Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗଞ୍ଜେଇ ସହ କାର୍ ଓ ମୋଟରସାଇକେଲ ଜବତ, ଚାଲାଣ କାରୀ ଚମ୍ପଟ୍

ଗଜପତି: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଭାଲିଆପଙ୍କ ଗ୍ରାମରେ ପାଟ୍ରୋଲିଂ କରୁଥିବା ବେଳେ ଅଡବା ଥାନା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏହା ସହ ୨ ଟି ମୋଟରସାଇକେଲକୁ ପୋଲିସ ଜବତ କରିଛି। ହେଲେ ଘଟଣାସ୍ଥଳରୁ ଚାଲାଣ କାରୀ ଚମ୍ପଟ୍ ମାରିବାରେ ସଫଳ ହୋଇଛି।

ସୂଚନା ଅନୁଯାୟୀ, ସନ୍ଦେହ ଜନକ ଭାବେ ଏକ ମାକ୍ସ ପିକ୍ଅପ୍ ଗାଡ଼ି ଛିଡ଼ା ହୋଇଥିବା ଦେଖି ଅଡବା ଥାନା ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା ଓ ନିକଟରେ ଥିବା ଦୁଇଟି ମୋଟରସାଇକେଲକୁ ପୋଲିସ ଜବତ କରିଥିଲା। କିନ୍ତୁ ଏହି ଗଞ୍ଜେଇ କାରବାରର ଅଭିଯୁକ୍ତ ଧରାପଡ଼ି ନାହାନ୍ତି। ଯାହା ଜଣାପଡୁଛି ପୋଲିସକୁ ଦେଖି ଚାଲାଣ କାରୀ ମାନେ ଚମ୍ପଟ୍ ମାରିଛନ୍ତି।

ପୋଲିସ ଉକ୍ତ ସମସ୍ତ ଗାଡ଼ି ଓ ଗଞ୍ଜେଇ ଜବତ୍ କରି ୧୨୬/୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅଡବା ଥାନା ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ୍

ଗଜପତି: ଅଡବା ଥାନା ପୋଲିସ ପେଟ୍ରୋଲିଂ ସମୟରେ ଟିଟିଲିମା ଗ୍ରାମ ରାସ୍ତା କଡ଼ରେ ସନ୍ଦେହ ଜନକ ଭାବେ ୧୮ ଟି ଜରି ବସ୍ତାକୁ ଦେଖି ଯାଞ୍ଚ କରିଥିଲେ। ଯାହା ଫଳରେ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜାଣି ପାରି ଉକ୍ତ ସମସ୍ତ ଗଞ୍ଜେଇ ବସ୍ତାକୁ ଥାନା କୁ ଆଣିଥିଲେ।

ତହସିଲଦାର ହିମାଂଶୁ ଭୁଷଣ ପଲେଇଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରିଥିଲେ। ଯାହା କି ୫୫୮ କିଲୋ ରୁ ଉର୍ଦ୍ଧ୍ଵ ଓଜନ ଜଣାପଡିଛି। ଉକ୍ତ ଗଞ୍ଜେଇକୁ ଜବତ କରି ପୋଲିସ ଥାନାରେ ମହଜୁଦ ରଖିଛି। ହେଲେ ଗଞ୍ଜେଇ ବେପାରୀଙ୍କ ସନ୍ଧାନ ମଳିନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିପୁଳ ପରିମାଣର ଗଞ୍ଜେଇ ଜବତ, ଚାଲାଣ କାରୀ ଚମ୍ପଟ୍

ଭୁବନେଶ୍ଵର: ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ସାରୁପଦର ଗାଁ ରାସ୍ତା କଡ଼ରେ କିଛି ଅଖା ବସ୍ତା ପଡ଼ିଥିବା ଦେଖିବାକୁ ପାଇଥିଲେ ଓ ଉକ୍ତ ବସ୍ତା ଗୁଡ଼ିକ ଯାଞ୍ଚ କରିବା ପରେ ଜାଣିବାକୁ ପାଇଲେ ଯେ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଅଛି। ଯାହାର ପରିମାଣ ଦୁଇ ଶହ କିଲୋ ହେବ। ତେବେ ଉକ୍ତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ଯାହା ଜଣାପଡ଼ୁଛି ପୋଲିସକୁ ଦେଖି ଗଞ୍ଜେଇ ଚାଲାଣ କାରୀ ମାନେ ଚମ୍ପଟ୍ ମାରିଦେଇଛନ୍ତି। ପୋଲିସ ଉକ୍ତ ଗଞ୍ଜେଇକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବୋଲେରୋ-ବାଇକ ମୁହାଁମୁହିଁ ଧକ୍କା: ୩ ଗୁରୁତର

ମୋହନା: ଅଡବା ଥାନା ଅନ୍ତର୍ଗତ ରାଜନଗଡ଼ ଗ୍ରାମର ବେଞ୍ଜାମି ରଇତ, ପାଟିପଙ୍କା ଗ୍ରାମର କାନ୍ଦୁରଇତ ଓ ଦିନେଶ ରଇତ ଏକ ବାଇକ ନଂ( ଓଡ଼ି୨୦ ବି୦୩୬୬) ଯୋଗେ ନିଜ ଗ୍ରାମରୁ ବିରିକୋଟ ସ୍ୱାସ୍ଥ୍ୟକେନ୍ଦ୍ରକୁ କାନ୍ଦୁକୁ ଜ୍ଵର ହୋଇଥିବା ଯୋଗୁଁ ଚିକିତ୍ସା ନିମନ୍ତେ ଯାଇଥିଲେ। ସେଠାରୁ ଚିକିତ୍ସିତ ହୋଇ ତିନିଜଣ ଗ୍ରାମକୁ ଫେରିବା ବେଳେ ବିରିକୋଟ ନିକଟ ଆଶ୍ରୟପୁର ଛକ ନିକଟରେ ଅପର ପାର୍ଶ୍ଵ ବ୍ରହ୍ମପୁରରୁ ରାୟଗଡା ଅଭିମୁଖେ ଯାଉଥିବା ଏକ ବୋଲେରୋ ଗାଡ଼ି ନଂ(ୟୂକେ୦୮ଟିସି୧୭୪୩) ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ବାଇକରେ ଯାଉଥିବା ତିନିଜଣ ଆରୋହୀ ରାସ୍ତା କଡ଼କୁ ଛିଟିକି ପଡିଥିଲେ। ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ମୋହନା ଅଗ୍ନିଶମ ବାହିନୀ ଓ ୧୦୮କୁ ଖବର ଦେଇଥିଲେ।

ଖବର ପାଇ ଅଗ୍ନିଶମ ବାହିନୀ ଅଧିକାରୀ ତାରାକାନ୍ତ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପରେ ତିନି ଜଣଙ୍କ ମଧ୍ୟରୁ ବେଞ୍ଜାମି ରଇତ ଓ ଦିନେସ ରଇତର ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକଲ ପଠାଯାଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପିକଅପ ଭ୍ୟାନ ସହ ଶାଳ କାଠ ଜବତ: ୨ ଗିରଫ 

ମୋହନା: ଗଜପତି ଜିଲ୍ଲା ଅଡବା ଥାନା ଏସ୍‌ଆଇ ଚନ୍ଦନ ଦାସ ଓ ପୁଲିସ କର୍ମଚାରୀ ପେଟ୍ରୋଲିଙ୍ଗ କରୁଥିବା ବେଳେ ବଜାର ଛକ ନିକଟରୁ ଏକ ମହିନ୍ଦ୍ରା ପିକଅପ ଭ୍ୟାନରୁ ଶାଳକାଠ ଜବତ କରିଛନ୍ତି। ୬୯.୭୪ ଘନଫୁଟ ଶାଳ ସାଇଜ କାଠ ଓ ୮୧୦ ଘନଫୁଟ ପିଆଶାଳ ସାଇଜ କାଠ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରି ମୋହନା ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦୋଳି ଗ୍ରାମର ସୀମାଞ୍ଚଳ ସେଠି(୨୯) ଓ ବଲାଙ୍ଗିର ଜିଲ୍ଲା ଲୋଉସିଂ ଗ୍ରାମର ଦିନେଶ ଦୋରା (୨୫)। ଅଭିଯୁକ୍ତ ଦୁହେଁ  ଅଡ଼ବା ଥାନା ଗୁଲୁବା ଅଂଚଳରୁ କାଠ ନେଇ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଭିମୁଖେ ଚାଲାଣ କରୁଥିବା ବେଳେ ୧୪୮ ଗୋଟି ସାଇଜ୍ ଶାଳ କାଠ ଓ ୩ଗୋଟି ପିଆଶାଳ ସାଇଜ୍‌ କାଠ ଜବତ କରାଯାଇଛି।

ପୁଲିସ ଯାଞ୍ଚ କରି କାଠ ସହ ଏକ ବାଇକକୁ ମଧ୍ୟ ଜବତ କରିଛି। ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ଜିଲ୍ଲା ବନ ଉପଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା ସୂଚନା ଦେଇଛନ୍ତି।