Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

ଭୁବନେଶ୍ଵର: ଗତକାଲି ପୂର୍ବ ତଟ ରେଳପଥ ପକ୍ଷରୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥ ରେଳ ବିହାର ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି, ଯେଉଁଠାରେ ଆୟୋଜିତ ଯୋଗ ଅଭ୍ୟାସରେ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ନେତୃତ୍ୱରେ ରେଳ କର୍ମଚାରୀ ଏବଂ ଅଧିକାରୀମାନେ ଯୋଗ ଅଭ୍ୟାସରେ ଯୋଗଦାନ କରିଥିଲେ।

ନିଜର ଏବଂ ପରିବାର ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟର ମହତ୍ତ୍ଵ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆନ୍ତର୍ଜାତୀୟ ଯୋଗ ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଉଅ,ଛି ଯେଉଁଥିରେ ବହୁସଂଖ୍ୟାରେ ଅଂଶଗ୍ରହଣ କରୁଛନ୍ତି ଏବଂ ଏହା ସର୍ବଭାରତୀୟ କଲ୍ୟାଣର ବାର୍ତ୍ତା ବୃଦ୍ଧି କରିବାକୁ ଯାଉଛି।  ସାମୂହିକ ଶକ୍ତି ସହିତ ଏକ ସୁସ୍ଥ ଏବଂ ଶାନ୍ତିପୂର୍ଣ୍ଣ ସମାଜ ସୃଷ୍ଟି କରିବାରେ ଯୋଗ ମଧ୍ୟ ଯୋଗଦାନ ଦେଉଛି।

ପୂର୍ବତଟ ରେଳପଥ ପରିସରରେ ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। ରେଳପଥର ସମସ୍ତ ରେଳ ମଣ୍ଡଳ ଅର୍ଥାତ୍ ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଏବଂ ୱାଲଟିୟର ଠାରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନା, କୋଚିଂ ଡିପୋ ଏବଂ ବିଭିନ୍ନ ଶାଖା କାର୍ଯ୍ୟାଳୟ ପରି ଅନ୍ୟ ରେଳ ପ୍ରତିଷ୍ଠାନର କର୍ମଚାରୀ ଏବଂ ଅଧିକାରୀମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୩ ପାଳନ କରିଥିଲେ।

ଏହି ଉତ୍ସବକୁ ଅନୁଧ୍ୟାନ କରି ମହାପ୍ରବନ୍ଧକ ମନୋଜ ଶର୍ମା ସୂଚନା ଦେଇ କହିଛନ୍ତି ଯେ ଯୋଗ ଏକ ସୁସ୍ଥ, ଶାରୀରିକ ଏବଂ ମାନସିକ ସ୍ତରରେ ରହିବା ପାଇଁ ସର୍ବୋତ୍ତମ ଉପାୟ ଅଟେ ଏବଂ ଉନ୍ନତ ସ୍ୱାସ୍ଥ୍ୟ, ଶକ୍ତି ଏବଂ ଶାନ୍ତି ପାଇଁ ଯୋଗକୁ ନିୟମିତ ଅଭ୍ୟାସ କରିବାକୁ କର୍ମଚାରୀ ଓ ଅଧିକାରୀମାନଙ୍କୁ ଉପଦେଶ ଦେଇଥିଲେ।

ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଦସ୍ୟ ମାନେ ମଧ୍ୟ ଏହାର ସଭାପତି ଦିବ୍ୟା ଶର୍ମାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ଉତ୍ସବକୁ ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ତୁଷାର କାନ୍ତୀ ମଣ୍ଡଳ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଯୋଗ ହେଉଛି ମହାନ ଭାରତୀୟ ପରମ୍ପରାର ବିଶ୍ୱକୁ ଗୌରବମୟ ଅବଦାନ: ଏମ୍ସ ନିର୍ଦ୍ଦେଶକ

ଭୁବନେଶ୍ୱର: ଯୋଗ ହେଉଛି ମହାନ ଭାରତୀୟ ପରମ୍ପରାର ବିଶ୍ୱକୁ ଗୌରବମୟ ଅବଦାନ।  ଏହା ସମଗ୍ର ବିଶ୍ୱରେ ପ୍ରାଚୀନ ସନାତନ ସଂସ୍କୃତିର ପ୍ରଚାର କରୁଛି, ଯାହାକି ଭାରତର ବିଶ୍ୱଗୁରୁ ଗାରିମାକୁ ପ୍ରତିପାଦିତ କରୁଛି। ଆଜି ଏମ୍ସ ପରିସରରେ ଆୟୁଷ ବିଭାଗ ପକ୍ଷରୁ ଆୟୋଜିତ ଅଷ୍ଟମ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି ଏମ୍ସ ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ।
ଏହି ଅବସରରେ ମେଡିକାଲ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି, ଡିନ ଡାକ୍ତର ଦେବାଶିଷ ହୋତା, ଆୟୁଷ ବିଭାଗ ନୋଡାଲ ଅଧିକାରୀ ମେଜର ଏମ ସି ସାହୁ, ଉତ୍କଳ ବିଶ୍ଵବିଦ୍ୟାଳୟର ଯୋଗ ଅଧ୍ୟାପକ ଅଜୟ ସାହୁ ପ୍ରମୁଖଙ୍କ ସମେତ ଶତାଧିକ ଡାକ୍ତର, ନର୍ସିଂ ଅଧିକାରୀ, ମେଡିକାଲ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଏମ୍ସ ଭୁବନେଶ୍ୱର ପକ୍ଷରୁ ପ୍ରତିବର୍ଷ ଯୋଗ ଦିବସ ପାଳନ କରାଯାଇଆସୁଛି। ଏମ୍ସରେ ଆୟୁର୍ବେଦ, ହୋମିଓପ୍ୟାଥିକ ଆଦିର ପ୍ରସାର ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ସେହିପରି କାର୍ଯ୍ୟକ୍ଷେତ୍ରରେ ହେଉଥିବା ମାନସିକ ଚାପରୁ ମୁକ୍ତି ପାଇଁ କାର୍ଯ୍ୟସ୍ଥଳରେ ଯୋଗ କରାଯିବାର ବ୍ୟବସ୍ଥା ହାତକୁ ନିଆଯାଇଛି।
ଆୟୁଷ ବିଭାଗର ବରିଷ୍ଠ ଅଧ୍ୟାପକ ଡାକ୍ତର ପ୍ରଶାନ୍ତ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଯୋଗ ପ୍ରଶିକ୍ଷକ ସନ୍ତୋଷ ସାହୁ ଯୋଗାଭ୍ୟାସ କରାଇଥିଲେ। ଆୟୁଷ (ହୋମିଓପ୍ୟାଥିକ) ଡାକ୍ତର ଶୁଭାଶିଷ ସରକାର ଧନ୍ୟବାଦ ଅର୍ପଣ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ବରିଷ୍ଠ ଚିକିତ୍ସକ, ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗର ଗୁରୁତ୍ୱ ସମ୍ପର୍କରେ ମତ ରଖିବା ସହିତ କୋଭିଡ କାଳରେ ଯୋଗର ମହତ୍ତ୍ୱ ପ୍ରତିପାଦିତ ହୋଇସାରିଥିବା ପ୍ରକାଶ କରିଥିଲେ। ତେଣୁ ସମସ୍ତେ ଦୈନିକ କିଛି ସମୟ ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେବା ସହିତ ଏହାକୁ ଜୀବନର ଏକ ଅଭିନ୍ନ ଅଂଶ ଭାବେ ସାମିଲ କରିବାକୁ ଆହ୍ବାନ ଦେଇଥିଲେ।
Categories
ଆଜିର ଖବର ଜାତୀୟ ଖବର ଧର୍ମ ସଂସ୍କୃତି

ଓଁ’ ଉଚ୍ଚାରଣରେ ଯୋଗ ଶକ୍ତିଶାଳୀ ହୁଏନା କହିଲେ କଂଗ୍ରେସ ନେତା: ପ୍ରତିକ୍ରିୟା ରଖିଲେ ଯୋଗଗୁରୁ ରାମଦେବ

ନୂଆଦିଲ୍ଲୀ: ସମଗ୍ର ବିଶ୍ଵରେ ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଉଛି। କରୋନା ଗାଇଡଲାଇନ ଅନୁସାରେ ଯୋଗ ଦିବସ କାର୍ଯ୍ୟକ୍ରମଗୁଡିକୁ ଆୟୋଜନ କରାଯାଉଛି। ଏହାଭିତରେ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭିଙ୍କ ଏକ ଟ୍ବିଟକୁ ନେଇ ବିବାଦ ଦେଖାଦେଇଛି। ଯୋଗ ଦିବସ ଅବସରରେ ଅଭିଷେକ ଲେଖିଛନ୍ତି ଯେ, ‘ଓଁ ‘ ଉଚ୍ଚାରଣରେ ନା ଯୋଗ ଅଧିକ ଶକ୍ତିଶାଳୀ ହୁଏ, ନା ‘ଆଲାହ’ ଉଚ୍ଚାରଣ କରିବା ଦ୍ଵାରା ଯୋଗ ଦୁର୍ବଳ ହୋଇଯାଏ।

ଅଭିଷେକଙ୍କ ଏଭଳି ଟ୍ବିଟକୁ ଦେଖି ଯୋଗ ଗୁରୁ ରାମଦେବ ବାବା ନିଜର ପ୍ରତିକ୍ରିୟା ରଖିଛନ୍ତି। ଯୋଗ ଗୁରୁ କହିଛନ୍ତି ଯେ, ଈଶ୍ଵର ଆଲାହ ତେରୋ ନାମ, ସବକୋ ସମ୍ମତି ଦେ ଭଗବାନ। ସୋସିଆଲ ମିଡିଆରେ ଆଜି ଦିନରେ ସିଙ୍ଘିଭିଙ୍କ ଏହି ପୋଷ୍ଟକୁ ନେଇ ବହୁତ ଲୋକ ପ୍ରତିକ୍ରିୟା ରଖିଛନ୍ତି। ବହୁତ ଲୋକ ଏହି ପୋଷ୍ଟକୁ ନେଇ ବିରୋଧ କରୁଥିବା ବେଳେ କିଛି ଲୋକ ସମର୍ଥନରେ ଟ୍ବିଟ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ସପ୍ତମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ, ସମଗ୍ର ବିଶ୍ଵ କରୋନା ମହାମାରୀ ବିରୋଧରେ ଲଢୁଥିବା ବେଳେ ଯୋଗ ଲୋକଙ୍କ ପାଇଁ ଆଶାର କିରଣ ନେଇଆସିଛି। ଯଦିବା ଗତ ଦୁଇ ବର୍ଷ ହେଲା ଏହା ଉପରେ କୌଣସି ବଡ କାର୍ଯ୍ୟକ୍ରମ ହୋଇନାହିଁ, ତଥାପି ଲୋକଙ୍କର ଏହା ଉପରେ ଉତ୍ସାହ ବଢୁଛି। ଏହି ଅବସରରେ ପ୍ରତ୍ୟେକ ସମାଜ ଏବଂ ସବୁ ଲୋକ ସୁସ୍ଥ ରୁହନ୍ତୁ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି ସ୍ବାସ୍ଥ୍ୟ

mYoga App: ଯୋଗ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଲଞ୍ଚ କଲେ ଆପ୍, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ଵ

ନୂଆଦିଲ୍ଲୀ: ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ସପ୍ତମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମୟୋଗା ଆପ ଲଞ୍ଚ କରିଛନ୍ତି। ଏହି ଆପକୁ ୧୨ ରୁ ୬୫ ବର୍ଷ ବ୍ୟକ୍ତିଙ୍କ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଛି। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ସହାୟତାରେ ଏହି ଆପକୁ ପ୍ରସ୍ତୁତ କରାଯାଇଥିବା ଯୋଗ ଦିବସରେ ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିରୁ ଯୋଗ ଅଭ୍ୟାସର ହଜାର ହଜାର ଭିଡିଓ ମିଳିବ।

ଇଂରାଜୀ ଭାଷା ବ୍ୟତୀତ ଅନେକ ଆଞ୍ଚଳିକ ଭାଷାରେ ଯୋଗ ଟ୍ରେନିଂ ଭିଡିଓ ଏଥିରେ ଉପଲବ୍ଧ ହେବ। ଏହାକୁ ୱାନ ୱାର୍ଲ୍ଡ-ୱାନ ହେଲଥ୍ ମନ୍ତ୍ରର ପ୍ରଧାନମନ୍ତ୍ରୀ ଉଦାହରଣ ଦେଇଛନ୍ତି। ଏହି ଆପକୁ ବୈଜ୍ଞାନିକ ପଦ୍ଧତି ଏବଂ ଅଧ୍ୟୟନ ଆଧାରକୁ ନେଇ ବିଶେଷଜ୍ଞଙ୍କ ପରାମର୍ଶରେ ପ୍ରସ୍ତୁତ କରାଯାଇଛି।