Categories
ଜାତୀୟ ଖବର ବିଶେଷ ଖବର

କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ AAP ବିଧାୟକ, ସମ୍ବିତ ପାତ୍ରଙ୍କୁ ଏହି ପଦବୀରୁ ହଟାଇବାକୁ କଲେ ଦାବି

ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ଜି କୃଷ୍ଣ ରେଡ୍ଡୀଙ୍କୁ ଆମ୍ ଆଦମୀ ପାର୍ଟି (ଏଏପି) ବିଧାୟକ ଅତିଶୀ ସିଂ ଏକ ପତ୍ର ଲେଖିଛନ୍ତି। ଏକ ନକଲ ମଧ୍ୟ କେନ୍ଦ୍ରୀୟ ଭିଜିଲାନ୍ସକୁ ପଠାଯାଇଛି। ସମ୍ବିତ ପାତ୍ରଙ୍କୁ ଭାରତୀୟ ପର୍ଯ୍ୟଟନ ବିକାଶ ଆୟୋଗର ଅଧ୍ୟକ୍ଷ ପଦରୁ ହଟାଇବାକୁ ଅତିଶୀ ସିଂ ଦାବି କରିଛନ୍ତି। ଶ୍ରୀ ପାତ୍ରଙ୍କୁ ନଭେମ୍ବର ୩୦ ତାରିଖ ୨୦୨୧ରେ ଭାରତୀୟ ପର୍ଯ୍ୟଟନ ବିକାଶ ଆୟୋଗର ଚେୟାରମ୍ୟାନ୍ କରାଯାଇଥିଲା।

ଅତିଶୀ କହିଛନ୍ତି ଯେ, ଜଣେ ସରକାରୀ କର୍ମଚାରୀଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଉଛି ଯେ, ସେ କୌଣସି ରାଜନୈତିକ ଦଳ ସହ ଜଡିତ ହୋଇପାରିବେ ନାହିଁ, କିମ୍ବା ସେ କୌଣସି ଦଳ ପାଇଁ ପ୍ରଚାର କରିପାରିବେ ନାହିଁ, କିମ୍ବା କୌଣସି ଦଳକୁ ପ୍ରୋତ୍ସାହିତ କରିପାରିବେ ନାହିଁ। ଜଣେ ସରକାରୀ କର୍ମଚାରୀ ହୋଇଥିଲେ ମଧ୍ୟ ଶ୍ରୀ ପାତ୍ର ବିଜେପିର ଜାତୀୟ ମୁଖପାତ୍ର ଭାବରେ କାର୍ଯ୍ୟ ଜାରି ରଖିଛନ୍ତି।

ସେବା ନିୟମ ଅନୁଯାୟୀ, ଜଣେ ସରକାରୀ କର୍ମଚାରୀ କୌଣସି ଦଳ ସହିତ ଜଡିତ ହୋଇପାରିବେ ନାହିଁ। ସମ୍ବିତ ପାତ୍ର ଜୀ ତାଙ୍କ କାର୍ଯ୍ୟାଳୟରୁ ଅନେକ ଟ୍ୱିଟ୍ କରିଛନ୍ତି ବୋଲି ଆତିଶୀ ସିଂ କହିଛନ୍ତି। ସମ୍ବିତ ପାତ୍ରଙ୍କୁ ହଟାଇବା ପାଇଁ ଜି କିଶାନ ରେଡ୍ଡୀ ଏବଂ ସିଭିସିଙ୍କୁ ଏକ ପତ୍ର ଲେଖାଯାଇଥିବା ଆତିଶୀ କହିଛନ୍ତି।