Categories
ବିଶେଷ ଖବର

କଂଗ୍ରେସରୁ ଆଜାଦ ହେଲେ ଗୁଲାମ ନବୀ: ଛାଡିଲେ ଦଳର ସମସ୍ତ ପଦବୀ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସର ପ୍ରାଥମିକ ସଦସ୍ୟତା ମଧ୍ୟ ଛାଡିଛନ୍ତି। ଗୁଲାମ ନବୀ ଆଜାଦ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପାଞ୍ଚ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି। ଗୁଲାମ ନବୀ ଆଜାଦଙ୍କୁ କଂଗ୍ରେସର ଏକ ବଡ଼ ଚେହେରା ଭାବେ ବିବେଚନା କରାଯାଏ। ଅତୀତରେ ସେ ରାଜ୍ୟସଭାରେ ବିରୋଧୀ ଦଳର ନେତା ଥିଲେ।

ସୋନିଆ ଗାନ୍ଧୀଙ୍କୁ ତାଙ୍କ ଇସ୍ତଫା ପତ୍ରରେ ଗୁଲାମ ନବୀ ଆଜାଦ ଲେଖିଛନ୍ତି ଯେ, ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ଅତ୍ୟନ୍ତ ଭାବପ୍ରବଣ ହୃଦୟ ସହିତ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ସହିତ ମୋର ଅର୍ଦ୍ଧ ଶତାବ୍ଦୀର ସମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି।