Categories
ଆଜିର ଖବର

ଦୁଇଟି ଉପନିର୍ବାଚନ ଫଳାଫଳ ସମୀକ୍ଷା ପାଇଁ କଂଗ୍ରେସ ଗଠନ କଲା ଅନୁଧ୍ୟାନ କମିଟି

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ଧାମନଗର ବିଧାନସଭା ଓ ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ଉପନିର୍ବାଚନର ଫଳାଫଳ ସଂପର୍କରେ ଅନୁଧ୍ୟାନ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଦୁଇଗୋଟି ପୃଥକ ପୃଥକ କମିଟି ଗଠନ କରିଛନ୍ତି ।

ଧାମନଗର ନିର୍ବାଚନ ମଣ୍ଡଳୀ ନିମନ୍ତେ କଂଗ୍ରେସ ନେତା ସର୍ବଶ୍ରୀ ପୂର୍ବତନ ବିଧାୟକ ରବିନ୍ଦ୍ର କୁମାର ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ବିଭୂତି ଭୂଷଣ ମିଶ୍ର, ସାଧାରଣ ସଂପାଦକ ଶ୍ରୀ କିଶୋର ଜେନା ରହିଥିବା ବେଳେ ପଦ୍ମପୁର ବିଧାନସଭା ନିମନ୍ତେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ପିସିସି ସଂପାଦକ ଦୁର୍ଗା ପାଢ଼ୀ ରହିଛନ୍ତି । ଉପରୋକ୍ତ କମିଟି ଖୁବ୍‌ଶୀଘ୍ର ସଂପୃକ୍ତ ଜିଲ୍ଲା ସଭାପତିଙ୍କ ସହ ଯୋଗାଯୋଗ କରି ନିଜ ଦାୟୀତ୍ୱରେ ଥିବା ନିର୍ବାଚନ ମଣ୍ଡଳୀ ଗସ୍ତକରିବେ ।

ସେଠାରେ ସଂପୃକ୍ତ ଜିଲ୍ଲା କଂଗ୍ରେସ ସଭାପତି, ସ୍ଥାନୀୟ ବିଧାୟକ ପ୍ରାର୍ଥୀ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ଦଳୀୟ କର୍ମକର୍ତା, କର୍ମୀ ଓ ବିଭିନ୍ନ ବର୍ଗର ବ୍ୟକ୍ତି ବଶେଷଙ୍କୁ ଭେଟି ଓ ଆଲୋଚନା କରି ଫଳାଫଳ ସଂପର୍କରେ ଏକ ସବିଶେଷ ରିପୋର୍ଟ ଆଗାମୀ ୭ଦିନ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଦାଖଲ କରିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିସିସି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।