Categories
ଆଜିର ଖବର ଜାତୀୟ ଖବର

୧୮ ତାରିଖରୁ ଶ୍ରୀମନ୍ଦିରର ପ୍ରବେଶ ଉପରେ ସାମାନ୍ୟ କଟକଣା: ଜାଣନ୍ତୁ କ’ଣ ରହିଛି ନୂଆ ବ୍ୟବସ୍ଥା?

ଭୁବନେଶ୍ଵର: କାର୍ତ୍ତିକ ମାସରେ ଶ୍ରଦ୍ଧାଳୁ ତଥା ହବିଷ୍ୟ ବ୍ରତଧାରୀଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏକ ବଡ ନିଷ୍ପତ୍ତି ନେଇଛି। ଆସନ୍ତା ୧୮ ତାରିଖରୁ ଶ୍ରୀମନ୍ଦିରର ପ୍ରବେଶ ଉପରେ ସାମାନ୍ୟ କଟକଣା ଲାଗୁ କରାଯାଇଛି। ଶ୍ରଦ୍ଧାଳୁମାନଙ୍କୁ କେବଳ ସିଂହଦ୍ଵାରା ଏବଂ ପଶ୍ଚିମ ଦ୍ଵାରାରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ। କେବଳ ସିଂହଦ୍ଵାର ବ୍ୟତୀତ ଅନ୍ୟ ୩ ଟି ଦ୍ଵାରରେ ଶ୍ରଦ୍ଧାଳୁମାନଙ୍କୁ ପ୍ରସ୍ଥାନ ପାଇଁ ଅନୁମତି ଦିଆଯାଇଛି। ସିଂହଦ୍ଵାରରେ ପ୍ରସ୍ଥାନ  ସଂପୂର୍ଣ୍ଣ ବାରଣ କରାଯାଇଛି। କିନ୍ତୁ ଏହି ବ୍ୟବସ୍ଥା ଶ୍ରୀମନ୍ଦିର ସେବକ ଏବଂ ସେବକ ପରିବାର ସଦସ୍ୟ ପାଇଁ ପ୍ରଯୁଜ୍ୟ ନୁହେଁ। ଏନେଇ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢି ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି।

Image