Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡିଶା ସାହିତ୍ୟ ଏକାଡେମୀର ନୂଆ ଉଦ୍ୟମ, ବିଦେଶୀ ଭାଷାକୁ ଅନୁବାଦ ହେବ ଶହେଟି ଓଡିଆ ଗଳ୍ପ

ଭୁବନେଶ୍ବର: ଓଡିଶା ସାହିତ୍ୟ ଏକାଡେମୀ ଏକ ନୂଆ ପଦକ୍ଷେପ ଆରମ୍ଭ କରିଛି। ଖୁବ ଶିଘ୍ର ସର୍ବକାଳୀନ ଓ ଉଚ୍ଚକୋଟୀର ଏକ ଶହଟି ଓଡିଆ ଗଳ୍ପର ବିଦେଶୀ ଭାଷାକୁ ଅନୁବାଦ କରାଯିବ। ଓଡିଆରେ ଥିବା ଲୋକପ୍ରିୟ ଗଳ୍ପର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଛି। ସେଥିପାଇଁ ଓଡିଶାର ଅନୁବାଦ ସଂସ୍ଥାଠାରୁ ଦରଖାସ୍ତ ଆହ୍ବାନ କରାଯାଇଛି।

ଏଥିରେ କୁହାଯାଇଛି ଯେ, ଓଡିଆ ଭାଷାରେ ଥିବା ଲୋକପ୍ରିୟ ଗଳ୍ପର ଇଂରାଜୀ ଭାଷାକୁ ଅନୁବାଦିତ ହେବ। ଏହି ଇଂରାଜୀକୁ ଆଧାରକରି ସ୍ପାଇନସ, ଫ୍ରେନଜ, ଜାପାନୀଜ୍ ଏବଂ ଜର୍ମାନୀ ଭାଷାକୁ ଅନୁବାଦ କରାଯିବ। ଏହାଦ୍ବାର ବିଦେଶ ମାଟିରେ ଓଡିଆ ଗଳ୍ପର ଚାହିଦା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।