Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମାନସିକ ସ୍ୱାସ୍ଥ୍ୟ ସଚେତନତା ଉପରେ “ଏକ ସୱାଲ” ର ଅଭିନଵ ପ୍ରୟାସ

ଭୁବନେଶ୍ଵର: ବର୍ତ୍ତମାନ ସମୟରେ ବିଶ୍ୱରେ ଏବଂ ସର୍ବ ଭାରତୀୟ ସ୍ତରରେ ମାନସିକ ରୋଗ ତଥା ମାନସିକ ଅସ୍ଥିରତା ହେଉଛି ଏକ ସ୍ଵାସ୍ଥ୍ୟଗତ ଆହ୍ୱାନ। ଯାହାକୁ ସମଗ୍ର ବିଶ୍ୱ ଏବଂ ଭାରତ ମଧ୍ୟ ସମ୍ମୁଖୀନ କରୁଛି। ଗଣନା ଅନୁଯାୟୀ ଏହା ସ୍ପଷ୍ଟ ହୁଏ ଯେ, ଆତ୍ମହତ୍ୟା ହେଉଛି ଆମ ଦେଶରେ ହେଉଥିବା ମୃତ୍ୟୁର ଏକ ପ୍ରମୁଖ କାରଣ। ଚାଳିଶ ବର୍ଷରୁ କମ୍ ବ୍ୟକ୍ତିମାନେ ଏହାର ଶିକାର ହୋଇଥାନ୍ତି। ବର୍ତ୍ତମାନ ର ଆଧୁନିକ ସମାଜରେ ମନୁଷ୍ୟ ର ଉଚ୍ଚ ଆଶା ଅଭିଳାଷ ସମୟ ସମୟରେ ତାକୁ ନିରାଶ ଏବଂ ଅସ୍ତବ୍ୟସ୍ତ କରିଦେଉଛି। ଏହି ମାନସିକ ବ୍ୟସ୍ତତା ତାକୁ ସମସ୍ତ ଙ୍କ ଠାରୁ ଏକୁଟିଆ କରିଦେଉଛି। କେତେବେଳେ ସେ ମାନସିକ ଚିନ୍ତାରେ ରହି ଉଚ୍ଚ ରକ୍ତଚାପ ବା ବ୍ଲଡ଼ ପ୍ରେସର,ମଧୁମେହ ଏବଂ ହୃଦ ରୋଗର ଶିକାର ହେଉଛି।

କେତେବେଳେ ପରିବାର ବର୍ଗଙ୍କ ସହ ମତାନ୍ତର ମାନସିକ ଚିନ୍ତାର କାରଣ ହେଉଛି ତ କେଉଁଠି ପିଲାଙ୍କ ମଧ୍ୟରେ ପାଠ ପଢା ର ମାନସିକ ଚାପ ରହୁଛି। ଏହିପରି କେତେକ ଜଟିଳ ପରିସ୍ଥିତି ଭିନ୍ନ ଭିନ୍ନ ପରିବେଶ ରେ ଉପୁଜୁଛି। ସମାଜରେ ସଚେତନତା ଓ ମାନସିକ ଚିନ୍ତାର ଦୂରୀକରଣ ପାଇଁ ପ୍ରତ୍ୟେକ ମନୁଷ୍ୟ ସାହସର ସହିତ ପ୍ରତ୍ୟେକ ପରିସ୍ଥିତି ର ସମ୍ମୁଖୀନ ହେବା ଦରକାର।

ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଜାଗ୍ରତ ଓ ପ୍ରୋତ୍ସାହିତ କରିବା ପାଇଁ ପ୍ରତ୍ୟେକ ଙ୍କ ମୁହଁରେ ନୀରବତା କୁ ଭାଙ୍ଗି ସଚେତନତା ସୃଷ୍ଟି କରିବା ପାଇଁ ରାଉରକେଲାର ଯୁବକ ସମନ୍ ପାତ୍ର ଅନ୍ୟ କେତେକ ଯୁବକ ଙ୍କ ସହ ମିଶିଛନ୍ତି। ସେ ତାଙ୍କ ସହ କର୍ମୀ ତଥା ରୋଟାରୀ କ୍ଲବର ସମର୍ଥନ ରେ ଭୁବନେଶ୍ୱର ରୁ ସମଗ୍ର ଭାରତ ଦୁଇ ଚକିଆ ଅଭିଯାନ ଆରମ୍ଭ କରିବାକୁ ସ୍ଥିର କରିଛନ୍ତି। ଯେଉଁଥିରେ ସେ ସେପ୍ଟେମ୍ବର ୨୦୨୩ ରୁ ଭୁବନେଶ୍ୱର ଠାରୁ ଆରମ୍ଭ କରି ଭରତର ୨୮ ଟି ରାଜ୍ୟ ର ଏକ ଶହ ସହର କୁ ଅଭିଯାନ କରିବେ।

ସମନ୍ ପାତ୍ର ଏକ ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତା ତଥା ସ୍ବେଛାସେବୀ ଭାବେ କାର୍ଯ୍ୟରତ। ତାଙ୍କର ଏହି କାର୍ଯ୍ୟ ରେ କେତେକ ଡାକ୍ତର ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ମଧ୍ୟ୍ୟ ଯୋଗ ଦେଇଛନ୍ତି।

“ଏକ ସୱାଲ” ଏହାର ଅଭିଯାନ ସମୟରେ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ କର୍ପୋରେଟ୍ ମାନଙ୍କୁ ଆଛାଦାନ କରିବ।

ଏକ ବ୍ୟାପକ ବିସ୍ତାର ସଚେତନତା ସହିତ ମାନସିକ ସମସ୍ୟା ଦୂର କରିବା ପାଇଁ ସ୍କୁଲ, କଲେଜ ରେ “ମାନସିକ ସ୍ୱାସ୍ଥ୍ୟ” ଏକ ବିଷୟ ଭାବେ ଅନ୍ତର୍ଭୁକ୍ତ କରିବା ବାଞ୍ଚନୀୟ। ମାନସିକ ସମସ୍ୟା କୁ ଦୂର କରିବା ପାଇଁ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ କାର୍ଯ୍ୟସ୍ଥଳରେ ଉପଯୁକ୍ତ ଦକ୍ଷ ଓ କୁଶଳ ପରାମର୍ଶଦାତା ନିୟୋଜିତ ହେବା ଅନିବାର୍ଯ୍ୟ।

ସମନ୍ ପାତ୍ର ଏବଂ ତାଙ୍କ ଟିମ୍ “ଏକ ସୱାଲ” ମାନସିକ ସ୍ୱାସ୍ଥ୍ୟ ର ସୁସ୍ଥତା ଓ ବ୍ୟକ୍ତି ଙ୍କ ମନୋବଳ କୁ ଦୃଢ କରିବା ପାଇଁ ସର୍ବଦା କାର୍ଯ୍ୟରତ।

ମାର୍ଚ୍ଚ ୩୧ ୨୦୨୪ ରେ ଶ୍ରୀମାନ୍ ପାତ୍ର ତାଙ୍କର ଦୁଇ ଚକିଆ ଅଭିଯାନ କୁ ସମାପ୍ତ କରିବେ ଏବଂ ଏହି ଅଭିଯାନରେ ଲୋକମାନଙ୍କ ଆଗ୍ରହ ଓ ସାମାଜିକ ଚିନ୍ତାଧାରାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଏକ ଉପଯୁକ୍ତ ମଡେଲ ଗଠନ କରିବା ପାଇଁ କାର୍ଯ୍ୟ କରିବ। ଏହି ଅଭିଯାନ ରେ ଜୟଶ୍ରୀ ମହାନ୍ତି (ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଅଫ ରୋଟାରୀ କ୍ଲବ) ସମର୍ଥନ କରୁଛନ୍ତି ଏବଂ ସମଗ୍ର ଭାରତ ବର୍ଷରେ ଥିବା ରୋଟାରୀ କ୍ଲବ ସହିତ ସହବନ୍ଧିତ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଲୁଗାଁ ଏନ.ଏ.ସିର ଅଭିନଵ ପ୍ରୟାସ: ପ୍ରତ୍ୟେକ ଗୁରୁବାରକୁ ସଫେଇ ଦିବସ ପାଳନ ଲାଗି ନେଲା ନିଷ୍ପତ୍ତି

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ କରୋନା ସ୍ଥିତି ଅଣାୟତ୍ତ। ଏସମୟରେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ସମସ୍ତେ ଏକାସାଙ୍ଗରେ କରୋନାକୁ ଆୟତ୍ତ କରିବା ଦିଗରେ ଲାଗିପଡିଛନ୍ତି।

ତେବେ ଆଜି ବାଲୁଗାଁ ଏନଏସି ପ୍ରଶାସନ କରୋନା ଭୁତାଣୁକୁ ପ୍ରତିହିତ କରିବା ପାଇଁ ଏକ ଅଭିନଵ ଉପାୟ ଅବଲମ୍ବନ କରିଛି। ସାଧାରଣତଃ ଆମ ଓଡ଼ିଆ ଘରେ ଗୁରୁବାରକୁ ଶୁଭ ମାନନ୍ତି ଏବଂ ମା’ ଲକ୍ଷ୍ମୀଙ୍କ ଆଗମନକୁ ନେଇ ସମସ୍ତେ ନିଜ ନିଜ ଘର ସଫା କରିଥାନ୍ତି।  ତେବେ ଆଜି ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କା ପ୍ରତ୍ୟେକ ଗୁରୁବାରକୁ ସଫେଇ ଦିବସ ରୂପେ ପାଳନ କରିବାକୁ ବାଲୁଗାଁ ସହରବାସିଙ୍କୁ ନିବେଦନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ୧୦ ନମ୍ବର ୱାର୍ଡରେ ସଫେଇ ଦିବସର ଶୁଭାରମ୍ଭ ହୋଇଯାଇଛି। କରୋନା ମହାମାରୀର ଦ୍ଵିତୀୟ ଲହର କେତେ ତୀବ୍ର ତାହା କାହାକୁ ଅଗୋଚର ନାହିଁ। ଏହାକୁ ଏଡାଇବାକୁ ହେଲେ ସଫେଇର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ନିର୍ବାହୀ ଅଧିକାରିଣୀ ପ୍ରକାଶ କରିଛନ୍ତି।

ଏହି ଅବସରରେ ଆଜି ୧୦ ନମ୍ବର ୱାର୍ଡର ପ୍ରତ୍ୟେକ ଗୃହିଣୀମାନେ ନିଜ ନିଜ ଗୃହକୁ ଧୋଇବା ସହ ଦୁଆର, ଝରକା ଆଦି ଭଲଭାବେ ସଫା କରିଥିଲେ। ଏଥିରେ ବାଲୁଗାଁ ଏନଏସିର କର୍ମଚାରୀ ମାନେ ସେମାନଙ୍କୁ ସହଯୋଗ କରିଥିଲେ। ତେବେ ଏନଏସି ର ଏପରି ପ୍ରୟାସକୁ ସହରବାସି ସ୍ୱାଗତ କରିବା ସହ ପ୍ରତି ଗୁରୁବାରକୁ ସଫେଇ ଦିବସ ରୂପେ ସମସ୍ତେ ନିଜ ନିଜ ୱାର୍ଡରେ ପାଳନ କରିବେ ବୋଲି କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କୁ ପ୍ରତିଶୃତି ଦେଇଛନ୍ତି।