Categories
ଆଜିର ଖବର ଜାତୀୟ ଖବର

ଅବନ୍ତିପୁରାରେ ସୁରକ୍ଷା ବାହିନୀଙ୍କୁ ବଡ ସଫଳତା: ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ସକାଳେ ଜମ୍ମୁ କାଶ୍ମୀରର ଅବନ୍ତିପୁରା ତ୍ରାଲରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଏଠାରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦୁଇଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ଜମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇଛି ଯେ, ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି।

ଘଟିଥିବା ଅନେକ ଆତଙ୍କବାଦୀ ଘଟଣାରେ ଉଭୟ ଆତଙ୍କବାଦୀ ଜଡିତ ଥିଲେ। ସେମାନେ ସରପଞ୍ଚ ସମୀର ଅହମ୍ମଦଙ୍କ ହତ୍ୟାରେ ମଧ୍ୟ ସମ୍ପୃକ୍ତ ଥିଲେ।

ଏଥିସହିତ ଏହି ମୁକାବିଲା ପୂର୍ବରୁ ଜାମ୍ମୁ କାଶ୍ମୀରର ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଦିଲବାଗ ସିଂ ଆତଙ୍କବାଦୀଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ସାଧାରଣ ନାଗରିକ ତଥା ସୁରକ୍ଷା ବାହିନୀ ଉପରେ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ଏବଂ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କହିଛନ୍ତି ଯେ, ଏହି ଆକ୍ରମଣ ପଡୋଶୀ ଦେଶରୁ ପ୍ରାୟୋଜିତ ହୋଇଛି, ଯେଉଁଠାରେ ଉପତ୍ୟକାରେ ଶାନ୍ତିକୁ କିଛି ଲୋକ ହଜମ କରିପାରୁନାହାନ୍ତି।