Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ ସିନେମା

‘ପ୍ରୋଜେକ୍ଟ-କେ’ରେ ପ୍ରଭାସଙ୍କ ସହ ଅଭିନୟ କରିବେ ଦିଶା ପଠାନୀ, ସୁଟିଂ ପୂର୍ବରୁ ଚର୍ଚ୍ଚା

ନୂଆଦିଲ୍ଲୀ: ଅଭିନେତ୍ରୀ ଦିଶା ପଠାନୀ ଖୁବ୍ ଶୀଘ୍ର ଦକ୍ଷିଣ ସୁପରଷ୍ଟାର ତଥା ବାହୁବଳୀ ଷ୍ଟାର ପ୍ରଭାସଙ୍କ ସହିତ ବଡ ପରଦାରେ ଆସିବେ। ନିଜେ ଦିଶା ଏହି ଖବର ଦେଇ ନିଶ୍ଚିତ କରାଇଛନ୍ତି। ସେ କହିଛନ୍ତି ଯେ,ତାଙ୍କର ପରବର୍ତ୍ତୀ ‘ ପ୍ରୋଜେକ୍ଟ କେ ‘ରେ ବାହୁବଳୀ ଷ୍ଟାରଙ୍କ ସହ କାମ କରିବି।

ଦିଶା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଖବର ଦେବା ସହିତ ଫୁଲ ଏବଂ ଏକ ଚିଠି ମଧ୍ୟ ପୋଷ୍ଟ କରିଛନ୍ତି।  ସେଥିରେ ଉଲ୍ଲେଖ ରହିଛି ଯେ “ସ୍ୱାଗତଂ ଦିଶା, ‘ପ୍ରୋଜେକ୍ଟ-କେ’ ଆପଣଙ୍କୁ ସ୍ୱାଗତ କରୁଛି! ତୁମକୁ ବିମାନ ବନ୍ଦରରେ ପାଇ ଆମେ ବହୁତ ଖୁସି। ”

ଏହି ‘ପ୍ରୋଜେକ୍ଟ କେ’ ଚଳଚିତ୍ରରେ ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ,  ଏହି ଚଳଚ୍ଚିତ୍ରରେ ଏକ ନୂତନ ପ୍ରଯୁକ୍ତିବିଦ୍ୟାକୁ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରାଯାଉଛି। ଫଳରେ ଏହି ଚଳଚିତ୍ର ସଂପର୍କରେ ଜଣାପଡିବା ଦିନଠାରୁ ଏହା ଚର୍ଚ୍ଚାରେ ରହିଛି।

ପ୍ରାୟତଃ ଏହି ଚଳଚତ୍ରର ନାମ ‘ପ୍ରୋଜେକ୍ଟ କେ’ ରଖାଯିବ। ଏହି ଚଳଚ୍ଚିତ୍ରଟି ହେଉଛି ଏକ ମେଗା କାନଭାସ୍ ଏବଂ ପ୍ୟାନ୍ ଇଣ୍ଡିଆ ପ୍ରୋଜେକ୍ଟ ଯାହା ଘୋଷଣା ହେବା ଦିନଠାରୁ ଖବରରେ ଅଛି। 2018 ମସିହାରେ ଜାତୀୟ ପୁରସ୍କାର ପ୍ରାପ୍ତ ବାୟୋଗ୍ରାଫିକାଲ୍ ଡ୍ରାମା ମହାନତି ଚଳଚିତ୍ରର ଜଣାଶୁଣା ନିର୍ମାତା ନାଗ ଅଶ୍ୱିନ୍ ଏହି ପ୍ରକଳ୍ପର ନିର୍ଦ୍ଦେଶନା ଦେଉଛନ୍ତି।

ଏହାକୁ ନେଇ ଅମିତାଭ ବଚ୍ଚନ ମଧ୍ୟ ଟ୍ୱିଟରରେ  ଲେଖିଛନ୍ତି ଯେ, ପ୍ରଭାସଙ୍କ ସହ କାମ କରିବାବେଳେ ସେ ବହୁତ କିଛି ଶିଖିବେ। ସେହିପରି ପ୍ରଭାସ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରେ ବଚ୍ଚନଙ୍କ ଏକ ଫଟୋ ପୋଷ୍ଟ କରି ଏହା ତାଙ୍କ ପାଇଁ ଏକ “ସ୍ୱପ୍ନ ସାକାର” ମୁହୂର୍ତ୍ତ ବୋଲି ଲେଖିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ସୁପରଷ୍ଟାର ଅମିତାଭ ସାର୍ ଙ୍କ ସହ ପ୍ରୋଜେକ୍ଟ କେ ର ପ୍ରଥମ ସଟ୍ ଆଜି ସମାପ୍ତ କରିଛି।

Categories
ଆଜିର ଖବର ଜାତୀୟ ଖବର

୭୯ ବର୍ଷରେ ବିଗ୍-ବି, ବାଲୁକା କଳାରେ ଅଭିନନ୍ଦନନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ହେଉଛି ବିଗ୍-ବି ବା ଅମିତାଭ ବଚନଙ୍କ ଜନ୍ମଦିନ। ଆଜି ଅମିତାଭ ୭୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଉପଲକ୍ଷେ ତାଙ୍କୁ ବହୁ ବ୍ୟକ୍ତି ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି। ସେହିପରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ତାଙ୍କ ବାଲୁକା କଳାରେ ଅଭିନନ୍ଦନ କରିଛନ୍ତି।

ସୁଦର୍ଶନ ପୁରୀ ବେଳାଭୂମିରେ ବିଗ୍-ବି ଙ୍କର ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ସେ ଏକ କଳା ବ୍ଲେଜର ପିନ୍ଧିଥିବାର ପରିଲକ୍ଷିତ ହୋଇଛି। ଅମିତାଭଙ୍କ ଧଳା ଦାଢି ସହିତ ତାଙ୍କର ଚଷମାକୁ ଅବିକଳ କରି ବାଲିରେ ନିର୍ମାଣ କରିଛନ୍ତି। ଏଥିସହିତ ସେ ବାଲୁକା ସ୍ଥାପତ୍ୟର ଉପରେ ତାଙ୍କର ବୟସ ସହିତ ବଡବଡ ଅକ୍ଷରରେ ହାପି ବାର୍ଥ ଡେ ବିଗ୍-ବି ବୋଲି ଉଲ୍ଲେଖ କରିଛନ୍ତି।

Categories
ବିଶେଷ ଖବର ମନୋରଂଜନ

ଆଜି ଅମିତାଭ ବଚନଙ୍କ ଜନ୍ମଦିନ: ଜାଣିଲେ ଆଶ୍ଚର୍ଯ୍ୟ ହେବେ ତାଙ୍କ ନାମରେ ରହିଛି ଏକ ମନ୍ଦିର

Happy Birthday BigB: ଆଜି ପ୍ରଖ୍ୟାତ ଅଭିନେତା ଅମିତାଭ ବଚନ ୭୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଆସିବାରେ ଲାଗିଛି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କୋଲକାତାରେ ଅମିତାଭ ବଚନଙ୍କର ରହିଛି ଏକ ମନ୍ଦିର। ଆଉ ସେହି ମନ୍ଦିରରେ ପ୍ରତିବର୍ଷ ତାଙ୍କ ଜନ୍ମଦିନରେ ସ୍ବତନ୍ତ୍ର ପୂଜାପାଠ କରାଯାଏ। ଜନ୍ମଦିନକୁ ଧୂମଧାମରେ ପାଳନ କରାଯାଇଥାଏ।

ତେବେ କରୋନା ପାଇଁ ଗତବର୍ଷ ଅମିତାଭଙ୍କ ଜନ୍ମଦିନ ଧୂମଧାମରେ ପାଳନ କରାଯାଇପାରି ନ ଥିଲା। ଏଥର ମଧ୍ୟ ସେହିପରି କମ ଲୋକଙ୍କୁ ନେଇ ଏହି ପୂଜାପାଠ କରାଯାଇଛି। ଏହି ମନ୍ଦିରର ମୁଖ୍ୟ ପ୍ରତିଷ୍ଠାତା ଏକାକୀ ଯାଇ ଅମିତାଭ ବଚନଙ୍କ ପ୍ରତିମୂର୍ତ୍ତି ଆଗରେ ଆଳତି କରି ଫେରିଛନ୍ତି। ଏହି ଆଳତିଙ୍କୁ ସେହି ମନ୍ଦିର ସହିତ ଜଡିତ ଥିବା ଭକ୍ତମାନେ ସୋସିଆଲ ମିଡିଆରେ ଲାଇଭ ଦେଖିଛନ୍ତି।

ଦକ୍ଷିଣ କୋଲକାତାର ବଲ୍ୟାଗୁଂଗି ଫାରି ନିକଟସ୍ଥ ଏକ ସ୍ଥାନରେ ନିର୍ମାଣ ହୋଇଛି ଏହି “ଅମିତାଭ ବଚ୍ଚନ ମନ୍ଦିର”। ଅମିତାଭଙ୍କ ବହୁ ପ୍ରଶଂସକଙ୍କ ବଦାନ୍ୟରେ ଏହି ମନ୍ଦିର ୨୦୦୧ ମସିହାରେ ନିର୍ମାଣ କରାଯାଇଛି। ଏହି ମନ୍ଦିରରେ ଅମିତାଭ ବଚ୍ଚନଙ୍କ ଏକ ଷ୍ଚାଇଲିସ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ସେହି ମୂର୍ତ୍ତିଙ୍କୁ ସମସ୍ତେ ଗୁରୁ ବୋଲି ସମ୍ବୋଧନ କରୁଛନ୍ତି।

ଏହି ମନ୍ଦିରରେ ପ୍ରତ୍ୟେକ ଦିନ ପୂଜା ଅର୍ଚ୍ଚନା କରାଯାଇଥାଏ। ମନ୍ଦିର ପରି ଏଠାରେ ମଧ୍ୟ ଭକ୍ତମାନ ଏକଜୁଟ ହୋଇଥାନ୍ତି। ତେବେ ଏହି ଭକ୍ତଙ୍କ ସଂଖ୍ୟା ସୀମିତ। ପ୍ରତ୍ୟେକ ଦିନ ପୂଜା ସହିତ ବିଶେଷ ଦିନରେ ମଧ୍ୟ ବିଶେଷ ପୂଜା ହୋଇଥାଏ। ମୁଖ୍ୟତଃ ତାଙ୍କ ଜନ୍ମ ଦିନଟି ଏହି ମନ୍ଦିରରେ ବେଶ ଧୂମଧାମରେ ପାଳନ କରାଯାଇଥାଏ।

ପ୍ରତିବର୍ଷ ଜନ୍ମଦିନରେ ଏହି ଅମିତାଭ ବଚନ ମନ୍ଦିରରେ ଅନ୍ନ ପୂଜା ମଧ୍ୟ କରାଯାଇଥାଏ। ଏହା ପୂଜା ହେବା ପରେ ଭକ୍ତମାନଙ୍କୁ ଖାଇବା ପାଇଁ ଦିଆଯାଇଥାଏ। ଏହାକୁ ସେମାନେ ପ୍ରସାଦ ବୋଲି କହିଥାନ୍ତି। ବିଗବିଙ୍କ ଜନ୍ମଦିନରେ ସକାଳୁ ପୂଜା ଅର୍ଚ୍ଚନା ସହିତ କେକ କଟା ମଧ୍ୟ ହୋଇଥାଏ। ଏଥିପାଇଁ ମନ୍ଦିରର ସଦସ୍ୟଗଣ ପୂର୍ବରୁ ସବୁ କିଛି ପ୍ରସ୍ତୁତ କରିଥାନ୍ତି। ଏହି କେକ କଟା ମୂର୍ହୁର୍ତ୍ତ ସେମାନଙ୍କ ପାଇଁ ମୁଖ୍ୟ। ସମସ୍ତେ ଏକାଠି ହେବା ପରେ କେକ କଟା ଆରମ୍ଭ ହୋଇଥାଏ। ସମସ୍ତେ ହାପି ବାର୍ଥ ଡେ ଟୁ ଗୁରୁ ବୋଲି କହି ମନ୍ଦିର ପ୍ରକମ୍ପିତ କରିଦିଅନ୍ତି।

ଜନ୍ମଦିନ ସହିତ ଅମିତାଭଙ୍କ କେତେବେଳେ କଣ ହେଲେ ମଧ୍ୟ ଏଠାରେ ପୂଜା ଅର୍ଚ୍ଚନା କରାଯାଇଥାଏ। ତେବେ ଚଳିତ ବର୍ଷ କରୋନା ଯୋଗୁଁ ମନ୍ଦିରରେ ପୂଜା ଅର୍ଚ୍ଚାନକୁ କାଣ୍ଟଛାଣ୍ଟ କରାଯାଇଛି। ନଚେତ ମନ୍ଦିର ପ୍ରତିଷ୍ଠାଠାରୁ ସବୁ ବର୍ଷ ଅକ୍ଟୋବର ୧୧ ତାରିଖ ବେଶ୍ ଧୂମଧାମରେ ପାଳନ କରାଯାଇଥାଏ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅମିତାଭ ବଚନଙ୍କ ବଙ୍ଗଳାରେ ବୋମା, ମୁମ୍ବାଇ ପୋଲିସର ଛାନଭିନ୍ନ

ବୋମା ଧମକ: ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ବୋମା ଧମକ କଲ ପାଇବା ପରେ ମୁମ୍ବାଇର ତିନୋଟି ରେଳ ଷ୍ଟେସନ ଏବଂ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ସୁରକ୍ଷା ବ୍ୟବସ୍ଥା ଜୋରଦାର କରିଛି। ପୋଲିସକୁ ଏକ କଲ ଆସିଥିଲା ଯେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ (ସିଏସଏମଟି), ବାଇକୁଲ୍ଲା, ମୁମ୍ବାଇର ଦାଦର ରେଳ ଷ୍ଟେସନ ଏବଂ ଜୁହୁରେ ଥିବା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବଙ୍ଗଳା ଉପରେ ବୋମା ରଖାଯାଇଛି।

ଫୋନ କଲ ପାଇବା ପରେ ଏହି ଚାରିଟି ସ୍ଥାନରେ ସର୍ଚ୍ଚ କରାଯାଇଥିଲା, କିନ୍ତୁ ଅପରେସନ ସମୟରେ କୈଣସି ସନ୍ଦେହଜନକ ଜିନିଷ ମିଳି ନ ଥିଲା । ପରବର୍ତ୍ତି ସମୟରେ ଏହା ଏକ ଫେକ କଲ ଥିଲା ବୋଲି ଜଣାପଡିଛି। ଏହି ଘଟଣାରେ ମୁମ୍ବାଇର ଥାନେ ଅଞ୍ଚଳରୁ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି।

Categories
ଫଟୋ ଖବର

ବହୁ ମାସ ପରେ ଏକ ନୂଆ ଚଳଚିତ୍ରରେ ଅଭିନୟ କରିବା ପାଇଁ ଯାଉଛନ୍ତି ବିଗ ବି ଅମିତାଭ ବଚନ

ବହୁ ମାସ ପରେ ଏକ ନୂଆ ଚଳଚିତ୍ରରେ ଅଭିନୟ କରିବା ପାଇଁ ଯାଉଛନ୍ତି ବିଗ ବି ଅମିତାଭ ବଚନ

Categories
ଭିଡ଼ିଓ

ଗୋଆରେ ଆୟୋଜିତ ହୋଇଯାଇଥିବା ଅନ୍ତର୍ଜାତୀୟ ଚଳଚିତ୍ର ଉତ୍ସବରେ ଅଭିନେତା ଅମିତାଭ ବଚ୍ଚନ