Categories
ଆଜିର ଖବର ଆଞ୍ଚଳିକ

ରାହାମାରେ ଲକଡାଉନକୁ ବେଖାତିର କରୁଥିବା ଅମାନିଆଙ୍କୁ ସାବାଡ୍ କଲେ ତହସିଲଦାର ଓ ତିର୍ତ୍ତୋଲ ପୋଲିସ୍

ରମେଶ ମହାନ୍ତି
ଜଗତସିଂହପୁର: କରୋନାର ଦ୍ୱିତୀୟ ଲହରୀ ଦୃତ ଗତିରେ ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ଏନେଇ ସରକାରଙ୍କ ପକ୍ଷରୁ ଲକଡାଉନ୍ ଓ ସଟଡାଉନ୍ ଘୋଷଣା କରାଯିବା ସତ୍ତ୍ୱେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ବଜାରରେ କିଛି ଅମାନିଆଙ୍କ ଉପରେ ଏହାର କିଛି ପ୍ରଭାବ ପଡୁନଥିବା ଦେଖିବାକୁ ମିଳିଥିଲା।

ଖବର ପାଇ କୁଜଙ୍ଗ ତହସିଲଦାର ପ୍ରିତିପର୍ଣ୍ଣା ମିଶ୍ର, ଅତିରିକ୍ତ ତହସିଲଦାର ପୁଜା ଲେଙ୍କା ଓ ତିର୍ତ୍ତୋଲ ପୋଲିସ୍ ରାହାମା ବଜାରରେ ପହଞ୍ଚି ଲକଡାଉନକୁ ବେଖାତିର କରୁଥିବା କିଛି ବ୍ୟବସାୟୀ ଓ ମାସ୍କ୍ ନଲଗାଇ ବିନା କାରଣରେ ବଜାରରେ ବୁଲାବୁଲି କରୁଥିବା କିଛି ଅମାନିଆଙ୍କୁ ପ୍ରଶାସନ ପକ୍ଷରୁ ସାବାଡ୍ କରାଯାଇଥିଲା।

ସେହିପରି ତିର୍ତ୍ତୋଲ ବଜାର, ନିଶାମଣି ସରଣୀ ବଜାର, ନେହେରୁପଡିଆ ବଜାର ସହିତ ସ୍ଥାନୀୟ ଅଞ୍ଚଳରେ କେତେକ ଲୋକ ମାସ୍କ୍ ନଲଗାଇ ଲକଡାଉନକୁ ବେଖାତିର କରି ବିନା କାରଣରେ ବଜାରଘାଟରେ ଘୁରିବୁଲୁ ଥିବା ଅମାନିଆଙ୍କୁ ତିର୍ତ୍ତୋଲ ପୋଲିସ୍ ଯଥାଶୀଘ୍ର ସାବାଡ୍ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।