Categories
ଆଜିର ଖବର ରାଜ୍ୟ ଖବର

ଶିମିଳିପାଳ ଜଙ୍ଗଲରେ ନିଆଁ ଘଟଣାରେ ତଥ୍ୟ ଅନୁସନ୍ଧାନକାରି ଦଳ ଗଠନ କଲା କଂଗ୍ରେସ

ଭୁବନେଶ୍ୱର: ମୟୁରଭଞ୍ଜ ଶିମିଳିପାଳ ଜଙ୍ଗଲରେ ଗତ ସପ୍ତାହେ ଧରି ନିଆଁଲାଗି ଅନେକ ସ୍ଥାନରେ ଜଙ୍ଗଲ ପରିବେଶ ନଷ୍ଟହେବା ସହ ପଶୁପକ୍ଷୀ ଏବଂ ବନ୍ୟଜୀବଜନ୍ତୁଙ୍କର ବ୍ୟାପକ କ୍ଷୟକ୍ଷତି ହେବାରେ ଲାଗିଛି।

ଏହି ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ୬ ଜଣିଆ ଏକ ତଥ୍ୟ ଅନୁସନ୍ଧାନ କାରି ଦଳ ଗଠନ କରିଛନ୍ତି। ଏହି ତଥ୍ୟ ଅନୁସନ୍ଧାନକାରୀ ଦଳ ଆସନ୍ତା ୪ଦିନ ମଧ୍ୟରେ ସଂପୃକ୍ତ କ୍ଷତିଗ୍ରସ୍ତ ଜଙ୍ଗଲ ସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିବା ସହ ସ୍ଥାନୀୟ ଅଂଚଳବାସୀଙ୍କ ଆଲୋଚନା କରିବେ।

ରାଜ୍ୟ ସରକାରଙ୍କ ତରଫରୁ ଶିମିଳିପାଳ ଜଙ୍ଗଲର ଏହି ନିଆଁ ଲିଭାଇବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି ଏବଂ ବନ୍ୟଜନ୍ତୁ ଓ ଜଙ୍ଗଲର ମୂଲ୍ୟବାନ ବୃକ୍ଷରାଜିର ସୁରକ୍ଷା ନେଇ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଇଛନ୍ତି ସେ ବିଷୟରେ ଏହି ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ରିପୋର୍ଟ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହି ୬ଜଣିଆ କମିଟିରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମନ୍ତ କୁମାର ଦାସ ଆବାହକ ରହିଥିବା ବେଳେ ସର୍ବଶ୍ରୀ ସୁଦର୍ଶନ ଦାସ, ସତ୍ୟସିବ ଦାସ, ପୂର୍ବତନ ସୁରେନ୍ଦ୍ର ପ୍ରସାଦ ପରମାଣିକ, ମହେନ୍ଦ୍ର ନାୟକ, ଓ ଶ୍ରୀମତୀ ମମତା କୁଣ୍ଡୁ ସଦସ୍ୟ ରହିଛନ୍ତି।