Categories
ଆଜିର ଖବର ରାଜ୍ୟ ଖବର

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଚାଳକ ମୃତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ସହର ମାଣିକ ନଗର ଛକରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଅଭିମନ୍ୟୁ ପୃଷ୍ଟି ନାମକ ଜଣେ ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ଧକ୍କା ଦେଇ ଗାଡ଼ି ଚମ୍ପଟ୍ ମାରିଛି। କିନ୍ତୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିକଟରେ ଲାଗିଥିବା ବିଭିନ୍ନ ସିସିଟିଭି କ୍ୟାମେରା ଫୁଟେଜ କୁ ଆଧାର କରି ଅନୁସନ୍ଧାନ ଚଳାଇଛି। ତଥାପି ଦୁର୍ଘଟଣାର କିଛି ଦୁରରୁ ବାଲେଶ୍ବର ପରିବହନ ବିଭାଗ ରେଜିଷ୍ଟ୍ରେସନ ଏକ ନଂ ପ୍ଲେଟ ପୋଲିସକୁ ମିଳିଛି।

ଏହି ଆଧାରରେ ପୋଲିସ ମାମଲା ନଂ ୧୦୦/୨୫ ମକଦ୍ଦମା ରୁଜୁ କରି ଛାନବିନ୍ ଚଳାଇବା ସହ ମୃତ ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାସ୍ତା ଦୁର୍ଘଟଣାରେ ଯୁବକ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ସହର ଆର୍ ଏମ୍ ସି ଛକ ରାସ୍ତା ମଝି ଡିଭାଇଡର୍ କୁ ଧକ୍କା ଦେଇ ଆକାଶ ବେହେରା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ଆହତ ଯୁବକ ହିଞ୍ଜିଳିକାଟୁରୁ ବ୍ରହ୍ମପୁର ଅଭିମୁଖେ ଓଡି ୦୭ ଏ ଏମ୍ ୩୪୫୪ ବିଶିଷ୍ଟ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ଉକ୍ତ ଛକର ଡିଭାଇଡର୍ କୁ ଧକ୍କା ଦେଇ ରାସ୍ତାକଡ଼ ପାଚେରୀ ଘୋଷାରି ହୋଇ ଗୁରୁତର ଆହତ ହୋଇ ତଳେ ପଡ଼ିଥିବା ବେଳେ ଉପସ୍ଥିତ କିଛି ଲୋକ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଆକାଶକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲ କୁ ଉଦ୍ଧାର କରି ଗୁରୁତର ଆକାଶର ମନ୍ତବ୍ୟ ଗ୍ରହଣ କରିଛନ୍ତି। ସୁଚନା ଅନୁଯାୟୀ ଦୁର୍ଘଟଣା ପୁର୍ବରୁ ଆକାଶ ଦୁଇଟି ଗାଡ଼ିକୁ ଧକ୍କା ଦେଇଥିଲେ ଏବଂ ଏଠାରେ ପୁଣି ଦୁର୍ଘଟଣାର ସମ୍ମୁଖିନ ହେବା ସହ ଗୁରୁତର ଆହତ ହୋଇଥିଲେ।