Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହାଇକୋର୍ଟରୁ ମନୀଷ ସିସୋଦିଆଙ୍କୁ ଝଟକା: ଖାରଜ ହେଲା ଜାମିନ ଆବେଦନ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରୁ ମନୀଷ ସିସୋଦିଆଙ୍କୁ ଆଉ ଏକ ଝଟକା ଲାଗିଛି। ତାଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ମନୀଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟରୁ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ମାଗିଥିଲେ, ଯାହାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ଏହା ଉପରେ ଅଦାଲତ କହିଛନ୍ତି ଯେ, ମନୀଷ ସିସୋଦିଆ ଯେଉଁ ପଦବୀରେ ଅଛନ୍ତି, ସେ ସାକ୍ଷୀ ତଥା ପ୍ରମାଣ ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଅବକାରୀ ନୀତି ଦୁର୍ନୀତିରେ ସମ୍ପୃକ୍ତ ଅର୍ଥ ହେରଫେର ମାମଲାରେ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କ ୬ ସପ୍ତାହ ଅନ୍ତରୀଣ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ଘୋଷଣା କରିଛନ୍ତି।

ଅନ୍ତରୀଣ ଜାମିନ ଆବେଦନ ଉପରେ ଜଷ୍ଟିସ ଦୀନେଶ କୁମାର ଶର୍ମା କହିଛନ୍ତି। ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତାଙ୍କ ଅସୁସ୍ଥ ପତ୍ନୀଙ୍କର ଏକମାତ୍ର ତତ୍ତ୍ୱାବଧାରକ ଆଧାରରେ ଅନ୍ତରୀଣ ଜାମିନ ମାଗିଥିଲେ। ଏହି ମାମଲାରେ ନିୟମିତ ଜାମିନ ପାଇଁ ସିସୋଦିଆଙ୍କ ଏକ ଆବେଦନ ହାଇକୋର୍ଟରେ ବିଚାରାଧୀନ ଅଛି।

Categories
ଆଜିର ଖବର ଜାତୀୟ ଖବର

ସୁପ୍ରିମକୋର୍ଟଙ୍କଠାରୁ ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ଵସ୍ତି: ଅସୁସ୍ଥତା ହେତୁ ୬ ସପ୍ତାହର ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗତ ଏକ ବର୍ଷ ଜେଲରେ ଥିବା ସତ୍ୟେନ୍ଦ୍ର ଜୈନଙ୍କୁ ସୁପ୍ରିମକୋର୍ଟ ୬ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ଖରାପ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ତାଙ୍କୁ ସ୍ୱାସ୍ଥ୍ୟ ଆଧାରରେ ଏହି ଜାମିନ ଦିଆଯାଇଛି। ଗତ କିଛି ଦିନ ହେବ ଜୈନଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା। ଗୁରୁବାର ଦିନ ଜେଲର ୱାଶରୁମରେ ମୁଣ୍ଡ ବୁଲାଇବାରୁ ସେ ପଡିଯାଇଥିଲେ। ତାଙ୍କୁ LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ଜାମିନ ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣିକୁ ଇଡି ବିରୋଧ କରିଛି। ଇଡିରେ ହାଜର ହୋଇଥିବା ଓକିଲ କହିଛନ୍ତି ଯେ, ସତ୍ୟେନ୍ଦ୍ର ଜୈନ ଦିଲ୍ଲୀ ସରକାରରେ ଜେଲ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ରହିଛନ୍ତି, ତେଣୁ ଏଲଏନଜେପି ହସ୍ପିଟାଲର ରିପୋର୍ଟକୁ ବିଶ୍ୱାସ କରାଯାଇପାରିବ ନାହିଁ। ଆମେ ଦାବି କରୁଛୁ ଯେ, AIIMS ଡାକ୍ତରମାନଙ୍କର ଏକ ସ୍ଵତନ୍ତ୍ର ଡାକ୍ତରୀ ବୋର୍ଡ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ ଏବଂ ସେହି ଆଧାରରେ ଯଦି ତାଙ୍କୁ ଜାମିନ ପ୍ରଦାନ କରାଯିବା ଅନୁଭବ ହୁଏ, ତେବେ କୋର୍ଟ ଏହାର ନିଷ୍ପତ୍ତି ନିଅନ୍ତୁ।

କିନ୍ତୁ କୋର୍ଟ ସସତ୍ୟେନ୍ଦ୍ର ଜୈନଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମନି ଲଣ୍ଡରିଂ ମାମଲା: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଅନ୍ତରୀଣ ଜାମିନ ପାଇଛନ୍ତି। ତାଙ୍କୁ ୫୦ ହଜାର ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରାଯାଇଛି। ଜ୍ୟାକଲିନଙ୍କୁ ଚାର୍ଜସିଟର ଏକ କପି ଦିଆଯାଇଛି। ପିଙ୍କି ଇରାନୀ ମଧ୍ୟ ଆଜି କୋର୍ଟରେ ବିଚାରପତିଙ୍କ ନିକଟରେ ହାଜର ହୋଇଥିଲେ। ପଟିଆଲା ହାଉସ କୋର୍ଟ ପରବର୍ତ୍ତୀ ସମୟରେ ଅକ୍ଟୋବର ୨୨ ତାରିଖରେ ଜ୍ୟାକଲିନଙ୍କ ମାମଲାର ଶୁଣାଣି କରିବେ। ଉଲ୍ଲେଖ ଯୋଗ୍ୟ ଯେ, ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ବିରୋଧରେ ଏକ ଚାର୍ଜସିଟ୍ ଉପସ୍ଥାପନ କରିଥିଲା। ଇଡି ତାଙ୍କୁ ଚାର୍ଜସିଟରେ ଜଣେ ଅଭିଯୁକ୍ତ ବୋଲି କହିଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ମିଳିଲା ଅନ୍ତରୀଣ ଜାମିନ ପ୍ରଦାନ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ନେତା ଆଜମ ଖାନଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ଆଜମ ଖାନଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଅଦାଲତ କହିଛନ୍ତି ଯେ, ବିଚାରାଧୀନ ମାମଲାରେ ନିମ୍ନ ଅଦାଲତରୁ ନିୟମିତ ଜାମିନ ନିଅନ୍ତୁ। ନିୟମିତ ଜାମିନ ପ୍ରଦାନ ନହେବା ପର୍ଯ୍ୟନ୍ତ ମଅନ୍ତରୀଣ ଜାମିନ ଜାରି ରହିବ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ

ଭୁବନେଶ୍ବର: ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଓଡିଶା ହାଇକୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ମିଳିଛି। କିନ୍ତୁ ବିଧାୟକଙ୍କୁ ମାତ୍ର ୭ ଦିନ ପାଇଁ ଜାମିନ ମିଳିଛି। ସାତ ଦିନ ପରେ ପୁଣି ଜେଲରେ ଆତ୍ମସମର୍ପଣ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଥାଉ କି ମାର୍ଚ୍ଚ ୧୨ ତାରିଖ ଦିନ ବାଣପୁର ବ୍ଲକ ସମ୍ମୁଖରେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ଅଭିଯୋଗରେ ଚିଲିକା ବିଧାୟକ ଜେଲ୍ ଯାଇଥିଲେ।