Categories
ଆଜିର ଖବର ଜାତୀୟ ଖବର

କରୋନାରେ ଏକ ଲକ୍ଷ ଶିଶୁ ହେଲେ ଅନାଥ, ତିନି ସପ୍ତାହରେ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, କରୋନା ସଂକ୍ରାମଣ ଯୋଗୁଁ ଦେଶରେ ପ୍ରାୟ ଏକ ଲକ୍ଷ ଶିଶୁ ଅନାଥ ହୋଇପଡିଛନ୍ତି। ସେମାନଙ୍କ ମଧ୍ୟରୁ କିଏ ବାପା, କିଏ ମା, ପୁଣି କିଏ ଉଭୟଙ୍କୁ ହରାଇଛି। ଏପରି ଦୟନୀୟ ଅବସ୍ଥାକୁ ଲକ୍ଷ କରି ସୁପ୍ରିମକୋର୍ଟ ନିଜ ଆଡ ମାମଲା ଋଜୁ କରିଥିଲା। ଆଜି ଡିଭିଜନ ବେଞ୍ଚରେ ଏହାର ଶୁଣାଣି ଚାଲିଥିଲା। ଏଥିରେ କୋର୍ଟ ତିନି ସପ୍ତାହ ମଧ୍ୟରେ ସର୍ଭେ କରି ସଂପୂର୍ଣ୍ଣ ତଥ୍ୟ ଯୋଗାଇଦେବା ପାଇଁ ଶିଶୁ କଲ୍ୟାଣ କମିଟକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ କୋର୍ଟ ସମସ୍ତ ରାଜ୍ୟ ସରକାର ଏବଂ ଶିଶୁ କଲ୍ୟାଣ କମିଟକୁ ଏହି ନିର୍ଦ୍ଦେଶ ମଧ୍ୟ ଜାରୀ କରିଛନ୍ତି। ଜଷ୍ଟିସ ନାଗେଶ୍ବର ରାଓ ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ବେଞ୍ଚ ଏହି ନିର୍ଦ୍ଦେଶ ଜାରୀ କରିଛନ୍ତି। ଏଥିସହିତ ଏହି ବେଞ୍ଚ କହିଛନ୍ତି ଯେ, ଏହି ସର୍ଭେରେ ଯେଉଁ ଶିଶୁଙ୍କର ସରକାରୀ ସହାୟତାର ଆବଶ୍ୟକ ନାହିଁ ତାହା ମଧ୍ୟ ଉଲ୍ଲେଖ କରିବେ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟର ଅନାଥ ଶିଶୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ‘ଆଶୀର୍ବାଦ ଯୋଜନା’

ଭୁବନେଶ୍ବର: ଗତ ଅପ୍ରେଲ ପହିଲା ୨୦୨୦ ଦିନ ବା ତା ପରେ ଉଭୟ ବାପା,ମା ବା ପରିବାରର ମୁଖ୍ୟ ଉପାର୍ଜନ କାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିକ୍ଷାଦୀକ୍ଷା ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଯୋଜନା ‘ଆଶୀର୍ବାଦ’ ଘୋଷଣା କରିଛନ୍ତି।

ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି। ବାପା, ମା ଉଭୟଙ୍କୁ ହରାଇ ଥିବା ପିଲା ଏବଂ ବାପା, ମା’ଙ୍କ ମଧ୍ୟରୁ ଜଣଙ୍କୁ ହରାଇ ଥିବା ପିଲା ଏବଂ ଉପାର୍ଜନ କାରୀ ବାପା ବା ମା ଙ୍କ ମଧ୍ୟରୁ ଜଣକୁ ହରାଇଥିବା ପିଲା।

ସମାଜର ସ୍ଵତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଏହି ପିଲମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏକ ନିରାପଦ ପରିବେଶ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଶୀର୍ବାଦ ଯୋଜନାରେ ଏହି ସ୍ବତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲମାନେ ସେମାନଙ୍କ ପରିବାର ଓ ଆତ୍ମୀୟ ସ୍ବଜନ ମାନଙ୍କ ଗହଣରେ ହିଁ ରହିବେ ଏବଂ ସେମାନଙ୍କ ଦାୟିତ୍ୱ ନେଉଥିବା ଅଭିଭାବକ ମାନେ ଯେପରି ଠିକ୍ ଭାବରେ ଏ ପିଲାଙ୍କ ଯତ୍ନ ନେଇପାରିବେ ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଶୀର୍ବାଦ ଯୋଜନା ଅନୁଯାୟୀ ବାପା ମା ଉଭୟଙ୍କୁ ହରାଇ ଅସୁବିଧା ମଧ୍ୟରେ ଥିବା ପିଲାମାନଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟ ଙ୍କ ବ୍ୟାଙ୍କ ଖାତାରେ ପିଲାର ଭରଣପୋଷଣ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ମାସିକ ୨ ହଜାର ୫୦୦ ଟଙ୍କା ଜମା କରାଯିବ। ପିଲାକୂ ୧୮ ବର୍ଷ ହେବା ପର୍ଯନ୍ତ ଏହି ସହାୟତା ଜାରି ରହିବ। ତା ପୂର୍ବରୁ ଯଦି ପିଲା କୁ କେହି ପୋଷ୍ୟ ଭାବରେ ଗ୍ରହଣ କରେ ତେବେ ଆଉ ସହାୟତା ଦିଆ ଯିବ ନାହିଁ।

ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ପିଲାମାନେ ମାଗଣା ଚିକିତ୍ସା ସୁବିଧା ପାଇ ପାରିବେ।

ଏହି ସ୍ବତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ରେ ସାମିଲ କରାଯିବ।

ବାପା ମାଙ୍କ ମୃତ୍ୟୁ ପୂର୍ବରୁ ପିଲା ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲରେ ପଢ଼ା ଜାରି ରଖି ପାରିବେ।ତାଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟ ଅନ୍ୟ ସ୍ଥାନରେ ରହୂଥାନ୍ତି, ତେବେ ସେଠାରେ ପିଲାର ପଢ଼ିବା ବ୍ୟବସ୍ଥା କରାଯିବ ।ଯଦି ଆବଶ୍ୟକ ପଡେ ତେବେ ଆଦର୍ଶ ବିଦ୍ୟାଳୟ, କେନ୍ଦୀୟ ବିଦ୍ୟାଳୟ ବା ସେହି ମାନର ବିଦ୍ୟାଳୟ ରେ ପିଲା ପଢ଼ିବା ପାଇଁ ସାହାଯ୍ୟ ମଧ୍ୟ କରାଯିବ।

ପିଲାଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟ ଯଦି ଚାହିଁବେ ତେବେ ପିଲାକୁ ଅନ୍ୟ ସ୍କୁଲରେ ପଢାଇବା ପାଇଁ ଶିଷା ଅଧିକାର ଆଇନ ଅନୁସାରେ ଜିଲ୍ଲାପାଳ ସହଯୋଗ ଯୋଗାଇ ଦେବେ।

ଉଚ୍ଚ ଶିଷା ପାଇଁ ପିଲାକୁ ରାଜ୍ୟ ସରକାରଙ୍କ ଗ୍ରୀନ ପାସେଜ ଯୋଜନାରେ ସହଯୋଗ ଯୋଗାଇ ଦିଆଯିବ।

ଦାୟିତ୍ୱ ନେଇ ଥିବା ଆତ୍ମୀୟ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କା ଘର ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ପିଲାର ମଙ୍ଗଳକୁ ଦୃଷ୍ଟିରେ ରଖି ତାଙ୍କୁ ଘର ମଞ୍ଜୁର କରାଯିବ।

ଏହି ପିଲାଙ୍କ ଯତ୍ନ ନେଉଥିବା ଆତ୍ମୀୟ ଯଦି ଅନ୍ୟ କୌଣସି ସରକାରୀ ଯୋଜନା ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ, ଆଉଟ ଅଫ ଟର୍ନ ରେ ତାଙ୍କୁ ସେ ସୁବିଧା ଯୋଗାଇ ଦିଆଯିବ।
ପିଲାଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଶିଶୁ ମଙ୍ଗଳ ସମିତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ତହସିଲଦାର ଓ ପୋଲିସ ସହ ସମନ୍ବୟ ରଖି ଆବଶ୍ୟକ ପଦକ୍ଷେପ ନେବେ।

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପିଲା ର ଦାୟିତ୍ୱ ନେଇଥିବା ଆତ୍ମୀୟ ଙ୍କ ସହ ନିୟମିତ ଯୋଗାଯୋଗ ରେ ରହି ପିଲାର ଭଲ ମନ୍ଦ ଉପରେ ନଜର୍ ରଖବେ।

ବିଜୁ ଶିଶୁ ସୁରକ୍ଷା ଯୋଜନା ଓ ଜୁଭେନାଇଲ ଜଷ୍ଟିସ ଫଣ୍ଡରୁ ଆବଶ୍ୟକ ସ୍ଥଳେ ଏ ପିଲା ମାନଙ୍କୁ ସହାୟତା ମିଳିପାରିବ।

ଉପରୋକ୍ତ ଦୁଇ ବର୍ଗର ପିଲା ଯଦି ଆତ୍ମୀୟଙ୍କ ପାଖରେ ନ ରହି କୋୖଣସି ଶିଶୁ ଯତ୍ନ ଶିକ୍ଷାନୁଷ୍ଠାନରେ ରୁହନ୍ତି ତେବେ ସେ କ୍ଷେତ୍ରରେ ପିଲାଙ୍କ ବ୍ୟାଙ୍କ ଖାତାରେ ମାସିକ ଏକହଜାର ଟଙ୍କା ପ୍ରତି ମାସରେ ପିଲାକୁ ଅଠର ବର୍ଷ ହେବା ପର୍ଯ୍ୟନ୍ତ ଜମା କରାଯିବ। ପିଲାର ମାଗଣା ଯତ୍ନ ଓ ଅନ୍ୟ ଦାୟିତ୍ୱ ଅନୁଷ୍ଠାନ ବହନ କରିବ।

ପିଲାର ଶିକ୍ଷା, ସ୍ଵାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥା ଉପର ବର୍ଣ୍ଣିତ ଵ୍ୟଵସ୍ଥା ଅନୁଯାୟୀ କରାଯିବ।

ଯେଉଁ କ୍ଷେତ୍ର ରେ ପିଲାର ରୋଜଗାର କରୁଥିବା ବାପା ବା ମାଆଙ୍କ ମୃତ୍ୟୁ ଘଟିଥିବ ଏବଂ ସେ ବଞ୍ଚି ରହିଥିବା ବାପା ବା ମା ପାଖରେ ରହୁଥିବ ସେ ଷେତ୍ରରେ ପିଲାକୁ ଅଠର ବର୍ଷ ହେବା ପର୍ଯ୍ୟନ୍ତ। ତାର ଭରଣପୋଷଣ ପାଇଁ ବଞ୍ଚି ଥିବା ମା ବା ବାପା କିମ୍ବା ପିଲା ର ବ୍ୟାଙ୍କ ଖାତାରେ ମାସିକ ପନ୍ଦର ଶହ ଟଙ୍କା ଜମା କରାଯିବ। ପିଲାକୁ ଯଦି କେହି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରନ୍ତି ସେ କ୍ଷେତ୍ର ରେ ଆଉ ସହାୟତା ମିଳିବ ନାହିଁ।

ପିଲାର ମା ଯଦି ମଧୁବାବୁ ପେନସନ ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ତାଙ୍କ ପାଇଁ ବିଧବା ଭତ୍ତା ମଞ୍ଜୁର କରାଯିବ। ଏହା ସହିତ ଉଭୟଙ୍କୁ ସେମାନଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ର ସୁବିଧା ମଧ୍ୟ ମିଳିବ। ଏତଦ୍ବ୍ୟତୀତ ମାଗଣା ଶିଷା ସ୍ଵାସ୍ଥ୍ୟ ଵୀମା ଆଦି ଉପର ବର୍ଣ୍ଣିତ ସମସ୍ତ ସୁବିଧା ପିଲାକୁ ମିଳିବ।

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତଥା ପଞ୍ଚାୟତ ସ୍ତରୀୟ କମିଟି ବ୍ଲକ କମିଟି ଫ୍ରଣ୍ଟଲାଇନ ୱାର୍କର ସିଭିଲ ଷୋସାଇଟି ଜରିଆରେ ପିଲାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବେ।

ଏହି ଯୋଜନା ପାଇଁ ଯୋଗ୍ୟ ପିଲା ବା ତାଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟ ମାନେ ମଧ୍ୟ ମୃତ୍ୟୁ ପ୍ରମାଣ ପତ୍ର ସହ DCPUକଙ୍କୁ ଆବେଦନ କରିପାରିବେ। ଅସମୟରେ ବାପା ମା ଙ୍କୁ ହରାଇ ଥିବା ଜଣେ ବି ଅସହାୟ ଶିଶୁ ଯେପରି ଏ ଯୋଜନା ରୁ ବାଦ୍ ନ ପଡେ ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ନିୟମିତ ଭାବରେ ପ୍ରତି ବର୍ଷ ସ୍ଵତନ୍ତ୍ର ଅଭିଯାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

କରୋନାରେ ବାପାମାଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ଘୋଷଣା ହୋଇଥିବା ଯୋଜନାରେ କଣ ରହିଛି ?

ନୂଆଦିଲ୍ଲୀ, କୋଭିଡ-୧୯ କାରଣରୁ ନିଜର ମାତାପିତାଙ୍କୁ ହରାଇ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ କିଭଳି ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା ଓ ବିଚାର ବିମର୍ଶ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି।

ବର୍ତ୍ତମାନର କୋଭିଡ ମହାମାରୀର ପ୍ରଭାବିତ ହୋଇଥିବା ପିଲାମାନଙ୍କର କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଏକାଧିକ ଲାଭଜନକ ସହାୟତା ଘୋଷଣା କରିଛନ୍ତି। ଏହି ସବୁ ସହାୟତା ଘୋଷଣା କରିବା ସମୟରେ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଶିଶୁମାନେ ହେଉଛନ୍ତି  ଦେଶର ଭବିଷ୍ୟତ। ସେମାନଙ୍କୁ ସହାୟତା ଓ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଦେଶ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିବ ଯାହାଫଳରେ ସେମାନେ ଦୃଢ଼ ନାଗରିକ ଭାବେ ବିକଶିତ ହୋଇପାରିବେ ଏବଂ ଏକ ଉଜ୍ଜ୍ବଳ ଭବିଷ୍ୟତ ପାଇପାରିବେ।

ଶିଶୁ ନାମରେ ସ୍ଥାୟୀ ଜମା :

ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ଏହି ଯୋଜନାରେ ପ୍ରତ୍ୟେକ ଶିଶୁ ୧୮ ବର୍ଷ ବୟସରେ ଉପନୀତ ହେବା ପରେ ପିଏମ କେୟାର୍ସ ପାଣ୍ଠିରୁ ତାଙ୍କ ନାମରେ ୧୦ ଲକ୍ଷ ଟଙ୍କାର ଏକ କର୍ପସ ପାଣ୍ଠି ସୃଷ୍ଟି କରାଯିବ। ଏହି କର୍ପସ:

1-୧୮ ବର୍ଷ ବୟସରେ ଉପନୀତ ହେବା ପରେ ମାସିକ ଆର୍ଥିକ ସହାୟତା କିମ୍ବା ଷ୍ଟାଇପେଣ୍ଡ ଯୋଗାଇ ଦିଆଯିବା କ୍ଷେତ୍ରରେ ବିନିଯୋଗ କରାଯିବ। ପରବର୍ତ୍ତ ପାଞ୍ଚ ବର୍ଷ ପର‌୍ୟ୍ୟନ୍ତ ମିଳିବାକୁ ଥିବା ଏହି ସହାୟତାରେ ଉଚ୍ଚ ଶିକ୍ଷା ଅବଧି ସମୟରେ ତାଙ୍କର ବ୍ୟକ୍ତିଗତ ଆବଶ୍ୟକତା ପୂରଣ କରାଯାଇପାରିବ ଏବଂ

2-୨୩ ବର୍ଷ ବୟସରେ ପହଞ୍ଚିବା ପରେ, ସେ ବ୍ୟକ୍ତିଗତ ଓ ପେସାଦାର ଉପଯୋଗ ଲାଗି ଏକକାଳୀନ ଅର୍ଥରାଶି ପାଇପାରିବେ।

ବିଦ୍ୟାଳୟ ଶିକ୍ଷା : ୧୦ବର୍ଷରୁ କମ ପିଲାଙ୍କ ପାଇଁ

*  ଦିବସ ବିଦ୍ୟାର୍ଥୀ (ଡେ ସ୍କଲାର) ଭାବେ ଶିଶୁଙ୍କୁ ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଏକ ଘରୋଇ ବିଦ୍ୟାଳୟରେ ନାମ ଲେଖାଯିବ।

*   ଯଦି ପିଲା ଜଣଙ୍କ ପୂର୍ବରୁ ଘରୋଇ ବିଦ୍ୟାଳୟରେ ନାମ ଲେଖାଇଥାନ୍ତି, ତା’ହେଲେ ପିଏମ କେୟାର୍ସ ପାଣ୍ଠିରୁ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସ୍କୁଲ ଫି’ ପଇଠ କରାଯିବ।

*   ୟୁନିଫର୍ମ, ପାଠ୍ୟପୁସ୍ତକ ଓ ନୋଟବୁକ୍ ପାଇଁ ଅର୍ଥ ମଧ୍ୟ ପିଏମ କେୟାର୍ସରୁ ଦିଆଯିବ।

ବିଦ୍ୟାଳୟ ଶିକ୍ଷା : ୧୧-୧୮ ବର୍ଷର ପିଲାଙ୍କ ପାଇଁ

*   ପିଲାଙ୍କୁ ନିକଟରେ ଥିବା ସୈନିକ ସ୍କୁଲ, ନବୋଦୟ ବିଦ୍ୟାଳୟ ଭଳି କୌଣସି କେନ୍ଦ୍ରୀୟ ସରକାରୀ ଆବାସିକ ବିଦ୍ୟାଳୟରେ ନାମ ଲେଖାଇ ଦିଆଯିବ।

*   ଯଦି ପିଲା ଜଣକ ଅଭିଭାବକ, ଜେଜେବାପା, ଜେଜେମ ବର୍ଦ୍ଧିତ ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ ଯତ୍ନରେ ରହିବାକୁ ଚାହୁଁଥାନ୍ତି ତା’ହେଲେ ତାଙ୍କୁ ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଅନ୍ୟ କୌଣସି ଘରୋଇ ବିଦ୍ୟାଳୟରେ ଦିବସ ବିଦ୍ୟାର୍ଥୀ ଭାବେ ନାମ ଲେଖାଇ ଦିଆଯିବ। ଏଥିପାଇଁ ପିଏମ କେୟାର୍ସ ପାଣ୍ଠିରୁ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସ୍କୁଲ ଫି’ ପଇଠ କରାଯିବ।

*   ୟୁନିଫର୍ମ, ପାଠ୍ୟପୁସ୍ତକ ଓ ନୋଟବୁକ୍ ପାଇଁ ଅର୍ଥ ମଧ୍ୟ ପିଏମ କେୟାର୍ସରୁ ଦିଆଯିବ।

ଉଚ୍ଚ ଶିକ୍ଷା ପାଇଁ ସହାୟତା :

*   ପ୍ରଚଳିତ ଶିକ୍ଷା ଋଣ ସର୍ତ୍ତାବଳୀ ଅନୁଯାୟୀ ପିଲାମାନଙ୍କୁ ଭାରତରେ ପେସାଦାର ପାଠ୍ୟକ୍ରମ କିମ୍ବା ଉଚ୍ଚ ଶିକ୍ଷା ନିମନ୍ତେ ଶିକ୍ଷା ଋଣ ଯୋଗାଇ ଦିଆଯିବ। ଏହି ଋଣର ସୁଧ ପିଏମ କେୟାର୍ସରୁ ପଇଠ କରାଯିବ।

*  ଏକ ବିକଳ୍ପ ଭାବେ, କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଯୋଜନା ଅନ୍ତର୍ଗତ ଏପରି ପିଲାମାନଙ୍କୁ ସରକାରୀ ନିୟମ ଅନୁଯାୟୀ ସ୍ନାତକ କିମ୍ବା ଧନ୍ଦାମୂଳକ ଶିକ୍ଷା ପାଇଁ ଟ୍ୟୁସନ ଫି’ଓ କୋର୍ସ ଫି’ ସହ ସମାନ ଶିକ୍ଷା ବୃତ୍ତି ଯୋଗାଇ ଦିଆଯିବ।

*   ଯେଉଁ ପିଲାମାନେ ବର୍ତ୍ତମାନର ବୃତ୍ତି ଯୋଜନା ପାଇଁ ଯୋଗ୍ୟ ହେବେ ନାହିଁ, ପିଏମ କେୟାର୍ସ ପାଣ୍ଠିରୁ ଏହା ସହ ସମାନ ବୃତ୍ତି ଯୋଗାଇ ଦିଆଯିବ।

ସ୍ବାସ୍ଥ୍ୟ ବୀମା

*   ସବୁ ପିଲାମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା (ପିଏମ-ଜେଏଓ୍ବାଇ)ର ହିତାଧିକାରୀ ଭାବେ ପଞ୍ଜୀକରଣ କରାଯିବ ଓ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଯୋଗାଇ ଦିଆଯିବ।

*   ଏପରି ପିଲାମାନଙ୍କ ବୀମାର ପ୍ରିମିୟମ ରାଶି ୧୮ ବର୍ଷର ଆୟୁ ପର‌୍ୟ୍ୟନ୍ତ ପିଏମ କେୟାର୍ସ ପାଣ୍ଠିରୁ ଯୋଗାଇ ଦିଆଯିବ।