Categories
ଜାତୀୟ ଖବର ବିଶେଷ ଖବର

ବାମପନ୍ଥୀ ଉଗ୍ରବାଦ ପାଇଁ ୧୬ ହଜାର ଲୋକଙ୍କ ଜୀବନ ଯାଇଛି, ଏବେ ତାହା ସମାପ୍ତ ହେବ, ଅମିତ ଶାହା

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀ ଠାରେ ବାମପନ୍ଥୀ ଉଗ୍ରବାଦ ମୁକାବିଲା ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକରେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତି ରାଜ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା, ସଞ୍ଚାର, ଆଇଟି ଏବଂ ରେଳ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ, ସଡ଼କ ପରିବହନ ଏବଂ ରାଜପଥ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭିକେ ସିଂ, ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟଙ୍କ ସମେତ ଓଡ଼ିଶା, ବିହାର, ମହାରାଷ୍ଟ୍ର, ତେଲଙ୍ଗାନା, ମଧ୍ୟପ୍ରଦେଶ ଏବଂ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଏବଂ ଆନ୍ଧ୍ରପ୍ରଦେଶର ଗୃହ ମନ୍ତ୍ରୀ ଅଂଶଗ୍ରହଣ କରିଥିଲେ। ଛତିଶଗଡ଼, ପଶ୍ଚିମବଙ୍ଗ ଏବଂ କେରଳର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ଗୃହ ସଚିବ, କେନ୍ଦ୍ର ସଶସ୍ତ୍ର ପୁଲିସ ବାହିନୀ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ଶ୍ରୀ ଅମିତ ଶାହ ଏହି ଅବସରରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବାମପନ୍ଥୀ ଉଗ୍ରବାଦ ପ୍ରବଣ ରାଜ୍ୟମାନଙ୍କର ବିକାଶ ଲାଗି ଭାରତ ସରକାର ସଂକଳ୍ପବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବାମପନ୍ଥୀ ଉଗ୍ରବାଦ ଉପରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ମାନଙ୍କର ମିଳିତ ପ୍ରୟାସରେ ବିପୁଳ ସଫଳତା ମିଳିବା ଖୁସିର ବିଷୟ ବୋଲି ଶ୍ରୀ ଶାହ କହିଥିଲେ। ସେ କହିଥିଲେ ଯେ ଦେଶରେ ବାମପନ୍ଥୀ ଉଗ୍ରବାଦ ଘଟଣା ୨୩ ପ୍ରତିଶତ ହ୍ରାସ ପାଇଥିବା ବେଳେ ମାଓ ହିଂସା ଜନିତ ମୃତ୍ୟୁ ସଂଖ୍ୟା ୨୧ ପ୍ରତିଶତ ହ୍ରାସ ପାଇଛି। ବହୁ ଦଶନ୍ଧିର ସଂଘର୍ଷରେ ଆମେ ଏପରି ଏକ ମୋଡ଼ରେ ଛିଡ଼ା ହୋଇଛୁ ଯେଉଁଠି ପ୍ରଥମ ଥର ପାଇଁ ମୃତ୍ୟୁସଂଖ୍ୟା ୨୦୦ରୁ କମ ହୋଇଛି। ଏହା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଉପଲବ୍ଧି।

ସେ କହିଥିଲେ ଯେ, ସ୍ବାଧୀନତାର ୬ ଦଶନ୍ଧି ପରେ ବିକାଶ ପହଞ୍ଚି ନପାରିବା ଅସନ୍ତୋଷର ମୂଳ କାରଣ, କିନ୍ତୁ ଏବେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ବିକାଶ ଜାରି ରହିଛି। ନକ୍ସଲମାନେ ବୁଝିସାରିଛନ୍ତି ଯେ ବିକାଶ ହେଲେ ନିର୍ଦ୍ଦୋଷ ଲୋକମାନେ ସେମାନଙ୍କ କଥା ଶୁଣିବେ ନାହିଁ। ତେଣୁ ବାମପନ୍ଥୀ ଉଗ୍ରବାଦ ସମସ୍ୟାର ମୁକାବିଲା ଲାଗି ବିକାଶର ଗତି ତ୍ବରାନ୍ବିତ କରିବାର ଅତ୍ୟନ୍ତ ଜରୁରି ବୋଲି ସେ କହିଥିଲେ। ଏହି ଉଭୟ ଦୃଷ୍ଟିରୁ ଆଜିର ବୈଠକ ଗୁରୁତ୍ବପୂର୍ଣ୍ଣ ବୋଲି ଗୃହମନ୍ତ୍ରୀ କହିଥିଲେ। ବାମପନ୍ଥୀ ଉଗ୍ରବାଦର ପ୍ରଭାବୀ ମୁକାବିଲା ନିମନ୍ତେ ପ୍ରଭାବିତ ରାଜ୍ୟମାନଙ୍କର ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି ଏବଂ କେନ୍ଦ୍ରୀୟ ଏଜେନ୍ସି ଅଧିକାରୀ ମାନଙ୍କ ମଧ୍ୟରେ ପ୍ରତି ତିନି ମାସରେ ଥରେ ବୈଠକ ଆୟୋଜନ କରାଯିବାର ଆବଶ୍ୟକତା ରହିଛି।

ଏଥିପାଇଁ ଗୃହମନ୍ତ୍ରୀ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଗତ ଦୁଇ ବର୍ଷ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ନଥିବା ଓଡ଼ିଶା, ଛତିଶଗଡ଼ ଏବଂ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ସୁରକ୍ଷା ଶିବିରଗୁଡ଼ିକୁ ବୃଦ୍ଧି କରାଯିବା ପ୍ରୟାସରେ ବିପୁଳ ସଫଳତା ମିଳିଛି। ଶ୍ରୀ ଶାହ କହିଥିଲେ ଯେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କ ସ୍ତରରେ ନିୟମିତ ବୈଠକ ହେଲେ ତଳ ସ୍ତରରେ ସମନ୍ବୟ ସମସ୍ୟା ଆପେ ଆପେ ଦୂର ହୋଇଯିବ। ଗୃହ ମନ୍ତ୍ରୀ କହିଥିଲେ ଯେ, ଗତ ୪୦ ବର୍ଷ ଧରି ଯେଉଁ ସମସ୍ୟା କାରଣରୁ ୧୬ ହଜାର ଲୋକଙ୍କ ଜୀବନ ଯାଇଛି, ତାହା ଏବେ ସମାପ୍ତିର ଦ୍ବାରଦେଶରେ ପହଞ୍ଚିଛି। ଏହି ସମସ୍ୟା ବିରୋଧରେ ମୁକାବିଲାକୁ ସୁଦୃଢ଼ କରିବା ଏବଂ ଲଢ଼େଇକୁ ନିର୍ଣ୍ଣାୟକ କରିବାର ଆବଶ୍ୟକତା ରହିଛି।

ଶ୍ରୀ ଅମିତ ଶାହ କହିଥିଲେ ଯେ ଭାରତ ସରକାର ନିକଟରେ ବହୁ ଆତଙ୍କବାଦୀ ଗୋଷ୍ଠୀ, ବିଶେଷ କରି ଉତ୍ତର-ପୂର୍ବାଞ୍ଚଳର ଆତଙ୍କବାଦୀ ଗୋଷ୍ଠୀ ମାନଙ୍କୁ ଅସ୍ତ୍ର ତ୍ୟାଗ କରିବା ନିମନ୍ତେ ରାଜି କରାଇବାରେ ସଫଳ ହୋଇଛନ୍ତି। ଏବେ ସୁଦ୍ଧା ୧୬ ହଜାର କ୍ୟାଡର ସମାଜର ମୁଖ୍ୟଧାରାକୁ ଫେରିଛନ୍ତି। ଶ୍ରୀ ଶାହା କହିଥିଲେ ଯେ, ରାଜ୍ୟ ପ୍ରଶାସନ ସକ୍ରିୟ ଭାବେ କେନ୍ଦ୍ରୀୟ ବାହିନୀ ସହିତ ସମନ୍ବୟ ସ୍ଥାପନ କରିବା ଆବଶ୍ୟକ। କେନ୍ଦ୍ରୀୟ ବାହିନୀ ମୁତୟନ ଲାଗି ରାଜ୍ୟମାନଙ୍କର ଦାବି ପୂରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି।

ଗୃହ ମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ) ମାନଙ୍କ ମୁତୟନ ପାଇଁ ରାଜ୍ୟମାନଙ୍କୁ ଦେବାକୁ ପଡ଼ୁଥିବା ସ୍ଥାୟୀ ଖର୍ଚ୍ଚ ହ୍ରାସ ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ମହତ୍ବପୂର୍ଣ୍ଣ ନିର୍ଣ୍ଣୟ ଗ୍ରହଣ କରାଯାଇଛି। ଏହାର ଫଳସ୍ବରୂପ ୨୦୧୮-୧୯ ତୁଳନାରେ ୨୦୧୯-୨୦ରେ ସିଏପିଏଫ ମୁତୟନ ବାବଦରେ ହେଉଥିବା ରାଜ୍ୟଗୁଡ଼ିକର ଖର୍ଚ୍ଚ ପାଖାପାଖି ୨୯୦୦ କୋଟି ଟଙ୍କା ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ ନିୟମିତ ଏହାର ସମୀକ୍ଷା କରୁଛନ୍ତି ଏବଂ ଆମର ମାର୍ଗଦର୍ଶନ କରୁଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ ବାମପନ୍ଥୀ ଉଗ୍ରବାଦୀମାନଙ୍କର ଆୟର ଉତ୍ସକୁ ଅକାମୀ କରିବାର ଆବଶ୍ୟକତା ରହିଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଏଜେନ୍ସି ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ଉଚିତ୍। ଆଗାମୀ ଗୋଟିଏ ବର୍ଷ ପାଇଁ ବାମପନ୍ଥୀ ଉଗ୍ରବାଦ ସମସ୍ୟାକୁ ପ୍ରାଥମିକତା ଦେବା ଲାଗି ସେ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ। ବହୁ ଦଶନ୍ଧି ଧରି ବାମପନ୍ଥୀ ଉଗ୍ରବାଦ ଏକ ଜଟିଳ ସୁରକ୍ଷା ସମସ୍ୟା ହୋଇ ରହିଆସିଛି। ଏହା ମୁଖ୍ୟତଃ ଏକ ରାଜ୍ୟ ବିଷୟ ହୋଇଥିଲେ ମଧ୍ୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସମସ୍ୟାର ସାମଗ୍ରିକ ମୁକାବିଲା ନିମନ୍ତେ ୨୦୧୫ ଠାରୁ ଏକ ଜାତୀୟ ନୀତି ଏବଂ କାର‌୍ୟ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି।

ହିଂସା ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବା ସହିତ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ଗରିବ ଏବଂ ଅସହାୟଙ୍କ କଲ୍ୟାଣ ନିମନ୍ତେ ବିକାଶମୂଳକ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରାଯାଉଛି।

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟମାନଙ୍କର ବିକାଶ ନିମନ୍ତେ, ଭାରତ ସରକାର ବହୁ ବିକାଶମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ୧୭ ହଜାର ୬୦୦ କିମି ସଡ଼କ ନିର୍ମାଣକୁ ମଞ୍ଜୁରି ମିଳିଥିବା ବେଳେ ୯ହଜାର ୩୪୩ କିମି ସଡ଼କ ବର୍ତ୍ତମାନ ସୁଦ୍ଧା ନିର୍ମାଣ କରାଯାଇ ସାରିଲାଣି। ଦୂରସଞ୍ଚାର ସେବାରେ ସୁଧାର ପାଇଁ ୨୩୪୩ଟି ନୂଆ ମୋବାଇଲ ଟାଓ୍ବାର ସ୍ଥାପନ କରାଯାଇଛି। ଆଗାମୀ ୧୮ ମାସ ମଧ୍ୟରେ ଆହୁରି ୨୫୪୨ ଟାଓ୍ବାର ସ୍ଥାପନ କରାଯିବ। ବାମପନ୍ଥୀ ଉଗ୍ରବାଦ ପ୍ରବଣ ଅଞ୍ଚଳରେ ଲୋକମାନଙ୍କର ଆର୍ଥିକ ଅନ୍ତର୍ଭୂକ୍ତିକରଣ ନିମନ୍ତେ ୧୭୮୯ଟି ଡାକଘର, ୧୨୩୬ ବ୍ୟାଙ୍କ ଶାଖା, ୧୦୭୭ ଏଟିଏମ ସ୍ଥାପନ କରାଯିବା ୧୪,୨୩୦ ବ୍ୟାଙ୍କ ପ୍ରତିନିଧି ମାନଙ୍କୁ ନିଯୁକ୍ତି ଦିଆଯାଇଛି।

ଆସନ୍ତା ଏକ ବର୍ଷ ମଧ୍ୟରେ ୩୧୧୪ଟି ଡାକ ଘର ଖୋଲାଯିବ। ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଇ, ୨୩୪ଟି ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟକୁ ମଞ୍ଜୁରି ମିଳିଥିବା ବେଳେ ୧୧୯ଟି ବର୍ତ୍ତମାନ ସୁଦ୍ଧା କାର‌୍ୟ୍ୟକ୍ଷମ ହୋଇସାରିଛି। ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତା ଯୋଜନାରେ ୨୬୯୮.୨୪ କୋଟି ଟଙ୍କାର ୧୦ ହଜାର ପ୍ରକଳ୍ପକୁ ମଞ୍ଜୁରି ମିଳିଥିବା ବେଳେ ଏଥିମଧ୍ୟରୁ ୮୦ ପ୍ରତିଶତ ପ୍ରକଳ୍ପ ଶେଷ ହୋଇସାରିଛି।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ବାମପନ୍ଥୀ ଉଗ୍ରବାଦ ପ୍ରବଣ ଜିଲ୍ଲାଗୁଡ଼ିକର ବର୍ଗୀକରଣ କରାଯାଇ ସେମାନଙ୍କୁ ସୁରକ୍ଷା ସଂକ୍ରାନ୍ତ ବ୍ୟୟ ଯୋଜନାରେ ସାମିଲ କରାଯାଇ ସମ୍ବଳ ଯୋଗାଇ ଦିଆଯାଉଛି। ଏସବୁ ପଦକ୍ଷେପ ଫଳରେ ଗତ କିଛି ବର୍ଷ ହେବ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଭୌଗଳିକ କ୍ଷେତ୍ର ଏବଂ ହିଂସା ଘଟଣା ହ୍ରାସ ପାଇଛି।

୨୦୦୯ରେ ୨୨୫୮ଟି ମାଓ ହିଂସା ଘଟଣା ଦେଖିବାକୁ ମିଳିଥିବା ବେଳେ ଏଥିରେ ୭୦ ପ୍ରତିଶତ ହ୍ରାସ ପାଇ ୨୦୨୦ରେ ମାତ୍ର ୬୬୫ଟି ଘଟଣା ଘଟିଛି। ସେହିପରି ମୃତ୍ୟୁ ସଂଖ୍ୟା ୨୦୧୦ରେ ୧୦୦୫ ଥିବା ବେଳେ ଏହା ୮୨ ପ୍ରତିଶତ ହ୍ରାସ ପାଇ ୨୦୨୦ରେ ୧୮୩ ହୋଇଯାଇଛି। ୨୦୧୦ରେ ଦେଶରେ ୯୬ଟି ଜିଲ୍ଲା ବାମପନ୍ଥୀ ଉଗ୍ରବାଦ ପ୍ରବଣ ଥିବା ବେଳେ ୨୦୨୦ରେ ଏହା ହ୍ରାସ ପାଇ ୫୩ ଜିଲ୍ଲାରେ ସୀମିତ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଆସାମରେ ଶାନ୍ତି ପାଇଁ ତ୍ରିପାକ୍ଷିକ ଶାନ୍ତି ଚୁକ୍ତି ସମ୍ଭବ: ଉଗ୍ରବାଦୀ ଗୋଷ୍ଠୀଙ୍କ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରିବେ ଆଲୋଚନା

ଗୌହାଟି/ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ତ୍ରିପାକ୍ଷିକ “କାର୍ବି ଶାନ୍ତି ଚୁକ୍ତି” ସ୍ୱାକ୍ଷର କରିବାର ସମ୍ଭାବନା ରହିଛି। ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଶର୍ମା ଏବଂ କାର୍ବି ସଂଗଠନର ପ୍ରତିନିଧୀଙ୍କ ଉପସ୍ଥିତିରେ ନୂଆଦିଲ୍ଲୀରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ଆଶା କରାଯାଉଛି। ଗୃହ ମନ୍ତ୍ରଣାଳୟର ଉତ୍ତର ବ୍ଲକ କାର୍ଯ୍ୟାଳୟରେ ଅପରାହ୍ନରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ଆଶା କରାଯାଉଛି।

ଆସାମର ବିଦ୍ରୋହ ଏବଂ କାର୍ବି (ଆସାମର ଏକ ପ୍ରମୁଖ ଜାତି ସମ୍ପ୍ରଦାୟ) ସନ୍ତ୍ରାସବାଦୀ ଗୋଷ୍ଠୀ ଦ୍ୱାରା ବିଖଣ୍ଡିତ ହେବାର ଏକ ଦୀର୍ଘ ଇତିହାସ ଥିବାରୁ ଏହି ଚୁକ୍ତିନାମା ମହତ୍ତ୍ୱପୂର୍ଣ୍ଣ ଅଟେ। ୧୯୮୦ ଦଶକ ପରଠାରୁ ଏହି ଗୋଷ୍ଠୀ ଜାତିଗତ ହିଂସା, ଅପହରଣ, ହତ୍ୟା ଏବଂ ଟିକସ ପାଇଁ କୁଖ୍ୟାତ ଥିଲା। ତେବେ ସରକାର ଏବଂ ସନ୍ତ୍ରାସବାଦୀ ସଂଗଠନ ମଧ୍ୟରେ ଶାନ୍ତି ଚୁକ୍ତି ହେବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଅନେକ ଶାନ୍ତି ଚୁକ୍ତି ହୋଇଛି।

ସୂତ୍ରରୁ ଜଣାପଡିଛି ଯେ, ଫେବୃଆରୀ ୨୫ ତାରିଖରେ ଆସାମ ସରକାରଙ୍କ ନିକଟରେ ୧ ହଜାର ୪୦ ଜଣ ଉଗ୍ରବାଦୀ ସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୨୦୦କାର୍ବି ଉଗ୍ରବାଦୀ ଏହି ଚୁକ୍ତି ଏବଂ ହସ୍ତାକ୍ଷରରେ ଉପସ୍ଥିତ ରହିବେ।

କୁହାଯାଉଛି ଯେ, ଏହି ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଦିଲ୍ଲୀରେ ପହଞ୍ଚି ବିଭିନ୍ନ ହୋଟେଲରେ ରହିଛନ୍ତି। ତ୍ରିପାକ୍ଷିକ ଶାନ୍ତି ଚୁକ୍ତିରେ ଭାଗ ନେବାକୁ ଆସାମର ମୁଖ୍ୟମନ୍ତ୍ରୀ ଶୁକ୍ରବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ପଶ୍ଚିମବଂଗ ରାଜନୀତିରେ ଆସୁଛି ଏକ ବଡ କଂପନ, ମୋଦୀଶାହାଙ୍କୁ ଟକ୍କର ଦେବା ପାଇଁ ମମତାଙ୍କ ନୂଆ ରଣନୀତି

ନୂଆଦିଲ୍ଲୀ, ପଶ୍ଚିମବଂଗ ଆସନକୁ ପୁଣି ଥରେ ହାତେଇବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ହେଲେ ତାଙ୍କ ରାସ୍ତାରେ ଏକ ବଡ କଣ୍ଟା ହୋଇ ଛିଡା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। କୁହାଯାଉଛି ଯେ ଅମିତ ଶାହାଙ୍କ ପ୍ରରୋଚନାରେ ମମତାଙ୍କର ଟିଏମସିର ନେତାମାନେ ଇସ୍ତଫା ଦେବାରେ ଲାଗିଛନ୍ତି। ଯାହାକୁ ନେଇ ମମତା ବ୍ୟତିବ୍ୟସ୍ତ ହୋଇପଡିଲେଣି। ମମତା ଯେତେ ସବୁ ନୂଆରାସ୍ତା ଆପଣେଇ ନିର୍ବାଚନ ଜିତିବାକୁ ରଣକୌଶଳ କରୁଛନ୍ତି, ତାହାକୁ ଅମିତ ସାହା ଭାଙ୍ଗି ଦେବାରେ ଲାଗିଛନ୍ତି। ଗତକିଛି ଦିନର ପରିସ୍ଥିତିକୁ ଅନୁଧ୍ୟାନ କଲେ ପଶ୍ଚିମବଂଗରେ ବର୍ତ୍ତମାନ ରକ୍ତାତ ସଂଘର୍ଷ ଜାରୀ ରହିଛି।

ତେବେ ପଶ୍ଚିମ ବଂଗ ରାଜନୀତିରେ ଏକ ନୂଆ ରଣନୀତି ପ୍ରସ୍ତୁତି ଚାଲିଛି, ଯାହା ରାଜ୍ୟ ରାଜନୀତିରେ ଏକ ବଡ କଂପନ ସୃଷ୍ଟି କରିବ। ଖବର ଅନୁସାରେ ମମତା ବାନାର୍ଜି ବର୍ତ୍ତମାନ ଦେଶର ପ୍ରମୁଖ ନେତା ଶରଦ ପାୱାରଙ୍କ ଶରଣ ପଶିଛନ୍ତି। ମହାରାଷ୍ଟ୍ରରେ ଯେପରି ଉଦ୍ଧବ ଠାକରେ ଏବଂ ଶରଦ ପାୱାରଙ୍କ ଯୋଡି ମୋଦୀସାହା ଯୋଡିଙ୍କୁ ଯବାବ ଦେଲେ ସେହି ରଣନୀତି ପଶ୍ଚିମ ବଂଗରେ ଲାଗୁ କରିବା ପାଇଁ ଯୋଜନା ଚାଲିଛି। ଏଥିରେ ମଧ୍ୟ ଶରଦ ପାୱାର ରାଜି ଅଛନ୍ତି।

ଯାହା ଜଣାପଡିଛି ଆସନ୍ତା ନୂଆବର୍ଷରେ ଶରଦ ପାୱାର କୋଲକତା ଗସ୍ତ କରୁଛନ୍ତି। ଉଭୟ ମିଳିତ ଭାବେ ଏକ ରାଲି କରିବେ। ଏକଦା ଶରଦ ପାୱାର କଂଗ୍ରେସ ପ୍ରତି ଅସନ୍ତୁଷ୍ଠ ହୋଇ ଆଞ୍ଚଳିକ ଦଳ ଗଠନ କରିଥିଲେ। ସେହିପରି ମମତା ବାନାର୍ଜି ମଧ୍ୟ କଂଗ୍ରେସ ଛାଡି ଆଞ୍ଚଳିକ ଦଳ ଗଠନ କରିଥିଲେ। ଆଉ ଉଭୟ ବର୍ତ୍ତମାନ ମୋଦୀଶାହା ଯୋଡିର ତୀବ୍ର ବିରୋଧୀ।

ଶରଦ ପାୱାରଙ୍କୁ ଭାରତୀୟ ରାଜନୀତିରେ ରାଜନୈତିକ ଗୁରୁ ବୋଲି ଅନେକ ବିବେଚନା କରନ୍ତି। ଏପରିକି ଦେଶର ଅନେକ ନେତା ଖୋଲାଖୋଲି ଭାବେ ଶରଦ ପାୱାରଙ୍କୁ ଗୁରୁ ବୋଲି ସ୍ବୀକାର ମଧ୍ୟ କରିଛନ୍ତି। ନିକଟରେ ମହାରାଷ୍ଟ୍ର ରାଜନୀତିରେ ଯେପରି ଘଟଣା ଘଟିଲା ତାହା କେବଳ ଶରଦ ପାୱାରଙ୍କ ପାଇଁ ସମ୍ଭବ ହୋଇପାରିଥିଲା। ଫଳରେ ବିଜେପିକୁ ଟକ୍କର ଦେବା ପାଇଁ ବର୍ତ୍ତମାନ ଶଦର ପାୱାରଙ୍କୁ ମମତା ତାଙ୍କର ଗୁରୁ ତଥା ପରାମର୍ଶଦାତା ଭାବେ ଗ୍ରହଣ କରିବେ।

କୁହାଯାଉଛି ଯେ, ବିଭିନ୍ନ ରାଜନୈତିକ ସଂକଟ ବେଳେ ପାୱାରଙ୍କ ରଣନୀତି ବେଶ ଭଲ କାମ କରିଥାଏ। ସେଥିପାଇଁ ଦଳମତ ନିର୍ବିଶେଷରେ ଆଜି ପର୍ଯ୍ୟନ୍ତ ଅନେକ ନେତା ତଥା ମୁଖ୍ୟମନ୍ତ୍ରୀମାନେ ତାଙ୍କର ପରାମର୍ଶ ନେଉଛନ୍ତି। ସେମାନଙ୍କ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ, ଛତିଶଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, କମଳନାଥ ଏବଂ ଅମରେନ୍ଦ୍ର ସିଂ ଅଛନ୍ତି।

ଶରଦ ପାୱାର ଗାନ୍ଧୀ ପରିବାରଙ୍କୁ ଛାଡି ଅନ୍ୟ ନେତାମାନଙ୍କୁ ଯାହାର ଆବଶ୍ୟକ ପଡେ ତାଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି। ଏସବୁକୁ ପାଥେୟ କରି ଅଣ ନିଃଶ୍ବାସୀ ହୋଇପଡିଥିବା ମମତା ବାନାର୍ଜି ବର୍ତ୍ତମାନ ଶରଦ ପାୱାରଙ୍କ ସାହାର୍ଯ୍ୟ ନେବେ ବୋଲି ଜଣାପଡିଛି।

ରାଜନୈତିକ ମହଲରେ ଯାହା ଆଲୋଚନା ଚାଲିଛି ତାହା ହେଲା ଯେ, ଶରଦ ପାୱାରଙ୍କ ଜାନୁୟାରୀ ଦ୍ବିତୀୟ ସପ୍ତାହରେ କୋଲକାତା ଆସୁଛନ୍ତି। ତେବେ ତା ପୂର୍ବରୁ ପାୱାର ମମତାଙ୍କୁ ଚୁପ ରହିବା ପାଇଁ କହିଥିବାର ଜଣାପଡିଛି।  ସାଧାରଣ ସଭାରେ ମୋଦୀଶାହାଙ୍କ ଉପରେ ଅତ୍ୟଧିକ ଉତ୍ୟେକ୍ତ ହୁଅନ୍ତୁ ନାହିଁ ବୋଲି ଉପେଦଶ ଦେଇଛ୍ତି। ସେହି ଅନୁସାରେ ଦିଦି ବେଶ କିଛି ଦିନ ଧରି ଚୁପ ରହିଛନ୍ତି ବୋଲି ତାଙ୍କର ନିକତମ ମହଲରୁ ଜଣାପଡିଛି।

ପଶ୍ଚିମବଂଗ ରାଜନୀତିରେ ଯଦି ପାୱାର ପ୍ଲେ ଆରମ୍ଭ ହେବ ତେବେ ନିଶ୍ଚିତ ଭାବେ ତାହା ଏକ କଂପନ ସୃଷ୍ଟି କରିବ। କାରଣ ଭାରତ ରାଜନୀତିରେ ଗୁରୁ ବୋଲି କୁହାଯାଉଥିବା ଶରଦ ପାୱାର କିଛି ନା କିଛି ମ୍ୟାଜିକ କରି ଦେଖାଇବେ ଏଥିରେ ସନ୍ଦେହ ନାହିଁ।

ସେତିକି ନୁହେଁ ମମତା ମଧ୍ୟ ତେଯଶ୍ବୀ ଯାଦବ, ଅଖିଲେଶ ଯାଦବ, ଚନ୍ଦ୍ରବାବୁ ନାଇଡୁ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ,  ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପରି ନେତାଙ୍କୁ ଟିଏମସି ପ୍ରଚାରରେ ସାମିଲ କରିବା ପାଇଁ ଯୋଜନା କରୁଛନ୍ତି। ଏହା ଯଦି ସମ୍ଭବ ହୁଏ ତେବେ ପଶ୍ଚିମବଂଗ ନିର୍ବାଚନ ଏକ ମିନି ଭାରତ ନିର୍ବାଚନ ଭାବେ ପରିଗଣିତ ହେବ।

Categories
ଫଟୋ ଖବର

ତେଲେଙ୍ଗାନା ରାଜ୍ୟରେ ଦଳକୁ ସୁଦୃଢ କରିବା ପାଇଁ ହାଇଦ୍ରାବାଦରେ ଅମିତ ଶାହା

ତେଲେଙ୍ଗାନା ରାଜ୍ୟରେ ଦଳକୁ ସୁଦୃଢ କରିବା ପାଇଁ ହାଇଦ୍ରାବାଦରେ ଅମିତ ଶାହା

Categories
ଆଜିର ଖବର ଜାତୀୟ ଖବର

ଏଣିକି ସିଏପିଏଫ୍‌ କ୍ୟାଣ୍ଟିନ୍‌ରେ ମିଳିବ ସ୍ବଦେଶୀ ସାମଗ୍ରୀ

ନୂଆ ଦିଲ୍ଲୀ: ଏଣିକି ସିଏପିଏଫ୍‌ କ୍ୟାଣ୍ଟିନ୍‌ରେ କେବଳ ସ୍ବଦେଶୀ ସାମଗ୍ରୀ ମିଳିବ । ଗୃହମନ୍ତ୍ରୀ ଅମିତ ଶାହା ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି । ଗତକାଲି ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତର ଉଦ୍‌ବୋଧନ ଦେଇଥିଲେ । ଆସନ୍ତା ଜୁନ୍‌ 1 ପରଠାରୁ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ପାଇଁ ଉଦ୍ଦିଷ୍ଟ କ୍ୟାଣ୍ଟିନ୍‌ରେ କେବଳ ସ୍ବଦେଶୀ ସାମଗ୍ରୀ ବିକ୍ରୟ ହେବ । ଗୃହମନ୍ତ୍ରୀ ଅମିତ ଶାହା ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି । ଭାରତ ସ୍ବଦେଶୀ ବ୍ୟବସ୍ଥାକୁ ଆପଣେଇଲେ 5 ବର୍ଷ ମଧ୍ୟରେ ଭାରତ ଆତ୍ମନିର୍ଭରଶୀଳ ହୋଇ ପାରିବ ବୋଲି ଶାହା ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଅମିତ ଶାହଙ୍କ ଓଡିଶା ଗସ୍ତ ପୂର୍ବରୁ ଜନତା ମଇଦାନରେ ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୁଇଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମର ଦିନକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦଳର ନେତାମାନଙ୍କ ସହ ସ୍ଥାନୀୟ ଜନତା ମଇଦାନକୁ ଯାଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଆସନ୍ତା ଶୁକ୍ରବାର ଦିନ ଜନତା ମଇଦାନ ଠାରେ ବିଜେପି ପକ୍ଷରୁ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗଦେଇ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଜନତା ମଇଦାନରେ ସ୍ଥିତି ଅନୁଧ୍ୟାନ କରିବା ସହ ଦଳର ସଦସ୍ୟମାନଙ୍କୁ ପ୍ରସ୍ତୁତି କାର୍ଯ୍ୟ ସମ୍ବନ୍ଧରେ ପଚାରି ବୁଝିଛନ୍ତି।ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବିଜେପି କର୍ମୀ ଓ ସାଧାରଣ ଜନତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।