Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚନ୍ଦନଯାତ୍ରା ନୀତିନିର୍ଘଣ୍ଟ ଚୂଡାନ୍ତ

ପୁରୀ: ନୀଳାଦ୍ରି ଭକ୍ତ ନିବାଶ ଠାରେ ଶୁକ୍ରବାର ଅପରାହ୍ନରେ ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚଳିତବର୍ଷର ଚନ୍ଦନଯାତ୍ରା ନୀତିନିର୍ଘଣ୍ଟ ଚୂଡାନ୍ତ କରାଯାଇଥିଲା। ଏଥି ସହ ଅକ୍ଷୟ ତୃତୀୟ, ନୀଳାଦ୍ରି ମହୋଦୟ, ନୃସିଂହ ଜନ୍ମ ଓ ଶ୍ରୀକ୍ଷେତ୍ର ଭଉଁରୀ ତିଥି ପାଇଁ ମଧ୍ୟ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଛତିଶା ନିଯୋଗ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି।

ବୈଠକରେ ଗତବର୍ଷ ବାହାର ଚନ୍ଦନଯାତ୍ରାର ଭଉଁରୀ ଦିନ ଘଟିଥିବା ବାଣ ଵିଷ୍ପୋରଣରେ ମୃତ୍ୟୁ ନେଇ ଚଳିତବର୍ଷ ବାଣ ଫୁଟାଇବା ଉପରେ ରୋକ ଲଗାଯାଇଅଛି। ଏ ନେଇ ଚଳିତ ବର୍ଷ ଚନ୍ଦନ ଯାତ୍ରାରେ ଭକ୍ତ ଓ ସେବକଙ୍କ ପାଇଁ ସ୍ୱତନ୍ତ୍ର ହେଲଥ୍ ଇନସୁରାନ୍ସ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଥିଲା। ଏଥି ସହ ନରେନ୍ଦ୍ର ପୁଷ୍କରିଣୀ ବାହାରେ ଦୁଇଟି ଫାଷ୍ଟ ଏଡ୍ ସେଣ୍ଟର ମଧ୍ୟ ରଖାଯିବ।

ଅନ୍ୟ ପକ୍ଷରେ ଶ୍ରୀମନ୍ଦିରର ନୂତନ ପରିଚାଳନା କମିଟି ଗଠନ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢୀ ମତ ରଖିଛନ୍ତି।ସେହିପରି ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟ ରେ ପହଁଚିଥିବା ବେଳେ ଭଣ୍ଡାର ଘର ଚଟାଣ କାର୍ଯ୍ୟ ଜାରି ରହିଅଛି। ତେବେ ଭିତର ଭଣ୍ଡାର ଘରର ଦ୍ୱାର ସୁନା ଛାଉଣୀ ଓ ବାହାର ଭଣ୍ଡାର ଘରର ଦ୍ୱାରକୁ ରୁପା ଛାଉଣୀ କରା ଯିବା ନେଇ ଯୋଜନା ରହିଥିବା ମୁଖ୍ୟ ପ୍ରଶାସକ ସୂଚନା ପ୍ରଦାନ କରିଛନ୍ତି।

ସେହିପରି ଗତ ଶିକ୍ଷା ବର୍ଷରେ ସେବକ ପରିବାରର କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭଲ ମାର୍କ ରଖିଥିବା ହେତୁ ସେବାୟତ ପରିବାରର ୫ ଜଣ ଛାତ୍ର ଓ ୫ ଜଣ ଛାତ୍ରୀଙ୍କୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବା ବେଳେ ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୩ ଜଣ କୃତି ଛାତ୍ରଛାତ୍ରୀଙ୍କୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା।

Categories
ଧର୍ମ ବିଶେଷ ଖବର

ବାସ୍ତୁ ଶାସ୍ତ୍ର ଅନୁସାରେ ଅକ୍ଷୟ ତୃତୀୟା ଦିନ କରନ୍ତୁ ଏହି କାମ, ଆପଣଙ୍କ ଜୀବନରେ ଆସିବ ବଡ ପରିବର୍ତ୍ତନ

ଭୁବନେଶ୍ବର, ଅକ୍ଷୟ ତୃତୀୟା ଏଥର 14 ମଇ 2021, ଶୁକ୍ରବାର ଦିନ ପାଳନ କରାଯାଉଛି। ତେବେ କେତେକ ସ୍ଥାନରେ ଏହା 15 ମଇରେ ମଧ୍ୟ ପାଳନ କରାଯାଉଛି। ଏହି ଦିନ କୌଣସି ଶୁଭ କାମ କରିବାକୁ ପଞ୍ଚାଗ୍ ଦେଖିବାର ଆବଶ୍ୟକତା ନାହିଁ ।ସବୁ ପ୍ରକାରର ଶୁଭ କାର୍ଯ୍ୟ ଆରମ୍ଭ କରାଯାଇପାରିବ।

ତେବେ ଅକ୍ଷୟ ତୃତୀୟା ଦିନ କିଛି ବାସ୍ତୁ ପ୍ରତିକାର ମଧ୍ୟ କରାଯାଇଥାଏ । ଯାହା ଫଳରେ ଘରେ ସବୁବେଳେ ସୁଖଶାନ୍ତି ରହିବା ସହିତ ଧନପ୍ରାପ୍ତିର ସମ୍ଭାବନା ସୃଷ୍ଟି ହୋଇଥାଏ। ଜାଣନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ପବିତ୍ର ଦିନରେ କଣ କରିବା ଉଚିତ..

  1. ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଅକ୍ଷୟ ତୃତୀୟା ଦିନ, ଆପଣ ନିଜ ଘର କିମ୍ବା ଦୋକାନରେ ଟଙ୍କା ରଖିବା ପାଇଁ ଉତ୍ତର ଏବଂ ପୂର୍ବ ଦିଗକୁ ବାଛନ୍ତୁ । ଧନକୁ ଏହି ଦିଗରେ ରଖିବା ଅର୍ଥନୈତିକ ଅଭିବୃଦ୍ଧିରେ ବାଧା ଦେବ ନାହିଁ ।
  2. ଅକ୍ଷୟ ତୃତୀୟା ଦିନ ଘରେ କିଛି ପରିବର୍ତ୍ତନ କରନ୍ତୁ । ଆପଣ ଏହି ଦିନ ଉତ୍ତର ଦିଗରେ ଏକ ଦର୍ପଣ ରଖିନ୍ତୁ । ଏହି ଦିଗରେ ଦର୍ପଣ ରଖିଲେ ଘରେ ସକରାତ୍ମକ ଶକ୍ତିର ବୃଦ୍ଧି ପାଇଥାଏ । ଯାହା ଆୟ ଏବଂ ଧନ ବୃଦ୍ଧିରେ ପରିଣତ ହୁଏ ।
  3. ଯଦି ଆପଣଙ୍କ ଘରେ ଟ୍ୟାପରୁ ପାଣି ଝରୁଛି ତେବେ ତୁରନ୍ତ ଅକ୍ଷୟ ତୃତୀୟା ଦିନ ଏହାକୁ ଠିକ୍ କରନ୍ତୁ । ବାସ୍ତୁ ଶାସ୍ତ୍ର କହିବା ଅନୁସାରେ, ଟ୍ୟାପରୁ ପାଣି ଝରିବା ପରି ଆପଣଙ୍କ ଟଙ୍କା ମଧ୍ୟ ଏହି ଭାବରେ ପ୍ରବାହିତ ହେବ । ତେଣୁ ଆପଣଙ୍କ ଘରେ ଥିବା ସମସ୍ତ ଟ୍ୟାପ୍ ସଠିକ୍ କରନ୍ତୁ । ଘରେ ଲଗାତାର ଜଳ ପ୍ରବାହ ଅପ୍ରୀତିକର ବୋଲି ବିବେଚନା କରାଯାଏ ।
  4. ଅକ୍ଷୟ ତୃତୀୟା ଦିନ, ଘରେ ଆପଣ ଯେକୌଣସି ବ୍ୟବସାୟ ସମ୍ବନ୍ଧୀୟ କିମ୍ବା କାର୍ଯ୍ୟ କରୁଥିବା ସମ୍ବନ୍ଧୀୟ ଚିତ୍ର ରଖନ୍ତୁ । ଏହା ଆପଣଙ୍କ ବ୍ୟବସାୟକୁ ବଢାଇଥାଏ ଏବଂ ଆପଣଙ୍କ କାର୍ଯ୍ୟକୁ ପ୍ରୋତ୍ସାହିତ କରିଥାଏ । ଆପଣ ବ୍ୟବସାୟ ସହିତ ଜଡିତ ବିଶ୍ବ ପ୍ରସିଦ୍ଧ ବ୍ୟକ୍ତିଙ୍କ ଚିତ୍ର ଆପଣ ସଠିକ୍ ସ୍ଥାନରେ ସଠିକ୍ ଦିଗରେ ରଖି ପାରିବେ ।
  5. ଏହି ଦିନ, ଆପଣ ମାଟି ପାତ୍ରରେ ଏକ ତରଭୁଜ ରଖି ଜଣେ ଭିକାରୀଙ୍କୁ ଦାନ କରନ୍ତୁ। ଏଥିସହିତ ଏକ ଟଙ୍କିକିଆ ମୁଦ୍ରା ମଧ୍ୟ ତାଙ୍କୁ ଦାନ କରନ୍ତୁ।