Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜୁନ ମାସରେ ସ୍ଵାଭାବିକ ଠାରୁ ହୋଇପାରେ ଅଧିକ ବର୍ଷା: ଆଇଏମଡି ନିର୍ଦ୍ଦେଶକ

ଭୁବନେଶ୍ବର: ଆସନ୍ତା ମାସ ଅର୍ଥାତ ଜୁନ ମାସରେ ରାଜ୍ୟରେ ଭଲ ବର୍ଷା ହେବ। ଏହି ମାସରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହେବ। ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ଭାବେ କେରଳ ଛୁଇଁସାରିଛି। ଏହା ଧୀରେ ଧୀରେ କର୍ଣ୍ଣାଟକ, ଆସାମ, ମେଘାଳୟରେ ପ୍ରବେଶ କରୁଛି।

ସାଧାରଣତଃ ଜୁନ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ ଓଡିଶାକୁ ମୌସୁମୀ ଛୁଇଁଥାଏ। ଓଡିଶାର କିଛି ଅଞ୍ଚଳରେ ଅଧିକ ବର୍ଷା ଆକଳନ କରାଯାଉଥିବା ବେଳେ କେନ୍ଦ୍ର ଓଡିଶା ଓ ଉତ୍ତର ଓଡିଶାର କିଛି ଅଞ୍ଚଳରେ କମ ବର୍ଷା ହେବା ସମ୍ଭାବନା ରହିଛି। ଓଡିଶାରେ ମିଶ୍ରିତ ବର୍ଷା ଆକଳନ କରାଯାଉଛି। କିନ୍ତୁ ସମଗ୍ର ଦେଶରେ ୧୦୩ ପ୍ରତିଶତ ବର୍ଷା ସମ୍ଭାବନା ରହିଛି। ମୌସୁମୀ ଜନିତ ବର୍ଷା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଲଘୁଚାପ ଘନୀଭୂତ ଯୋଗୁଁ ତାମିଲନାଡୁରେ ଅଧିକ ବର୍ଷା ସମ୍ଭାବନା, ଓଡ଼ିଶାରେ ମଧ୍ୟ ହେବ ବର୍ଷା

ଭୁବନେଶ୍ୱର: ଗତ ଶନିବାର ରାତିରୁ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ମଙ୍ଗଳବାର ତାମିଲନାଡୁ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଥିବାରୁ ସେହି ଅଂଚଳରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ନଭେମ୍ବର ୧୧ ତାରିଖ ରାତିରେ ଏହି ଲଘୁଚାପ ତାମିଲନାଡୁ ସୀମା ଅତିକ୍ରମ କରିବ ବୋଲି ସିଇସି ପକ୍ଷରୁ ସୂଚନା ଦିଆଯାଇଛି।

ଏହାର ପ୍ରଭାବରେ ମଙ୍ଗଳବାର ଅପରାହ୍ଣରୁ ଆକାଶ ମେଘାଚ୍ଛନ୍ନ ରହିବା ସହ ନଭେମ୍ବର ୧୧ ତାରିଖରୁ ୧୩ ତାରିଖ ମଧ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଘୂର୍ଣ୍ଣିଝଡ ଓ ବଜ୍ରପାତ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ନଭେମ୍ବର ୧୪ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଏହା ନଭେମ୍ବର ୧୬ରେ କେନ୍ଦ୍ର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ହେବାର ଆଶଙ୍କା କରାଯାଉଛି। ଏହାର ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଫସଲ ଧାନ ଅମଳ କରିବା ସମୟ ହୋଇଥିବାରୁ ଏହାକୁ ଏହି ଲଘୁଚାପଜନିତ ବର୍ଷାରୁ ରକ୍ଷା କରିବା ପାଇଁ କୃଷକମାନେ ପ୍ରତିଷେଧକମୂଳକ ପଦକ୍ଷେପ ନେବା ଜରୁରୀ ଅଟେ ବୋଲି ସିଇସି କହିଛି। ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଉତରପଶ୍ଚିମ ଓ ଉତର ଦିଗରୁ ପ୍ରବାହିତ ଶୁଷ୍କ ଥଣ୍ଡା ପବନ ନିମନ୍ତେ ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିବାର ସମ୍ଭାବନା ଥିବା ବେଳେ ମଙ୍ଗଳବାର ଠାରୁ ରାତିର ତାପମାତ୍ର କ୍ରମଶଃ ବଢ଼ିବାର ସମ୍ଭାବନା ଅଛି।

ନଭେମ୍ବର ୧୦ ତାରିଖ ଅପରାହ୍ଣରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଓଡ଼ିଶାର ଆକାଶ ମେଘାଚ୍ଛନ୍ନ ରହିବାର ସୂଚନା ଥିବା ବେଳେ ଥଣ୍ଡାର ପ୍ରକୋପ ମଧ୍ୟ ଜାରି ରହିବ ବୋଲି ସିଇସି ପକ୍ଷରୁ କୁହାଯାଇଛି।