Categories
ଅପରାଧ ଆଜିର ଖବର ଜାତୀୟ ଖବର

ସରକାରୀ ଅର୍ଥର ଅପବ୍ୟବହାର ଅଭିଯୋଗରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ତୃଣମୂଳ କଂଗ୍ରେସ ମନ୍ତ୍ରୀ ଗିରଫ

କଲିକତା: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ରବିବାର ଦିନ ଗିରଫ କରାଯାଇଛି। ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଥିବା ସମୟରେ ସରକାରୀ ପାଣ୍ଠିର ଅପବ୍ୟବହାର କରିଥିବା ତାଙ୍କ ଉପରେ ଅଭିଯୋଗ ହୋଇଛି। ବାଙ୍କୁଡା ପୋଲିସ ଅଧିକାରୀ ଧୃତିମାନ ସରକାର କହିଛନ୍ତି ଯେ, ବିଷ୍ଣୁପୁର ପୌର ପାଳିକାର ଅଧ୍ୟକ୍ଷ ଥିବା ସମୟରେ ଅର୍ଥର ଅପବ୍ୟବହାର ଅଭିଯୋଗରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଗିରଫ କରାଯାଇଛି।

ରବିବାର ଦିନ ବିଜେପି ନେତାଙ୍କୁ ବିଷ୍ଣୁପୁର କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରୁ ତାଙ୍କୁ ଚାରି ଦିନିଆ ପୋଲିସ ହେପାଜତକୁ ପଠାଯାଇଛି। ବିଷ୍ଣୁପୁର ପୌର ପାଳିକାର ଅଧ୍ୟକ୍ଷ ଶ୍ୟାମା ପ୍ରସାଦ ମୁଖାର୍ଜୀ ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।

ବିଷ୍ଣୁପୁରର ସବ-ଡିଭିଜନାଲ ଅଫିସର (ଏସଡିଓ)ଙ୍କୁ ମିଳିଥିବା ଅଭିଯୋଗ ଉପରେ ବାଙ୍କୁଡା ପୋଲିସ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଗିରଫ କରିଛି। ଏସଡିଓ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ମଧ୍ୟରେ ମୁଖାର୍ଜୀ ଆର୍ଥିକ ଅପବ୍ୟବହାର କରିଛନ୍ତି।

ତୃଣମୂଳ କଂଗ୍ରେସ ନେତୃତ୍ୱାଧୀନ ବଙ୍ଗଳା ସରକାରରେ ଶ୍ୟାମା ପ୍ରସାଦ ବୟନ ମନ୍ତ୍ରୀ ରହିଥିଲେ। ତେବେ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଦଳ ବଦଳାଇ ବିଜେପିରେ ଯୋଗ ଦେଇଥିଲେ।