Categories
ଆଜିର ଖବର ଖେଳ ଜାତୀୟ ଖବର

ଷ୍ଟୁଆର୍ଟ ବିନି ଏବଂ ୟୁସୁଫ ପଠାନଙ୍କ ଧୂଆଁଧାର ପାଳି: ଦକ୍ଷିଣ ଆଫ୍ରିକାକୁ ୨୧୮ ରନ୍ ର ଟାର୍ଗେଟ ଦେଲା ଇଣ୍ଡିଆ

ନୂଆଦିଲ୍ଲୀ: ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ୍ ୨୦୨୨ ରେ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଇଣ୍ଡିଆ ଲିଜେଣ୍ଡ୍ସ ଏବଂ ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଇଣ୍ଡିଆ ଲିଜେଣ୍ଡ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୧୭ ରନ୍ ସ୍କୋର କରିଥିଲା। ଭାରତ ପାଇଁ ଷ୍ଟୁଆର୍ଟ ବିନି ୪୨ ଟି ବଲରେ ୮୨ ରନ୍‌ ଏବଂ ୟୁସୁଫ ପଠାନ୧୫ ଟି ବଲରେ ୩୫ ରନର ଧୂଆଁଧାର ପାଳି ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ବିନି ପାଞ୍ଚଟି ଚୌକା ଓ ୬ ଛକା ମାରିଥିବା ବେଳେ ୟୁସୁଫ ପଠାନ ଚାରିଟି ଛକା ଓ ଗୋଟିଏ ଚୌକା ମାରି ଦକ୍ଷିଣ ଆଫ୍ରିକା ଦଳକୁ ଏହି ମ୍ୟାଚ ଜିତିବା ପାଇଁ ୨୧୮ ରନ୍ ର ଲକ୍ଷ୍ୟ ଦେଇଥିଲେ।

ଇଣ୍ଡିଆ ଲିଜେଣ୍ଡ୍ସ ଅଧିନାୟକ ସଚିନ ତେନ୍ଦୁଲକର ଟସ୍ ଜିତି କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ୍ ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ବିପକ୍ଷରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ବାହାରିଥିବା ଇଣ୍ଡିଆ ଲିଜେଣ୍ଡ୍ସର ଆରମ୍ଭ ଆଶ୍ଚର୍ଯ୍ୟଜନକ ଥିଲା। ଏବଂ ପ୍ରଥମ ୱିକେଟ୍ ପାଇଁ ନମନ୍ ଓଝା ଏବଂ ସଚିନ୍ ତେନ୍ଦୁଲକର ୪୬ ରନ୍ ଭାଗିଦାରୀ କରିଥିଲେ। ଏହା ପରେ ଇଣ୍ଡିଆ ଲିଜେଣ୍ଡ୍ସ ଅଧିନାୟକ ସଚିନ ତେନ୍ଦୁଲକର ଆଉଟ ହୋଇଯାଇଥିଲା। ଏଥି ସହିତ ଦଳର ଦ୍ୱିତୀୟ ୱିକେଟ୍ ମଧ୍ୟ ୫୨ ରନ୍ ସ୍କୋରରେ ନମନ ଓଝାଙ୍କ ୱିକେଟ ଚାଲିଯାଇଥିଲା।

ଏଥିସହିତ ରାଇନା ଏବଂ ଷ୍ଟୁଆର୍ଟ ବିନି ଇନିଂସକୁ ସମ୍ଭାଳି ୬୧ ରନର ଭାଗିଦାରୀ ଖେଳି ଦଳର ସ୍କୋରକୁ ୧୦୦ ରୁ ଅଧିକ ରନ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ୨୨ ବଲରେ ୩୩ ରନ୍ ସ୍କୋର କରିବା ପରେ ରାଇନା ଆଉଟ ହୋଇଯାଇଥିଲା। ସେପଟେ ଯୁବରଜ ସିଂହଙ୍କ ବ୍ୟାଟ କାମ କରିନଥିଲା। ଯୁବରାଜ ୮ ଟି ବଲରେ ମାତ୍ର ୬ ରନ କରି ପ୍ୟାଭିଲିୟନ ଫେରିଥିଲେ। କିନ୍ତୁ ଯୁବରାଜଙ୍କ ପରେ ୟୁସୁଫ ପଠାନ ଆସି ଷ୍ଟୁଆର୍ଟ ବିନିଙ୍କ ସହ ଦମଦାର ପାଳି ଖେଳିଥିଲେ। ଯାହାପରେ ଦଳର ସ୍କୋରକୁ ୨୧୭ ରନ ପର୍ଯ୍ୟନ୍ତ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍: ଏସିଆ ଲାୟନ୍ସ ବିରୋଧରେ ବିସ୍ପୋରକ ପାଳି ଖେଳିଲେ ୟୁସୁଫ ପଠାନ, ଜିତିଲା ଇଣ୍ଡିଆ 

ନୂଆଦିଲ୍ଲୀ: ଓମାନରେ ଆଜି (ଜାନୁୟାରୀ ୨୦ ତାରିଖ) ଖେଳା ଯାଉଥିବା ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ସିରିଜର ଉଦଘାଟନୀ ମ୍ଯାଚରେ ଇଣ୍ଡିଆ ମହାରାଜଜ ଏବଂ ଏସିଆ ଲାୟନ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଏସିଆ ଲାୟନ୍ସ କୁ ହରାଇ ଇଣ୍ଡିଆ ମହାରାଜାଜ ବିଜୟ ଲାଭ କରିଛି।

ଏସିଆ ଲାୟନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୫ ରନ ସ୍କୋର କରିଥିଲା। ଏସିଆ ଲାୟନ୍ସ ପକ୍ଷରୁ ଉପୁଲ ଥରଙ୍ଗା ସର୍ବାଧିକ ୪୬ ବଲରେ ୬୬ ରନ କରିଥିବା ବେଳେ ଅଧିନାୟକ ମିସବାହା-ଉଲ୍-ହକ ୩୦ ବଲରେ ୪୪ ରନ, କାମରନ ଆକମଲ ୧୭ ବଲରେ ୨୫ ରନ, ମହମ୍ମଦ ହଫୀଜ ୧୩ ବଲରେ ୧୬ ରନ ସଂଗ୍ରହ କରିଥିଲେ।

ସେହିଭଳି ତିଳକରତ୍ନେ ଦିଲସାନ ମାତ୍ର ୫ ରନ କରିଥିବା ବେଳେ ମହମ୍ମଦ ୟୁସୁଫ ୧ ରନ, ଅଜାହର ମେହମୁଦ ୮ ରନ ଏବଂ ଉମାର ଗୁଲ ୪ ରନ ସଂଗ୍ରହ କରିଥିଲେ। ଇଣ୍ଡିଆ ମହାରାଜାଜ ପକ୍ଷରୁ ଗୋନୀ ସର୍ବାଧିକ ୩ ଟି ୱିକେଟ ନେଇଥିବା ବେଳେ ଇରଫାନ ପଠାନ ୪ ଓଭରରେ ୨୨ ରନ ଦେଇ ୨ ଟି ୱିକେଟ, ଷ୍ଟୁଆର୍ଟ ବିନି ୪ ଓଭରରେ ୪୧ ରନ ଦେଇ ୧ ଟି ଏବଂ ମୁନାଫା ପଟେଲ ୪ ଓଭରରେ ୨୫ ରନ ଦେଇ ୧ ୱିକେଟ ଅକ୍ତିଆର କରିଥିଲେ।

ତେବେ ଏସିଆ ଲାୟନ୍ସର ୧୭୫ ରନର ଲକ୍ଷ୍ୟକୁ ପୂରଣ କରିବା ପାଇଁ ଇଣ୍ଡିଆ ମହାରାଜାଜ ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ପ୍ରଥମ ୩ ଟି ୱିକେଟ ଶସ୍ତାରେ ଆଉଟ ହୋଇଥିଲେ। ଓପନର ନମନ ଓଝା ୧୯ ବଲରେ ୨୦ ରନ କରିଥିବା ବେଳେ ଷ୍ଟୁଆର୍ଟ ବିନି ୧୦ ରନ ଏବଂ ଏସ ବଦ୍ରିନାଥ କୌଣସି ରନ କରି ଆଉଟ ହୋଇଥିଲେ। ପ୍ରଥମରୁ ଇଣ୍ଡିଆ ମହାରାଜାଜ ୩ ଟି ୱିକେଟ ହରାଇ ଅସୁବିଧାରେ ଥିବା ବେଳେ ଅଧିନାୟକ ମହମ୍ମଦ କୈଫ ଏବଂ ୟୁସୁଫ ପଠାନଙ୍କ ଯୋଡି ଦଳକୁ ବିଜୟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୟୁସୁଫ ବିସ୍ପୋରକ ବ୍ୟାଟିଂ କରି ମାତ୍ର ୪୦ ଟି ବଲରେ ୮୦ ରନ ଖେଳି ରନଆଉଟ ହୋଇଯାଇଥିଲେ। କିନ୍ତୁ ତାଙ୍କ ପରେ ତାଙ୍କ ଭାଇ ଇରଫାନ ପଠାନ ବ୍ୟାଟିଂ କରିବାକୁ ଆସିଥିଲେ। ଇରଫାନ ମାତ୍ର ୧୦ ଟି ବଲରେ ୨୧ ରନ ସଂଗ୍ରହ କରିଥିବା ବେଳେ ଅଧିନାୟକ କୈଫ ୩୭ ବଲରେ ୪୨ ରନ ସଂଗ୍ରହ କରିଥିଲେ। ଉଭୟ ଶେଷ ପର୍ଯ୍ୟନ୍ତ ରହି ଦଳକୁ ବିଜୟ କରିଥିଲେ।

ଏସିଆ ଲାୟନ୍ସ ପକ୍ଷରୁ ସଫଳ ବୋଲର ଭାବେ ସୋଏବ ଅଖତର ୪ ଓଭର ବୋଲିଂ କରି ୨୧ ରନ ଦେଇ ୧ ଟି ୱିକେଟ ଅକ୍ତିଆର କରିଥିବା ବେଳେ ଉମରା ଗୁଲ ୨ ଓଭର ବୋଲିଂ କରି ୩୦ ରନ ଦେଇ ୧ ଟି ୱିକେଟ ନେଇଥିଲେ।

ସୂଚନାଯୋଗ୍ୟ ଯେ, ଓମାନରେ ଆଜି ଠାରୁ ଲିଜେଣ୍ଡସ୍ ଲିଗ୍ ଆରମ୍ଭ ହେଉଛି। ଅବସରପ୍ରାପ୍ତ ଖେଳାଳିଙ୍କ ତିନୋଟି ଦଳ ଏହି ଲିଗରେ ଅଂଶଗ୍ରହଣ କରୁଛନ୍ତି।  ଯେଉଁଥିରେ ଫାଇନାଲ୍ ସହିତ ମୋଟ ୭ ଟି ମ୍ୟାଚ୍ ଖେଳାଯିବ। ଏହି ଲିଗରେ ଥିବା ଭାରତୀୟ ଦଳକୁ ଭାରତ ମହାରାଜାଜ ଏବଂ ବିରେନ୍ଦ୍ର ସେହୱାଗଙ୍କୁ ଏହି ଦଳର ଅଧିନାୟକ କରାଯାଇଛି। ଭାରତ ମହାରାଜାଜ ବ୍ୟତୀତ ଏସିଆ ଲାୟନ୍ସ ଏବଂ ୱାର୍ଲ୍ଡ ଜଏଣ୍ଟସ୍ ଦଳ ଏଥିରେ ଅଂଶଗ୍ରହଣ କରୁଛନ୍ତି।

ଏହି ଲିଗରେ କ୍ରିକେଟ୍ ପ୍ରଶଂସକମାନେ ସେମାନଙ୍କର ପୁରୁଣା ପ୍ରିୟ ଖେଳାଳୀମାନଙ୍କୁ ପୁଣି ଥରେ ପଡ଼ିଆରେ ଦେଖିପାରିବେ। ଭାରତର ମହାରାଜାଜରେ ସେହୱାଗଙ୍କ ସହ ଭାରତର ଷ୍ଟାର ଖେଳାଳି ଥିବା ଯୁବରାଜ ସିଂ ଏବଂ ହରଭଜନ ସିଂ ମଧ୍ୟ ଏହି ଲିଗରେ ସ୍ଥାନ ପାଇବେ। ଏଥି ସହିତ ପାକିସ୍ତାନର ଅଧିକାଂଶ ଅବସରପ୍ରାପ୍ତ ଖେଳାଳିଙ୍କୁ ଏସିଆ ଲାୟନ୍ସରେ ଅନ୍ତର୍ଭୁକ୍ତ କରାଯାଇଛି।

ଓମାନରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ରାତିରେ ଖେଳାଯିବ। ଭାରତୀୟ ସମୟ ରାତି ୮ ଟାରୁ ମ୍ୟାଚ୍ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଇଣ୍ଡିଆ ମହାରାଜାଜ ଏବଂ ଏସିଆ ଲାୟନ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ସୋନି ସ୍ପୋର୍ଟସ୍ ନେଟୱାର୍କର ଚ୍ୟାନେଲରେ ସିଧା ପ୍ରସାରଣ ହେବ।

କିମ୍ବଦନ୍ତୀ କ୍ରିକେଟ୍ ଲିଗ୍ ତିନୋଟି ଦଳ ଅଛି:

ଇଣ୍ଡିଆ ମହାରାଜାଜ: ବିରେନ୍ଦର ସେହୱାଗ, ହରଭଜନ ସିଂ, ଯୁବରାଜ ସିଂ, ଇରଫାନ ପଠାନ, ୟୁସୁଫ ପଠାନ, ଏସ ବଦ୍ରିନାଥ, ଆରପି ସିଂ, ପ୍ରଜ୍ଞା ଓଝା, ନମନ୍ ଓଝା, ମନପ୍ରୀତ ଗୋନି, ହେମାଙ୍ଗ ବାଦାନି, ଭେନୁଗୋପାଲ ରାଓ, ମୁନାଫ ପଟେଲ, ସଞ୍ଜୟ ବାଙ୍ଗର, ନୟନ ମୋଙ୍ଗିଆ, ଅମିତ ଭଣ୍ଡାରୀ।

ଏସିଆ ଲାୟନ୍ସ: ଶୋଏବ ଅଖତର, ସହିଦ ଆଫ୍ରିଦି, ସନଥ ଜୟସୁରିୟା, ମୁଥିୟା ମୁରଲୀଧରନ୍, ଚାମିଣ୍ଡା ଭାସ୍, ମିସବାହା-ଉଲ୍-ହକ, ମହମ୍ମଦ ହାଫିଜ, ତିଲକରତ୍ନ ଦିଲଶାନ, ଉମର ଗୁଲ, ଅସଗର ଆଫଗାନ, ଉପୁଲ ଥରଙ୍ଗା, କାମରାନ ଅକମାଲ, ମହମ୍ମଦ ୟୁସୁଫ, ଅଜହର ମେହମୁଦ, ନୁୱାନ କୁଳସେକରା, ରମେଶ କାଲୁବିତାରଣା।

ୱାର୍ଲ୍ଡ ଜଏଣ୍ଟସ୍: ଡାରେନ୍ ସାମି, ଡାନିଏଲ୍ ଭେଟୋରି, ବ୍ରେଟ୍ ଲି, ଜଣ୍ଟି ରୋଡସ୍, କେଭିନ୍ ପିଟରସେନ, ଇମ୍ରାନ ତାହିର, ଓଭେଶ ଶାହା, ହର୍ସେଲ ଗିବ୍ସ,, ଏଲବି ମର୍କେଲ, ମୋର୍ନେ ମର୍କେଲ, କୋରୀ ଆଣ୍ଡରସନ, ମୋଣ୍ଟି ପାନେସର, ବ୍ରାଡ ହାଡିନ, କେଭିନ ଓ’ବ୍ରାଇଏନ, ବ୍ରାଣ୍ଡାନ ଟେଲର।