆ ସଭାପତି ହୋଇଛନ୍ତି ଓଡ଼ିଆ ପୁଅ। ଆନ୍ତର୍ଜାତୟ ହକି ତାରକା ଦିଲ୍ଲୀପ ତିର୍କୀ ହୋଇଛନ୍ତି ସଭାପତି। ପୂର୍ବତନ ଭାରତୀୟ ହକି କ୍ୟାପେଟନ ଦିଲ୍ଲୀପ ତିର୍କୀ। ଆସନ୍ତା ଅକ୍ଟୋବର ୧ତାରିଖରେ ହକି ଇଣ୍ଡିଆ ସଭାପତି ନିର୍ବାଚନ ହେବାକୁ ଥିଲା। ହେଲେ ଦିଲ୍ଲୀପ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ଦିଲ୍ଲୀପଙ୍କ ସମେତ ଅନ୍ୟ ଦୁଇ ଜଣ ମଧ୍ୟ ହକି ଇଣ୍ଡିଆ ସଭାପତି ନେଇ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଥିବାବେଳେ ଅନ୍ୟ ଦୁଇ ଜଣ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ । ଫଳରେ ଦିଲ୍ଲୀପ ତିର୍କୀ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି ।

ଏହାପରେ ପ୍ରତିକ୍ରିୟା ଦେଇ ଦିଲ୍ଲୀପ କହିଛନ୍ତି ଭାରତୀୟ ହକିକୁ ଶୀର୍ଷ ସ୍ତରରେ ପହଁଚାଇବା ମୋର ଲକ୍ଷ୍ୟ । ତେଣୁ ଯଥା ସମ୍ଭବ ଦଳକୁ ଆଗକୁ ନେବାକୁ ପ୍ରୟାସ କରିବି। ଦିଲ୍ଲୀପ ତିର୍କୀ ବର୍ତମାନ ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି। ଦିଲ୍ଲୀପ ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଓଡିଶା କ୍ରୀଡାପ୍ରେମୀଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ହକି କ୍ୟାପଟେନ ଦିଲ୍ଲୀପ ତିର୍କୀ

ଭୁବନେଶ୍ବର: ଆଜି ହକି ଇଣ୍ଡିଆର ସଭାପତି ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଆନ୍ତର୍ଜାତୀୟ ହକି ଖେଳାଳୀ ତଥା ପୂର୍ବତନ କ୍ୟାପେଟନ ଦିଲ୍ଲୀପ ତିର୍କୀ। ସେ ଏ ନେଇ ନିଜ ସାମାଜିକ ଗଣମାଧ୍ୟମରେ ଦିଲ୍ଲୀପ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆପଣମାନଙ୍କ ଆର୍ଶିବାଦରେ ମୁଁ ଆଜି ହକି ଇଣ୍ଡିଆ ସଭାପତି ପାଇଁ ପ୍ରାର୍ଥୀପତ୍ର ଦାଖଲ କଲି। ହକି ଇଣ୍ଡିଆକୁ ଏକ ନୂଆ ସ୍ତରକୁ ନେବା ପାଇଁ ଚେଷ୍ଠା କରିବି।

ଦିଲ୍ଲୀପ ତିର୍କ ହକି ଇଣ୍ଡିଆର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ସେ ଅନେକ ଆନ୍ତର୍ଜାତୀୟ ମ୍ୟାଚରେ ଅନେକ ରେକର୍ଡ କରିଛନ୍ତି। ଏଥିସହିତ ସେ ଭାରତୀୟ ହକି ଦଳର କ୍ୟାପେଟନ ଭାବେ ମଧ୍ୟ ବେଶ ସଫଳତା ହାସଲ କରିଛନ୍ତି। ହକି ଖେଳରେ ତାଙ୍କର ଦୀର୍ଘ 15 ବର୍ଷର ଅଭିଜ୍ଞତା ରହିଛି। ସେ ହିଁ ଏହି ପଦବୀ ପାଇଁ ଉପଯୁକ୍ତ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

Categories
Hockey Worldcup23 ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାଜିଲା ବିଶ୍ବ କପ ହକି ମହାସମର ବିଗୁଲ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଖେଳସୂଚୀ, ପୁଲ-ଡି ରେ ଆୟୋଜକ ଭାରତ

ଭୁବନେଶ୍ବର: ଆଜି ବାଜିଛି ବିଶ୍ବ କପ ହକି ମହାସମରର ବିଗୁଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆନୁଷ୍ଠାନିକ ଭାବେ ଏହି ମହାସମରର ଘୋଷଣା କରିଛନ୍ତି।ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ମୁଖ୍ୟମନ୍ତ୍ରୀ  ଖେଳସୂଚୀ ଘୋଷଣା କରାଯାଇଛି। ୨୦୨୩ରେ ହେବାକୁ ଥିବା ଏହି ମହାସମରରେ ମୋଟ୍ ୪ଟି ପୁଲରେ ୧୬ଟିମ୍ ଭାଗ ନେବେ।

ତେବେ ପୁଲ୍-ଡିରେ ଭାରତ ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଘୋଷଣା କରିଛନ୍ତି। ପୁଲ୍-ଡିରେ ଭାରତ ସହ ଇଂଲଣ୍ଡ, ସ୍ପେନ୍, ୱେଲ୍ସ ବି ସାମିଲ ହୋଇଛନ୍ତି। ଏହାପରେ ଅନ୍ୟ ପୁଲର ଟିମ୍ ନେଇ ଘୋଷଣା କରାଯାଇଛି। ସେହି ଘୋଷଣା ଅନୁଯାୟୀ ଯେଉଁ ଦେଶ ରହିଛି ତାହା ହେଲା..

ପୁଲ୍-ଏ:  ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି

ପୁଲ୍-ବି: ବେଲଜିଅମ୍, ଜର୍ମାନୀ, କୋରିଆ, ଜାପାନ ସାମିଲ ହୋଇଛନ୍ତି।

ପୁଲ୍-ସି: ନେଦରଲାଣ୍ଡସ୍, ନ୍ୟୁଜିଲାଣ୍ଡ, ମାଲେସିଆ, ଚିଲୀ ରହିଛନ୍ତି

ପୁଲ-ଡି: ଭାରତ, ଇଂଲଣ୍ଡ, ସ୍ପେନ, ୱାଲସ ସ୍ଥାନ ପାଇଛନ୍ତି

୨୦୨୩ ଜାନୁଆରି ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଉଭୟ ରାଉରକେଲାସ୍ଥିତ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ ଓ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏହି ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ,  ବିଶ୍ୱର ଶ୍ରେଷ୍ଠ ହକି ଦଳ ଏବଂ ଖେଳାଳିଙ୍କୁ ସ୍ୱାଗତ କରି ଆମେ ସର୍ବଦା ଗର୍ବିତ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନେକ ଚମତ୍କାର କ୍ରୀଡା କାହାଣୀ ଲେଖା ହୋଇସାରିଛି। ଏପରି କ୍ଷେତ୍ରରେ ବର୍ତ୍ତମାନ ବିଶ୍ୱକୁ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ  ଆମନ୍ତ୍ରଣ କରୁଛୁ। ଏହି ନୂତନ ଷ୍ଟାଡିୟମ୍ ହକି ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତାର ଆଉ ଏକ ପ୍ରମାଣ।

ଆୟୋଜିତ କାର୍ଯ୍ୟକ୍ରମରେ ହକି ଇଣ୍ଡିଆ ସଦସ୍ୟ ଜାଫର ଇକବାଲଙ୍କ ଉଦବୋଧନ ଦେଇ କହିଛନ୍ତି, “ହକି ପ୍ରେମୀଙ୍କ ପାଇଁ ଆଜି ଏକ ବଡ଼ ଦିନ। ଓଡିଶା ଦ୍ଵିତୀୟ ଥର ପାଇଁ ହକି ବିଶ୍ୱକପ ଆୟୋଜନ କରୁଛି, ଯାହା ଗର୍ବର ବିଷୟ। ଏଥିପାଇଁ ସେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେହିଭଳି ହକି ଇଣ୍ଡିଆ ସିଓଏ ଡକ୍ଟର ଏସ. ୱାଇ କୁରେସୀ କହିଛନ୍ତି ଯେ,ଭାରତୀୟ ହକିକୁ ନୂଆ ରୂପ ଦେବାରେ ଓଡିଶାର ଉଦ୍ୟମ ପ୍ରଶଂସନୀୟ।” ଏହାସହ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, “ହକି ଆୟୋଜନ କରି ଓଡ଼ିଶା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଓଡିଶାର ୨ଟି ସ୍ଥାନରେ ବିଶ୍ୱକପ ଖେଳାଯିବାକୁ ଥିବାରୁ ଏହା ଗର୍ବର ବିଷୟ।

ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫ୍ଆଇଏଚ୍) କାର୍ଯ୍ୟକାରୀ ସଭାପତି ସୈଫ୍ ଅହମ୍ମଦ, ହକି ପ୍ରମୋସନ କାଉନସିଲ ଅଫ୍ ଓଡ଼ିଶାର ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ, ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି. କେ ପାଣ୍ଡିଆନ, କ୍ରୀଡ଼ା ଓ ଯୁବ ସେବା ସଚିବ ଭିନୀଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଖେଳ ବିଶେଷ ଖବର ରାଜ୍ୟ ଖବର

BREAKING: ଭାରତୀୟ ହକି ପାଇଁ ଆହୁରି 10 ବର୍ଷ ପ୍ରାୟୋଜକ ହେବ ଓଡିଶା, ନବୀନଙ୍କ ଘୋଷଣା

ଭୁବନେଶ୍ୱର:  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଲିମ୍ପିକ୍ ହକି ହିରୋମାନଙ୍କ ପାଇଁ ଅନୁଷ୍ଠିତ ଏକ ସମାରୋହରେ ଟୋକିଓ ଅଲିମ୍ପିକ୍ସରେ ନିଜର ଚମତ୍କାର ପ୍ରଦର୍ଶନ ସହିତ ଇତିହାସ ରଚନା କରିଥିବା ଭାରତୀୟ ଜାତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କର ସଫଳତା ଏବଂ ବିଶ୍ବର ଶ୍ରେଷ୍ଠ ଦଳ ହେବାର ସମ୍ଭାବନାକୁ ସ୍ୱୀକୃତି ଦେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଓଡିଶା ଆଉ 10 ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକି ଦଳକୁ ପ୍ରାୟୋଜିତ କରିବ।

ଫଳରେ ଓଡିଶା 2033 ପର୍ଯ୍ୟନ୍ତ ଏହାର ପ୍ରାୟୋଜକ ରହିବ। ବର୍ତ୍ତମାନର ଚୁକ୍ତି ଅନୁସାରେ ଓଡିଶା 2023 ପର୍ଯ୍ୟନ୍ତ ପ୍ରାୟୋଜକ ଥିଲା। ହେଲେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହାର ସମୟସୀମା ଆହୁରି ବୃଦ୍ଧି ଘଟିଲା। ଏହାକୁ ନେଇ ଭୁବନେଶ୍ବରରେ ଉପସ୍ଥିତ ଥିବା ଉଭୟ ମହିଳା ଓ ପୁରୁଷ ହକି ଖେଳାଳୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଥିଲା। ଏପରିକି ହକି ଇଣ୍ଡିଆର ଆୟୋଜକମାନେ ମଧ୍ୟ ନବୀନଙ୍କ ଏହି ଘୋଷଣାକୁ ସ୍ବାଗତ କରିଥିଲେ।

ଆଜି ଭୁବନେଶ୍ବରର ଲୋକସେବା ଭବନ ପ୍ରେକ୍ଷାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ହକି ଖେଳାଳୀଙ୍କୁ ଅଭିନନ୍ଦନ କରିଥିଲେ। ମୁଖ୍ୟମନ୍ତ୍ରୀ କ୍ୟାପଟେନ ରାନୀ ରାମପାଲ ଏବଂ ମହିଳା ଦଳକୁ ଅଭିନନ୍ଦନ ଜଣାଇବା ସହ କ୍ୟାପଟେନ, ମନପ୍ରୀତ ସିଂ ଏବଂ ପୁରୁଷ ଦଳକୁ ମଧ୍ୟ ବ୍ରୋଞ୍ଜ ମେଡାଲ ଭାରତ ପାଇଁ ଏକ ସୁନାଠାରୁ କମ୍ ନୁହେଁ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରତ୍ୟେକ ଖେଳାଳିଙ୍କୁ 10 ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ସହାୟତା କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ 5 ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ସମ୍ମାନ ଏବଂ କୃତଜ୍ଞତାର ଏକ ଟୋକନ୍ ଭାବରେ, ପ୍ରତ୍ୟେକ ଦଳ ଖେଳାଳିଙ୍କ ଦ୍ୱାରା ଅଟୋଗ୍ରାଫ୍ ହୋଇଥିବା ଏକ ଫ୍ରେମ୍ ହୋଇଥିବା ଜର୍ସିକୁ ହକି ଇଣ୍ଡିଆ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦିଆଯାଇଥିଲା।

ଏହି ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଟୋକିଓରେ ତୁମର ଅକ୍ଲାନ୍ତ ​​ସଂଗ୍ରାମ ଦ୍ୱାରା ତୁମେ ଆମ ସମସ୍ତଙ୍କୁ ଗର୍ବିତ କରିଛ।  ଭାରତୀୟ ହକିର ପୁନର୍ଜୀବନ ପାଇବା ସହ ଭାରତ ପାଇଁ ଏହା ଗଭୀର ଭାବପ୍ରବଣ ମୁହୂର୍ତ୍ତ ଥିଲା।

ପ୍ରାୟ ଚାରି ଦଶନ୍ଧି ଧରି ହକି ପ୍ରଶଂସକମାନେ ଅଲିମ୍ପିକ୍ସରେ ଭାରତ ପଦକ ହାସଲ କରୁ ବୋଲି ଆଗ୍ରହ ସହ ଅପେକ୍ଷା କରିଥିଲେ।  ହକି ଦଳର ମ୍ୟାଚ୍ ଦେଖିବା ପାଇଁ ସମଗ୍ର ଦେଶ ଯେପରି ସିଧାପ୍ରସାରଣ ଦେଖିଥିଲେ ସେଥିରୁ ସ୍ପଷ୍ଟ ଯେ ବିଭିନ୍ନ  କ୍ରୀଡା ମଧ୍ୟରେ ହକିରେ କିଛି ଅଧିକ ସ୍ବତନ୍ତ୍ରତା ଅଛି।

କୋଭିଡ ମହାମାରୀର ସଙ୍କଟ ସମୟରେ ଦଳ କୋଟି କୋଟି ଭାରତୀୟଙ୍କ ମୁହଁରେ ହସ ଆଣିଛି। ନବୀନ କହିଛନ୍ତି, ଆମେ ଓଡିଶାରେ ଆନନ୍ଦିତ ଯେ ହକି ଇଣ୍ଡିଆ ସହ ଆମର ସହଭାଗିତା ଦେଶ ପାଇଁ ଏହି ମହତ୍ ସଫଳତା ହାସଲ କରିଛି।  ମୁଁ ବିଶ୍ୱାସ କରେ, ଓଡିଶା ଏବଂ ହକି ଓତଃପ୍ରାତ ଭାବେ ଜଡିତ ରହିଛି।

ଆମେ ହକି ଇଣ୍ଡିଆ ସହିତ ଆମର ସହଭାଗିତା ସବୁବେଳେ ଜାରି ରଖିବୁ। ଆଉ 10 ବର୍ଷ ପାଇଁ ଓଡିଶା ଭାରତୀୟ ହକି ଦଳକୁ ସମର୍ଥନ କରିବ।  ଏହା ଭାରତୀୟ ହକିର ଏକ ନୂତନ ଯୁଗର ପ୍ରଚାର କରିବ ଏବଂ ଦେଶର ଗୌରବ ଫେରାଇ ଆଣିବ ବୋଲି ନବୀନ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରେ ପହଁଚିବେ ଉଭୟ ମହିଳା ଓ ପୁରୁଷ ହକି ଦଳ, ନବୀନ କରିବେ ସମ୍ବର୍ଦ୍ଧନା

ଭୁବନେଶ୍ୱର, ଟୋକିଓ ଅଲମ୍ପିକ୍ସରେ ଖେଳିଥିବା ଉଭୟ ପୁରୁଷ ଓ ମହିଳା ହକି ଦଳ ଆଜି ଓଡିଶା ଆସିବେ।  ଅପରାହ୍ନ ୧୧ଟା୧୦ରେ  ଭୁବନେଶ୍ୱର ବିମାନ ବନ୍ଦରରେ ଦଳର ସମସ୍ତ ସଦସ୍ୟ ପହଁଛିବେ। ବିମନ ବନ୍ଦରରେ ସମସ୍ତଙ୍କୁ ଓଡିଶା ସରକରାଙ୍କ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା କରାଯିବ। ବିମାନ ବନ୍ଦରରୁ ସେମାନଙ୍କୁ ୨ଟି ସ୍ୱତନ୍ତ୍ର ବସରେ ହୋଟେଲ ସାଣ୍ଡି ଟାୱାରକୁ ନିଆଯିବ।

କୋଭିଡ କଟକଣା ଯୋଗୁଁ ସମସ୍ତଙ୍କର  ଆରଟିପିସିଆର ଟେଷ୍ଟ କରାଯିବ ବୋଲି ଜଣାପଡିଛି। ସେଠାରେ ମଧ୍ୟାହ୍ନଭୋଜନ ପରେ ଖେଳାଳିମାନେ ବିଶ୍ରାମ ନେବେ। ଏହାପରେ ୩ଟାରୁ ୩ଟା୩୦ ପର୍ଯ୍ୟନ୍ତ ପ୍ରେସମିଟର ଆୟୋଜନ କରାଯିବ।

୪ଟା୨୫ରେ ଖେଳାଳି ଏବଂ ସମ୍ମାନିତ ବ୍ୟକ୍ତିମାନେ କଳିଙ୍ଗ ଷ୍ଟାଡିୟମକୁ ଯିବେ । ସନ୍ଧ୍ୟା ୫ଟା ୫ଟା୩୦ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଖେଳାଳିମାନଙ୍କ ଫଟୋଶୁଟ କରାଯିବ । ୬ ଟା ୩୦ରେ ଲୋକସେବା ଭବନରେ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହେବ । ଶେଷରେ ରାତ୍ର ୮ଟାରେ ହକି ଷ୍ଟାଡିୟମରେ ନୈଶ୍ୟ ଭୋଜିର ଆୟୋଜନ କରାଯିବ।

ଓଡିଶା ଭାରତୀୟ ହକି ଟିମର ପ୍ରାୟୋଜକ ରହିଛି । ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ ପରେ ସମସ୍ତଙ୍କୁ ଓଡିଶା ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମନ୍ତ୍ରଣ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହକି ଷ୍ଟିକ୍ ଧରି ବିରୋଧୀଙ୍କ ମୁହଁ ଉପରକୁ ବଲ ଫୋପାଡି ଦେଲେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ

ଭୁବନେଶ୍ବର,  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କରନ୍ତି ତାହା ବିରୋଧୀ ବୁଝିବା ଭାରି କଷ୍ଟକର ବ୍ୟାପାର। ବିଭିନ୍ନ ସମୟରେ ସେ ଏପରି ମାଷ୍ଟର ଷ୍ଟ୍ରୋକ ମାରୁଛନ୍ତି ଯେ, ବିରୋଧୀ ପୁରା ବାଟବଣା। ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ଜଳକା ହୋଇ ଅନେଇ ରହିବାକୁ ବାଧ୍ୟ ହେଉଛନ୍ତି। ପ୍ରକୃତରେ ନବୀନ ପଟ୍ଟନାୟକ କଣ ଖେଳୁଛନ୍ତି, କିପରି ଖେଳୁଛନ୍ତି ତାହା ବିରୋଧୀ ଖୋଜି ଧରିପାରୁ ନାହାଁନ୍ତି।

ବର୍ତ୍ତମାନ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳର ସଫଳତା ପ୍ରସଂଗକୁ ଯିବା। ଟୋକିଓ ମାଟିରେ ଭାରତୀୟ ହକିଦଳ ଯେଉଁ ସଫଳତା ପାଇଲେ ତାହା ନିଶ୍ଚିତ ଗର୍ବର ବିଷୟ। ସେଥିପାଇଁ ସାରା ଦେଶର ଲୋକେ ହକି ଇଣ୍ଡିଆ ଟିମକୁ ପ୍ରଶଂସା କରିବାରେ ଲାଗିଛନ୍ତି। ତେବେ ଏହି ପ୍ରଶଂସା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଡି ହୋଇଯାଇଛନ୍ତି। କାରଣ ହେଲା ସାହାରା ଗ୍ରୁପ ଯେତେବେଳେ ହକି ଇଣ୍ଡିଆର ପ୍ରାୟୋଜକରୁ ଓହରି ଗଲା, ସେତେବେଳେ ନବୀନ ପଟ୍ଟନାୟକ ଏହାର ସାହାରା ସାଜିଥିଲେ।

ହକି ଇଣ୍ଡିଆର ପ୍ରାୟୋଜକ ସାଜି ସେତେବେଳେ ନବୀନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରାୟ ଏକଶହ କୋଟି ଏଥିରେ ବ୍ୟୟ କରାଯିବ ବୋଲି ଘୋଷଣା କରାଯାଇଥିଲା। ସେତେବେଳେ ବିରୋଧୀ ଏହାକୁ ନେଇ ବିଭିନ୍ନ କୁତ୍ସାରଟନା କରିଥିଲେ। ସେମାନଙ୍କ ଭକ୍ତମାନେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଭର୍ଚ୍ଛନା କରିବାରେ ଲାଗିଥିଲେ। ଏହି ଟଙ୍କା ଓଡିଶାର ଗରିବ ଲୋକଙ୍କ ଉନ୍ନତିରେ ବିନିଯୋଗ କରାଯାଉ ବୋଲି ମତ ଦେଇଥିଲେ। ଏତେ ଟଙ୍କା ହକି ଇଣ୍ଡିଆ ପଛରେ ଖର୍ଚ୍ଚ କଲେ ଓଡିଶାର କଣ ଲାଭ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଥିଲେ।

ସେହିପରି ଓଡିଶାରେ ବିଶ୍ବ କପ ହକି ଚମ୍ପିୟାନସିପ ଆୟୋଜନକୁ ନେଇ ମଧ୍ୟ ବିରୋଧୀ ଦଳ ବେଶ ସମାଲୋଚନା କରିଥିଲେ। ଶାହାରୁଖ ଖାନ, ସଲମନ ଖାନଙ୍କ ପଛରେ ଏତେ ଟଙ୍କା କଣ ପାଇଁ ଖର୍ଚ୍ଚ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ସେତେବେଳେ ବିରୋଧୀ ସେହି ସମାଲୋଚନାକୁ ବ୍ୟକ୍ତିଗତ ସ୍ତରକୁ ମଧ୍ୟ ନେଇ ଯାଇଥିଲେ। ହେଲେ ସାରା ବିଶ୍ବରୁ ଆସିଥିବା ହକି ଖେଳାଳୀ ରାଜ୍ୟର ଏହି ଆୟୋଜନକୁ ପ୍ରଶଂସା କରିବା ଦ୍ବାରା ବିରୋଧୀଙ୍କ ପାଟି ବନ୍ଦ ହୋଇ ଯାଇଥିଲା।

ସେଥିପାଇଁ କୁହାଯିବ ଯେ, ନବୀନ ପଟ୍ଟନାୟକ ଯେଉଁ ଖେଳ ଖେଳୁଛନ୍ତି ତାହା ବିରୋଧୀ ଦଳ ଜାଣିବା କଷ୍ଟକର ବ୍ୟାପାର। ଯାହା ହକି ଇଣ୍ଡିଆର ପ୍ରାୟୋଜକ ସାଜିବାର ପ୍ରମାଣ ଏବେ ବିରୋଧୀଙ୍କୁ ମିଳିଲା। 2018 ମସିହାର ନବୀନଙ୍କ ଏହି ନିଷ୍ପତି ଆଜି ସାରା ବିଶ୍ବରେ ପ୍ରଶଂସା ସାଉଁଟିବାରେ ଲାଗିଛି। ଯାହା ଓଡିଶାର ପାଇଁ ଏକ ଗର୍ବର ବିଷୟ। ଭବିଷ୍ୟତରେ ଏହି ନିଷ୍ପତି ନୀବନଙ୍କୁ ଆହୁରି ସଫଳତା ଦେବାର ମଧ୍ୟ ସମ୍ଭାବନା ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟୋକିଓ ଅଲମ୍ପିକ୍ସରେ ପୁରୁଷ ହକି ଟିମ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ହିଁ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ

ନୂଆଜିଲ୍ଲୀ, ଆମ ପୁରୁଷ ହକି ଟିମ ଟୋକିଓ ଅଲମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କଲେ ଓ ତାହା ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଗାମୀ ମ୍ୟାଚ ଓ ଭବିଷ୍ୟତର ପ୍ରୟାସ ପାଇଁ ସେ ଟିମକୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଜିତିବା ଓ ହାରିବା ଜୀବନର ଅଂଶ । ଆମ ପୁରୁଷ ହକି ଟିମ ଟୋକିଓରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କଲେ ଓ ତାହା ହିଁ ଗୁରୁତ୍ୱପୂର୍ଣ୍ଣ । ଆଗାମୀ ମ୍ୟାଚ ଓ ସେମାନଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଟିମକୁ ଶୁଭେଚ୍ଛା ଜଣାଉଛି । ଆମ ଖେଳାଳିମାନଙ୍କ ପାଇଁ ଭାରତ ଗର୍ବିତ ।”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର ସ୍ବାସ୍ଥ୍ୟ

ଫାଇଭ-ଟି ସଚିବ ଭିକେ ପାଣ୍ଡିୟାନଙ୍କୁ ଏଫଆଇଏଚ ପ୍ରେସିଡେନ୍ସ ଆୱାର୍ଡ

ଭୁବନେଶ୍ବର: ଫାଇଭ-ଟି ସଚିବ ଭିକେ ପାଣ୍ଡିୟାନଙ୍କୁ ପ୍ରେସିଡେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି। ଇଣ୍ଟରନ୍ୟାସନାଲ ହକି ଫେଡେରେସନ ପକ୍ଷରୁ ଶ୍ରୀ ପାଣ୍ଡିୟାନଙ୍କୁ ଏହି ଆୱାର୍ଡ ମିଳିଛି। ହକି କ୍ରିଡା ବିକାଶ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି। ତେବେ ହକି ଇଣ୍ଡିଆ ଏନେଇ ଶ୍ରୀ ପାଣ୍ଡିୟାନଙ୍କୁ ଅଭିନନ୍ଦନ ଜଣାଇଛି।