Categories
ଆଜିର ଖବର ରାଜ୍ୟ ଖବର

ଟ୍ରେନ୍ ରେ କଟି ଅଜଣା ଯୁବକଙ୍କ ମୃତ୍ୟୁ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଭୁବନେଶ୍ବର-ରାଉରକେଲା ଟ୍ରେନ୍ ରେ କଟି ରେଢ଼ାଖୋଲ ନବଘନପୁର ଗ୍ରାମ ନିକଟରେ ଜନୈକ ଅଜଣା ଯୁବକର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି।

ରେଢ଼ାଖୋଲ ଥାନା ଲୁହାପଙ୍କ ପଂଚାୟତର ନବଘନପୁର ଠାରେ ଆଜି ସଂଧ୍ୟା ୫ ଟାରୁ ୬ ଟା ମଧ୍ୟରେ ଭୁବନେଶ୍ବର ରାଉରକେଲା ଇଣ୍ଟରସିଟି ଟ୍ରେନ୍ ରେ ଯୁବକ ଜଣଙ୍କ କଟିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ରେଲୱେ ପୋଲିସ୍ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକର ପରିଚୟ ମିଳିପାରି ନାହିଁ।