Categories
ଆଜିର ଖବର ରାଜ୍ୟ ଖବର

ଅମଲାମଞ୍ଚ ର ଚେତାବନୀ: ୧୯ ରେ ପୁଣି ସମୂହ ଛୁଟି ଆନ୍ଦୋଳନ

ଭୁବନେଶ୍ଵର: ଆସନ୍ତା ୧୯ ତାରିଖରେ ପୁଣିଥରେ ଅମଲାମଞ୍ଚ ଆନ୍ଦୋଳନକୁ ଓହ୍ଳାଇବ। ଏକମାତ୍ର ଦାବି ପୂରଣ ହୋଇନଥିବାରୁ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଅମଲାମଞ୍ଚ ନିଷ୍ପତ୍ତି ନେଇଛି। କନିଷ୍ଠ ସହାୟକଙ୍କ ଦରମା ୪୨୦୦ ଗ୍ରେଡ ପେ’ ପୂରଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି କରିବା ସତ୍ତ୍ୱେ ପ୍ରତିଶ୍ରୁତି ପୂରଣ ହୋଇପାରି ନାହିଁ। ତେଣୁ ଜିଲ୍ଲା ସ୍ତରୀୟ ଅମଲା ମଞ୍ଚ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି।

ଆସନ୍ତା ୧୫ ତାରିଖ ଯାଏଁ ଏହି ଏକମାତ୍ର ଦାବି ପୂରଣ ନହଲେ ଅମଲାମଞ୍ଚ ୧୯ ତାରିଖରୁ ଆନ୍ଦୋଳନ କରିବ ବୋଲି ଘୋଷଣା କରିଛି। ସେହିଦିନ ଠାରୁ ଅମଲାମଞ୍ଚର ସ୍ଥଗିତ ଥିବା ସମୂହ ଛୁଟି ଆନ୍ଦୋଳନ ପୁଣିଥରେ ଆରମ୍ଭ ହେବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

ତେବେ ସରକାରଙ୍କ ସହ ଯୋଗସୂତ୍ର ପାଇଁ ଏକ ୧୦ ଜଣିଆ କମିଟି ଗଠନ କରାଯାଇଛି। କର୍ମଚାରୀ ଭବନରେ ଅନୁଷ୍ଠିତ ବୈଠକରେ ନାରାୟଣ ଦଶଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଏହି ନିଷ୍ପତ୍ତି ନିଆଯାଇଛି।