Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସିଲା ବନ୍ୟା ବିପତ୍ତି, ଫୁଲୁଛି ମହାନଦୀ, ବିଭିନ୍ନ ସ୍ଥାନରେ ଏନଡିଆରଏଫ ଓ ଓଡ୍ରାଫ ଟିମ ମୁତ୍ତୟନ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇସାରିଲାଣି। ବିଭିନ୍ନ ଗାଁରେ ବନ୍ୟା ପାଣି ପଶିଗଲାଣି। ଲୋକମାନେ ହନ୍ତସନ୍ତ ହେବାରେ ଲାଗିଛନ୍ତି। ମୁଖ୍ୟତଃ ତଳିଆ ଗାଁଗୁଡିକ ଜଳବନ୍ଦୀ ହୋଇ ରହିଛନ୍ତି। ସେଠାରେ ଓଡ୍ରାଫ ଏବଂ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ପରବର୍ତ୍ତି ସମୟରେ ଏହା ଭୟଙ୍କର ହେବ ବୋଲି ଜଣାପଡିଛି।

ସେପଟେ ନଦୀ ଫୁଲିବା ଦ୍ବାରା ରାଜ୍ୟର ବିଭିନ୍ନ ସ୍ଥାନରେ ଜଳ ସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। କେଉଁ ମୁହୁର୍ତ୍ତରେ ନଦୀବନ୍ଧ ଭାଙ୍ଗିଯିବ ତାହା କହି ହେବ ନାହିଁ। ସେଥିପାଇଁ ଦୁବର୍ଳ ସ୍ଥାନରେ ପ୍ରଶାସନ ଜଗି ରହିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସେଠାରେ ଜଳସେଚନ ଇଂଜିନିୟର, ସ୍ଥାନୀୟ ପୋଲିସ, ଅଗ୍ନିଶମ କର୍ମଚାରୀଙ୍କୁ ନେଇ ଚବିଶ ଘଣ୍ଟିଆ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଆଗୁଆ ସତର୍କ ହେବା ପାଇଁ ଉଦ୍ଧାରକାରୀ ଦଳକୁ ମୁତୟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୮ ଟି ଏନଡିଆରଏଫ , ୧୩ ଟି ଓଡ୍ରାଫ ଦଳ ଏବଂ ୨୩ ଟି ଅତିରିକ୍ତ ଅଗ୍ନିଶମ ଦଳକୁ ୧୫ ଟି ଜିଲ୍ଲାରେ ନିୟୋଜିତ କରାଯାଇଛି। ଏହି ଜିଲ୍ଲାଗୁଡିକ ହେଲା ଭଦ୍ରକ, ଯାଜପୁର, ସମ୍ବଲପୁର, କେଉଁଝର, ମୟୂରଭଞ୍ଜ, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ, ବାଲେଶ୍ବର, କଟକ, ପୁରୀ, ଖୋର୍ଧା ଏବଂ ଜଗତସିଂହପୁର।

ମହାନଦୀର ଜଳସ୍ତର ବର୍ତ୍ତମାନ ଭୟଙ୍କର ସ୍ଥିତିରେ ରହିଛି। ମୁଣ୍ଡଳି ଦେଇ ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି। ଏଥିପାଇଁ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଗୁଡିକ ହେଲା ଅନୁଗୁଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା। ଏହି ସବୁ ଜିଲ୍ଲାରେ ଯେଉଁଠି ଦୁର୍ବଳ ନଦୀ ବନ୍ଧ ରହିଛି ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଥିବା ଗଭୀର ଅବପାତ ଆଜି ପଶ୍ଚିମ ଉତ୍ତରର ପଶ୍ଚିମ ଦିଗକୁ ମୁହାଁଇଛି। ଆଗକୁ ଏହା ଦୁର୍ବଳ ହୋଇ ଅବପାତ ଓ ସଦୃଶ୍ୟ ଲଘୁଚାପରେ ପରିଣତ ହେବ। ପ୍ରଭାବରେ ଆଜି ବି ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ବର୍ଷା ଆହୁରି ୧୨ ଘଣ୍ଟା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର ଓ ସମ୍ବଲପୁରର ଅଧିକାଂଶ ସ୍ଥାନରେ ୨ଶହ ମିମିରୁ ଅଧିକ ପରିମାଣର ବର୍ଷା ହୋଇପାରେ। ଦେବଗଡ଼, ଅନୁଗୁଳ, କେନ୍ଦୁଝର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ୧୦ଟି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।

ଢେଙ୍କାନାଳ, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, କଟକ, ନୟାଗଡ଼, ନବରଙ୍ଗପୁର ଓ ଯାଜପୁରରେ ପ୍ରବଳ ବର୍ଷା ହେବାକୁ ଥିବା ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।ସେପଟେ ଛତିଶଗଡ଼ରେ ଦୁଇ ଦିନ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ମହାନଦୀ ଜଳସ୍ତର ବଢିପାରେ

Categories
DurgaPujaNews ବିଶେଷ ଖବର ରାଜ୍ୟ ଖବର

RAIN BREAKING: ଷଷ୍ଠୀରେ ଉତ୍ତର, ସପ୍ତମୀରେ ଉପକୂଳ, ଅଷ୍ଟମୀରେ ପୁରା ରାଜ୍ୟ

ଭୁବନେଶ୍ବର: ଏଥର ଦୁର୍ଗାପୂଜାଟି ପୁରା ବର୍ଷାରେ ଭିଜିବ ବୋଲି ଜଣାପଡିଛି। କାରଣ ଏହିପରି ଏକ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହି ଅନୁସାରେ ଷଷ୍ଠୀରେ ଉତ୍ତର ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ସପ୍ତମୀରେ ସମ୍ପୂର୍ଣ୍ଣ ଉପକୂଳରେ ବର୍ଷା ହେବ ବୋଲି କୁହାଯାଇଛି। ଅଷ୍ଟମୀରେ ପୁରା ରାଜ୍ୟ ରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସହ, କିଛି ଜିଲ୍ଲାରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ହେବ ବୋଲି ଚେତାବନୀ ଜାରିକରିଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗ ଅନୁସାରେ ୨ ଅକ୍ଟୋବର ସପ୍ତମୀ ରେ ପୁରା ଉପକୂଳରେ ପ୍ରବଳ ବର୍ଷା ହେବ। ଏଥିରେ ଉପକୂଳ ଓଡ଼ିଶାର ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ପାଇଁ ହଳଦିଆ ଚେତାବନୀ ଜାରି କରାଯାଇଛି। ସେହିପରି ୨ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେନ୍ଦୁଝର, ମୟୁରଭଞ୍ଜ ସମେତ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

୩ ଅକ୍ଟୋବର ଅଷ୍ଟମୀ ରେ କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଏବଂ ପୁରୀ ଜିଲ୍ଲାରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ହେଲେ ଏହି ଦିନ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।

ପୂଜା କମିଟଙ୍କ ପାଇଁ ସତର୍କତା

ଦୁର୍ଗାପୂଜା ବେଳେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରାଜ୍ୟରେ ଦୁର୍ଗାପୂଜା କମିଟ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। କାରଣ ଭକ୍ତମାନେ ମା ଙ୍କ ଦର୍ଶନ ପାଇଁ ଭକ୍ତମାନେ ବେଶ ଭିଡ କରିଥାନ୍ତି। ହେଲେ ଏହି ସମୟରେ ବର୍ଷା ହେବେ ସେମାନେ ଯେପରି ସୁରକ୍ଷିତ ଭାବେ ଦର୍ଶନ କରିପାରିବେ ସେ ନେଇ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି।

ସାଧାରଣତଃ ପୂଜା କମିଟଗୁଡିକ ମା ଙ୍କ ପେଣ୍ଡାଲଟି ଉପରେ ଟେଣ୍ଟ୍ କରିଥାନ୍ତି। ହେଲେ ଅନ୍ୟସ୍ଥାନରେ ସେମାନେ ବର୍ଷାରୁ ରକ୍ଷା ପାଇବା ପାଇଁ କୌଣସି ବ୍ୟବସ୍ଥା କରି ନ ଥାନ୍ତି। କିନ୍ତୁ ଏଥର ପୂଜାରେ ବର୍ଷା ସମ୍ଭାବନା ଥିବାରୁ ଭକ୍ତମାନେ ବାହାରେ ଟେଣ୍ଟ ତଳେ ରହିବା ପାଇଁ ସଂପର୍ଣ୍ଣ ବ୍ୟବସ୍ଥା କରିବା ଆବଶ୍ୟକ।

Categories
ଆଜିର ଖବର ରାଜ୍ୟ ଖବର

ଅକ୍ଟୋବର ୧ ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ, ପାଣିପାଗ ବିଭାଗ ଦେଲା ସତର୍କ ସୂଚନା

ଭୁବନେଶ୍ବର: ଆସନ୍ତା ୧ ଅକ୍ଟୋବରରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। କାରଣ ସେହି ସମୟକୁ ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ଫଳରେ ୧ ଅକ୍ଟୋବର ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ।

ବର୍ତ୍ତମାନ ରାଜ୍ୟରେ ପୂଜା ମାହୋଲ ଆରମ୍ଭ ହୋଇଯାଇଥିବା ବେଳେ ଏହି ବର୍ଷା ଆୟୋଜକଙ୍କୁ ଚିନ୍ତାର କାରଣ ପାଲଟିଛି। ଯଦି ଏହି ଘୂର୍ଣ୍ଣିବଳୟ ଲଘୁଚାପକୁ ରୂପାନ୍ତରିତ ହୁଏ ତେବେ ପରିମାଣ ବଢିବା ସହିତ ଲଗାତର ଭାବେ ବର୍ଷା ହେବ ବୋଲି ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ସାରା ଓଡିଶାରେ ମୌସୁମୀ ବାୟୁ ପ୍ରବେଶ କରି ନାହିଁ। ହେଲେ ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ବେଶ ସକ୍ରିୟ ରହିଛି। ଫଳରେ ମୌସୁମୀ ଅଗ୍ରସର ପାଇଁ ବାଟ ଫିଟାଉଛି ଏହି ପ୍ରାକ-ମୌସୁମୀ ବର୍ଷା।

ଏହା ଦ୍ବାରା ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଯାହାର ପରିମାଣ ୭ ରୁ ୧୧ ସେମି ମଧ୍ୟରେ ରହିବ। ସେହିପରି କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ଯାହା ୧୧ ରୁ ୨୦ ସେମି ହେବାର ସମ୍ଭାବନା ରହିଛି। ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଓଡ଼ିଶାର ଅନ୍ୟ ଅଞ୍ଚଳକୁ ମୌସୁମୀ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ ଅନୁକୂଳ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ପ୍ରବଳ ପବନ ସହ ବର୍ଷା, ସାତୋଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ, ଚାରିଦିନ ଲାଗି ରହିବ

ଭୁବନେଶ୍ବର: ଆଜି ସଂଧ୍ୟାରେ ଭୁବନେଶ୍ବରର ବିଭିନ୍ନ ସ୍ଥାନର ପ୍ରବଳ ପବନ ସହିତ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। କେତେକ ସ୍ଥାନରେ ଘଡଘଡି ବିଜୁଳି ସହିତ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇଛି। ପାଣିପାଗ ବିଭାଗ ଅନୁସାରେ ଆସନ୍ତାକାଲି ରାଜ୍ୟର ବାରଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।

ଯେଉଁ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ସେଗୁଡିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର,ରାୟାଗଡା, ଗଜପତି, କନ୍ଧମାଳ, ଗଞ୍ଜାମ, ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, ବାଲେଶ୍ବ ଏବଂ ଭଦ୍ରକ। ସେହିପରି ଗୁରୁବାରରେ କେଉଁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଜୟପୁର, ଭଦ୍ରଖ, ବାଲେଶ୍ବରକୁ ୟଲୋ ୱର୍ଣ୍ଣି ଜାରି  କରାଯାଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆସନ୍ତାକାଲିଠାରୁ ଚାରିଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବ ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସୁଛି ଆଉ ଏକ ଲଘୁଚାପ: ଜାଣନ୍ତୁ କେଉଁ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ବର: ରାଜ୍ୟ ପାଇଁ ଆଉ ଏକ ଲଘୁଚାପ ବିପଦ ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ଓଡିଶା ଓ ଆଖପାଖ ଅଞ୍ଚଳରେ ମଧ୍ୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ହେବା ସମ୍ଭାବନା ରହିଛି। ଆସନ୍ତାକାଲି ସକାଳ ୮ ଟା ୩୦ ଯାଏଁ ବାଲେଶ୍ଵର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଦୁଇ ଜିଲ୍ଲାର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ସମ୍ଭାବନା ରହିଛି।

ସେହିଭଳି ୭ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ ଓ ଯାଜପୁର ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ତେବେ ଏହି ଉପରୋକ୍ତ ଜିଲ୍ଲାଗୁଡିକରେ ବର୍ଷା ହେବା ସହ ବଜ୍ରପାତ ସମ୍ଭାବନା ରହିଛି। କେବଳ ବଜ୍ରପାତ ସମ୍ଭାବନା ଥିବା ଜିଲ୍ଲାଗୁଡିକ ହେଲେ କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ଝାରସୁଗୁଡା, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲା।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ପ୍ରବଳରୁ ଅତି ପ୍ରବଳ ବର୍ଷା!: ୧୫ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋପସାଗର ଏବଂ ତାହାର ଆଖପାଖ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟାରେ ଏହି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଉତ୍ତର-ବଙ୍ଗୋପସାଗର ତଥା ସଂଲଗ୍ନ ବଙ୍ଗଳାଦେଶ ଅଞ୍ଚଳରେ ଏକ ସଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସହ ଆଗଣି ୩ ରୁ ୪ ଦିନ ମଧ୍ୟରେ ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାର ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏହି ଲଘୁଚାପ ପ୍ରଭାବରେ ଆଗାମୀ ୩୦ ଜୁଲାଇ ଯାଏଁ ଓଡିଶାର ଅନେକ ଜିଲ୍ଲାରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ସହିତ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ସମ୍ଭାବିତ ବର୍ଷା ପ୍ରଭାବରେ ଖାଲୁଆ ଜମିଗୁଡିକରେ ସାମୟିକ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାସହିତ ଏହି ଅଞ୍ଚଳରେ ବର୍ଷା ଜଳ ଜମିବା ସହିତ ଯାତାୟାତରେ ବାଧା ସୃଷ୍ଟି ହୋଇପାରେ।

ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ପୁରୀ, ଖୋର୍ଦ୍ଧା ଏବଂ ସମ୍ବଲପୁର ଜିଲ୍ଲାକୁ ମଧ୍ୟ ସତର୍କ କରାଯାଇଛି। ଏହି ଜିଲ୍ଲାଗୁଡିକରେ ଆଜି ଠାରୁ ଆସନ୍ତାକାଲି (୨୯ ଜୁଲାଇ) ସକାଳ ୮ ଟା ୩୦ ଯାଏଁ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା: ୯ ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୧୬ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆସନ୍ତାକାଲି ସକାଳ ୮ ଟା ୩୦ ପର୍ଯ୍ୟନ୍ତ ୯ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏନେଇ ସତର୍କ ସୁଚାନା ଜାରି କରିଛି।

ନୂଆପଡା, ବଲାଙ୍ଗୀରି, ସୋନପୁର, ବରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ ଏବଂ କେନ୍ଦୁଝର ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି।

ସେହିଭଳି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ୧୬ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରପଡା, ଯାଜପୁର, ଭଦ୍ରକ, ବାଲେଶ୍ଵର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ ନେଇ ସତର୍କ ସୂଚନା ଦିଆଯାଇଛି।