Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ବୈଠକରେ ନିଷ୍ପତ୍ତି: ହେବ ୟୁଜି/ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ ୟୁଜି/ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା ହେବ। ଆଜି ବସିଥିବା ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ବୈଠକରେ ନିଷ୍ପତ୍ତି ହୋଇଛି। ଜୁଲାଇ ମାସ କିମ୍ବା ଅଗଷ୍ଟ ମାସ ସୁଦ୍ଧା ୟୁଜି/ପିଜି ଫାଇନାଲ ପରୀକ୍ଷା ହେବ। ହେଲେ ପରୀକ୍ଷା କେବେ ହେବ, ତାହା ନେଇ ବିଶ୍ୱବିଦ୍ୟାଳୟ ତାରିଖ ନିର୍ଦ୍ଧାରଣ କରିବ। ପରୀକ୍ଷା ଅନଲାଇନରେ ହେବା ପାଇଁ ନିଷ୍ପତ୍ତି ହୋଇଛି। ଅନଲାଇନ ପରୀକ୍ଷା କେମିତି ହେବ, ତାହା ବିଶ୍ୱବିଦ୍ୟାଳୟ ସ୍ଥିର କରିବ। ଛାତ୍ରଛାତ୍ରୀ ଘରେ ରହି ପରୀକ୍ଷା ଦେଇପାରିବେ। ଯେଉଁମାନଙ୍କର ପରୀକ୍ଷା ଦେବା ପାଇଁ ଘରେ ଅସୁବିଧା ଥିବ, ସେମାନେ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଦେଇପାରିବେ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡା. ଅରୁଣ ସାହୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅନଲାଇନ ପରୀକ୍ଷା ଦାବିରେ ଧାରଣାରେ ବସିଲେ ଓୟୁଏଟି କଲେଜର ଛାତ୍ରଛାତ୍ରୀ

ଭୁବନେଶ୍ବର: ଓୟୁଏଟି କଲେଜର ଛାତ୍ରଛାତ୍ରୀ ଧାରଣାକୁ ଓହ୍ଲାଇଛନ୍ତି। ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀ ଧାରଣାକୁ ଓହ୍ଲାଇଛନ୍ତି। ହଷ୍ଟେଲରେ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବାରୁ ଏବେ ଅଫଲାଇନ ପରୀକ୍ଷା ନକରିବା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ପ୍ଲାକାର୍ଡ ଧରି ଭିସି କାର୍ଯ୍ଯାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ପ୍ରତିବାଦ କରୁଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ପରୀକ୍ଷାକୁ କିଛି ଦିନ ସ୍ଥଗିତ କରିବା କିମ୍ବା ଅନଲାଇନରେ ପରୀକ୍ଷା ପାଇଁ ସେମାନଙ୍କର ଦାବି ହେଉଛି। ଏହାସହ ଚିହ୍ନଟ ବାହାରିଥିବା ହଷ୍ଟେଲକୁ ବିଶୋଧନ କରାଯାଉନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସମସ୍ତ ଛାତ୍ରଛାତ୍ରୀଙ୍କ କୋଭିଡ଼ ପରୀକ୍ଷା ପାଇଁ ଦାବି କରାଯାଉଛି।