Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

ବାଲୁଗାଁ: ବାଲୁଗାଁ ଷ୍ଟେସନ ପରିସରରୁ ୨୧.୩ କେଜି ଗଞ୍ଜେଇ ଜବତ କରିବାସହ ଅଭିଯୁକ୍ତକୁ ଗିରଫ କରିଛି ଆରପିଏଫ। ସୂଚନା ମୁତାବକ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ରେଳ ଷ୍ଟେସନ ପରିସରରେ ରେଳ ସୁରକ୍ଷା ବଳ କର୍ମଚାରୀ ମାନେ ପଇଁତରା ମାରୁଥିବା ବେଳେ ୧ନଂ ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରି ରହିଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ତଲାସୀ ନେବାରେ ତା ନିକଟରୁ ଦୁଇଟି ବ୍ୟାଗ ଜବତ କରିଥିଲେ। ଉକ୍ତ ବ୍ୟାଗରୁ ୨୧.୩ କେଜି ଗଞ୍ଜେଇ ଜବତ କରାଯାଇଛି।ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୧୩ ହଜାର ହେବ ବୋଲି ଜଣାପଡ଼ିଛି।

ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଖଲ୍ଲିକୋଟ ଖଲାରୀ ସାହିର ଅର୍ଜୁନ ପ୍ରଧାନଙ୍କ ପୁଅ ଟିଟୁ ପ୍ରଧାନ(୩୬)।ଅଭିଯୁକ୍ତ ଟିଟୁ ଏହି ଗଞ୍ଜେଇ ପ୍ରଶାନ୍ତି ଏକ୍ସପ୍ରେସ ଯୋଗେ ବାଙ୍ଗାଲୋର ଚାଲାଣ କରିବାପାଇଁ ଯୋଜନା କରିଥିବାର ଜଣାପଡିଛି। ଜବତ ଗଞ୍ଜେଇ ସହ ଅଭିଯୁକ୍ତ ବିରୁଦ୍ଧରେ କେଶ ନଂ ୫/୨୫ ରେ ମାମଲା ରୁଜୁ କରି ଖୋର୍ଦ୍ଧା ଜିଆରପିକୁ ହସ୍ତାନ୍ତର କରାଯାଇଥିବା ଆରପିଏଫ ଆଇଆଇସି ଶ୍ରୀ ମୌର୍ଯ୍ୟ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ହତ୍ୟା ଉଦ୍ୟମ ଅଭିଯୋଗ: ଅଭିଯୁକ୍ତଙ୍କୁ ଗିରଫ କଲା ବଡ଼ବଜାର ଥାନା ପୋଲିସ୍

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହତ୍ୟା ଉଦ୍ୟମ ଅଭିଯୋଗରେ ନାରାୟଣ ଚୌଧୁରୀ ନାମକ ଜଣେ ବ୍ୟକ୍ତିକୁ ବଡ଼ବଜାର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୋଗ ଭିତ୍ତିରେ ଜଣାପଡିଛି ଯେ, ଅଭିଯୁକ୍ତ ନାରାୟଣ ବଡ଼ବଜାର ଥାନା ଅର୍ନ୍ତଗତ ଜେମାଦେଇ ପେଣ୍ଠ ସାହିର ଅରୁଣ ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ଠାରୁ ଗତ ୫ ବର୍ଷ ପୂର୍ବେ ନଗଦ ୫୫ ହଜାର ଧାର ଆଣି ଆଉ ଫେରାଇ ନଥିଲା। ଯାହା ଫଳରେ ଉଭୟଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଥିଲା। କିନ୍ତୁ ଅଭିଯୁକ୍ତ ନାରାୟଣ ଟଙ୍କା ଫେରସ୍ତ କରିଦେବ କହି ନିଜ ଘରକୁ ଡାକିଥିଲା ଓ ଅରୁଣ ପହଞ୍ଚିବା କ୍ଷଣି ତାକୁ ନାରାୟଣ ଗାଳିଗୁଲଜ କରିବା ସହ ଘରୁ ଏକ ଖଣ୍ଡା ଆଣି ଅରୁଣ ଉପରେ ଆକ୍ରମଣ କରିଥିଲା। ଯ’ଦ୍ଵାରା ଅରୁଣର ମୁଣ୍ଡରେ ଗଭୀର ଆଘାତ ଲାଗିବା ଫଳରେ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅରୁଣ ଠାରୁ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ଅଭିଯୁକ୍ତ ନାରାୟଣ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସର୍କିଟ୍ ହାଉସ୍‌ରେ ବିଧାୟକଙ୍କ ଗାଡ଼ି ପୋଡ଼ି ଘଟଣାରେ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ଫୁଲବାଣୀ ସର୍କିଟ୍ ହାଉସ୍‌ରେ ବାଇକ୍ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଟାଉନ ଥାନା ପୋଲିସ। ଅଭିଯୁକ୍ତ ଜଣକ ହେଲେ ଟାଉନ ଥାନା ଅନ୍ତର୍ଗତ ଡାମିଗାଁର ସୁଜିତ ବେହେରା। ସେ ସ୍ଥାନୀୟ ବନ ବିଭାଗ ଅଧୀନରେ ଫରେଷ୍ଟର ଭାବେ କାର୍ଯ୍ୟରତ ଅଛନ୍ତି। ପୂର୍ବ ଶତ୍ରୁତା ଯୋଗୁଁ ଏଭଳି କାଣ୍ଡ ଘଟାଇଥିବା ଅତିରିକ୍ତ ଏସପି ସ୍ନେହାଶୀଷ ସାହୁ ଦେଇଛନ୍ତି।

ସୂଚନାନୁଯାୟୀ ସୁଜିତ ବେହେରାଙ୍କ ମା’ ପୂର୍ବରୁ ଫୁଲବାଣୀ ସର୍କିଟ ହାଉସ୍‌ରେ କାମ କରୁଥିଲେ। ତାଙ୍କୁ କୌଣସି କାରଣରୁ ସେଠାରୁ ବାହାର କରି ଦିଆଯାଇଥିଲା। ଏହାକୁ ନେଇ ସୁଜିତ ଆକ୍ରୋଶମୂଳକ ଭାବେ ଗତ ୨୬ ତାରିଖ ରାତିରେ ସର୍କିଟ୍ ହାଉସ୍ ପରିସରରେ ଥିବା ଜଣେ କର୍ମଚାରୀଙ୍କ ସ୍କୁଟିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ସ୍କୁଟି ସମେତ ପାଖରେ ଥିବା ଅନ୍ୟ ଏକ ବାଇକ୍ ସମ୍ପୂର୍ଣ ପୋଡି ଯାଇଥିଲା। ନିକଟରେ ଥୁବା ଫୁଲବାଣୀ ବିଜେପି ବିଧାୟକ ଉମାଚରଣ ମଲିକଙ୍କ ଇନୋଭା କାର ମଧ୍ୟ ପୋଡ଼ି ଯାଇଥିଲା।

ଘଟଣାକୁ ଗୁରୁତର ସହ ନେଇ ଆରକ୍ଷୀ ଅଧୀକ୍ଷକ ହରିଶ ବିସିଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସଡିପିଓ ସୁବ୍ରତ ବେହେରା ଓ ଟାଉନ ଥାନା ଅଧିକାରୀ କନକ କୁମାର ମାଝୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା। ଶନିବାର ଅଭିଯୁକ୍ତ ସୁଜିତକୁ ଫୁଲବାଣୀ ସହର ନିକଟରୁ ଗିରଫ କରାଯାଇଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।

ଅଭିଯୁକ୍ତ ବିରୋଧରେ ପୂର୍ବରୁ ମଧ୍ୟ ପାଞ୍ଚଟି ଅପରାଧିକ ମାମଲା ଥିବା କୁହାଯାଇଛି। ଏଥିସହ ଡିସେମ୍ବର ୨୭ ତାରିଖ ରାତିରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ହୋଇଥିବା ଅନ୍ୟ ଏକ ବାଇକ୍ ପୋଡି ଘଟଣାର ଅଭିଯୁକ୍ତକୁ ମଧ୍ୟ ଠାବ କରିବାରେ ପୁଲିସ ସଫଳ ହୋଇଛି। ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ସ୍ନେହାସିସ ସାହୁ।

Categories
ଆଞ୍ଚଳିକ

ବାଣପୁର: ୨୫୦ ଲିଟର ଚୋରା ଦେଶୀ ମହୁଲି ଜବତ, ଅଭିଯୁକ୍ତ ଗିରଫ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ତତ୍ୱାବଧାନରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି ପାଟ୍ରୋଲିଂ କରୁଥିବା ବେଳେ ବାଣପୁର ଥାନା ଅନ୍ତର୍ଗତ ଅନ୍ତରକିଆରୀ ନିକଟରେ ଏକ ମୋଟର ସାଇକେଲ (ଗାଡି ନଂ ଓଡି ୦୨ ବିଜି ୬୩୧୦) ଦ୍ରୁତ ଗତିରେ ଯାଉଥିବା ଦେଖି ତାର ପିଛା କରିଥିଲେ। ନିକଟରେ ଥିବା ମେଘାମ୍ବରି ମନ୍ଦିର ଠାରେ ଅଟକାଇ ଥିବାବେଳେ ଗାଡି ପଛରେ ଏକ ବସ୍ତା ବନ୍ଧାଯାଇଥିବା ଦେଖି ତଲାସୀ ନେବାରୁ ସେଥିରୁ ୫୦୦ ପ୍ୟାକେଟ ମହୁଲି (୨୫୦ ଲିଟର) ମହୁଲି ସମେତ ମୋଟର ସାଇକେଲ ଜବତ କରାଯାଇଛି।

ଅଭିଯୁକ୍ତ ଜଣକ ବାଣପୁର ଥାନା ଅନ୍ତର୍ଗତ ବଡ଼ସିରେଇପୁର ଗ୍ରାମର ସୁରେନ୍ଦ୍ର ଦାସଙ୍କ ପୁଅ ଭଗବାନ ଦାସ।ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି କହିଛନ୍ତି। ଉକ୍ତ ଚଢ଼ାଉରେ ଏଏସଆଇ ସଞ୍ଜୟ କୁମାର ସୁବୁଦ୍ଧି,କନେଷ୍ଟବଳ ତୁଷାରକାନ୍ତ ଚମ୍ପତି,ଆଶିଷ ପ୍ରଧାନ, ଚିନ୍ମୟୀ ଦାସ, କାଳୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନରୁ ଲକ୍ଷାଧିକ ମୂଲ୍ୟର ଗଞ୍ଜେଇ ଜବତ: ଅଭିଯୁକ୍ତ ଗିରଫ

ବାଲୁଗାଁ: ବାଲୁଗାଁ ଆରପିଏଫ ଜଣେ ଗଞ୍ଜେଇ ବେପାରିଙ୍କୁ ରେଳ ଷ୍ଟେସନ ପରିସରରୁ ଗିରଫ କରି ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି। ସୂଚନା ମୁତାବକ ଗତକାଲି ରାତିରେ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ବାଲୁଗାଁ ରେଳ ଷ୍ଟେସନ ପରିସରରେ ପାଟ୍ରୋଲିଂ ଜାରି ରହିଥିବା ବେଳେ ଏକ ନମ୍ବର ପ୍ଲାଟଫର୍ମରେ ଟ୍ରେନ ଯୋଗେ ଗଞ୍ଜେଇ ଚୋରାଚାଲାଣ ଅପେକ୍ଷାରେ ଥିବା ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅଞ୍ଚଳର ଶଙ୍କର୍ଷଣ ପ୍ରଧାନ (୪୦) ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଆରପିଏଫ। ତାଙ୍କ ନିକଟରୁ ଦୁଇ ଗୋଟି ଗଞ୍ଜେଇ ଭରା ବ୍ୟାଗ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ଗିରଫ ଅଭିଯୁକ୍ତ ଓ ଜବତ ଗଞ୍ଜେଇ ଖୋର୍ଦ୍ଧା ରୋଡ ଜିଆରପି କୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ଶ୍ରୀ ମୌର୍ଯ୍ୟ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ମନ୍ଦିର ଓ ଦୋକାନରୁ ଚୋରି ଘଟଣାରେ ୩ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରମ୍ଭା ଓ ଗଞ୍ଜାମ ଥାନା ଅର୍ନ୍ତଗତ ସୁବଳୟା, ସନ୍ତୋଷ ପୁର, କଣ୍ଟିଆଗଡ ଓ ବୋରିଗାଁ ଅଞ୍ଚଳର ବିଭିନ୍ନ ମନ୍ଦିର ଓ ଦୋକାନରୁ ଚୋରି ଓ ଲୁଟ୍ ଘଟଣାର ରମ୍ଭା ପୋଲିସ୍ ଅଧିକାରୀ ସତ୍ୟବ୍ରତ ଭୁତିଆ ପର୍ଦ୍ଧାଫାଶ କରିଛନ୍ତି। ଖବରରୁ ପ୍ରକାଶ ଯେ, ଗତ କିଛି ମାସ ହେଲା ରମ୍ଭା ଓ ଗଞ୍ଜାମ ଥାନା ଅନ୍ତର୍ଗତ ଉକ୍ତ ସମସ୍ତ ଗାଁ ସହିତ ଜାତୀୟ ରାଜପଥ ଅଞ୍ଚଳର ବିଭିନ୍ନ ମନ୍ଦିର ଓ ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ରମ୍ଭା ଥାନା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଅଭିଯୁକ୍ତ ବି ରାଜୁ ପ୍ରଧାନ, ଏସ୍ ବବୁଲୁ ଓ ଏ ରାମଚନ୍ଦ୍ରକୁ ଉଠାଇ ଆଣି ରମ୍ଭା ଥାନାରେ ପୋଲିସ ପଚରାଉଚରା କରିଥିଲା।

ଏହି ସମୟରେ ଅଭିଯୁକ୍ତ ମାନେ ବିଭିନ୍ନ ଚୋରି ଘଟଣାର ପର୍ଦ୍ଦାଫାଶ କରିଥିଲେ। ପୋଲିସ ଉକ୍ତ ଅଭିଯୁକ୍ତମାନଙ୍କ ଠାରୁ କିଛି ପିତ୍ତଳ ସାମାନ, ଲୁହା ଛଡ଼, ହାତୁଡି ଓ କିଛି ନଗଦ ଟଙ୍କା ଜବତ କରିଥିଲା ଏବଂ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ: ଅଭିଯୁକ୍ତ ଗିରଫ

ପୁରୀ: ଗତ ୦୪ ତାରିଖ ରାତିରେ କିଛି ଯୁବକ ଫେବର ବ୍ଲକ୍ ଜରିଆରେ ଟାଉନ୍ ଥାନା ଅଧୀନରେ ଥିବା ଶ୍ରୀ ସେତୁ ନିକଟ ବିଶ୍ୱସ୍ୱରୀ ମନ୍ଦିର ନିକଟରେ ସୁଦର୍ଶନ ସାହୁଙ୍କୁ ହତ୍ୟା କରିଥିଲେ। ମାମଲାର ଅନୁସନ୍ଧାନ ବେଳେ ଏହା ଜଣାପଡିଥିଲା ​​ଯେ, ୦୪/୧୨/୨୪ ରାତି ପ୍ରାୟ ଗୋଟାଏ ସମୟରେ ମୃତକ ତାଙ୍କ ସାଙ୍ଗ ରାଜକିଶୋର ସାହୁ ଏବଂ କାଳିଆ ବିଶ୍ୱସ୍ୱରୀ ମନ୍ଦିର ନିକଟରେ ମଦ ପିଉଥିଲେ। ସେହି ସମୟରେ ବ୍ୟାଟେରୀ ଅଟୋ ଚଳାଉଥିବା ଏବଂ ପୁରୀରେ ରହୁଥିବା ସୌମ୍ୟରଞ୍ଜନ ଆଚାର୍ଯ୍ୟ ମଧ୍ୟ ସେଠାରେ ମଦ ପିଉଥିଲେ। ସେ ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରୁଥିଲେ।

ମୃତକ ସୁଦର୍ଶନ ସାହୁ, ରାଜକିଶୋର ସାହୁ ଏବଂ କାଲିଆ ସୌମ୍ୟରଞ୍ଜନ ଉପରେ କିଛି ପ୍ରତିକ୍ରିୟା ପ୍ରକାଶ କରିଥିଲେ ଯେଉଁଥିପାଇଁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସୁଦର୍ଶନ ପ୍ରଧାନ ମଧ୍ଯ ସୌମ୍ୟରଞ୍ଜନ ଆଚାର୍ଯ୍ୟଙ୍କୁ ଆକ୍ରମଣ କରିଥିଲେ ଯେଉଁଥିରେ ସେ ଆହତ ହୋଇଥିଲେ। ସୌମ୍ୟରଞ୍ଜନ ଆଚାର୍ଯ୍ୟ ସେହି ସ୍ଥାନରେ ଫେବର ବ୍ଲକ୍ ମାଧ୍ୟମରେ ସୁଦର୍ଶନ ସାହୋଙ୍କୁ ଆକ୍ରମଣ କରିଥିଲେ ଯାହା ଫଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ ସୌମ୍ୟରଞ୍ଜନ ଆଚାର୍ଯ୍ୟଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।

ଅଭିଯୁକ୍ତଙ୍କ ନିକଟରୁ ବ୍ୟାଟେରୀ ଅଟୋ ସହ ତାଙ୍କ ରକ୍ତ ଦାଗ ବସ୍ତ୍ର ଜବତ ରାଯାଇଛି। ଘଟଣାସ୍ଥଳରେ ୫ ଗୋଟି ଫେବର ବ୍ଲକ ଜବତ କରାଯିବା ସହ ମାମଲାର ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି ପୁରୀ ଟାଉନ୍ ଥାନା ଭାରପ୍ରାପ୍ତ ଅଧିକାରୀ ସୁନୀଲ କୁମାର ପ୍ରଧାନ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ମଦ କାରଖାନା ଠାବ, ୩ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଇଞ୍ଜିନିୟରିଂ ସ୍କୁଲ ନିକଟସ୍ଥ ଏକ ହୋଟେଲ ଗୃହରେ ନକଲି ବିଦେଶୀ ମଦ ପ୍ରସ୍ତୁତି ଖବର ପାଇ ପୋଲିସ ଆତର୍କିତ ଭାବେ ଚଢ଼ାଉ କରି ସଫଳତା ପାଇଛି। ଉକ୍ତ ଘରେ ଚଢ଼ାଉ କରି ପୋଲିସ ୩ ଜଣ ଯୁବକ ଯଥା ଭଗବାନ ବେହେରା, ତାପସ ସାହୁ ଓ ଅମିତ୍ ଦାସ ସମସ୍ତେ ମିଶି ନକଲି ବିଦେଶୀ ମଦ ପ୍ରସ୍ତୁତି କରୁଥିବା ବେଳ ସେମାନଙ୍କ ନିକଟରୁ ୯୫ ଲିଟର ନକଲି ବିଦେଶୀ ମଦ ପ୍ରସ୍ତୁତି କରୁଥିବା ଅବସ୍ଥାରେ ଧରା ପଡ଼ିଥିଲେ। ମହଜୁଦ ମଦ ସବୁ ନକଲି ବୋଲି ସେମାନେ ରାଜି ହୋଇଥିଲେ।

ପୋଲିସ ଉକ୍ତ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନକଲି ବିଦେଶୀ ମଦ କୁ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଞ୍ଚଳିକ

ବାଣପୁର: ବିପୁଳ ପରିମାଣରେ ଜିଞ୍ଜର ବୋତଲ ଜବତ, ଅଭିଯୁକ୍ତ ଗିରଫ

ବାଣପୁର (ସୀତାରାମ ଅଗ୍ରୱାଲ): ନୂତନ ଖୋର୍ଦ୍ଧା ଏସପି ସାଗରିକା ନାଥ କାର୍ଯ୍ୟରେ ଯୋଗ ଦେଉ ଦେଉ ଜିଲ୍ଲାରେ ନିଶା କାରବାର ବନ୍ଦ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ପୋଲିସ ଦାମିଆ ବରବରା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ଜିଞ୍ଜର ବୋତଲ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ମନ୍ଦାର ଗ୍ରାମର ସୁରେନ୍ଦ୍ର ଶବର (୪୨) ବୋଲି ଜଣାପଡିଛି।

ସୂଚନା ମୁତବକ ଉକ୍ତ ଅଞ୍ଚଳରେ ବେଆଇନ ଭାବେ ଜିଞ୍ଜର କାରବାର ହେଉଥିବାର ଖବର ପାଇ ବାଲୁଗାଁ ଏସଡିପିଓଙ୍କ ନିର୍ଦେଶକ୍ରମେ ବାଣପୁର ଆଇଆଇସି ରମେଶ କୁମାର ଦେବତା ଏକ ଟିମ ଗଠନ କରି ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଅଭିଯୁକ୍ତଙ୍କ ନିକଟରୁ ୩୩୦ ବୋତଲ ଜିଞ୍ଜର ଏବଂ ୧୦ ଲିଟର ଦେଶୀ ମଦ ଜବତ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁରୁ ୪.୧୫୦ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଶୁକ୍ରବାର ପୂର୍ବାହ୍ନରେ ଅବକାରୀ କମିଶନର ନରସିଂହ ଭୋଳ ଓ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ଚିଲିକା କୁଳ ନିକଟରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ୪.୧୫୦ କେଜି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତକୁ ବାଲୁଗାଁ ଅବକାରୀ ବିଭାଗ ଗିରଫ କରିଛି।

ଅଭିଯୁକ୍ତ ଜଣକ ବାଲୁଗାଁ ଅଞ୍ଚଳର କୃଷ୍ଣ ଦାସ (୩୧)। ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୧୩୩/୨୪ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରିଣୀ ସ୍ମିତା ପଣ୍ଡା କହିଛନ୍ତି। ଉକ୍ତ ଚଢ଼ାଉରେ ଅବକାରୀ ଅଧିକାରିଣୀ ଶ୍ରୀମତୀ ପଣ୍ଡା ଓ ଟିମ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାକୁ ପ୍ରତାରଣା, ଅଭିଯୁକ୍ତ ଗିରଫ

ରେଢ଼ାଖୋଲ (କନ୍ଦର୍ପ ବେହେରା): ଜନୈକ ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଶେଷରେ ପ୍ରତାରଣା କରିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନାକଟିଦେଉଳ ପୋଲିସ। ଗିରଫ ଅଭିଯୁକ୍ତ ମାରୁଆଡ଼ିମୁଣ୍ଡା ଗାଁର ପ୍ରଶାନ୍ତ ମୁଣ୍ଡା ଓରଫ ମଣ୍ଟୁ।

ସୂଚନା ଅନୁସାରେ ପ୍ରଶାନ୍ତ ମୁଣ୍ଡା ଜଣେ ନାବାଳିକାକୁ ବିବାହ ପ୍ରଲୋଭନ ଦେଖାଇ ଆଜକୁ ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ଵ ହେବ ଶାରୀରିକ ସମ୍ପର୍କ ରଖି ଆସୁଥିଲା। ତେବେ ନାବାଳିକା ଜଣଙ୍କ ଗର୍ଭବତୀ ଥିବା ଜାଣିବା ପରେ ପ୍ରେମିକ ପ୍ରଶାନ୍ତକୁ ଶୀଘ୍ର ବିବାହ କରିବାକୁ ଅଡ଼ି ବସିଥିଲା।

ତେବେ ଅଭିଯୁକ୍ତ ପ୍ରଶାନ୍ତ ଯୁବତୀ ଜଣଙ୍କୁ ବିବାହ କରିବାକୁ ମନା କରିଦେବା ସହ ଆଉ ଧରା ଛୁଆଁ ଦେଉ ନ ଥିବାରୁ ସମ୍ପୃକ୍ତା ନାବାଳିକା ଏ ସମ୍ପର୍କରେ ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍ ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରଶାନ୍ତ ମୁଣ୍ଡାଙ୍କୁ ଗିରଫ କରିଥିଲା।

ପୁଲିସ ଉଭୟ ଅଭିଯୁକ୍ତ ଏବଂ ପୀଡିତା ନାବାଳିକାର ଡାକ୍ତରୀ ମାଇନା କରାଇବା ସହ ଗିରଫ ଅଭିଯୁକ୍ତ ପ୍ରଶାନ୍ତ ମୁଣ୍ଡାଙ୍କୁ ସମ୍ବଲପୁର ପକ୍ସୋ କୋର୍ଟକୁ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୂର୍ବଶତ୍ରୁତାକୁ ନେଇ ଆକ୍ରମଣ: ପ୍ରାଣ ହରାଇଲେ ପୀଡିତ, ଅଭିଯୁକ୍ତଙ୍କୁ ଗିରଫ କଲା ବାଲୁଗାଁ ପୋଲିସ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ପୂର୍ବଶତ୍ରୁତାକୁ ନେଇ ଆକ୍ରମଣ ଏବଂ ଆକ୍ରମଣରେ ପ୍ରାଣ ହରାଇଲେ ପୀଡ଼ିତ। ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ସିଙ୍ଗେଶ୍ୱର ଗ୍ରାମରେ ଘଟଣା ଘଟିଛି।

ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ସୂଚନା ମୁତାବକ ସିଙ୍ଗେଶ୍ୱର ଗ୍ରାମର କୃଷ୍ଣଚନ୍ଦ୍ର ବେହେରା (୩୪) ଏବଂ ଚନ୍ଦ୍ରଶେଖର ବେହେରା (୪୧) ଙ୍କ ମଧ୍ୟରେ ପୂର୍ବଶତ୍ରୁତା ଲାଗିରହିଥିଲା। ତେବେ ଗତ ମାସ ୨୬ ତାରିଖରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ତେବେ କୃଷ୍ଣଚନ୍ଦ୍ର ଚନ୍ଦ୍ରଶେଖରଙ୍କୁ ଆକ୍ରମଣ କରିଥିଲେ ଫଳରେ ଚନ୍ଦ୍ରଶେଖରଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା। ଏବଂ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ଫେରାର ହୋଇଯାଇଥିଲେ।

ସେବେଠାରୁ ଚନ୍ଦ୍ରଶେଖର କଟକ ବଡମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। ଇତିମଧ୍ୟରେ ଆଜି ବାଲୁଗାଁ ପୋଲିସ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ବେହେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Categories
ଆଞ୍ଚଳିକ

ଯାନ ବାହନ ଯାଞ୍ଚ ବେଳେ ୫ କେଜି ଗଞ୍ଜେଇ ଜବତ କଲା ଚାନ୍ଦପୁର ପୋଲିସ, ଅଭିଯୁକ୍ତ ଗିରଫ

ଚାନ୍ଦପୁର: ନିର୍ବାଚନକୁ ଦୃଷ୍ଟିରେ ରଖି ନୟାଗଡ ଜିଲ୍ଲା ଚାନ୍ଦପୁର ପୋଲିସର ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି। ଏହି ସମୟରେ ଯାନ ବାହନଗୁଡିକର ମଧ୍ୟ ଯାଞ୍ଚ କରାଯାଉଛି। ତେବେ ଆଜି ଶନି ମନ୍ଦିର ଓଭର ବ୍ରିଜ ନିକଟରେ ଯାନ ବାହନ ତନଖି ବେଳେ ପୋଲିସ ୫ କେଜି ଗଞ୍ଜେଇ ଜବତ କରିଛି। ପୋଲିସ ୟାମା ବାଇକ ସହ ୫ କେଜି ଗଞ୍ଜେଇ ଜବତ କରିଛି। ଏବଂ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତଙ୍କ ନାମ ସୁଦର୍ଶନ ବେହେରା (୩୫)। ଅଭିଯୁକ୍ତ ଜଣକ ରଣପୁରରୁ ଚାନ୍ଦପୁର ବାଇକରେ ଆସୁଥିବା ବେଳେ ଗିରଫ ହୋଇଛନ୍ତି। ଆଇଆଇସି ଜଗଦୀଶ ଚନ୍ଦ୍ର କରଙ୍କ ନେତୃତ୍ୱ ରେ ଯାନ ବାହନ ତନଖି ଚାଲିଥିଲା।

Categories
ଆଞ୍ଚଳିକ

ବାଲୁଗାଁ: ବେଆଇନ ମାଟି ଚୋରାଚାଲାଣ ଅଭିଯୋଗରେ ଚାରି ଅଭିଯୁକ୍ତ ଗିରଫ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ବେଆଇନ ମାଟି ଚୋରାଚାଲାଣ ଅଭିଯୋଗରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତିନି ଗୋଟି ମାଟି ଟ୍ରାକ୍ଟର ଏବଂ ଗୋଟେ ଜେସିବି ଜବତ କରିଛି ପୋଲିସ। ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ସୂଚନା ମୁତାବକ ଗତକାଲି ଶାମୁକା ପାହାଡ଼ ପାଦଦେଶରେ ବେଆଇନ ମାଟି ଚାଲାଣ ହେଉଥିବାର ଏକ ବିଶେଷ ସୂତ୍ରରୁ ଖବର ପାଇ ସଙ୍ଗେସଙ୍ଗେ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ତଦୁଇ ଗୋଟି ମାଟି ବୋଝେଇ ଟ୍ରାକ୍ଟର ଏବଂ ଗୋଟେ ଜେସିବି ଜବତ କରାଯାଇଥିଲା। ଅନୁରୂପ ଭାବେ ଜାତୀୟ ରାଜପଥରୁ ମଧ୍ୟ ଏକ ମାଟି ବୋଝେଇ ଟ୍ରାକ୍ଟର ଗତକାଲି ଜବତ କରାଯାଇଥିଲା।

ତେବେ ଉକ୍ତ ଘଟଣାରେ ସମୁଦାୟ ତିନି ଗୋଟି ମାମଲା ରୁଜୁ ହେବା ସହ ଅଭିଯୁକ୍ତ ରମେଶ ଜେନା (୩୦), ପ୍ରଦୀପ ବେହେରା (୪୫), ରାଜକୁମାର ବେହେରା (୨୪) ଏବଂ ଦିଲ୍ଲୀପ ପଲାଇ (୨୪)ଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୁଣି ସନ୍ଦେହରେ ପିଟି ପିଟି ହତ୍ୟା ଅଭିଯୋଗ: ୧୧ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ହଳଦୀବାଡ ଗ୍ରାମର ଗୁରୁବାରିଆ ଡାକୁଆ ନାମକ ଜଣେ ବ୍ୟକ୍ତିକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗରେ ପୋଲିସ ସେହି ଗ୍ରାମର ରଞ୍ଜନ ପ୍ରଧାନ, ସନ୍ୟାସୀ ଡାକୁଆ, ସନ୍ତୋଷ ଡାକୁଆ ରାଜୁ ପ୍ରଧାନ,ବିଭିଷଣ ପ୍ରଧାନ, ଭାଗ୍ୟ ଡାକୁଆ, ସୁଗ୍ରୀବ ଡାକୁଆ, ଶଙ୍କର ଡାକୁଆ, କୈଳାସ ଡାକୁଆ,ହରି ଡାକୁଆ ଓ ତ୍ରିନାଥ ଡାକୁଆ ପ୍ରମୁଖ ଙ୍କୁ ହତ୍ୟା ଅଭିଯୋଗ ରେ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, ମୃତ ଗୁରୁବାରିଆଙ୍କ ବିରୋଧରେ ସ୍ଥାନୀୟ ଅଞ୍ଚଳରେ ଅନେକ ଅଭିଯୋଗ ଥିଲା। ସେ ଅଞ୍ଚଳ ବାସିନ୍ଦାଙ୍କ ସହ ପ୍ରାୟ ଦିନରେ ଗଣ୍ଡଗୋଳ କରୁଥିଲେ। ଏହି କିଛି ଦିନ ତଳେ ଗ୍ରାମର ପ୍ରତାପ ଡାକୁଆ ନାମକ ଜଣେ ବ୍ୟକ୍ତିଙ୍କ ଅସୁସ୍ଥ କାରଣରୁ ମୃତ୍ୟୁ ହୋଇଥିଲା। ଏହି ଭଳି ପରିସ୍ଥିତିରେ ଗାଁ ଲୋକେ ଗୁରୁବାରିଆ ଗୁଣି କରିବା ଯୋଗୁଁ ପ୍ରତାପ ମୃତ୍ୟୁ ହୋଇଛି ବୋଲି ସନ୍ଦେହ କରିଥିଲେ। ତାଙ୍କ ଘରକୁ ଗାଁ ଲୋକେ ଯାଇ ଡାକିଥିଲେ ଓ ସେ ମନା କରିବାରୁ କିଛି ଗ୍ରାମ ବାସିନ୍ଦା ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ଗୁରୁବାରିଆଙ୍କ ଘରକୁ ଯାଇ ତାଙ୍କ ଉପରେ ଆତର୍କିତ ଭାବେ ଆକ୍ରମଣ କରି ତାକୁ ପିଟି ପିଟି ହତ୍ୟା କରି ଘଟଣା ସ୍ଥଳରୁ ଚାଲି ଯାଇଥିଲେ।

ମୃତ ଗୁରୁବାରିଆଙ୍କ ପତ୍ନୀ ଶ୍ରୀମତୀ ଡାକୁଆ ଘଟଣା ବିଷୟରେ ଜରଡା ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ପାଇ କେଶ୍ ନଂ ୬୧/୨୪ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଉକ୍ତ ଅଭିଯୁକ୍ତ ମାନଙ୍କୁ ଥାନା କୁ ଆଣି ଜେରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଆଞ୍ଚଳିକ

ବାଲୁଗାଁ: ଘର ଦେବାକୁ କହି ୬ ଲକ୍ଷ ଠକେଇ, ଅଭିଯୁକ୍ତ ଗିରଫ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁରେ ଘର ଦେବାକୁ କହି ୬ଲକ୍ଷ ଟଙ୍କାର ଠକେଇ ହୋଇଥିବା ଜଣାପଡିଛି। ଦୀର୍ଘ ବର୍ଷେ ବିତି ଯାଇଥିଲେ ସୁଦ୍ଧା ନାଁ ଘର ମିଳିଲା ନାଁ ଦେଇଥିବା ଟଙ୍କା ଫେରସ୍ତ ମିଳିଲା। ପରିଶେଷରେ ଠକେଇ ମାମଲାରେ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ସୂଚନା ମୁତାବକ ବାଲୁଗାଁ ଗୋପୀନାଥପୁର ଗ୍ରାମର କାମିନୀ ବାଳା ନାୟକ ଏକ ଘର କିଣିବା ପାଇଁ ସେହି ଗ୍ରାମର ଭାସ୍କର ପାଢ଼ୀଙ୍କୁ (୫୬) ଦୀର୍ଘ ବର୍ଷେ ପୂର୍ବରୁ ଅଗ୍ରୀମ ଆକାରରେ ୬ ଲକ୍ଷ ଦେଇଥିଲେ। ଏନେଇ ଶ୍ରୀମତୀ ନାୟକ ବାରମ୍ବାର ଶ୍ରୀ ପାଢ଼ୀଙ୍କୁ ଜଣାଇଲେ ସୁଦ୍ଧା କୌଣସି ଉତ୍ତର ନମିଳିବାରୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ବାଲୁଗାଁ ପୋଲିସ ଅଭିଯୁକ୍ତ ଭାସ୍କର ପାଢ଼ୀକୁ ଠକେଇ ଅଭିଯୋଗରେ ଗିରଫ କରିଛି।

Categories
ଆଞ୍ଚଳିକ

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ବିପୁଳ ପରିମାଣର ମଦ ସହ ୩ ଅଭିଯୁକ୍ତ ଗିରଫ

ବାଣପୁର /ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଣପୁର, ବାଲୁଗାଁ ଓ ନାଚୁଣୀ ଅଞ୍ଚଳରେ ବାଲୁଗାଁ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରି ବିପୁଳ ପରିମାଣର ଚୋରା ଦେଶୀମଦ ସହ ତିନିଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସୂଚନା ମୁତାବକ ଆଜି ଚଢ଼ାଉ କରି ବାଣପୁର କୋଷରଡ଼ା ଗ୍ରାମର ପ୍ରଫୁଲ୍ଲ ଶବର (୨୫)ଙ୍କ ଠାରୁ ୬୦ ଲିଟର, ବାଲୁଗାଁ ଅଞ୍ଚଳ ଲମ୍ବୋଦରପୁର ଗ୍ରାମର ବିକ୍ରମ ସିଂ (୩୫) ଙ୍କ ଠାରୁ ୩୦ଲିଟର, ବାଣପୁର ଅଞ୍ଚଳ କୁଲେଇ ଗ୍ରାମର ଲିଲି ମହାରଥୀ (୪୩)ଙ୍କ ଠାରୁ ୩୦ଲିଟର ସମୁଦାୟ ୧୨୦ଲିଟର ମଦ ଜବତ କରାଯାଇଛି।

ଅଭିଯୁକ୍ତ ମାନଙ୍କ ନାମରେ ୧୫୯/୧୬୦/୧୬୧ ରେ ଭିନ୍ନ ଭିନ୍ନ ମୋକଦମା କରାଯାଇଥିବା ଅବକାରୀ ଅଧିକାରୀ ବି ମନୋଜ କୁମାର କହିଛନ୍ତି। ତେବେ ଆଗକୁ ଏହିଭଳି ଚୋରା ମଦ କାରବାର କରୁଥିବା ବ୍ୟକ୍ତିଙ୍କ ଉପରେ ଜୋରଦାର ଚଢ଼ାଉ କରାଯିବ ବୋଲି ଅବକାରୀ ଅଧିକାରୀ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାର ଫୋଟ ଭାଇରାଲ୍ ମାମଲାରେ ଅଭିଯୁକ୍ତ ଗିରଫ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଜୈନିକ ନାବାଳିକାର ଫୋଟ ଭାଇରାଲ୍ କରିବାର ଧମକ ଦେବା ଅଭିଯୋଗରେ କୋଦଳା ଥାନା ପୋଲିସ ୫୬୧/୨୩ ରେ ଏକ ମାମଲା ରୁଜୁ କରିବା ସହ ଧମକ ଦେଇଥିବା ଯୁବକକୁ ଗୁଣପୁର ପୋଲିସ ର ସହାୟତା ରେ ତାକୁ ଗୁଣପୁରରୁ ଗିରଫ କରିଛି। ଏହି ଯୁବକର ନାମ ସଞ୍ଜୟ କୁମାର ବିଶ୍ଵାଳ ହୋଇଥିବା ବେଳେ ତହାର ଘର କଟକ ଜିଲ୍ଲାର ବଡ଼ମ୍ବା ଥାନା ଅନ୍ତର୍ଗତ ମଙ୍ଗରାଜ ପୁର ଗ୍ରାମରେ ବୋଲି ସୂଚନା ମିଳିଛି।

ଗିରଫ ଯୁବକ ଜଣଙ୍କ ରାୟଗଡ଼ା ଜିଲ୍ଲାର ଗୁଣପୁର ଅଞ୍ଚଳରେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା। ଗତକାଲି କୋଦଳା ପୋଲିସ ତାକୁ ଗିରଫ କରିବା ସହ କୋର୍ଟଚାଲାଣ କରିଥିବା ଜଣାଯାଇଛି। କୋଦଳା ପୋଲିସର ଏହି ତ୍ଵରିତ ପଦକ୍ଷେପ ପାଇଁ ଅଞ୍ଚଳବାସି ସାଧୁବାଦ ଜଣାଇଛନ୍ତି।

Categories
ଆଞ୍ଚଳିକ

ଯୁବକକୁ ଆକ୍ରମଣ ଅଭିଯୋଗରେ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗାଙ୍ଗପୁର ଥାନା ଅନ୍ତର୍ଗତ ଝରପାରି ଗ୍ରାମର ତୋଫାନ ଗୌଡ଼ ନାମକ ଜଣେ ଯୁବକକୁ ଛୁରୀରେ ଆକ୍ରମଣ ଅଭିଯୋଗରେ ନିକଟସ୍ଥ କେଶପୁର ଗ୍ରାମ ର ପ୍ରଦୀପ ସ୍ୱାଇଁକୁ ଗିରଫ କରି ଗାଙ୍ଗପୁର ପୋଲିସ କୋର୍ଟ ଚାଲାଣ କରିଛି। ଗୁରୁତର ଆହତ ତୋଫାନ ଗୌଡ଼ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ ଆହତ ତୋଫାନ ବାରମ୍ବାର କେଶପୁର ଗ୍ରାମକୁ ଯାଉଥିବାରୁ ପ୍ରଦୀପ ଆପତ୍ତି କରି ଆସୁଥିଲା। ଯାହା ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ପ୍ରଦୀପ କ୍ରୋଧରେ ଜର୍ଜରିତ ହୋଇ ତୋଫାନକୁ ଛୁରୀରେ ପେଟକୁ ଭୁଷି ଦେବାରୁ ତାଙ୍କର ପେଟରେ ଗଭୀର ଆଘାତ ଲାଗିଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଦୀପକୁ କାବୁ କରି କେଶ୍ ନଂ ୮୬୨/୨୩ ଅନୁଯାୟୀ ଏକ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଷ୍ଟେସନରୁ ଗଞ୍ଜେଇ ଜବତ: ଅଭିଯୁକ୍ତଙ୍କୁ ଗିରଫ କଲା ଆରପିଏଫ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଆଜି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଖୋର୍ଦ୍ଧା ଜିଆରପିକୁ ହସ୍ତାନ୍ତର କରିଛି। ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳର ରବି ମହାନ୍ତି (୪୦) ବୋଲି ଜଣାପଡିଛି।

ଖବର ମୁତାବକ ଗତକାଲି ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଚଢ଼ାଉ ଚାଲିଥିବା ବେଳେ ୪ ନମ୍ବର ପ୍ଲାଟଫର୍ମର ଶେଷ ଭାଗରେ ରବି ସଂନ୍ଦିଗ୍ଧ ଅବସ୍ଥାରେ ଏକ ନାଲି ରଙ୍ଗ ଟ୍ରଲି ବ୍ୟାଗ ଧରି ବୁଲୁଥିବାର ଦେଖିବାକୁ ପାଇଥିଲେ। ତାଙ୍କ ବ୍ୟାଗ ତାଲାସି ନିଆଯିବାରୁ ତନ୍ମଧ୍ୟରୁ ୧୪ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ମୂଲ୍ୟ ୧ ଲକ୍ଷ ୪୪ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଆରପିଏଫ ଅଭିଯୁକ୍ତ ରବିଙ୍କୁ ଗିରଫ କରି ଆଜି ଖୋର୍ଦ୍ଧା ରୋଡ ଜିଆରପିକୁ ହସ୍ତାନ୍ତର କରିଛି।

Categories
ଆଞ୍ଚଳିକ

ବାଲୁଗାଁ: ଜୁଆ ଆଡ୍ଡା ଉପରେ ଚଢ଼ାଉ, ୪ ଅଭିଯୁକ୍ତ ଗିରଫ

ବାଲୁଗାଁ: ଆଜି ମଧ୍ୟାହ୍ନରେ ବାଲୁଗାଁ ପୋଲିସ ଅତର୍କିତ ଭାବେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୫ଟି ବାଇକ ସମେତ ୪ ଅଭିଯୁକ୍ତକୁ ଗିରଫ କରିଛି। ଖବର ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ସାମନ୍ତସିଂହାର ପୁର କଲେଜ ନିକଟ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଜୁଆ ଖେଳ ହେଉଥିବା ନେଇ ଖବର ମିଳିବାପରେ ଆଇଆଇସି ଜୟ ପ୍ରକାଶ ପରିଡା ସଦଳବଳେ ସମ୍ପୃକ୍ତ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ।

ଚଢ଼ାଉ ବେଳେ ଜିତେନ୍ଦ୍ର ସୁନ୍ଦରାୟ (୩୪), ବରଜୁ ବେହେରା (୩୩), ସୁବୋଧ ପାଇକରାୟ (୩୨), ପ୍ରସନ୍ନ ରାଉତକୁ (୩୯) ଗିରଫ କରିବା ସହ ସେମାନଙ୍କ ନିକଟରୁ ୫ଟି ବାଇକ ସହ ନଗଦ ୮୫୦୦ ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ୩ ଓପିଜି ଅଧିନିୟମ ଅନୁଯାୟୀ କେଶ ନଂ ୩୧୮/୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ପରିଡା ସୂଚନା ଦେଇଛନ୍ତି।