Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗିରଫ ହେଲା ୨୦୧୦ ରୁ ଫେରାର୍ ଥିବା ଅଭିଯୁକ୍ତ ଜୟନ୍ତ ସେଠ୍: ଥାନାଧିକାରୀଙ୍କୁ କରିଥିଲା ଆକ୍ରମଣ

କନ୍ଦର୍ପ ବେହେରା

ରେଢାଖୋଲ: ଆଜି ନାକଟିଦେଉଳ ପୋଲିସ୍ ପୁରୁଣା ଅପରାଧିକ ମାମଲାରେ କେଲୋବେନୀ ଗ୍ରାମର ଜୟନ୍ତ ସେଠ୍ କୁ ଜଙ୍ଗଲରୁ ଗିରଫ କରିବାରେ ସଫଳ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା କେଲୋବେନୀ ଗ୍ରାମର ଜୟନ୍ତ ସେଠ୍‌ (୪୦) ନାମକ ଯୁବକ ବିଭିନ୍ନ ସମୟରେ ବହୁ ଅପରାଧିକ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଥିବାର ଅଭିଯୋଗ ହୋଇଥିଲା। ତା ନାମରେ କୁଚିଣ୍ଡା, ଛେଣ୍ଡିପଦା, ଦେବଗଡ, ରିଆମାଳ, ଅନୁଗୁଳ, ତାଳଚେର ଆଦି ଥାନାରେ ଚୋରି, ଡକାୟତି, ହତ୍ୟା ଆଦି ମାମଲା ଥିବା ଅଭିଯୋଗ ଥିଲା।

୨୦୧୦ ମସିହାରେ ଛେଣ୍ଡିପଦା ଥାନାର ଥାନାଧିକାରୀଙ୍କୁ ଯେଉଁ ଟିମ୍ ହାଣି ପକାଇଥିଲେ ସେ ମଧ୍ୟ ସେଥିରେ ସାମିଲ୍ ଥିବା ଅଭିଯୋଗ ହୋଇଥିଲା। ସେଇ ଦିନ ଠାରୁ ସେ ଫେରାର୍ ହୋଇଯାଇଥିଲା। ତା ନାମରେ ସେଇ ଦିନ ଠାରୁ ବିଭିନ୍ନ ଥାନାରେ ମାମଲା ରୁଜୁ ମଧ୍ୟ ହୋଇଥିଲା। କୋର୍ଟରେ ତା ନାମରେ ୭ଟି ମାମଲା ଥିବା ଜଣା ପଡିଛି। ସେ ଫେରାର୍ ଥିବାରୁ ତାକୁ ପୋଲିସ୍ ଧରିପାରି ନ ଥିଲା। ଏପରିକି ସେଇ ଦିନ ଠାରୁ ନାକଟିଦେଉଳ ପୋଲିସ୍ ତାକୁ ଗିରଫ କରିବାକୁ ଜାଲ ବିଛାଇଥିଲା।

ଗତ ତା ୧୮/୯/୨୦୨୧ (ଶନିବାର) ରେ ରାତିରେ ଚେନ୍ନାଇରୁ ସେ ଘରକୁ ଆସିଥିବା ନାକଟିଦେଉଳ ପୋଲିସ୍ କୁ ଖବର ଆସିଥିଲା। ଦୁଇ ଦିନ ହେଲା ନାକଟିଦେଉଳ ପୋଲିସ୍ ତାକୁ ଧରିବାକୁ ଉଦ୍ୟମ କରିଥିଲା। ସେ ଜଙ୍ଗଲରେ ଦୁଇ ଦିନ ହେଲା ରହୁଥିବାରୁ ପୋଲିସ୍ ଧରିବାରେ ବିଫଳ ହେଉଥିଲା। ଆଜି ନାକଟିଦେଉଳ ପୋଲିସ୍ ରହୁଥିବା ଜଙ୍ଗଲକୁ ଯାଇ ଅଭିଯୁକ୍ତ ଜୟନ୍ତ ସେଠ୍‌କୁ ଧରିବାରେ ସଫଳ ହୋଇଥିଲା। ତାକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର ପ୍ରକାଶ ରେିଛନ୍ତି।