Categories
ଆଞ୍ଚଳିକ

ମାନବିକତା ପାଇଁ ପୁରସ୍କୃତ ହେଲେ ଅଟୋ ଡ୍ରାଇଭର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଓମ୍ ଓମ୍ ନଗର ଅଞ୍ଚଳର ସିମାଞ୍ଚଳ ପାତ୍ର ନାମକ ଜଣେ ବ୍ୟକ୍ତି ରେଳରୁ ଓହ୍ଲାଇ ନିଜ ଘରକୁ ଯାଇଥିଲେ। କିନ୍ତୁ ନିଜର ଲଗେଜ୍ ବ୍ୟାଗ୍ ନନେଇ ଘରକୁ ପଳାଇ ଥିଲେ। ସେଠାରୁ ଫେରି ଅଟୋ ଚାଳକ ସିମାଦ୍ରୀ ପାତ୍ର ଉକ୍ତ ବ୍ୟାଗ୍ କୁ ଗାଡ଼ିରେ ଥିବା ଦେଖି ପୁଣି ଓମ୍ ନଗର ଯାଇ ସିମାଞ୍ଚଳ ପାତ୍ରକୁ ଉକ୍ତ ବ୍ୟାଗ୍ ରେ ଥିବା ଟଙ୍କା ଓ ସ୍ବର୍ଣ୍ଣ ଅଳଙ୍କାର ସମସ୍ତଙ୍କ ସମ୍ମୁଖରେ ଫେରାଇ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ସିମାଞ୍ଚଳ ପାତ୍ର ଓମ୍ ନଗର ଓ ଶକ୍ତି ନଗର ଉନ୍ନୟନ କମିଟିକୁ ଜଣାଇଥିଲେ ଓ ଉକ୍ତ କମିଟି ସିମାଦ୍ରିଙ୍କ ମାନବିକତାକୁ ପ୍ରଶଂସା କରିବା ସହ ରେଳଷ୍ଟେସନରେ ତାକୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଅଟୋ ଡ୍ରାଇଭରଙ୍କୁ ମିଳିଲା ୨୫ କୋଟି ଲଟେରୀ, ବିଦେଶ ଯିବା ପାଇଁ ହେଉଥିଲେ ପ୍ରସ୍ତୁତ

ଥିରୁବନନ୍ତପୁରମ୍: କେରଳର ଜଣେ ବ୍ୟକ୍ତି ରବିବାର ଦିନ ୨୫ କୋଟି ଟଙ୍କା ମୂଲ୍ୟର ଓଣମ ବମ୍ପର ଲଟେରୀ ଜିତିଛନ୍ତି। ଏହି ବ୍ୟକ୍ତି ଜଣେ ଅଟୋ ରିକ୍ସା ଡ୍ରାଇଭର ଏବଂ ରୋଷେୟା ଭାବରେ କାମ କରିବାକୁ ମାଲେସିଆ ଯିବାକୁ ପ୍ରସ୍ତୁତ ହେଉଥିଲେ। ଏଠାରେ ଶ୍ରୀଭାରମର ବାସିନ୍ଦା ଅନୁପ ଲଟେରୀ ଜିତିବାର ଗୋଟିଏ ଦିନ ପୂର୍ବରୁ ଶନିବାର ଦିନ ଲଟେରୀ ଟିକେଟ କିଣିଥିଲେ। କୌତୁହଳର ବିଷୟ ହେଉଛି ୩ ଲକ୍ଷ ଟଙ୍କା ଋଣ ପାଇଁ ତାଙ୍କ ଆବେଦନକୁ ଗୋଟିଏ ଦିନ ପୂର୍ବରୁ ଅନୁମୋଦନ କରାଯାଇଥିଲା। ଉପସ୍ଥିତ ଥିବା ଗଣମାଧ୍ୟମ କର୍ମଚାରୀଙ୍କୁ ସେ କହିଛନ୍ତି ଯେ, ସେ ଯେଉଁଠାରୁ ଲଟେରୀ ଟିକେଟ କିଣିଥିଲେ, ତାହା ତାଙ୍କର ପ୍ରଥମ ପସନ୍ଦ ନଥିଲା।

ସେ କହିଛନ୍ତି ଯେ, କିଣିଥିବା ପ୍ରଥମ ଟିକେଟ୍ ପସନ୍ଦ କରନଥିଲେ, ତେଣୁ ସେ ଦ୍ୱିତୀୟ ଟିକେଟ୍ କିଣିଥିଲେ। ମାଲେସିଆ ଯାତ୍ରା ଏବଂ ଋଣ ବିଷୟରେ ଅନୁପ କହିଛନ୍ତି ଯେ, “ଯେତେବେଳେ ବ୍ୟାଙ୍କ ଆଜି ଋଣ ଦେବା ପାଇଁ ଆଜି ଯୋଗାଯୋଗ କରଥିଲା, ମୋର ଆଉ ଦରକାର ନାହିଁ ବୋଲି କହିଥିଲି। ବର୍ତ୍ତମାନ ମୁଁ ମାଲେସିଆ ମଧ୍ୟ ଯିବି ନାହିଁ। “ସେ କହିଛନ୍ତି ଯେ ସେ ଗତ ୨୨ ବର୍ଷ ଧରି ଲଟେରୀ ଟିକେଟ୍ କିଣିଛନ୍ତି। କିନ୍ତୁ ସେ କିଛି ଶହ ଟଙ୍କା ରୁ ସର୍ବାଧିକ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ପାଇଛନ୍ତି।

ସେ କହିଛନ୍ତି, ମୁଁ ଜିତିବାକୁ ଆଶା କରି ନଥିଲି ତେଣୁ ମୁଁ ଟିଭିରେ ଲଟେରୀ ଫଳାଫଳ ଦେଖିନଥିଲି। କିନ୍ତୁ ଯେତେବେଳେ ମୁଁ ମୋ ଫୋନକୁ ଦେଖିଲି, ମୁଁ ଜାଣିଲି ଯେ ମୁଁ ଜିତିଛି। ମୁଁ ପ୍ରଥମେ ଏହାକୁ ବିଶ୍ଵାସ କରିପାରିନଥିଲି ଏବଂ ମୁଁ ଏହାକୁ ମୋ ପତ୍ନୀଙ୍କୁ ଦେଖାଇଲି। ସେ ଏହାକୁ ବିଜୟୀ ନମ୍ବର ବୋଲି କହିଥିଲେ। ତେବେ ଲଟେରୀ ବାବଦକୁ ଟ୍ୟାକ୍ସ ଦେବା ପରେ ବିଜେତା ପ୍ରାୟ ୧୫ କୋଟି ଟଙ୍କା ପାଇବେ।