Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଘରକୁ ଘର ବୁଲି ଟେଷ୍ଟିଂ କଲେ ଅଙ୍ଗନବାଡି କର୍ମି

ଭୁବନେଶ୍ବର, ବର୍ତ୍ତମାନ ଗ୍ରାମାଞ୍ଚଳରେ କରୋନା ଧିରେଧିରେ କାୟା ବିସ୍ତାର କରିବାରେ ଲାଗିଲାଣି। ଏପରି କ୍ଷେତ୍ରରେ ପ୍ରତିଟି ଗାଁ ପାଇଁ ସାହା ଭରସା ହେଉଛନ୍ତି ଅଙ୍ଗନବାଡି ଓ ଆଶା କର୍ମି। ସେଥିପାଇଁ ଏପରି ମହାମାରୀକୁ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗନବାଡି ଏବଂ ଆଶା କର୍ମିଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥିଲେ। ଏଥିପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପାରିଶ୍ରମିକର ବ୍ୟବସ୍ଥା ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ଡାକରାରେ ଓଡିଶାର ଅଙ୍ଗନବାଡି କର୍ମିମାନେ ବର୍ତ୍ତମାନ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି। କାହା ଘରେ କାହାର ତାପମାତ୍ରା କେତେ ଅଛି ତାହା ମାପିବା ସହିତ ବିଭିନ୍ନ ପ୍ରଶ୍ନ ପଚାରି ତଥ୍ୟ ସଂଗ୍ରହ କରୁଛନ୍ତି। ଏହା ଫଳରେ କରୋନା ସଂକ୍ରାମଣକୁ ପ୍ରାଥମିକ ସ୍ତରରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଅଙ୍ଗନଓ୍ବାଡି କର୍ମୀ , ଆଶାକର୍ମୀ ଓ ସଫେଇ କର୍ମଚାରୀଙ୍କୁ କରୋନା

କେନ୍ଦ୍ରପଡା : କେନ୍ଦ୍ରାପଡାର 18 ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । କେନ୍ଦ୍ରାପଡାରୁ ଆଜି ସର୍ବାଧିକ 18 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅଙ୍ଗନଓ୍ବାଡି କର୍ମୀ ଓ ଆଶା କର୍ମୀ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି । ଜିଲ୍ଲାର 18 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 12 ଜଣ ପ୍ରବାସ ଫେରନ୍ତା ବୋଲି ଜଣାପଡିଛି । ଏହି ପ୍ରବାସ ଫେରନ୍ତାଙ୍କ ମଧ୍ୟରେ ଗୁଜୁରାଟ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ଫେରନ୍ତା ରହିଛନ୍ତି । ବାକି ଆକ୍ରାନ୍ତଙ୍କ ମଧ୍ୟରେ ଅଙ୍ଗନଓ୍ବାଡି କର୍ମୀ, ଆଶା ଦିଦି ଓ ସଫେଇ କର୍ମଚାରୀ ରହିଛନ୍ତି ବୋଲି ସୂଚନା ରହିଛି । ଏହି କର୍ମଚାରୀମାନେ ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ପେଣ୍ଠପାଳ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ନିୟୋଜିତ ଥିଲେ ।

କରୋନା ରିପୋର୍ଟ ଆସିବା ପରେ ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ପେଣ୍ଠପାଳ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । 48 ଘଣ୍ଟା ପାଇଁ ଏହି ଦୁଇ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ ।