Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ସ୍ବାଧୀନତା ଦିବସ ପତାକା ଉତ୍ତୋଳନ ତାଲିକା, ଜାଣନ୍ତୁ କିଏ କେଉଁଠି

ଭୁବନେଶ୍ବର: ଆଜି ରାଜ୍ୟ ସରକାର ପ୍ରକାଶ କରିଛନ୍ତି ସ୍ବାଧୀନତା ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବା ତାଲିକା। ପୂର୍ବପରି ରାଜ୍ୟ ସ୍ତରୀୟ ପତାକା ଉତ୍ତୋଳନ ଭୁବନେଶ୍ବରରେ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଗ ନେଇ ପତାକା ଉତ୍ତୋଳନ କରିବେ।

ସେହିପରି କଟକରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପତାକା ଉତ୍ତୋଳନ କରିବେ। ସ୍ବାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରୀ ପୁରୀରେ, ଜଗନ୍ନାଥ ସାରକା କନ୍ଧମାଳରେ ଏବଂ ବରଗଡରେ ପ୍ରମିଳା ମଲ୍ଲିକ ପତ୍ତାକା ଉତ୍ତୋଳନ କରିବେ।

ତେବେ ବାରୋଟି ସ୍ଥାନରେ ଆରଡିସି ଏବଂ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ଶନିବାର ଦିନ ସଟ୍‌ଡାଉନ୍‌ କୋହଳ, ଜାଣନ୍ତୁ କେଉଁଠାରେ ଲାଗୁ ହେଲା ଏହି ନିୟମ

ଭୁବନେଶ୍ବର :  କରୋନାକୁ ଦୃଷ୍ଟିରେ ରଖି ଗଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି ଓ ରାଉରକେଲାରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିଛି । ତେବେ ­­ଅଗଷ୍ଟ 15ତାରିଖ ଦିନ କିଛି ଘଣ୍ଟା ପାଇଁ କୋହଳ ରହିବ ସପ୍ତାହାନ୍ତ ସଟ୍‌ଡାଉନ୍‌ । ଅଗଷ୍ଟ 15 ତାରିଖ ଦିନ 11ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ କଟକଣା କୋହଳ ରହିବ ବୋଲି ସୂଚନା ରହିଛି । ଅଗଷ୍ଟ 15 ତାରିଖ ଅର୍ଥାତ୍‌ ସ୍ବାଧୀନତା ଦିବସ ପାଇଁ ଏହି କଟକଣାରେ କୋହଳ କରାଯାଇଛି ।  ନିଜ ଅଞ୍ଚଳରେ ପତାକା ଉତ୍ତୋଳନ ପାଇଁ କୋହଳ ରହିବ ଏହି କଟକଣା ।  ତେବେ ଏହି ସମୟରେ ସର୍ତ୍ତମୂଳକ ଭାବେ ପତାକା ଉତ୍ତୋଳନ ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ସ୍ଥାନରେ 10ରୁ ଅଧିକ ଲୋକେ ଏକାଠି ନହେବାକୁ ନିର୍ଦ୍ଦେଶ ରହିଛି । ସେହିପରି ସାମାଜିକ ଦୂରତ୍ବ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।