ଭୁବନେଶ୍ବର : ବାତ୍ୟା ଆମ୍ଫାନ ପରେ ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଯାଇଥିବା ରାଜ୍ୟ ଅଗ୍ନିଶମ ବିଭାଗର 12 କର୍ମଚାରୀଙ୍କୁ କରୋନା । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ଅଗ୍ନିଶମ ଡିଜି । ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ ପୁନରୁଦ୍ଧାର କାର୍ଯ୍ୟ କରିବା ପାଇଁ ଓଡିଶା ଅଗ୍ନିଶମ ବାହିନୀର 376 ଜଣ କର୍ମଚାରୀ ଓ ଓଡ୍ରାଫର 271 ଜଣ କର୍ମଚାରୀ ପଶ୍ଚିମବଙ୍ଗ ଯାଇଥିଲେ । ଓଡିଶା ଫେରିବାପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ଏନଡିଆରଏଫ୍ର 61 ଜଣ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।
