Categories
ଆଜିର ଖବର ଜାତୀୟ ଖବର

କରୋନାରେ ସଂକ୍ରମିତ ହେଲେ ହରିୟାଣା ମନ୍ତ୍ରୀ ଅନୀଲ ଭିଜ: ନଭେମ୍ବର ୨୦ରେ ନେଇଥିଲେ ଟୀକା

ଚଣ୍ଡୀଗଡ଼: କରୋନା ଟୀକାକୁ ନେଇ ଲୋକେ ବେଶ ଉତ୍ସାହିତ ଅଛନ୍ତି। ବିଭିନ୍ନ କରୋନା ଟୀକା ପ୍ରସ୍ତୁତ କମ୍ପାନୀଗୁଡିକ ସଫଳତା ହାସଲ କରୁଛନ୍ତି ବୋଲି ଦାବି କରୁଥିବା ବେଳେ ଆଜି ଏକ କମ୍ପାନୀର ସଫଳତା ଉପରେ ଆଶଙ୍କା ସୃଷ୍ଟି କରିଛି।

ତେବେ କୋଭାକ୍ସିନ ଟୀକା ଦେଇଥିବା ହରିୟାଣା ଗୃହ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ଭିଜ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନିଜେ ଟ୍ୱିଟ କରି ମନ୍ତ୍ରୀ ଶ୍ରୀ ଭିଜ ଏହି ସୂଚନା ଦେଇଛନ୍ତି। ଆଜି ତାଙ୍କର କୋଭିଡ଼ ରିପୋର୍ଟ ପଜିଟିଭ ଆସିଛି। ସେ ଅମ୍ବାଲାର ସିଭିଲ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଜାରି ରହିଛି। ଅନେକ ସ୍ୱେଚ୍ଛାସେବୀ ଏହି ଟୀକା ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଗତ ନଭେମ୍ବର ୨୦ରେ ସ୍ୱେଚ୍ଛାସେବୀ ଭାବେ ଶ୍ରୀ ଭିଜ ଟୀକା ନେଇଥିଲେ। କିନ୍ତୁ ସେ କରୋନା ଆକ୍ରାନ୍ତ ହୋଇଥିବାରୁ କୋଭାକ୍ସିନର ସଫଳତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।