Categories
ଆଜିର ଖବର ଜାତୀୟ ଖବର

ପଞ୍ଜାବ କଂଗ୍ରେସର ବିବାଦ ମଧ୍ୟରେ ବାହାରିଲା ନୂଆ ସୂତ୍ର: ସିଦ୍ଧୁ ହୋଇପାରନ୍ତି ପ୍ରଦେଶ ମୁଖ୍ୟ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ମଧ୍ୟରେ ବହୁ ଦିନ ଧରି ବିବାଦ ଲାଗିରହିଛି। ମୁଖ୍ୟମନ୍ତ୍ରୀ ଅମରୀନ୍ଦର ସିଂହ ଏବଂ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ମନାନ୍ତର ଜାରି ରହିଛି। ହେଲେ ଏହା ଭିତରେ ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ଏକ ବଡ ବୟାନ ଦେଇଛନ୍ତି। ଉଭୟଙ୍କ ମଧ୍ୟରେ ମନାନ୍ତର ଶେଷ କରିବା ପାଇଁ ଏକ ନୂଆ ସୂତ୍ର ବାହାର କରିଛନ୍ତି। କ୍ୟାପଟେନ ଅମରୀନ୍ଦର ସିଂହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଜାରି ରଖିବେ ଏବଂ ସିଦ୍ଧୁ ପ୍ରଦେଶ ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ। ଏହାସହିତ ଦୁଇଜଣ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଯୁକ୍ତି ପାଇବେ। ସେମାନେ ହିନ୍ଦୁ ଆଉ ଦଳିତ ସମ୍ପ୍ରଦାୟର ହୋଇଥିବେ। ଏହାକୁ ନେଇ ଖୁବଶୀଘ୍ର ଦଳ ପକ୍ଷରୁ ଔପଚାରିକ ଘୋଷଣା କରାଯିବ।