Categories
ଆଜିର ଖବର ରାଜ୍ୟ ଖବର

ଆଜି ଘୋଷଣା ହୋଇପାରେ ରାଜ୍ୟର ଲକଡାଉନ ହେବ ନା ଅନଲକ୍ ହେବ

ଭୁବନେଶ୍ବର, ରାଜ୍ୟରେ ଲକଡାଉନ ବଢାଯିବ ନା ଅନଲକ୍ ହେବ। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆଜି କିମ୍ବା ଆସନ୍ତାକାଲି ଘୋଷଣା ହେବ। କାରଣ ଲକଡାଉନ ଘୋଷଣା ଅନୁସାରେ 17 ତାରିଖ ହେଉଛି ଶେଷ ତାରିଖ। ଏହାପରେ ରାଜ୍ୟରେ କଣ ହେବ ସେ ନେଇ ସାଧାରଣରେ ଉତ୍କଣ୍ଠା ଲାଗି ରହିଛି।

ତେବେ ବିଶେଷ ସୂଚନା ଅନୁସାରେ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ଅନଲକ କରିବେ। କାରଣ ଗତ କିଛିଦିନର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ 8 ଟି ଜିଲ୍ଲା ରେଡ ଜୋନରେ ରହିଛି। ସେହିପରି ପଜେଟିଭ ଆକ୍ରାନ୍ତ ହିସାବରେ 5ଟି ଜିଲ୍ଲା ମଧ୍ୟ ରେଡ ଜୋନରେ ରହିଛି। ସେଥିପାଇଁ ରାଜ୍ୟ ସରକାର ଏହି ଜିଲ୍ଲାଗୁଡିକରେ ଲକଡାଉନର ଅବଧି ବୃଦ୍ଧି କରିପାରନ୍ତି। ତେବେ ସାରା ରାଜ୍ୟରେ ରାତ୍ରୀ କାଳୀନ କର୍ଫ ବଳବତ୍ତର ରଖିବା ପାଇଁ ଯୋଜନା ଚାଲିଛି। ତେବେ ଏ ନେଇ ରାଜ୍ୟ ସରକାର ଏହି ଦୁଇଦିନ ମଧ୍ୟରେ ଘୋଷଣା କରିବେ।