Categories
ଆଜିର ଖବର ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ: ହ୍ଵାଟସ୍ ଆପ୍ ଗ୍ରୁପର ଆଡମିନି ଗିରଫ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଆଜି ଭଦୋହି ଜିଲ୍ଲାର ନଗର ପାଳିକା ପରିଷଦ ନାମରେ ଗଠିତ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ର ଆଡମିନିଙ୍କୁ ଗିରଫ କରାଯାଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ‘ଭଦୋହି ନଗର ପାଳିକା ପରିଷଦ’ ନାମରେ ସୃଷ୍ଟି ହୋଇଥିବା ଏକ ହ୍ୱାଟ୍ସଆପ୍ ଆପ୍ ଗ୍ରୁପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ‘ଅଶ୍ଳୀଳ ଭାଷା’ ବ୍ୟବହାର କରି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

କୋତୱାଲି ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଅଜୟ କୁମାର ସେଠ କହିଛନ୍ତି ଯେ, ଅଗଷ୍ଟ ୪ ତାରିଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଏକ ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅଗଷ୍ଟ ୪ ତାରିଖରେ ଟ୍ୱିଟର ମାଧ୍ୟମରେ ପୋଲିସ ଏ ସମ୍ପର୍କରେ ଅଭିଯୋଗ ପାଇଥିଲା। ସେ କହିଛନ୍ତି ଯେ, ଅନୁସନ୍ଧାନ ବେଳେ ମୁସଲିମ ଅଂସାରୀ ନାମକ ଜଣେ ଯୁବକ ଉପରୋକ୍ତ ମନ୍ତବ୍ୟ ଦେଇଥିବା ଜଣାପଡିଛି।

ପୋଲିସର ସୂତ୍ରରୁ ପ୍ରକାଶ ଯେ, ଏହି ମାମଲାର ତଦନ୍ତ ବେଳେ ଗ୍ରୁପର ଆଡମିନି ଶାହାବୁଦ୍ଦିନ ଅଂସାରୀ ଅଭିଯୁକ୍ତଙ୍କୁ ଏହି ଗ୍ରୁପ ସହ ଯୋଡିଥିଲେ।

ସେଠ କହିଛନ୍ତି ଯେ, ଅପମାନଜନକ ମନ୍ତବ୍ୟର ଏକ ‘ସ୍କ୍ରିନସଟ’ ମିଳିଛି। ସେ କହିଛନ୍ତି ଯେ, ଅଭିଯୋଗ ଆଧାରରେ ଭାରତୀୟ ଦଣ୍ଡ ସଂହିତା, ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଏବଂ ଅପରାଧିକ ଆଇନ ସଂଶୋଧନ ଆଇନର ବିଭିନ୍ନ ଧାରା ଅନୁଯାୟୀ ଶାହାବୁଦ୍ଦିନ ଅଂସାରୀ ଏବଂ ମୁସଲିମ ଅଂସାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ସୂତ୍ରରୁ ପ୍ରକାଶ ଯେ, ଶନିବାର ଦିନ ଏ ବାବଦରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା ଏବଂ ରବିବାର ଦିନ ଶାହାବୁଦ୍ଦିନଙ୍କୁ ଗିରଫ କରାଯାଇଥିଲା। ମୁସଲିମ ଅଂସାରୀଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।

ସେଠ କହିଛନ୍ତି ଯେ ‘ଭଦୋହି ନଗର ପାଳିକା ପରିଷଦ’ ନାମରେ ସୃଷ୍ଟି ହୋଇଥିବା ଗ୍ରୁପ ପୌର ସଂସ୍ଥାର ଏକ ଅଫିସିଆଲ ଗ୍ରୁପ ନୁହେଁ। ତେବେ ସହରର ସମସ୍ତ କାଉନସିଲର ମଧ୍ୟ ତାଙ୍କ ସହ ଜଡିତ ଅଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କଂଗ୍ରେସ ମୁଖପାତ୍ର ଗିରଫ: ମମତା ବାନାର୍ଜୀଙ୍କ ବିରୋଧରେ ଦେଇଥିଲେ ଅପମାନଜନକ ମନ୍ତବ୍ୟ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ଆଜି ସକାଳେ ପଶ୍ଚିମବଙ୍ଗ କଂଗ୍ରେସ ମୁଖପାତ୍ର କୌସ୍ତବ ବାଗଚିଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସହରର ବର୍ଟୋଲା ପୋଲିସ ଷ୍ଟେସନର ଏକ ବଡ଼ ଦଳ ଭୋର ପ୍ରାୟ ୩.୩୦ ସମୟରେ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲ୍ଲାର ବାରାକପୋରରେ ଥିବା ବାଗିଚିଙ୍କ ବାସଭବନରେ ଚଢାଉ କରି ତାଙ୍କୁ ଗିରଫ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପାଇଁ ଶୁକ୍ରବାର ଦିନ ବାର୍ଟୋଲା ପୋଲିସ ଷ୍ଟେସନରେ ବାଗିଚିଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ଅଧିକାରୀ ଜଣଙ୍କ କହିଛନ୍ତି ଯେ, ଆମେ କୌସ୍ତବ ବାଗଚିଙ୍କୁ ତାଙ୍କ ବାସଭବନରୁ ଗିରଫ କରିଛୁ।

ଗିରଫ ପରେ ବାଗଚିଙ୍କୁ ବର୍ଟୋଲା ପୋଲିସ ଷ୍ଟେସନକୁ ଅଣାଯାଇଥିଲା। ପାର୍ଟି କର୍ମଚାରୀମାନେ ପୋଲିସ ଷ୍ଟେସନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଇପିସିର ଧାରା ୧୨୦(ଖ) (ଅପରାଧିକ ଷଡଯନ୍ତ୍ର), ୫୦୪ (ଶାନ୍ତି ଉଲ୍ଲଂଘନ କରିବା ଉଦ୍ଦେଶ୍ୟରେ ଉଦ୍ଦେଶ୍ୟମୂଳକ ଅପମାନ), ୫୦୬ (ଅପରାଧିକ ଭୟ) ଏବଂ ଅନ୍ୟାନ୍ୟ ଧାରା ସାମିଲ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ଗୁଜରାଟର ଆପ ମୁଖ୍ୟଙ୍କୁ ନୋଟିସ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଗୁଜରାଟର ସଭାପତି ଗୋପାଳ ଇଟାଲୀୟାଙ୍କୁ ନ୍ୟାସନାଲ କମିଶନ ଫର ମହିଳା (ଏନସିଡବ୍ଲ୍ୟୁ) ଏକ ନୋଟିସ ଜାରି କରିଛି। ଅକ୍ଟୋବର ୧୩ ତାରିଖରେ ଗୋପାଳଙ୍କୁ କମିଶନଙ୍କ ନିକଟରେ ହାଜର ହେବାକୁ ଏହି ନୋଟିସରେ କୁହାଯାଇଛି। ଇଟାଲୀୟାଙ୍କ ଏକ ପୁରୁଣା ଭିଡିଓ କ୍ଲିପ୍ ସଂପର୍କରେ ଏହି ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ ସେ ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରୁଛନ୍ତି। ରବିବାର ଦ୍କିନ ବିଜେପି ନେତା ତଜିନ୍ଦର ବଗଗା ଟ୍ୱିଟରରେ ଏହି କ୍ଲିପ ସେୟାର କରିବା ପରେ ଆୟୋଗ ଏହି ଭିଡିଓକୁ ସଜ୍ଞାନଊ ନେଇଛନ୍ତି। ଆୟୋଗ ବିଜ୍ଞପ୍ତିରେ କହିଛନ୍ତି ଯେ, ଇଟାଲୀୟା ବ୍ୟବହାର କରୁଥିବା ଭାଷା ମହିଳା ବିରୋଧୀ, ଅତ୍ୟନ୍ତ ଲଜ୍ଜାଜନକ, ନିନ୍ଦନୀୟ ଏବଂ ଦୁଃଖଦାୟକ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସିଡିଏସ ଜେନେରାଲ ବିପିନ ରାୱତଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ, ଗିରଫ ହେଲା ଅଭିଯୁକ୍ତ

ଅହମ୍ମଦାବାଦ: ସିଡିଏସ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ଗୁଜୁରାଟରେ ୪୪ ବର୍ଷ ବୟସ୍କ ଜଣେ ବ୍ୟକ୍ତି ଏଭଳି ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଜଣଙ୍କ ଫେସବୁକରେ ଏହି ମନ୍ତବ୍ୟ ଦେଇଛନ୍ତି, ଏହା ପରେ ଅହମ୍ମଦାବାଦ ସାଇବର କ୍ରାଇମ ସେଲ ଗୁରୁବାର ତାଙ୍କୁ ଗିରଫ କରିଛି। ତେବେ ପୁରୁଣା ପୋଷ୍ଟ ଯୋଗୁଁ ତାଙ୍କୁ ଗିରଫ କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି। କିନ୍ତୁ ତାଙ୍କର ନୂତନ ମନ୍ତବ୍ୟ ଦେବା ପରେ ଏହା ସାମ୍ନାକୁ ଆସିଛି।

ସାଇବର କ୍ରାଇମ ସେଲରୁ ପ୍ରକାଶ ଯେ, ଅଭିଯୁକ୍ତଜଣଙ୍କ ଗୁଜୁରାଟର ଅମ୍ରେଲି ଜିଲ୍ଲାର ରାଜୁଲା ତାଲୁକର ଭେରାଇ ଗାଁର ବାସିନ୍ଦା ଶିବଭାଇ ରାମ ବୋଲି ଜଣାଯାଇଛି। ପ୍ରକାଶ ଥାଉକି, ଜେନେରାଲ ରାୱତଙ୍କ ବିରୋଧରେ ହୋଇଥିବା ମନ୍ତବ୍ୟ ଉପରେ କିଛି ଉଲ୍ଲେଖ କରାଯାଇ ନାହିଁ।