Categories
CBSE10TH CBSE12th ICSE10th ICSE12th StateBoard ଜାତୀୟ ଖବର ବିଶେଷ ଖବର

ଦଶମ ଏବଂ ଦ୍ୱାଦଶ ଅଫଲାଇନ ପରୀକ୍ଷା ବିରୋଧରେ ଆବେଦନ ମାମଲା: ଶୀଘ୍ର ଶୁଣାଣି କରିପାରନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସିବିଏସ୍ଇ, ଆଇସିଏସ୍ଇ ଏବଂ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ୱାଦଶ ଶାରୀରିକ ପରୀକ୍ଷା ବିରୋଧରେ ଆବେଦନ ଉପରେ ସୁପ୍ରିମକୋର୍ଟ ଖୁବ ଶୀଘ୍ର ଶୁଣିବାକୁ ରାଜି ହୋଇଛନ୍ତି। ଏହି ମାମଲାକୁ ନେଇ ଆବେଦନକାରୀଙ୍କୁ ପ୍ରଧାନ ବିଚାରପତି ଏନ.ଭି. ରାମନା ଆଶ୍ଵାସନା ଦେଇଛନ୍ତି। ଗତ ବର୍ଷ ଏହି ମାମଲାର ଶୁଣାଣି କରିଥିବା ଜଷ୍ଟିସ ଏମ ଖାନୱିଲକରଙ୍କ ବେଞ୍ଚରେ ଖୁବ ଶୀଘ୍ର ଏହି ମାମଲା ଉଠାଯିବ ବୋଲି ଭି ରାମନା ଆବେଦନକାରୀଙ୍କୁ କହିଛନ୍ତି।

ଆବେଦନକାରୀ କହିଛନ୍ତି ଯେ, କୋଭିଡ କାରଣରୁ ପିଲାମାନେ ଅନଲାଇନରେ ଅଧ୍ୟୟନ କରିଛନ୍ତି। କରୋନା ମହାମାରୀର ଆଶଙ୍କା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ପିଲାମାନଙ୍କର ମୂଲ୍ୟାଙ୍କନ କରିବାର ଅନ୍ୟ କିଛି ଉପାୟ ମିଳିବା ଉଚିତ।

Categories
StateBoard ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଯୁକ୍ତ ୨ ଅଫଲାଇନ ପରୀକ୍ଷା: ଛାତ୍ରଙ୍କ ଠାରୁ ଛାତ୍ରୀଙ୍କ ପାସ ହାର ଅଧିକ

ଭୁବନେଶ୍ଵର: ଆଜି ଯୁକ୍ତ ୨ ପରୀକ୍ଷା ଫଳ ଘୋଷଣା ହୋଇଛି। ଯୁକ୍ତ ୨ ର ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ହୋଇଛି। ଅଫଲାଇନରେ ମୋଟ ୧୨ ହଜାର ୩୨୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ତନ୍ମଧ୍ୟରୁ ୮୪୬୦ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ତେବେ ଏହି ପରୀକ୍ଷାର ପାସ ହାର ୬୮.୬୬ ପ୍ରତିଶତ ରହିଛି। ଚଳିତ ପରୀକ୍ଷାରେ ଛାତ୍ରଙ୍କ ଠାରୁ ଛାତ୍ରୀଙ୍କ ପାସ ହାର ଅଧିକ ରହିଥିବା ସୂଚନା ରହିଛି। ସୂଚନା ଅନୁଯାୟୀ, ଛାତ୍ରୀଙ୍କ ପାସ ହାର ୬୭.୭୬ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ୬୨.୭ ପ୍ରତିଶତ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଦଶମ ଅଫଲାଇନ ପରୀକ୍ଷା: ୭୦ ପ୍ରତିଶତ ସିଲାବସରୁ ପ୍ରସ୍ତୁତ ହେବ ପ୍ରଶ୍ନ

ଭୁବନେଶ୍ବର: ୭୦ ପ୍ରତିଶତ ସିଲାବସକୁ ନେଇ ଦଶମ ଅଫଲାଇନ ପରୀକ୍ଷା ଅନୁଷ୍ଠିତ ହେବ। କେବଳ ୭୦ ପ୍ରତିଶତ ସିଲାବସ ଆଧାରରେ ପ୍ରଶ୍ନ ତିଆରି ହେବ। କୋଭିଡ କଟକଣା ଭିତରେ ଦଶମ ଅଫଲାଇନ ପରୀକ୍ଷା କରାଯିବ।

ଜୁଲାଇ ୩୦ ତାରିଖରେ ଏହି ପରୀକ୍ଷା ହେବାକୁ ଥିବା ବେଳେ ଜୁଲାଇ ୫ ରୁ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଏହି ପରୀକ୍ଷା ଜୁଲାଇ 30 ତାରିଖରୁ ଅଗଷ୍ଟ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ୧୫ ଦିନ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ପ୍ରସ୍ତୁତି କରାଯାଉଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି।