Categories
ବିଶେଷ ଖବର ସିନେମା

ପଦାକୁ ଆସିଲା ଅନୁଭବଙ୍କର ବର୍ଷାଙ୍କୁ ଲେଖିଥିବା ଭାବପୂର୍ଣ୍ଣ ଇ-ମେଲ, ବର୍ଷା ମଧ୍ୟ ଦେଇଥିଲେ ଜବାବ

କଟକ, ଦିନକୁ ଦିନ ଅନୁଭବ ବର୍ଷା ମଧ୍ୟରେ ଚାଲିଥିବା ବିବାଦର ନୂଆ ଖିଅ ବାହାରିବାରେ ଲାଗିଛି। ଏହିପରି ପରିସ୍ଥିତିରେ ବର୍ତ୍ତମାନ ପଦାକୁ ଆସିଛି ଅନୁଭବ ମହାନ୍ତି ବର୍ଷାଙ୍କ ପାଖକୁ ଲେଖିଥିବା ଏକ ଭାବପୂର୍ଣ୍ଣ ଇ-ମେଲ। ଗତ ମେ 8 ତାରିଖରେ ଅନୁଭବ ବର୍ଷାଙ୍କ ପାଖକୁ ଏହି ମେଲ ପଠାଇଥିଲେ। ପାଞ୍ଚ ପୃଷ୍ଠାର ଏହି ମେଲରେ ଅନୁଭବ ତାଙ୍କର ବିଗତ ଦିନରେ ବର୍ଷା ସହିତ କିପରି ସଂପର୍କ ଗଢି ଉଠିଲା ସେ ସଂପର୍କରେ ଅବଗତ କରାଇଛନ୍ତି।

ଏଥିରେ ଅନୁଭବ କେବେ ବର୍ଷାଙ୍କୁ ଦେଖିଲେ, ବର୍ଷା କିପରି ତାଙ୍କୁ ଡାକି ନେଇ ତାଙ୍କ ଘର ବୁଲାଇ ଦେଖାଇଲେ ଏବଂ ପରେ କିପରି ଏକାଠି ସିନେମା କଲେ ତାହା ଉଲ୍ଲେଖ କରିଛନ୍ତି।ସେହିପରି କେଉଁ କେଉଁ ସିନେମାରେ ସେମାନେ ଏକାଠି କାମ କରିବା ପରେ ବାହା ହେଲା ତାହା ମଧ୍ୟ ଲେଖିଛନ୍ତି। ତେବେ ବାହାଘର ପରେ ବର୍ଷା ଶାରୀରିକ ସଂପର୍କ ରଖିବା ପାଇଁ ମନା କରିଥିଲେ ବୋଲି କହିଛନ୍ତି। ତେବେ ଏଥିପାଇଁ ସେ କେତୋଟି ଦିନ ମାଗିଥିଲେ, ହେଲେ ଦିନ ପରେ ଦିନ ବିତିଯାଇଥିଲେ ମଧ୍ୟ ତାହା ସମ୍ଭବ ହେଲା ନାହିଁ ବୋଲି ଅନୁଭବ ଲେଖିଛନ୍ତି।

ସେହିପରି ଦିଲ୍ଲୀ ଘର ପୂଜା ପାଇଁ ମେ 8 ତାରିଖରେ ଟିକେଟ କରାଯାଇଥିଲେ ମଧ୍ୟ ସେ ଗଲେ ନାହିଁ ବୋଲି କହିଛନ୍ତି। ମଦ ପିଇବା ବିଷୟରେ ମଧ୍ୟ ଅନୁଭବ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ସବୁବେଳ ମଦ ପିଏ ନାହିଁ। କେବଳ ଶୋଇବା ପାଇଁ ମଦ ପିଏ ବୋଲି ଅନୁଭବ କହିଛନ୍ତି।

ଶେଷରେ ଅନୁଭବ ବର୍ଷାଙ୍କୁ ଦୁଇ ପଦ ଲେଖିଛନ୍ତି। ତାହା ହେଲା ଯେ, ତୁମେ ମୋତେ ଛାଡି ଭଲରେ ରୁହ, ସାଇ ବାବା ତୁମର ମଙ୍ଗଳ କରନ୍ତୁ।

ତେବେ ସେହି ମେଲର ଜବାବ ବର୍ଷା ମଧ୍ୟ ଦେଇଛନ୍ତି। ସେ ଲେଖିଥିଲେ ଯେ, ମୋ ଜୀବନ ସହିତ ତୁମେ ବହୁତ ଖେଳ ଖେଳିଛ। ତୁମର ପରକୀୟା ପ୍ରତି ଏବଂ ମଦ ପିଇବା ହିଁ ମୋତେ ହନ୍ତସନ୍ତ କରିଦେଲା। ତୁମର ଶାରୀରିକ ସଂପର୍କ ରଖିବାର ଯଦି ଅଛି ମୋତେ କାହିଁକି କଲବଲ କରୁଛ ବୋଲି ବର୍ଷା ଉଲ୍ଲେଖ କରିଛନ୍ତି।

ଶେଷରେ ବର୍ଷା ମଧ୍ୟ ଲେଖିଛନ୍ତି ଯେ, ଏହି ବାହାଘରକୁ ଅତୁଟ ରଖିବା ପାଇଁ ମୁଁ ଶେଷ ପର୍ଯ୍ୟନ୍ତ ଚେଷ୍ଠା କରିବି।