Categories
ବିଶେଷ ଖବର

ଆଜିଠୁ ଚିଲିକା ହ୍ରଦରେ ଆରମ୍ଭ ହେଲା ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ ସେବା: ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜିଠାରୁ ଚିଲିକା ହ୍ରଦରେ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ ସେବା ଆରମ୍ଭ ହୋଇଛି। ଉକ୍ତ ହାଉସ ବୋଟର ନାମ ‘ଗରୁଡ଼’ ରହିଥିବା ବେଳେ ଏହାକୁ ଆଜି ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଡ଼କୁଳ ପାନ୍ଥନିବାସ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟମନ୍ତ୍ରୀ ଭରଚୁଆଲି ଭାବେ ‘ଗରୁଡ଼’ କୁ ଉଦଘାଟିତ କରିଥିବା ବେଳେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଏସପି ସିଦ୍ଧାର୍ଥ କାଟାରିଆ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର ଯାଦବ, ବିକାଶ ଇକୋ ରିସୋର୍ଟସର ପରିଚାଳନା ନିର୍ଦ୍ଦେଶକ ମୁରଲୀ କ୍ରିଷ୍ଣା ଦଶରୀ ଏବଂ ଅନ୍ୟାନ୍ୟ ଜନ ପ୍ରତିନିଧି ମାନେ ଉପସ୍ଥିତି ଥିଲେ।

ଜାଣନ୍ତୁ ‘ଗରୁଡ଼’ ବୋଟ‌ର ବୈଶିଷ୍ଟ୍ୟ:

ଡବଲ୍‌ ଇଞ୍ଜିନ୍‌ ବିଶିଷ୍ଟ ‘ଗରୁଡ଼’ ବୋଟ‌ର ଲମ୍ବା ୧୦୫ ଫୁଟ ଏବଂ ଓସାର ୨୨ଫୁଟ ଥିବା ବେଳେ ଚିଲିକାର ଜଳବାୟୁ ଅନୁଯାୟୀ ଏହାକୁ ନିର୍ମାଣ କରାଯାଇଛି। ବୋଟ‌ର ତଳ ମହଲାରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର‌ ଓ ଲାଉଞ୍ଜ ଅଛି, ଯେଉଁଠାରେ ଏକକାଳୀନ ଭାବେ ସର୍ବାଧିକ ୩୦ ଜଣ ବ୍ୟକ୍ତି ଏକାଠି ହୋଇପାରିବେ।

ସେହିପରି ଭାବେ ବୋଟକୁ ସର୍ବାଧିକ ୬ ଦମ୍ପତି ୨୪ ଘଣ୍ଟିଆ ପ୍ୟାକେଜ ଅନୁଯାୟୀ ବୁକ କରିପାରିବେ। ଜଳଖିଆ, ମଧ୍ୟାହ୍ନ ଭୋଜନ, ସନ୍ଧ୍ୟା ଜଳଖିଆ ଏବଂ ରାତ୍ରଭୋଜନ ବ୍ୟବସ୍ଥା ଉକ୍ତ ପ୍ୟାକେଜରେ ଅନ୍ତର୍ଭୁକ୍ତ ଅଟେ।

ବିଶେଷ ଆକର୍ଷଣ ଭାବେ ଚିଲିକା ପ୍ରସିଦ୍ଧ ଚିଙ୍ଗୁଡ଼ି, କଙ୍କଡା ଏବଂ ଖଈଙ୍ଗା ମାଛ ମଧ୍ୟ ଖାଦ୍ୟରେ ରହିବ। ବୋଟର ପ୍ରାଇଭେଟ ଲାଉଞ୍ଜରେ ଚାରି ଗୋଟି ପ୍ରିମିୟମ ରୁମ ରହିଛି ଏବଂ ଦୁଇ ଗୋଟି ସୁଟ ରୁମ ଅଛି ଯେଉଁଥିରେ ପର୍ଯ୍ୟଟକ ମାନେ ଚିଲକାକୁ ୧୮୦ ଡିଗ୍ରୀରୁ ଉପଭୋଗ କରିପାରିବେ ଏବଂ ବସିବା ଲାଗି କିଙ୍ଗ ସାଇଜ ବେଡ଼ ଓ ସୋଫାର ବ୍ୟବସ୍ଥା ଅଛି।

ବେଳାଭୂମିରେ ସନ‌ବାଥ‌, ମସାଜ ‌, କ୍ରୀଡ଼ା, ଗୀତ ନାଚ, ଡ଼ଲଫିନ ଓ ବିଦେଶୀ ପକ୍ଷୀ ଦେଖିବା, ଚିଲିକାରେ ବିଶେଷ ସମୟ କଟାଇବାର ଆଦି ମଜା ନେଇପାରିବେ ପର୍ଯ୍ୟଟକ ମାନେ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ବୋଟରେ ଜୀବନ ରକ୍ଷାକାରି ଉପକରଣ ରହିବା ସମେତ ଜରୁରୀକାଳିନ ପରିସ୍ଥିତିରେ ସେମାନଙ୍କୁ ବୋଟରୁ ସ୍ଥାନାନ୍ତର ନିମନ୍ତେ ଏକ ବ୍ୟାକ‌ଅପ‌ ବୋଟର ବ୍ୟବସ୍ଥା ମଧ୍ୟ କରାଯାଇଛି। ‌ସୁରକ୍ଷା ସେନସର ଏବଂ ଅଗ୍ନି ନିରାପତ୍ତା ଉପକରଣ ବ୍ୟବସ୍ଥା ମଧ୍ୟ ରହିଛି ଏହି ବୋଟରେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋଟ ଚାଲିବା ସମୟରେ ପ୍ରଦୂଷଣ ଓ ବର୍ଯ୍ୟବସ୍ତୁ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି ଏବଂ ଏଥିଲାଗି ବିଏସଭିଆଇ ଇଂଜିନ ବୋଟରେ ଲଗାଯାଇଛି।

ତେବେ ପର୍ଯ୍ୟଟକଙ୍କୁ ‘ ଗରୁଡ଼’ ବୋଟର ମଜା ନେବା ପାଇଁ ଗଣିବାକୁ ପଡିବ ୨୦-୨୫ ହଜାର ଟଙ୍କା, ଯାହାକି ୨୪ ଘଣ୍ଟା ପ୍ୟାକେଜ ପାଇଁ ଉପଲବ୍ଧ। ଏଥି ନିମନ୍ତେ ସେମାନଙ୍କୁ www.vikashecoresorts.com ୱେବସାଇଟ ରୁ ଅନଲାଇନ ବୁକିଂ କରିବାକୁ ପଡ଼ିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ତେବେ ଅନଲାଇନ ବୁକିଂ ବ୍ୟବସ୍ଥା ଆସନ୍ତା ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି। ସୂଚନା ଥାଉ କି ‘ ବିକାଶ ଇକୋ ରିସୋର୍ଟସ’ ଖୁବ କମ ଦିନ ମଧ୍ୟରେ ଓଡ଼ିଶାରେ ଏହାର ବ୍ୟବସାୟକୁ ଶୀର୍ଷରେ ପହଞ୍ଚାଇ ଲୋକପ୍ରିୟ ହୋଇପାରିଛି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଟୀକାକରଣ ଅପଡେଟ୍: ଆସନ୍ତାକାଲି ଚିଲିକାରେ ୧ ହଜାର ୮୩୦ ଜଣଙ୍କୁ ଟୀକା, ଏହି ସମୟରେ ଆରମ୍ଭ ହେବ ସ୍ଲଟ ବୁକିଂ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲି ୧ ହଜାର ୮୩୦ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଥିବାବେଳେ ବାଣପୁର ସହରାଞ୍ଚଳର ସବୁ ବର୍ଗର ନାଗରିକମାନେ ଅନଲାଇନ ସ୍ଲଟ ବୁକିଂ କରି ଦୁଇଟି ଟୀକା କେନ୍ଦ୍ରରେ ଟୀକା ନେଇପାରିବେ। ଏ ନେଇ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ:

ବାଣପୁର ଏନଏସି (ଅନଲାଇନ ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ)

୧- ଟିକିରାଇ ୟୁଜିଏମଇ ବିଦ୍ୟାଳୟ- ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ- ୧୦୦ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳା (ଅଫଲାଇନ)- ୩୦ ଡୋଜ

୨- କୃତିବାସ ଭବନ- ପ୍ରଥମ ଡୋଜ- ୧୫୦ (କେବଳ ୧୮-୪୪ ବର୍ଷୀୟ ନାଗରିକ)

ବାଣପୁର ଗ୍ରାମାଞ୍ଚଳ:

୩- ଭାପୁର ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ଡୋଜ

୪- ପୁଞ୍ଜିଆମା ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ଡୋଜ

୫- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର – ସବୁ ବର୍ଗର ନାଗରିକ:

– ୧୨୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ଡୋଜ

୬- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ସବୁ ବର୍ଗର ନାଗରିକ:

– ୧୨୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ଡୋଜ

୭- ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ର – ସବୁ ବର୍ଗର ନାଗରିକ:

– ୧୦୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ଡୋଜ

୮- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ଡୋଜ

ତେବେ ବାଣପୁରର ସମସ୍ତ ଟୀକାକେନ୍ଦ୍ରରେ ସକାଳ ୮ ରୁ ଟୀକାକରଣ ଆରମ୍ଭ ହେବ।

ଚିଲିକା: ସବୁ ବର୍ଗର ନାଗରିକ (ଉଭୟ ଡୋଜ)

୧- ରାମପୁର ପ୍ରାଥମିକ ବିଦ୍ୟାଳୟ (ବାଲୁଗାଁ ଏନଏସି )- ୩୦୦ ଡୋଜ

୨- ଚଣ୍ଡେଶ୍ୱର ପ୍ରାଥମିକ ବିଦ୍ୟାଳୟ(ଚଣ୍ଡେଶ୍ୱର ଗ୍ରାପ) – ୨୦୦ ଡୋଜ

୩- ଚାଷଙ୍ଗରା ପ୍ରାଥମିକ ବିଦ୍ୟାଳୟ(ନିମିଖେତା ଗ୍ରାପ)- ୧୦୦ ଡୋଜ

୪- କୁମଣ୍ଡଳପାଟଣା ୟୁଜି ୟୁପି ବିଦ୍ୟାଳୟ (କୁମଣ୍ଡଳପାଟଣା ଗ୍ରାପ)- ୨୦୦ ଡୋଜ

– ଚିଲିକାର ସବୁ ଟିକାକେନ୍ଦ୍ରରେ ଟୀକାକରଣ ସମୟ- ସକାଳ ୯ ଘଟିକାରୁ ଅପରାହ୍ନ ୧ ଘଟିକା (ପ୍ରଥମ ଡୋଜ)

– ସେହିଭଳି ଅପରାହ୍ନ ୨ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ଟୀକା ଦେବା ପାଇଁ ସମୟ ନିର୍ଦ୍ଧାରଣ କରଯାଇଛି।