Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାରେ ୯. ୫ ପ୍ରତିଶତ ହାରରେ ୨୪୪. ୭ ମିଲିମିଟର ବର୍ଷା ରେକର୍ଡ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପାଗ ପୂରା ଓଲଟି ଯାଇଛି। ଲଘୁଚାପ ଜନିତ ଅଦିନିଆ ବର୍ଷା ପଶି ଆସିଛି। ଚାଷୀ କୁଳ ଉପରେ ଦାଉ ସାଜିଛି, ଜିଲ୍ଲାରେ ଝିପି ଝିପି ବର୍ଷା ଲାଗିରହିଛି। କେଉଁଠି ଅସରାଏ, କେଉଁଠି ଲାଗି ରହିଛି ଝିପିଝିପି ବର୍ଷା। ବାତାବରଣ ପୂରା ଥଣ୍ଡା, ପ୍ରବଳ ଶୀତ।

ଗତ ୨୪ଘଣ୍ଟା ମଧ୍ୟ ରେ ଗଞ୍ଜାମ ଜିଲ୍ଲାରେ ୯. ୫ ପ୍ରତିଶତ ହାର ରେ ୨୪୪. ୭ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି, ଛତ୍ରପୁରରେ ୧୭. ୨ ମିଲି ମିଟର ବର୍ଷା ହୋଇଥିବା ବେଳେ ଗଞ୍ଜାମ ରେ ୧୭. ୨ମିଲି ମିଟର, ପୁରୁଷୋତ୍ତମପୁର ରେ ୧୫ ମିଲି ମିଟର କବିସୂର୍ଯ୍ୟନଗର ରେ ୧୬ ମିଲି ମିଟର ବର୍ଷା ରେକର୍ଡ ହୋଇଛି।

ସେହିଭଳି ପୋଲସରାରେ ୧୪. ୪ମିଲି ମିଟର, କୋଦଳା ରେ ୫ ମିଲି ମିଟର, ଖଲ୍ଲିକୋଟ ରେ ୫ ମିଲି ମିଟର, ହିଞ୍ଜିଳିକାଟୁରେ ୧୫ ମିଲି ମିଟର, ରଙ୍ଗେଈଲୁଣ୍ଡା ରେ ୪ ମିଲି ମିଟର, କୁକୁଡ଼ାଖଣ୍ଡି ରେ ୬ ମିଲି ମିଟର, ଚିକିଟି ରେ ୧୮. ୮ ମିଲି ମିଟର, ପାତ୍ରପୁର ରେ ୨୪ ମିଲି ମିଟର, ଦିଗପହଣ୍ଡି ରେ ୬ ମିଲି ମିଟର, ଭଞ୍ଜନଗର ରେ ୨. ୮ ମିଲି ମିଟର, ବେଲଗୁଣ୍ଠା ରେ ୩.୨ ମିଲି ମିଟର, ଜଗନ୍ନାଥପ୍ରସାଦ ରେ ୨ ମିଲି ମିଟର, ବୁଗୁଡ଼ା ରେ ୪ ମିଲି ମିଟର, ଆସ୍କା ରେ ୧୨.୬ ମିଲି ମିଟର, ଶେରଗଡ଼ ରେ ୧୬. ୫ମିଲି ମିଟର, ସୋରଡ଼ା ରେ ୭ ମିଲି ମିଟର, ଗୋପାଳପୁର ଏ ନଏସି ରେ ୫ମିଲି ମିଟର, ବିଏମସି (ଗାନ୍ଧୀନଗର ) ରେ ୧୭ମିଲି ମିଟର ଓ ବିଏମସି (ବ୍ରଜ ନଗର ) ରେ ୧୭ ମିଲି ମିଟର ବର୍ଷା ହୋଇଥିବା ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଚାଷୀଙ୍କ ଉପରେ ଚଡକ, ଆହୁରି ଦୁଇଦିନ ଲାଗି ରହିବ

ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ଝିପିଝିପି ବର୍ଷା ଲାଗିରହିଛି। ଫଳରେ ପାଗ କୋହଲା ରହିବା ସହିତ ଲୋକେ ଘରୁ ବାହାରିପାରୁ ନାହାଁନ୍ତି। ଗୋଟିଏ ପଟେ ଦୀର୍ଘଦିନ ଧରି ଶୀତ ଲାଗିରହିଥିବା ବେଳେ ଆଜି ବର୍ଷା ଲୋକଙ୍କୁ ହନ୍ତସନ୍ତ କରିଦେଇଛି। ତେବେ ଏହି ବର୍ଷା ଆହୁରି ଦୁଇଦିନ ଧରି ଲାଗିରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଏହି ବର୍ଷା ଲାଗିରହିଛି। ଆସନ୍ତା ୧୨ ଘଣ୍ଟାରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ଏବଂ ତା’ପରବର୍ତ୍ତୀ ୨୪ ଘଣ୍ଟା ଯାଏ ସେହି ଅବପାତ ହୋଇ ରହିବ। ଏହାର ପ୍ରଭାବରେ ଆସନ୍ତାକାଲି ମଧ୍ୟ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ଏହି ବର୍ଷା ଚାଷୀଙ୍କ ପାଇଁ କାଳ ହୋଇଛି। କାରଣ ବର୍ତ୍ତମାନ ଧାନ ଅମଳ ହେଉଥିବା ବେଳେ ତାହା ଓଦା ହୋଇ ଗଜା ହେବାର ସମ୍ଭାବାନା ସୃଷ୍ଟି ହୋଇଛି। ଫଳରେ ବର୍ଷା ଦାଉରୁ ଧାନକୁ କିପରି ରକ୍ଷା କରାଯିବ ସେହି ଚିନ୍ତାରେ ଚାଷୀକୂଳ।

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲିଠାରୁ ରାଜ୍ୟରେ ପ୍ରବଳ ବର୍ଷା, ଆଠଟା ଜିଲ୍ଲାରେ ହେବ କୁଆପଥର ମାଡ

ଭୁବନେଶ୍ବର: ରାଜ୍ୟରେ ପୁଣି ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ ହେବ। ତେବେ ଏଥର ଆଠଟି ଜିଲ୍ଲାର ପ୍ରବଳ ବର୍ଷା ସହିତ କୁଆପଥର ମାଡ ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡିକୁ ୟଲୋ ୱାର୍ଣ୍ଣି ଜାରୀ କରିଛି ଭୁବନେଶ୍ବର ପାଣିପାଗ ବିଭାଗ। ଏହି ଜିଲ୍ଲାରେ ପ୍ରାୟ 6 ରୁ 11 ସେମି ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଯେଉଁ ଆଠଟି ଜିଲ୍ଲାରେ ପ୍ରବଳ ବର୍ଷା ଆଉ କୂଆପଥର ପଡିବ ସେହି ଜିଲ୍ଲାଗୁଡିକ ହେଲା କନ୍ଧମାଳ, କଳାହାଣ୍ଡି, ରାୟଗଡା, ବୌଦ୍ଧ, ଗଞ୍ଜାମ, ଗଜପତି,ନୟାଗଡ ଏବଂ ଅନୁଗୁଳ ଜିଲ୍ଲା। ଏହି ଜିଲ୍ଲାଗୁଡିକରେ ଦୁଇ ତିନୋଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ସେହିପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, ସମ୍ବଲପୁର, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, କଟକ ଏବଂ ସୋନପୁରରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଆସନ୍ତାକାଲି ସକାଳୁ ଏହି ବର୍ଷା ହେବ ବୋଲି ଜଣାପଡିଛି।

ସେହିପରି 15 ତାରିଖରେ ମଧ୍ୟ 18ଟି ଜିଲ୍ଲାର ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ସେଗୁଡିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ନୟାଗଡ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଂଜ, କନ୍ଧମାଳ, ରାୟଗଡା, କୋରାପୁଟ, ଢେଙ୍କାନାଳ ଏବଂ ମାଲକାନଗିରି ଜିଲ୍ଲା। ଏହି ଜିଲ୍ଲାଗୁଡିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି

ନିକଟରେ ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ପୁଣି ବର୍ଷା ହେବା ଯୋଗୁଁ ଫସଲ ନଷ୍ଟ ହେବାର ନିଶ୍ଚିତ ସମ୍ଭାବନା ରହିଛି। ଏପରିକି ଯେଉଁ ସ୍ଥାନରେ ପ୍ରବଳ ବର୍ଷାର ପ୍ରଭାବ ରହିଛି ସେଠାକାରା ସହରାଞ୍ଚଳ ଯାତାୟାତରେ ସମସ୍ୟା ମଧ୍ୟ ସୃଷ୍ଟି ହେବ ବୋଲି ଅନୁମାନ କରାଯାଇଛି।

(ଏଥିରେ ସଂଲଗ୍ନ ହୋଇଥିବା ଫଟୋଟି ସାଟେଲାଇଟରୁ ଉତ୍ତୋଳନ ହୋଇଥିବା ପାଣିପାଗ ସମ୍ବନ୍ଧୀୟ ଆଜି ସକାଳର ଚିତ୍ର, ଫଟୋ ସୌଜନ୍ୟ– ଭୁବନେଶ୍ବର ପାଣିପାଗ ବିଭାଗ)