Categories
ଆଜିର ଖବର ଜାତୀୟ ଖବର

ଏୟାର ଇଣ୍ଡିଆ,ଇଣ୍ଡିଆନ ଏୟାରଲାଇନ୍ସର କର୍ମଚାରୀଙ୍କ ପାଇଁ ଘୋଷଣା ହେଲା ଅବସରକାଳୀନ ସୁବିଧା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗତ ଅକ୍ଟୋବର ୨୫ ତାରିଖ ଦିନ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅଂଶଧନ ବିକ୍ରୀ ରାଜିନାମା କରିଥିଲେ ମଧ୍ୟ କର୍ମଚାରୀମାନଙ୍କ ସ୍ୱାର୍ଥକୁ ସରକାର ସୁରକ୍ଷା ଦେବେ । ନୀତିଗତ ନିଷ୍ପତ୍ତିକ୍ରମେ ଅଂଶଧନ ବିକ୍ରୀ ପରେ  ମଧ୍ୟ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର କର୍ମଚାରୀମାନଙ୍କୁ ଅବସରକାଳୀନ ଗ୍ରାଚୁଇଟି ଏବଂ ଭବିଷ୍ୟନିଧି ଲାଭ ମିଳିବ ।

ଜୀବନବୀମା କର୍ପୋରେସନର କର୍ମଚାରୀ, ଏୟାର ଇଣ୍ଡିଆ ଏବଂ ଇଣ୍ଡିଆନ ଏୟାରଲାଇନ୍ସ କର୍ମଚାରୀମାନଙ୍କ ଅବସର ପରେ ସେମାନଙ୍କ ପେନସନ୍ ବ୍ୟବସ୍ଥା ମଧ୍ୟ ଚାଲୁ ରହିବ । ଯୋଗଦାନ ବ୍ୟବସ୍ଥାର ପେନସନ୍ ସେମାନେ ପାଇବେ । ଅବସର ପରେ ସରକାରଙ୍କ ନିୟମ ଅନୁସାରେ ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ପାଇବେ । ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ.ସିଂ ଆଜି ରାଜ୍ୟସଭାକୁ ଲିଖିତ ଭାବରେ ଏହି ତଥ୍ୟ ଜଣାଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏୟାର ଇଣ୍ଡିଆ ଏବଂ ଇଣ୍ଡିଆନ ଏୟାରଲାଇନ୍ସର କର୍ମଚାରୀଙ୍କୁ ମିଳିବ ଅବସରକାଳୀନ ସୁବିଧା

ଭୁବନେଶ୍ୱର: କେନ୍ଦ୍ର ସରକାର ଗତ ଅକ୍ଟୋବର ୨୫ ତାରିଖ ଦିନ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅଂଶଧନ ବିକ୍ରୀ ରାଜିନାମା କରିଥିଲେ ମଧ୍ୟ କର୍ମଚାରୀମାନଙ୍କ ସ୍ୱାର୍ଥକୁ ସରକାର ସୁରକ୍ଷା ଦେବେ। ନୀତିଗତ ନିଷ୍ପତ୍ତିକ୍ରମେ ଅଂଶଧନ ବିକ୍ରୀ ପରେ  ମଧ୍ୟ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର କର୍ମଚାରୀମାନଙ୍କୁ ଅବସରକାଳୀନ ଗ୍ରାଚୁଇଟି ଏବଂ ଭବିଷ୍ୟନିଧି ଲାଭ ମିଳିବ।

ଜୀବନବୀମା କର୍ପୋରେସନର କର୍ମଚାରୀ, ଏୟାର ଇଣ୍ଡିଆ ଏବଂ ଇଣ୍ଡିଆନ ଏୟାରଲାଇନ୍ସ କର୍ମଚାରୀମାନଙ୍କ ଅବସର ପରେ ସେମାନଙ୍କ ପେନସନ୍ ବ୍ୟବସ୍ଥା ମଧ୍ୟ ଚାଲୁ ରହିବ। ଯୋଗଦାନ ବ୍ୟବସ୍ଥାର ପେନସନ୍ ସେମାନେ ପାଇବେ। ଅବସର ପରେ ସରକାରଙ୍କ ନିୟମ ଅନୁସାରେ ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ପାଇବେ। ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ.ସିଂ ଆଜି ରାଜ୍ୟସଭାକୁ ଲିଖିତ ଭାବରେ ଏହି ତଥ୍ୟ ଜଣାଇଛନ୍ତି। (ପିଆଇବି)