Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ ଆୟୋଗଙ୍କ ସ୍ବୀକୃତି ପରେ ୩ ଜଣ ବରିଷ୍ଠ ଆଇପିଏସଙ୍କୁ ମିଳିଲା ନୂଆ ନିଯୁକ୍ତି

ଭୁବନେଶ୍ବର: ଓଡ଼ିଶାର ୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନୂଆ ଦାୟିତ୍ଵ ପ୍ରଦାନ କରାଯାଇଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ସ୍ବୀକୃତି ପରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ଚଳିତ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସେମାନେ ଏହି ଦାୟିତ୍ଵରେ ରହିବେ।

ଯେଉଁମାନଙ୍କୁ ନୂଆ ଦାୟିତ୍ବ ମିଳିଛି ସେମାନେ ହେଲେ କଟକର ଡିସିପି ଭାବେ ପ୍ରକାଶ ଆରଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ବ୍ରିଜେଶ କୁମାର ରାୟ ରାଉରକେଲାର ଏସପି ହୋଇଥିବାବେଳେ ଉମାଶଙ୍କର ଦାଶଙ୍କୁ ଅନୁଗୁଳ ଜିଲ୍ଲାର ଏସପି ଭାବେ ଦାୟିତ୍ୱ ଦିଆଯାଇଛି।

କିଛିଦିନ ପୂର୍ବେ ଓଡ଼ିଶାର ଜଣେ ଆଇଜି, ୨ ଜଣ ଜିଲ୍ଲାପାଳ ଓ ୫ ଜଣ ଏସପିଙ୍କୁ ଦାୟିତ୍ୱରୁ ତୁରନ୍ତ ହଟେଇବା ଲାଗି ନିର୍ଦ୍ଦେଶ ଦେଇଥିଲେ ଭାରତୀୟ ନିର୍ବାଚନ ଆୟୋଗ। ଏହାପରେ ଏହି ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଏକ ଛୋଟ ଧରଣର ଅଦଳବଦଳ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଏକ ଛୋଟ ଅଦଳବଦଳ ହୋଇଛି। ନିରାକାରପୁର ଆଇଆଇସି ସୁଚିତ୍ରା ଜେନାଙ୍କ ଖୋର୍ଦ୍ଧା ଟାଉନ ଥାନା ଅତିରିକ୍ତ ଆଇଆଇସି ଭାବେ ବଦଳି ହୋଇଥିବା ବେଳେ କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନାଙ୍କ ନିରାକାରପୁର ଥାନା ଇନଚାର୍ଜ ଭାବେ ବଦଳି ହୋଇଛି।

ସେହିପରି ଭାବେ ଟାଙ୍ଗୀ ଥାନା ଏସଆଇ ସୁଜାତା ପଲାଇ ଏବଂ ନିରାକାରପୁର ଥାନା ଏସଆଇ ଦିପାଲିଶା ନାୟକଙ୍କ ପୂର୍ବ ବଦଳି ନିର୍ଦ୍ଦେଶନାମାକୁ ବାତିଲ କରାଯାଇ ପୂର୍ବପରି ନିଜ ନିଜ ଥାନାରେ ଅବସ୍ଥାପିତ କରାଯାଇଛି। ଏ ନେଇ ଆଜି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଉକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ଵର: ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। କଟକ ଏବଂ ନୟାଗଡ ଏସପିଙ୍କ ଏହି କ୍ରମରେ ବଦଳି ହୋଇଛି। ଆଇପିଏସ ଅଧିକାରୀ ସପିନ ଅହମ୍ମଦ କେ. କ୍ରାଇମବ୍ରାଞ୍ଚ ଆଇଜି ଭାବେ ନିଯୁକ୍ତି ପାଇଛନ୍ତି। ସେହିଭଳି ସାର୍ଥକ ଷଡଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡର ଡିଆଇଜି ଭାବେ ଦାୟିତ୍ଵ ମିଳିଛି। ସତ୍ୟଜିତ ନାୟକ ଏଚଆରପିସି ଡିଆଇଜି ହୋଇଛନ୍ତି।

ତେବେ ଯୁଗଳ କିଶୋର ବାନୋଥଙ୍କୁ ଏଆଇଜି ହେର୍ଡକ୍ଵାର୍ଟର ଦାୟିତ୍ଵ ମିଳିଥିବା ବେଳେ ରାହୁଲ ଜୈନଙ୍କୁ ନୟାଗଡ ଏସପି ଏବଂ ମିହିର କୁମାର ପଣ୍ଡାକୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ନିଯୁକ୍ତି ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭାଗରେ ବଡ ଧରଣର ଅଦଳବଦଳ: ଜାଣନ୍ତୁ କେଉଁ ଥାନାର କିଏ ନେଲେ ଦାୟିତ୍ଵ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭାଗରେ ଏକ ବଡ ଧରଣର ଅଦଳବଦଳ ହୋଇଛି। ବହୁ ଥାନାର ଥାନାଧିକାରୀଙ୍କ ସମେତ ଏସଆଇ ଏବଂ ଏଏସଆଇଙ୍କ ବଦଳି ହୋଇଛି। ଜିଲ୍ଲା ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ମୁଖ୍ୟ ତଥା ଏସପି ସିଦ୍ଧାର୍ଥ କାଟାରିଆଙ୍କ ନିଷ୍ପତ୍ତି କ୍ରମେ ଉକ୍ତ ବଦଳି ହୋଇଛି।

ବଦଳି ତାଲିକା:

୧- ବାଣପୁର ଥାନା ଆଇଆଇସି ରଶ୍ମିରଂଜନ ସାହୁଙ୍କୁ ବୋଲଗଡ଼ ଥାନା ଦାୟିତ୍ଵ।

୨- ଜଙ୍କିଆ ଥାନା ଆଇଆଇସି ଦିଗବିଜୟ ବିଶ୍ୱାଳଙ୍କୁ ଟାଙ୍ଗୀ ଥାନା ଦାୟିତ୍ଵ।

୩- ଖୋର୍ଦ୍ଧା ସଦର ଥାନା ଆଇଆଇସି ଅନିତା ସାହୁଙ୍କୁ ଜଙ୍କିଆ ଥାନା ଦାୟିତ୍ଵ।

୪- ବୋଲଗଡ଼ ଥାନା ଆଇଆଇସି ବିଦିତା ନାୟକଙ୍କୁ ଖୋର୍ଦ୍ଧା ସଦର ଥାନା ଦାୟିତ୍ଵ।

୫- ବାଘମାରି ଥାନା ଆଇଆଇସି ଅର୍ଚ୍ଚନା ମଲ୍ଲିକଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟ।

୬- ଖୋର୍ଦ୍ଧା ଟାଉନ ଥାନା ଅତିରିକ୍ତ ଆଇଆଇସି ପ୍ରଜ୍ଞା ରିତମ୍ଭରା କରଙ୍କୁ ବାଘମାରି ଥାନା ଦାୟିତ୍ଵ।

୭- ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ଶମ୍ଭୁନାଥ ନାୟକଙ୍କୁ ବେଗୁନିଆ ଅତିରିକ୍ତ ଆଇଆଇସି ଦାୟିତ୍ଵ।

୮- ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ଅମରେନ୍ଦ୍ର ଦାସଙ୍କୁ ଜିଲ୍ଲା ଡ଼ିସିଆରବି ଇନ୍ସପେକ୍ଟର ଭାବେ ବଦଳି କରାଯାଇଛି। ତେବେ ବାଣପୁର ଥାନା ଦାଇତ୍ୱ ଅତିରିକ୍ତ ଆଇଆଇସି କାଁହୁ ଚରଣ ସ୍ୱାଇଁ ସମ୍ଭାଳିବେ।

ସେହିପରି ଭାବେ ସଦର ଥାନା ଏସଆଇ ପବିତ୍ର ମୋହନ ପ୍ରଧାନଙ୍କୁ ବାଲୁଗାଁ ଏସଆଇ, ବାଙ୍କୋଇ ଫାଣ୍ଡି ଏସଆଇ ବିନାୟକ ମନ୍ତ୍ରୀଙ୍କୁ ନିରାକାରପୁର ଥାନା, ବାଲୁଗାଁ ଥାନା ଏସଆଇ ଲିଲି ପାଢ଼ୀଙ୍କୁ ବୋଲଗଡ ଥାନା, ବୋଲଗଡ଼ ଏସଆଇ ସୁଜାତା ପଲାଇଙ୍କୁ ଟାଙ୍ଗୀ ଥାନା, ଟାଉନ ଥାନା ଏସଆଇ ବିଜୟ ଜେନାଙ୍କୁ ସଦର ଥାନା, ସଦର ଥାନା ଏଏସଆଇ ଶ୍ରୀମତୀ ମଲ୍ଲକଙ୍କୁ ବାଣପୁର ଥାନା, ଟାଉନ ଥାନା ଏଏସଆଇ ଅକ୍ଷୟ ସେଠିଙ୍କୁ ଶିଳ୍ପାଞ୍ଚଳ ଫାଣ୍ଡି, ବାଘମାରି ଥାନା ଏଏସଆଇ ପୁରୁଷୋତ୍ତମ ସାହୁଙ୍କୁ ଡ଼ିଆଇବି ଖୋର୍ଦ୍ଧା, ବାଣପୁର ଥାନା ଏଏସଆଇ ଶ୍ରୀନିବାସ ପ୍ରଧାନଙ୍କୁ ବାଙ୍କୋଇ ଫାଣ୍ଡି, ରିଜର୍ଭ ଏଏସଆଇ ଏଲଡ଼ି ପଣ୍ଡାଙ୍କୁ ବାଣପୁର ଥାନା, ସିକୋ ଫାଣ୍ଡି ଏଏସଆଇ ପ୍ରମୋଦ କୁମାର ଦଳାଇଙ୍କୁ ଜଙ୍କିଆ ଥାନା, ନିରାକାରପୁର ଥାନା ଏଏସଆଇ ପ୍ରଗତି କୁମାର ଛାଟୋଇଙ୍କୁ ବୋଲଗଡ ଥାନା ଏବଂ ବାଣପୁର ଥାନା ଏଏସଆଇ ରମାକାନ୍ତ ପୁହାଣଙ୍କୁ ବାଘମାରି ଥାନାକୁ ବଦଳି କରାଯାଇଛି କରାଯାଇଛି। ସମସ୍ତ ଅଧିକାରି ମାନେ ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବା ପାଇଁ ନିର୍ଦେଶ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଇପିଏସ ସ୍ତରରେ ହେଲା ଅଦଳବଦଳ: ଜାଣନ୍ତୁ କେଉଁ ଅଧିକାରୀଙ୍କୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ଵ

ଭୁବନେଶ୍ବର: ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ କରାଯାଇଛି। ଅଖିଲେଶ ସିଂହଙ୍କୁ ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ ଭାବେ ବଦଳି ହୋଇଥିବା ବେଳେ ପିଏସ ପୁରୁଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଜିଲ୍ଲା, ରାହୁଲ ଜୈନଙ୍କୁ ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡା ଜିଲ୍ଲା, କେଆର ଦ୍ୟାନଦେଓଙ୍କୁ ମୟୂରଭଞ୍ଜ ଜିଲ୍ଲା, ପିଏସ ମିନାଙ୍କୁ ମାଲକାନାଗିରି ଜିଲ୍ଲା ଏବଂ ପ୍ରକାଶ ଆରଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି ହୋଇଛି। ସେହିଭଳି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇଜି ଏସ ଦେବଦତ୍ତ ସିଂହଙ୍କୁ ପୋଲିସ ମୁଖ୍ୟାଳୟକୁ ଆଇଜିପି ଭାବେ ନିଯୁକ୍ତି ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ ସହିତ ସଂପ୍ରସାରଣ, ଚର୍ଚ୍ଚାରେ ଓଡିଶାର 2AB

ନୂଆଦିଲ୍ଲୀ, ଖୁବ ଶିଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ସହିତ ସଂପ୍ରସାରଣ କରିବେ। ଆସନ୍ତା ବର୍ଷ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ଥିବାରୁ ଏହି ଅଦଳବଦଳ ସହ ସଂପ୍ରସାରଣ ହେବ ବୋଲି ଜଣାପଡିଛି। ସେଥିପାଇଁ ଦଳ ଭିତରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସଂପ୍ରସାରଣରେ ଉତ୍ତର ପ୍ରଦେଶକୁ ବେଶୀ ଗୁରୁତ୍ବ ଦିଆଯିବ ବୋଲି ଜଣାପଡିଛି।

ତେବେ ଏହି ସଂପ୍ରସାରଣର ଆଶା ଓ ଆଶଙ୍କା ଭିତରେ ଓଡିଶାର ଭାଗ୍ୟ କଣ ହେବ ସେ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା । ନୂଆଦିଲ୍ଲୀର ରାଜନୈତିକ ହାୱା ଅନୁସାରେ ଓଡିଶାର ତିନିଜଣଙ୍କ ନାମ କୁଆଡେ କେନ୍ଦ୍ର ଦରବାରରେ ବେଶ୍ ଚର୍ଚ୍ଚା ଚାଲିଛି। ସେମାନେ ହେଲେ 2AB।  ଅପରାଜିତା ଷଡଙ୍ଗୀ, ଅଶ୍ବନୀ ବୈଷ୍ଣବ ଏବଂ ବୈଜୟନ୍ତ ପଣ୍ଡା।

ବୈଜୟନ୍ତ ପଣ୍ଡା ବର୍ତ୍ତମାନ କୌଣସି ଗୃହର ସଦସ୍ୟ ନାହାଁନ୍ତି। ହେଲେ ତାଙ୍କର ଆସାମ ସଫଳତା ଏହି ମନ୍ତ୍ରୀ ପଦ ଆଣିବ ବୋଲି ଚର୍ଚ୍ଚା ଚାଲିଛି। ତାଙ୍କୁ ଏବେ ମନ୍ତ୍ରୀ କରି, ପରେ କୌଣସି ରାଜ୍ୟରୁ ରାଜ୍ୟସଭା ସଦସ୍ୟ ଭାବେ ମନୋନିତ କରାଯିବ ବୋଲି ବିଚାର ଚାଲିଛି। ଆସାମ ନିର୍ବାଚନର ସଫଳତା ପରେ ବୈଜୟନ୍ତଙ୍କ କ୍ଷମତା ଦିଲ୍ଲୀ ଦରବାରରେ ବେଶ୍ ବୃଦ୍ଧି ପାଇଛି। ଏଥିସହିତ ଅନ୍ୟ ମନ୍ତ୍ରୀମାନଙ୍କ ସହିତ ବୈଜୟନ୍ତଙ୍କ ଘନିଷ୍ଠତା ମଧ୍ୟ ଏ କ୍ଷେତ୍ରରେ ତାଙ୍କୁ ସାହାଯ୍ୟ କରିବ। ସେଥିପାଇଁ ତାଙ୍କ ନାମ ଦିଲ୍ଲୀ ଦରବାରରେ ବେଶ୍ ଆଲୋଚନା ଚାଲିଛି।

ସେହିପରି ଆଉ ଦୁଇ ସାଂସଦ ଅଶ୍ବନୀ ବୈଷ୍ଣବ ଏବଂ ଅପରାଜିତା ଷଡଙ୍ଗୀଙ୍କ ନାମ ମଧ୍ୟ ରହିଛି। ଯଦି ଓଡିଶା ସାଂସଦଙ୍କ ମଧ୍ୟରେ ଦିଲ୍ଲୀ ଦରବାରରେ କାହାର ସବୁଠୁ ବେଶୀ ଦବଦବା ଥାଏ ତେବେ ସେ ହେଉଛନ୍ତି ସାଂସଦ ଅଶ୍ବନୀ ବୈଷ୍ଣବ। ରାଜ୍ୟସଭା ସଦସ୍ୟ ଭାବେ ସେ ବିଜେପିର ପ୍ରାର୍ଥ ହୋଇ ବିଜେଡିର ସମର୍ଥନ ହାସଲ କରିଥିଲେ। ସେଥିପାଇଁ ଓଡିଶାର ଯଦି କାହାକୁ ନୂଆ ମନ୍ତ୍ରୀ କରାଯାଏ ତେବେ ସେ ଅଶ୍ବନୀ ବୈଷ୍ଣବ ହେବେ ବୋଲି ଆଶା କରାଯାଉଛି।

ସେହିପରି ଓଡିଶା ରାଜନୀତି ସମ୍ଭାଳିବା ପାଇଁ ଅପରାଜିତାଙ୍କୁ ମଧ୍ୟ ମନ୍ତ୍ରୀ କରାଯିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ସେଥିପାଇଁ ନୂଆଦିଲ୍ଲୀରେ ଥିବା ତାଙ୍କର ରାଜନୈତିକ ଗୁରୁମାନେ ଲବି କରୁଛନ୍ତି ବୋଲି ଜଣାପଡିଛି। ଅପରାଜିତ ସିଧା ଦିଲ୍ଲୀ ଲବିରେ ଓଡିଶା ରାଜନୀତିରେ ପ୍ରବେଶ କରିଛନ୍ତି। ଓଡିଶାରେ ସେ ଯାହା କରୁଛନ୍ତି ସେଥିରେ ଦିଲ୍ଲୀର ଗୋଟିଏ ଶକ୍ତି କେନ୍ଦ୍ରର ଆର୍ଶିବାଦ ରହିଛି।

ଫଳରେ ଏକଲା ଚଲୋ ନ୍ୟାୟରେ ଅପରାଜିତା ନିଜେ ସଂଗଠନ କରି ଲୋକପ୍ରିୟତା ବଢାଇବାରେ ଲାଗିଛନ୍ତି। ସେଥିପାଇଁ ଓଡିଶା ସଂଗଠନକୁ ମଜବୁତ କରିବା ପାଇଁ ଅପରାଜିତାଙ୍କୁ ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି। ତେବେ କେନ୍ଦ୍ରମନ୍ତ୍ରୀ ଅଦଳବଦଳ ଭିତରେ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବଳି ପଡିଯାଇ ପାରନ୍ତି ବୋଲି ଦିଲ୍ଲୀରେ ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳ ବଦଳ

ଭୁବନେଶ୍ବର, ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଯେଉଁ ନୂଆ ବିଭାଗ ମିଳିଲା ତାହା ହେଲା..

1- ଦୀପ୍ତେଶ ପଟ୍ଟନାୟକ- ଆଇଜି ଜେଲ ବିଭାଗ

2-ନରସିଂହ ଭୋଳ- ଆଇଜି କେନ୍ଦ୍ରାଞ୍ଚଳ, କଟକ

3- ଏଚ କେ ଲାଲ- ଆଇଜି ପୂର୍ବାଞ୍ଚଳ ରେଞ୍ଜ, ବାଲେଶ୍ବର

4-ଦୀପକ କୁମାର- ଡିଆଇଜି, ଉତ୍ତରାଞ୍ଚଳ, ସମ୍ବଲପୁର

5- ରାଜକିଶୋର ପାଇକରାୟ- ଏସପି ଦେବଗଡ

6- ଡି ପି ତ୍ରିପାଠୀ- ଏସ ଆର ପି, କଟକ

Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ଦ୍ଵାରା ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ କରାଯାଇଛି। ଏହି କ୍ରମରେ ଢେଙ୍କାନାଳ ଏସପି ଅନୁପମା ଜେମ୍ସଙ୍କୁ ଭିଜିଲାନ୍ସ ବିଭାଗ ଏସପି ଦାୟିତ୍ଵ ଦିଆଯାଇଥିବା ବେଳେ ଅରୁଣ କୁମାର ରାୟଙ୍କୁ ଏଡିଜି, କମ୍ୟୁନିକେସନ ଦାୟିତ୍ଵ। ଲଳିତ ଦାସଙ୍କୁ ଏଡିଜି, ହେଡକ୍ୱାର୍ଟର ଦାୟିତ୍ଵ। ଯଶୋବନ୍ତ ଜେଠୱାଙ୍କୁ ଏଡିଜି, ଆଇନଶ୍ରୁଙ୍ଖଳା ଦାୟିତ୍ଵ। ବିନୟତୋଷ ମିଶ୍ରଙ୍କୁ ଏସଆରବି ନିର୍ଦ୍ଦେଶକ ଦାୟିତ୍ଵ। ସଞ୍ଜୟ ସିଂହଙ୍କୁ ଆଇଜିପି, ପୋଲିସ ଆଧୁନିକକରଣ ଦାୟିତ୍ଵ। ରେଖା ଲୋହାନିଙ୍କୁ ଅତିରିକ୍ତ ପୋଲିସ କମିଶନର ଦାୟିତ୍ଵ। ରିତୁ ଆରୋର ହେଲେ ଗୃହ ବିଭାଗର ଓଏସଡି। ରାଜେଶ କୁମାରଙ୍କୁ  ଆଇଜି ପୋଲିସ ଏଫଏସଏଲର ଦାଇତ୍ଵ ମିଳିଛି।