Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ବିଲେଇକୁ ଉଦ୍ଧାର କରିବାକୁ ଯାଇ କୂଅ ଭିତରେ ଫସିଲେ ତିନି ବନ୍ଧୁ, ଜଣେ ମୃତ

ଭୁବନେଶ୍ବର: ଆଜି ରାଜଧାନୀର ପଟିଆ ରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗୋଟିଏ ବିଲେଇକୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଦୁଇଜଣ ଗୁରୁତର ହୋଇଛନ୍ତି।

ଘଟଣାରୁ ଜଣା ପଡିଛି ଯେ, ଆଜି ଅପରାହ୍ନରେ ଏକ ବିଲେଇ ପଟିଆ ଷ୍ଟେସନ ନିକଟରେ ଥିବା ପରିତ୍ୟକ୍ତ କୂଅରେ ପଡିଯାଇଥିଲା। ତାକୁ ଉଦ୍ଧାର କରିବା ପାଇଁ ସେଠାରେ ଥିବା ତିନି ସାଙ୍ଗ ଚେଷ୍ଠା କରିଥିଲେ।

ପ୍ରଥମେ ଜଣେ ସେହି କୂଅ ଭିତରକୁ ପ୍ରବେଶ କରିଥିଲା, ସେ ନ ଆସିବାରୁ ଆଉ ଦୁଇଜଣ ତା ଭିତରେ ପଶିଥିଲେ। ହେଲେ କେହି ହେଲେ ଉପରକୁ ନ ଆସିବାରୁ ଦମକଳ ଅଫିସକୁ ଫୋନ କରାଯାଇଥିଲା।

ଅଗ୍ନିଶମ କର୍ମଚାରୀ ଆସି କୁଅ ଭିତରେ ପଶି ତିନିଜଣଙ୍କୁ ଉଦ୍ଧାର କରିଥିଲା। ହେଲେ ସେମାନଙ୍କ ମଧ୍ୟରୁ 50 ବର୍ଷ ବୟସ୍କ ସାହୁ ନାମକ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲା।

Categories
ଆଜିର ଖବର ଜାତୀୟ ଖବର

ଦୀପାବଳିରେ ଅଗ୍ନିଶମ କେନ୍ଦ୍ରକୁ କେତେ ଫୋନ କଲ ଆସିଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ, ଗତକାଲି ଥିଲା ଦୀପାବଳି। ଏହି ସମୟରେ ଲୋକମାନେ ଦୀପଜାଳି ବାଣ ଫୁଟାଇ ଏହାକୁ ପାଳନ କରିଥାନ୍ତି। ତେବେ ଏଥର କରୋନା ପାଇଁ ବାଣ ଫୁଟାଇବା ବାରଣ କରାଯାଇଛି। କେତେକ ରାଜ୍ୟ ସୀମିତ ସମୟ ମଧ୍ୟରେ ବାଣ ଫୁଟାଇବା ପାଇଁ ଅନୁମତି ପ୍ରଦାନ କରିଥିଲେ। ହେଲେ ଗତବର୍ଷ ପରି ଏଥର ଦୀପାବଳି ଫିକା ପଡିଯାଇଥିଲେ ମଧ୍ୟ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇ ନାହିଁ।

ଗତକାଲି ଗୋଟିଏ ଦିନରେ ଦିଲ୍ଲୀ ଅଗ୍ନିଶମ କେନ୍ଦ୍ରକୁ ଆସିଛି 205 ଫୋନ କଲ। ଏଥିରେ କେବଳ ସଂଧ୍ୟା 6 ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆସିଥିବା କଲ ସଂଖ୍ୟା ହେଉଛି 129। ଏହି ଫୋନକଲ ଗୁଡିକ କେବଳ ନିଆଁ ଦୁର୍ଘଟଣା ବାବଦରେ ଥିଲା। ଗତ ବର୍ଷ ଏହି ଦୀପାବଳିରେ ଦିଲ୍ଲୀ ଫାୟାର ବିଗ୍ରେଡିୟରଙ୍କୁ 245ଟି ଫୋନ କଲ ମିଳିଥିଲା। ଏଥର ବାଣ କଟକଣା ପାଇଁ ଏହା ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା। ହେଲେ 205ଟି କଲ ଏଥର ପାଇଁ ବେଶ ଅଧିକା ବୋଲି ଜଣେ ଅଗ୍ନିଶମ କର୍ମଚାରୀ କହିଛନ୍ତି।