Categories
ଆଜିର ଖବର ଜାତୀୟ ଖବର ଧର୍ମ ସଂସ୍କୃତି

ଓଁ’ ଉଚ୍ଚାରଣରେ ଯୋଗ ଶକ୍ତିଶାଳୀ ହୁଏନା କହିଲେ କଂଗ୍ରେସ ନେତା: ପ୍ରତିକ୍ରିୟା ରଖିଲେ ଯୋଗଗୁରୁ ରାମଦେବ

ନୂଆଦିଲ୍ଲୀ: ସମଗ୍ର ବିଶ୍ଵରେ ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଉଛି। କରୋନା ଗାଇଡଲାଇନ ଅନୁସାରେ ଯୋଗ ଦିବସ କାର୍ଯ୍ୟକ୍ରମଗୁଡିକୁ ଆୟୋଜନ କରାଯାଉଛି। ଏହାଭିତରେ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭିଙ୍କ ଏକ ଟ୍ବିଟକୁ ନେଇ ବିବାଦ ଦେଖାଦେଇଛି। ଯୋଗ ଦିବସ ଅବସରରେ ଅଭିଷେକ ଲେଖିଛନ୍ତି ଯେ, ‘ଓଁ ‘ ଉଚ୍ଚାରଣରେ ନା ଯୋଗ ଅଧିକ ଶକ୍ତିଶାଳୀ ହୁଏ, ନା ‘ଆଲାହ’ ଉଚ୍ଚାରଣ କରିବା ଦ୍ଵାରା ଯୋଗ ଦୁର୍ବଳ ହୋଇଯାଏ।

ଅଭିଷେକଙ୍କ ଏଭଳି ଟ୍ବିଟକୁ ଦେଖି ଯୋଗ ଗୁରୁ ରାମଦେବ ବାବା ନିଜର ପ୍ରତିକ୍ରିୟା ରଖିଛନ୍ତି। ଯୋଗ ଗୁରୁ କହିଛନ୍ତି ଯେ, ଈଶ୍ଵର ଆଲାହ ତେରୋ ନାମ, ସବକୋ ସମ୍ମତି ଦେ ଭଗବାନ। ସୋସିଆଲ ମିଡିଆରେ ଆଜି ଦିନରେ ସିଙ୍ଘିଭିଙ୍କ ଏହି ପୋଷ୍ଟକୁ ନେଇ ବହୁତ ଲୋକ ପ୍ରତିକ୍ରିୟା ରଖିଛନ୍ତି। ବହୁତ ଲୋକ ଏହି ପୋଷ୍ଟକୁ ନେଇ ବିରୋଧ କରୁଥିବା ବେଳେ କିଛି ଲୋକ ସମର୍ଥନରେ ଟ୍ବିଟ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ସପ୍ତମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ, ସମଗ୍ର ବିଶ୍ଵ କରୋନା ମହାମାରୀ ବିରୋଧରେ ଲଢୁଥିବା ବେଳେ ଯୋଗ ଲୋକଙ୍କ ପାଇଁ ଆଶାର କିରଣ ନେଇଆସିଛି। ଯଦିବା ଗତ ଦୁଇ ବର୍ଷ ହେଲା ଏହା ଉପରେ କୌଣସି ବଡ କାର୍ଯ୍ୟକ୍ରମ ହୋଇନାହିଁ, ତଥାପି ଲୋକଙ୍କର ଏହା ଉପରେ ଉତ୍ସାହ ବଢୁଛି। ଏହି ଅବସରରେ ପ୍ରତ୍ୟେକ ସମାଜ ଏବଂ ସବୁ ଲୋକ ସୁସ୍ଥ ରୁହନ୍ତୁ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି।