Categories
ଜାତୀୟ ଖବର ବିଶେଷ ଖବର

ବାମପନ୍ଥୀ ଉଗ୍ରବାଦ ଉପରେ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, ବିହାରର ଉପମୁଖ୍ୟମନ୍ତ୍ରୀ ଏବଂ ଆନ୍ଧ୍ରପ୍ରଦେଶର ଗୃହମନ୍ତ୍ରୀ ଯୋଗ ଦେଇଥିଲେ। ଏହି ବୈଠକରେ ବିଭିନ୍ନ ମନ୍ତ୍ରଣାଳୟର କେନ୍ଦ୍ର ମନ୍ତ୍ରୀମାନେ, ଯେଉଁମାନେ ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟମାନଙ୍କୁ ସହଯୋଗ କରୁଛନ୍ତି, ସେମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ, ଉପଜାତୀୟ ସୁରକ୍ଷା ପରାମର୍ଶଦାତା, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍) ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ, ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଏବଂ ଏଲଡବ୍ଲ୍ୟୁଇ ପ୍ରଭାବିତ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

​କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, କାନ୍ଧରେ କାନ୍ଧ ମିଳାଇ କାର୍ଯ୍ୟ କରୁଥିବା ସମସ୍ତ ଏଲଡବ୍ଲୁଇ ପ୍ରଭାବିତ ରାଜ୍ୟ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାକୁ ପ୍ରତିଶ୍ରୁତିବଦ୍ଧ। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଏବଂ ଏଥିରେ ଆମର ୮ କୋଟି ଆଦିବାସୀ ଭାଇ ଭଉଣୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।

ଶ୍ରୀ ଶାହା ଆହୁରି କହିଛନ୍ତି ଯେ, ବିକଶିତ ଭାରତର ପ୍ରକୃତ ଅର୍ଥ ହେଉଛି ଆମର ୮ କୋଟି ଆଦିବାସୀ ଭାଇ ଭଉଣୀଙ୍କ ସମେତ ଦେଶର ୧୪୦ କୋଟି ଲୋକଙ୍କ ପାଖରେ ବିକାଶ ପହଞ୍ଚିଥାଏ। ଦୁର୍ଗମ ଅଞ୍ଚଳ ଓ ଆଦିବାସୀ ସମ୍ପ୍ରଦାୟରେ ଆଜି ବିକାଶ ଆଣିବାରେ ସବୁଠାରୁ ବଡ ବାଧକ ହେଉଛି ନକ୍ସଲବାଦ। ସେ କହିଛନ୍ତି ଯେ ନକ୍ସଲବାଦ ଶିକ୍ଷା, ସ୍ୱାସ୍ଥ୍ୟସେବା, ଯୋଗାଯୋଗ, ବ୍ୟାଙ୍କିଙ୍ଗ୍ ଏବଂ ଡାକ ସେବାକୁ ଗାଁ ଗାଁରେ ପହଞ୍ଚିବାରୁ ରୋକିଥାଏ। ସମାଜର ଶେଷ ବ୍ୟକ୍ତିଙ୍କ ପାଖରେ ଯେପରି ବିକାଶ ପହଞ୍ଚିବ ସେଥିପାଇଁ ଆମକୁ ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାକୁ ପଡିବ ବୋଲି ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ।

୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ନକ୍ସଲ ବିରୋଧୀ ଲଢ଼େଇରେ ବଡ଼ ସଫଳତା ମିଳିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ସୃଷ୍ଟି ହୋଇଥିବା ଅନ୍ଧକାରକୁ ସାମ୍ବିଧାନିକ ଅଧିକାରରେ ବଦଳାଇ ବାମପନ୍ଥୀଙ୍କ ହିଂସାତ୍ମକ ବିଚାରଧାରା ପରିବର୍ତ୍ତେ ବିକାଶ ଓ ବିଶ୍ୱାସର ଏକ ନୂତନ ଯୁଗ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ବାମପନ୍ଥୀ ଉଗ୍ରବାଦ ପ୍ରତି ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଏବଂ ସରକାରୀ ଯୋଜନାଗୁଡ଼ିକର ଶତପ୍ରତିଶତ କାର୍ଯ୍ୟକାରିତା ସହିତ ଆମେ ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ବିକଶିତ କରିବାକୁ ଚାହୁଁଛୁ ବୋଲି ଶ୍ରୀ ଶାହା ଗୁରୁତ୍ୱାରୋପ କରିଥିଲେ।

ଅମିତ ଶାହ କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦ ବିରୋଧରେ ଲଢ଼ିବା ପାଇଁ ସରକାର ଆଇନର ଦୁଇଟି ନିୟମ ଧାର୍ଯ୍ୟ କରିଛନ୍ତି। ପ୍ରଥମେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆଇନର ଶାସନ ପ୍ରତିଷ୍ଠା କରିବା ଏବଂ ବେଆଇନ ହିଂସାତ୍ମକ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ବନ୍ଦ କରିବା। ଦ୍ବିତୀୟତଃ, ଦୀର୍ଘ ନକ୍ସଲ ଆନ୍ଦୋଳନ ଯୋଗୁଁ ଯେଉଁ ସବୁ ଅଞ୍ଚଳ ବିକାଶରୁ ବଞ୍ଚିତ ହୋଇଥିଲା, ସେହି ଅଞ୍ଚଳର କ୍ଷୟକ୍ଷତିକୁ ଶୀଘ୍ର ଭରଣା କରିବା।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ୨୦୨୨ରେ ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ଜନିତ ମୃତ୍ୟୁ ସଂଖ୍ୟା ୧୦୦ ତଳେ ଥିଲା, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ୨୦୧୪ରୁ ୨୦୨୪ ମଧ୍ୟରେ ନକ୍ସଲ ଜନିତ ଘଟଣାରେ ଯଥେଷ୍ଟ ହ୍ରାସ ଘଟିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ୧୪ ଜଣ ଶୀର୍ଷ ନକ୍ସଲ ନେତାଙ୍କୁ ନିପାତ କରାଯାଇଛି ଏବଂ ଧାଡ଼ିରେ ଥିବା ଶେଷ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା ପାଇଁ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଭଲ ଭାବରେ କାର୍ଯ୍ୟକାରୀ କରାଯାଇଛି। ଶ୍ରୀ ଶାହା କହିଛନ୍ତି ଯେ ଏଲଡବ୍ଲୁଇ ବିରୋଧରେ ଲଢ଼େଇ ଶେଷ ପର୍ଯ୍ୟାୟରେ ଅଛି ଏବଂ ମାର୍ଚ୍ଚ ୨୦୨୬ ସୁଦ୍ଧା ସମସ୍ତଙ୍କ ସହଯୋଗରେ ଦେଶ ଏହି ଦଶନ୍ଧି ପୁରୁଣା ବିପଦରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଯିବ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ବୁଦ୍ଧ ପାହାଡ଼ ଓ ଚକରବନ୍ଧ ଭଳି ଅଞ୍ଚଳ ନକ୍ସଲ କବଳରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛି। ଛତିଶଗଡରେ ଏଲଡବ୍ଲୁଇ କ୍ୟାଡର ସଂଖ୍ୟାର ୮୫ ପ୍ରତିଶତ ଉଚ୍ଛେଦ ହୋଇସାରିଛି ଏବଂ ଏବେ ନକ୍ସଲବାଦକୁ ଚୂଡ଼ାନ୍ତ ଝଟକା ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଅମିତ ଶାହ କହିଛନ୍ତି ଯେ ୨୦୧୯ ରୁ ମୋଦୀ ସରକାର ଏକ ବହୁମୁଖୀ ରଣନୀତି କାର୍ଯ୍ୟକାରୀ କରିଛନ୍ତି, ଯେଉଁଥିରେ ସିଏପିଏଫ ମୁତୟନ ପାଇଁ ଶୂନ୍ୟସ୍ଥାନ ଚିହ୍ନଟ କରାଯାଇଥିଲା। ଫଳରେ ମାତ୍ର ଗୋଟିଏ ବର୍ଷରେ ୧୯୪ରୁ ଅଧିକ ଶିବିର ପ୍ରତିଷ୍ଠା କରାଯାଇ ଉଲ୍ଲେଖନୀୟ ସଫଳତା ମିଳିଥିଲା। ୪୫ଟି ଥାନା ଜରିଆରେ ସୁରକ୍ଷା ବଳୟ ପୂରଣ, ରାଜ୍ୟ ଗୁଇନ୍ଦା ଶାଖାଗୁଡ଼ିକୁ ସୁଦୃଢ଼ କରିବା ଏବଂ ରାଜ୍ୟ ସ୍ବତନ୍ତ୍ର ବାହିନୀର ଉତ୍କୃଷ୍ଟ ପ୍ରଦର୍ଶନ ଏହି ରଣନୀତିକୁ ସଫଳ କରିବାରେ ସହାୟକ ହୋଇଛି ବୋଲି ଶ୍ରୀ ଶାହ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ହେଲିକପ୍ଟର ଯୋଗାଣ ଦ୍ୱାରା ଆମ ଯବାନଙ୍କ ମଧ୍ୟରେ ମୃତାହତଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି। ପୂର୍ବରୁ ଜବାନମାନଙ୍କ ସେବା ପାଇଁ ମାତ୍ର ୨ଟି ହେଲିକପ୍ଟର ନିୟୋଜିତ ହୋଇଥିବା ବେଳେ ଆଜି ବିଏସଏଫର ୬ଟି ଓ ବାୟୁସେନାର ୬ଟି ହେଲିକପ୍ଟର ସମେତ ୧୨ଟି ହେଲିକପ୍ଟର କାର୍ଯ୍ୟକ୍ଷମ ରହିଛି।

ନକ୍ସଲ ମୁକାବିଲାରେ ଛତିଶଗଡ଼ ସରକାରଙ୍କ ସଫଳତାକୁ କେନ୍ଦ୍ର ଗୃହମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ପ୍ରଶଂସା କରିଛନ୍ତି। ୨୦୨୪ ଜାନୁଆରିରୁ ଛତିଶଗଡ଼ରେ ମୋଟ ୨୩୭ ନକ୍ସଲ ନିହତ ହୋଇଥିବା ବେଳେ ୮୧୨ ଜଣ ଗିରଫ ହୋଇଥିବା ବେଳେ ୭୨୩ ଜଣ ଆତ୍ମସମର୍ପଣ କରିଛନ୍ତି। ନକ୍ସଲବାଦରେ ସଂପୃକ୍ତ ଯୁବକମାନଙ୍କୁ ହିଂସାର ମାର୍ଗ ଛାଡି ଦେଶର ବିକାଶରେ ଯୋଗଦାନ କରିବା ପାଇଁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଗୃହମନ୍ତ୍ରୀ ନିବେଦନ କରିଛନ୍ତି। ଉତ୍ତର-ପୂର୍ବ, କଶ୍ମୀର ଏବଂ ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳର ୧୩,୦ରୁ ଅଧିକ ଲୋକ ହିଂସା ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଶ୍ରୀ ଶାହା ନକ୍ସଲବାଦରେ ନିୟୋଜିତ ଯୁବକମାନଙ୍କୁ କହିଥିଲେ ଯେ ସମସ୍ତ ରାଜ୍ୟ ସେମାନଙ୍କ ପାଇଁ ଲାଭଦାୟକ ଥଇଥାନ ଯୋଜନା ପ୍ରସ୍ତୁତ କରିଛନ୍ତି। ନକ୍ସଲବାଦରୁ କେହି ଲାଭବାନ ହୁଅନ୍ତି ନାହିଁ ବୋଲି ଏବେ ସମ୍ପୂର୍ଣ୍ଣ ପ୍ରମାଣିତ ହୋଇଛି।

ଅମିତ ଶାହ କହିଛନ୍ତି ଯେ ୨୦୦୪ରୁ ୨୦୧୪ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ ଯୋଜନାରେ ୧୧୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, ଯାହାକୁ ମୋଦି ସରକାର ୨୦୧୪ରୁ ୨୦୨୪ ମଧ୍ୟରେ ପ୍ରାୟ ୩ ଗୁଣ ବୃଦ୍ଧି କରି ୩୦୦୬ କୋଟି ଟଙ୍କା କରିଛନ୍ତି। ସେ କହିଛନ୍ତି ଯେ ଏଲଡବ୍ଲୁଇ ପରିଚାଳନା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ସହାୟତା ଯୋଜନା ଅଧୀନରେ ୧୦୫୫ କୋଟି ଟଙ୍କା ଦିଆଯାଇଛି। ଶ୍ରୀ ଶାହ କହିଛନ୍ତି ଯେ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ଏକ ନୂତନ ଯୋଜନା ଯାହା ଅଧୀନରେ ମୋଦି ସରକାର ଗତ ୧୦ ବର୍ଷ ମଧ୍ୟରେ ୩୫୯୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୪,୩୬୭ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ସେଥିରୁ ୧୨,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ୨୦୦୪ରୁ ୨୦୧୪ ମଧ୍ୟରେ ୬୬ଟି ଫୋର୍ଟିଫାଏଡ୍ ଥାନା ନିର୍ମାଣ ହୋଇଥିବା ବେଳେ ୨୦୧୪ରୁ ୨୦୨୪ ମଧ୍ୟରେ ୫୪୪ଟି ଫୋର୍ଟିଫାଏଡ୍ ଥାନା ନିର୍ମାଣ କରାଯାଇଛି। ୨୦୧୪ ପୂର୍ବରୁ ୧୦ ବର୍ଷରେ ୨୯୦୦ କିଲୋମିଟର ସଡ଼କ ନେଟୱାର୍କ ନିର୍ମାଣ ହୋଇଥିବା ବେଳେ ଗତ ୧୦ ବର୍ଷମଧ୍ୟରେ ଏହା ୧୪,୪୦୦ କିଲୋମିଟରକୁ ବୃଦ୍ଧି ପାଇଛି। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଗତ ୧୦ ବର୍ଷ ମଧ୍ୟରେ ମୋବାଇଲ ସଂଯୋଗ ପାଇଁ କୌଣସି ପ୍ରୟାସ କରାଯାଇ ନଥିବା ବେଳେ ୨୦୧୪ରୁ ୨୦୨୪ ମଧ୍ୟରେ ୬୦୦୦ ଟାୱାର ସ୍ଥାପନ କରାଯାଇଛି ଏବଂ ୩୫୫୧ଟି ଟାୱାରକୁ ୪ଜିରେ ପରିଣତ କରିବା କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ୨୦୧୪ ପୂର୍ବରୁ ମାତ୍ର ୩୮ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମ୍ଆରଏସ୍‍) ଅନୁମୋଦନ ମିଳିଥିବା ବେଳେ ଏବେ ଗତ ୧୦ ବର୍ଷ ମଧ୍ୟରେ ୨୧୬ଟି ବିଦ୍ୟାଳୟକୁ ଅନୁମୋଦନ ମିଳିଥିବା ବେଳେ ସେଥିମଧ୍ୟରୁ ୧୬୫ଟି ଇଏମ୍ଆର୍ ସ୍କୁଲ ପ୍ରତିଷ୍ଠା ହୋଇଛି। ଗୃହମନ୍ତ୍ରୀ କହିଛନ୍ତି ଯେ ଏହି ସବୁ ପ୍ରୟାସ ଦର୍ଶାଉଛି ଯେ ଆମେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ କେତେ ତୀବ୍ରତାର ସହ କାମ କରିଛୁ।

ଅମିତ ଶାହ କହିଛନ୍ତି ଯେ ୨୦୦୪ରୁ ୨୦୧୪ ମଧ୍ୟରେ ୧୦ ବର୍ଷ ମଧ୍ୟରେ ୧୬,୪୬୩ ଟି ହିଂସାକାଣ୍ଡ ଘଟିଥିଲା ଯାହା ବର୍ତ୍ତମାନ ପ୍ରାୟ ୫୩% ହ୍ରାସ ପାଇ ୭୭୦୦କୁ ହ୍ରାସ ପାଇଛି। ସେହିପରି ସାଧାରଣ ନାଗରିକ ଓ ସୁରକ୍ଷା ବାହିନୀର ମୃତ୍ୟୁ ସଂଖ୍ୟା ୭୦ ପ୍ରତିଶତ ହ୍ରାସ ପାଇଥିବା ବେଳେ ୯୬ଟି ଜିଲ୍ଲାରେ ହିଂସା କାଣ୍ଡ ୫୭ ପ୍ରତିଶତ ହ୍ରାସ ପାଇ ୧୬ରେ ପହଞ୍ଚିଛି। ହିଂସାକାଣ୍ଡର ସମ୍ମୁଖୀନ ହୋଇଥିବା ଥାନା ମଧ୍ୟ ୪୬୫ରୁ ୧୭୧କୁ ଖସି ଆସିଛି, ଯେଉଁଥିରୁ ୫୦ଟି ନୂଆ ଥାନା ରହିଛି। ଏହି ସଫଳତା ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମର ଫଳ ବୋଲି ଶ୍ରୀ ଶାହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମକୁ ଏହାକୁ ଅଧିକ ସଂକଳ୍ପ ଏବଂ ଉତ୍ସାହ ସହିତ ଆଗକୁ ନେବାକୁ ପଡିବ।

ନକ୍ସଲବାଦ ବିରୋଧରେ ଛତିଶଗଡ଼ରେ ହାସଲ କରିଥିବା ସଫଳତା ଆମ ସମସ୍ତଙ୍କୁ ପ୍ରେରଣା ଦେଉଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଛତିଶଗଡ଼ ସରକାର ବାମପନ୍ଥୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ସମସ୍ତ ଜିଲ୍ଲାରେ ବିକାଶର ଏକ ନୂତନ ଅଭିଯାନ ଆରମ୍ଭ କରିଛନ୍ତି। ବ୍ୟକ୍ତିଗତ ଓ ପାରିବାରିକ କଲ୍ୟାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରାୟ ୩୦୦ ଯୋଜନାର ଶତ ପ୍ରତିଶତ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସବୁ ଯୋଜନା, ଶସ୍ତାଦରରେ ଶସ୍ୟ ଓ ଔଷଧ ଯୋଗୁଁ ଏବେ ଗାଁ ଗାଁରେ ସ୍କୁଲ, ଜନସ୍ୱାସ୍ଥ୍ୟ କେନ୍ଦ୍ର ଆଦି ପହଞ୍ଚିଛି।

ଅମିତ ଶାହ କହିଥିଲେ ଯେ ୨୦୧୯ ମସିହାରୁ ସୁରକ୍ଷା ଜନିତ ଅଭାବ ପୂରଣ କରିବା ପାଇଁ ୨୮୦ଟି ନୂଆ ଶିବିର ପ୍ରତିଷ୍ଠା କରାଯାଇଛି, ୧୫ଟି ନୂତନ ଯୁଗ୍ମ ଟାସ୍କ ଫୋର୍ସ ଗଠନ କରାଯାଇଛି ଏବଂ ବିଭିନ୍ନ ରାଜ୍ୟରେ ରାଜ୍ୟ ପୋଲିସକୁ ସହାୟତା କରିବା ପାଇଁ ୬ଟି ସିଆରପିଏଫ ବାଟାଲିୟନ ମୁତୟନ କରାଯାଇଛି। ଏହା ସହ ନକ୍ସଲଙ୍କୁ ପାଣ୍ଠି ଯୋଗାଣ ରୋକିବା ପାଇଁ ଏନଆଇଏକୁ ସକ୍ରିୟ କରି ଆକ୍ରମଣାତ୍ମକ ରଣନୀତି ଗ୍ରହଣ କରାଯାଇଛି, ଯାହା ଫଳରେ ସେମାନଙ୍କ ପାଇଁ ଆର୍ଥିକ ସମ୍ବଳର ଅଭାବ ଦେଖାଦେଇଛି। ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ନକ୍ସଲମାନେ ଯେପରି ଘେରି ରହିବେ ସେଥିପାଇଁ ଏକାଧିକ ଦୀର୍ଘକାଳୀନ ଅପରେସନ୍ କରାଯାଇଥିଲା, ଯାହା ଫଳରେ ସେମାନଙ୍କୁ ଖସିଯିବାର କୌଣସି ସୁଯୋଗ ମିଳିନଥିଲା।

କେନ୍ଦ୍ର ଗୃହମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ ଫ୍ଲାଗସିପ୍ ଯୋଜନା ବ୍ୟତୀତ ମୋଦୀ ସରକାର ସଡ଼କ ଯୋଗାଯୋଗ, ଦୂରସଂଚାରରେ ଉନ୍ନତି, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଦକ୍ଷତା ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୋଷଣ ଭଳି ପ୍ରମୁଖ ବିକାଶ କ୍ଷେତ୍ର ଉପରେ ଗୁରୁତ୍ୱ ଦେଇଛନ୍ତି, ଯାହାର ସକାରାତ୍ମକ ଫଳାଫଳ ମିଳିଛି। ସେ ଉଲ୍ଲେଖ କରିଛନ୍ତି ଯେ ଅକ୍ଟୋବର ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡ ମାଟିରୁ ‘ଧର୍ତି ଆବା ଜନଜାତିଆ ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ କରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅଭିଯାନ ୧୫,୦୦୦ରୁ ଅଧିକ ଗ୍ରାମରେ ଗ୍ରାମାଞ୍ଚଳରେ ସମ୍ପୂର୍ଣ୍ଣ ସଂପୃକ୍ତି ହାସଲ କରିବା ପାଇଁ ବ୍ୟକ୍ତିଗତ ସୁବିଧା ଯୋଗାଇବାରେ ଏକ ମାଇଲଖୁଣ୍ଟ ହେବ ଏବଂ ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳର ପାଖାପାଖି ୧.୫ କୋଟି ଲୋକ ଉପକୃତ ହେବେ। ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ ଯେ ମୋଦୀ ସରକାର ୩-ସି ଅର୍ଥାତ୍ ସଡ଼କ ସଂଯୋଗ, ମୋବାଇଲ ସଂଯୋଗ ଏବଂ ଆର୍ଥିକ ସଂଯୋଗକୁ ସୁଦୃଢ଼ କରୁଛନ୍ତି।

ନକ୍ସଲବାଦ କେବଳ ଆଦିବାସୀ ଅଂଚଳର ବିକାଶରେ ସବୁଠାରୁ ବଡ ବାଧକ ନୁହେଁ ବରଂ ମାନବିକତାର ଶତ୍ରୁ ଏବଂ ମାନବିକ ଅଧିକାରର ସବୁଠାରୁ ବଡ ଉଲ୍ଲଂଘନକାରୀ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ୮ କୋଟି ଲୋକଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରିବା ମାନବିକ ଅଧିକାରର ବଡ଼ ଉଲ୍ଲଂଘନ ବୋଲି ସେ ଉଲ୍ଲେଖ କରିଛନ୍ତି। ଶ୍ରୀ ଶାହ ଦର୍ଶାଇଥିଲେ ଯେ ନକ୍ସଲଙ୍କ ଦ୍ୱାରା ଲଗାଯାଇଥିବା ଲ୍ୟାଣ୍ଡମାଇନ୍ ଦ୍ୱାରା ହଜାର ହଜାର ନିରୀହ ଆଦିବାସୀ ଭାଇ ଭଉଣୀ ପ୍ରାଣ ହରାଉଛନ୍ତି ଏବଂ ନକ୍ସଲବାଦ ଯୋଗୁଁ ଏହି ଅଞ୍ଚଳରେ ବିକାଶ ଅଟକି ରହିଛି।

ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାକୁ ହେଲେ ଏହି ବିପଦକୁ ସବୁଦିନ ପାଇଁ ନିପାତ କରିବା ପାଇଁ ଚୂଡ଼ାନ୍ତ ପଦକ୍ଷେପ ନେବା ଜରୁରୀ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ସେ ସମସ୍ତ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମାସକୁ ଅତି କମରେ ଥରେ ବିକାଶ ଏବଂ ନକ୍ସଲ ବିରୋଧୀ ଅଭିଯାନର ଅଗ୍ରଗତି ସମୀକ୍ଷା କରିବାକୁ ଅନୁରୋଧ କରିବା ସହ ପ୍ରତି ୧୫ ଦିନରେ ଅତି କମରେ ଥରେ ଏଭଳି ସମୀକ୍ଷା କରିବାକୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରିଥିଲେ।

ଅମିତ ଶାହ କହିଛନ୍ତି ଯେ ନକ୍ସଲବାଦର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ଦିଗରେ ଆମକୁ କାମ କରିବାକୁ ପଡ଼ିବ। ୨୦୨୬ ଏପ୍ରିଲ ସୁଦ୍ଧା ଲୋକଙ୍କ ସାମୂହିକ ଶକ୍ତି ବଳରେ ଆମେ ଘୋଷଣା କରିପାରିବା ଯେ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାର୍ଯ୍ୟ କରି ନକ୍ସଲବାଦର ବିପଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିଛନ୍ତି। ଏହା ହାସଲ ହେଲେ ବିକାଶରେ କୌଣସି ବାଧା ସୃଷ୍ଟି ହେବ ନାହିଁ, ମାନବିକ ଅଧିକାର ଉଲ୍ଲଂଘନ ହେବ ନାହିଁ ଏବଂ ଆଦର୍ଶ ନାଁରେ ହିଂସା ହେବ ନାହିଁ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଜି ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ସମୀକ୍ଷା କରିବେ କେନ୍ଦ୍ର ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏହି ବୈଠକରେ ଏଲଡବ୍ଲୁଇ ପ୍ରଭାବିତ ରାଜ୍ୟଗୁଡ଼ିକୁ ବିକାଶ ସହାୟତା ଯୋଗାଇଦେବା ସହ ଜଡ଼ିତ ୫ ଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଯୋଗଦେବେ। ଜାତୀୟ ସୁରକ୍ଷାର ଉପ ପରାମର୍ଶଦାତା ଏବଂ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ)ର ବିପଦକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବାକୁ ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ର ସରକାର ନକ୍ସଲବାଦର ମୁକାବିଲା ପାଇଁ ଏଲଡବ୍ଲୁଇ ପ୍ରଭାବିତ ରାଜ୍ୟ ସରକାରଙ୍କୁ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଶେଷ ଥର ପାଇଁ ୦୬ ଅକ୍ଟୋବର, ୨୦୨୩ରେ ଏଲଡବ୍ଲୁଇ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏଲଡବ୍ଲୁଇ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ସେହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଏଲଡବ୍ଲୁଇ ଉଚ୍ଛେଦ ସଂକ୍ରାନ୍ତରେ ବ୍ୟାପକ ନିର୍ଦ୍ଦେଶ ଦେଇଥିଲେ। ମୋଦୀ ସରକାରଙ୍କ ରଣନୀତି ଯୋଗୁଁ ଏଲଡବ୍ଲୁଇ ହିଂସା ୭୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ୨୦୧୦ ତୁଳନାରେ ୨୦୨୩ରେ ମୃତ୍ୟୁ ସଂଖ୍ୟା ୮୬ ପ୍ରତିଶତ ହ୍ରାସ ପାଇଛି ଏବଂ ଏଲଡବ୍ଲୁଇ ଆଜି ନିଜର ଶେଷ ଲଢ଼େଇ ଲଢୁଛି। ସଶସ୍ତ୍ର ଏଲଡବ୍ଲୁଇ କ୍ୟାଡରଙ୍କୁ ନିପାତ କରିବାରେ ୨୦୨୪ ମସିହାରେ ସୁରକ୍ଷା ବାହିନୀକୁ ଅଭୂତପୂର୍ବ ସଫଳତା ମିଳିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୦୨ ଜଣ ଏଲଡବ୍ଲୁଇ କ୍ୟାଡରଙ୍କୁ ନିପାତ କରାଯାଇଛି, ୨୦୨୪ର ପ୍ରଥମ ୯ ମାସରେ ୭୨୩ ଜଣ ଏଲଡବ୍ଲୁଇ କ୍ୟାଡର ଆତ୍ମସମର୍ପଣ କରିଥିବା ବେଳେ ୮୧୨ ଜଣଙ୍କୁ ଗିରଫ କରାଯାଇଛି। ୨୦୨୪ରେ ଏଲଡବ୍ଲୁଇ ପ୍ରଭାବିତ ଜିଲ୍ଲା ସଂଖ୍ୟା ମାତ୍ର ୩୮କୁ ଖସି ଆସିଛି।

କେନ୍ଦ୍ର ସରକାର କ୍ଷତିଗ୍ରସ୍ତ ରାଜ୍ୟର ଦୁର୍ଗମ ଅଂଚଳରେ ଉନ୍ନୟନମୂଳକ ଯୋଜନା ପହଞ୍ଚାଇବା ପାଇଁ ସଡ଼କ ଏବଂ ମୋବାଇଲ ଯୋଗାଯୋଗକୁ ପ୍ରୋତ୍ସାହନ ଦେବା ସମେତ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଲଡବ୍ଲୁଇ ପ୍ରଭାବିତ ଅଂଚଳରେ ବର୍ତ୍ତମାନ ସୁଦ୍ଧା ୧୪୪୦୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି ଏବଂ ପାଖାପାଖି ୬୦୦୦ ମୋବାଇଲ ଟାୱାର ଲଗାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ସମୀକ୍ଷା କରିବେ କେନ୍ଦ୍ର ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଅକ୍ଟୋବର ୭, ୨୦୨୪, ସେମାବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏହି ବୈଠକରେ ଏଲଡବ୍ଲୁଇ ପ୍ରଭାବିତ ରାଜ୍ୟଗୁଡ଼ିକୁ ବିକାଶ ସହାୟତା ଯୋଗାଇଦେବା ସହ ଜଡ଼ିତ ୫ ଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଯୋଗଦେବେ। ଜାତୀୟ ସୁରକ୍ଷାର ଉପ ପରାମର୍ଶଦାତା ଏବଂ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ)ର ବିପଦକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବାକୁ ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ର ସରକାର ନକ୍ସଲବାଦର ମୁକାବିଲା ପାଇଁ ଏଲଡବ୍ଲୁଇ ପ୍ରଭାବିତ ରାଜ୍ୟ ସରକାରଙ୍କୁ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଶେଷ ଥର ପାଇଁ ୦୬ ଅକ୍ଟୋବର, ୨୦୨୩ରେ ଏଲଡବ୍ଲୁଇ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏଲଡବ୍ଲୁଇ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ସେହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଏଲଡବ୍ଲୁଇ ଉଚ୍ଛେଦ ସଂକ୍ରାନ୍ତରେ ବ୍ୟାପକ ନିର୍ଦ୍ଦେଶ ଦେଇଥିଲେ। ମୋଦୀ ସରକାରଙ୍କ ରଣନୀତି ଯୋଗୁଁ ଏଲଡବ୍ଲୁଇ ହିଂସା ୭୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ୨୦୧୦ ତୁଳନାରେ ୨୦୨୩ରେ ମୃତ୍ୟୁ ସଂଖ୍ୟା ୮୬ ପ୍ରତିଶତ ହ୍ରାସ ପାଇଛି ଏବଂ ଏଲଡବ୍ଲୁଇ ଆଜି ନିଜର ଶେଷ ଲଢ଼େଇ ଲଢୁଛି। ସଶସ୍ତ୍ର ଏଲଡବ୍ଲୁଇ କ୍ୟାଡରଙ୍କୁ ନିପାତ କରିବାରେ ୨୦୨୪ ମସିହାରେ ସୁରକ୍ଷା ବାହିନୀକୁ ଅଭୂତପୂର୍ବ ସଫଳତା ମିଳିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୦୨ ଜଣ ଏଲଡବ୍ଲୁଇ କ୍ୟାଡରଙ୍କୁ ନିପାତ କରାଯାଇଛି, ୨୦୨୪ର ପ୍ରଥମ ୯ ମାସରେ ୭୨୩ ଜଣ ଏଲଡବ୍ଲୁଇ କ୍ୟାଡର ଆତ୍ମସମର୍ପଣ କରିଥିବା ବେଳେ ୮୧୨ ଜଣଙ୍କୁ ଗିରଫ କରାଯାଇଛି। ୨୦୨୪ରେ ଏଲଡବ୍ଲୁଇ ପ୍ରଭାବିତ ଜିଲ୍ଲା ସଂଖ୍ୟା ମାତ୍ର ୩୮କୁ ଖସି ଆସିଛି।

କେନ୍ଦ୍ର ସରକାର କ୍ଷତିଗ୍ରସ୍ତ ରାଜ୍ୟର ଦୁର୍ଗମ ଅଂଚଳରେ ଉନ୍ନୟନମୂଳକ ଯୋଜନା ପହଞ୍ଚାଇବା ପାଇଁ ସଡ଼କ ଏବଂ ମୋବାଇଲ ଯୋଗାଯୋଗକୁ ପ୍ରୋତ୍ସାହନ ଦେବା ସମେତ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଲଡବ୍ଲୁଇ ପ୍ରଭାବିତ ଅଂଚଳରେ ବର୍ତ୍ତମାନ ସୁଦ୍ଧା ୧୪୪୦୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି ଏବଂ ପାଖାପାଖି ୬୦୦୦ ମୋବାଇଲ ଟାୱାର ଲଗାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଏଏମସି ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମେତ ୯୧୯ କୋଟିର ପ୍ରକଳ୍ପର ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନ (ଏଏମସି)ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମେତ ଗୁଜରାଟରେ ୯୧୯ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ।

ନବରାତ୍ରୀ ଶୁଭେଚ୍ଛା ସହିତ ତାଙ୍କ ଅଭିଭାଷଣ ଆରମ୍ଭ କରି ଅମିତ ଶାହ କହିଛନ୍ତି ଯେ ଆଜି ୯୧୯ କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି, ଯେଉଁଥିରେ ସ୍ୱାସ୍ଥ୍ୟ, ଶିକ୍ଷା, ପାଠାଗାର, ପାର୍କ ଏବଂ ରାସ୍ତାକଡ଼ କ୍ଷୁଦ୍ର ବ୍ୟବସାୟୀଙ୍କ ସହିତ ଜଡ଼ିତ କାର୍ଯ୍ୟ ଅନ୍ତର୍ଭୁକ୍ତ। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମ୍ୟୁନିସିପାଲ ନଗର ପ୍ରାଥମିକ ଶିକ୍ଷା ସମିତି ଦ୍ୱାରା ଆଧୁନିକ ବିଦ୍ୟାଳୟ ନିର୍ମାଣ। ଶ୍ରୀ ଶାହ ଏଏମସିକୁ କୃତଜ୍ଞତା ଜ୍ଞାପନ କରି କହିଥିଲେ ଯେ ନିଗମର ପ୍ରୟାସ ଯୋଗୁଁ ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀର ସମସ୍ତ ପୌର ପ୍ରାଥମିକ ବିଦ୍ୟାଳୟ ସଫଳତାର ସହ ମଡେଲ ସ୍କୁଲରେ ପରିଣତ ହୋଇଛି।

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ପ୍ରାଥମିକ ଶିକ୍ଷା ସମିତିର ପଦକ୍ଷେପରୁ ଯଦି ପିଲାମାନେ ଉପଯୁକ୍ତ ଭାବେ ଉପକୃତ ହୁଅନ୍ତି, ତେବେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ହେବାରେ କୌଣସି ସନ୍ଦେହ ନାହିଁ। ଗରିବ ପରିବାରର ପିଲାମାନେ ବିଜ୍ଞାନ, କଳା, ସଙ୍ଗୀତ ଆଦି ବିଷୟରେ ଆଗ୍ରହ ଦେଖାଉଥିବା ଦେଖିଲେ ଜୀବନରେ ଥିବା ସମସ୍ତ ନିରାଶା ଦୂର ହୋଇଯାଏ ଏବଂ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ଆମେ ଆତ୍ମବିଶ୍ୱାସର ସହ ଅନୁଭବ କରିଥାଉ।

ଅମିତ ଶାହ କହିଛନ୍ତି ଯେ ଆଜି ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ ପାଖାପାଖି ୪୭୨ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି। ଏହାବ୍ୟତୀତ ସାଂସଦ ହସମୁଖଭାଇ ପଟେଲଙ୍କ ଅହମ୍ମଦାବାଦ ପୂର୍ବ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ସାଂସଦ ଦିନେଶଭାଇ ମକୱାନାଙ୍କ ଅହମ୍ମଦାବାଦ ପଶ୍ଚିମ ଲୋକସଭା ନିର୍ବାଚନ ମଣ୍ଡଳୀରେ ପାଖାପାଖି ୪୪୬ କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶୁଭାରମ୍ଭ କରାଯାଇଛି। ଏହି ସମସ୍ତ ଉନ୍ନୟନ ମୂଳକ ପ୍ରକଳ୍ପ ଅହମ୍ମଦାବାଦ ସହରରବାସୀଙ୍କ ପାଇଁ ସୁବିଧା ବଢ଼ାଇବ ବୋଲି ସେ ଉଲ୍ଲେଖ କରିଛନ୍ତି।

ଶ୍ରୀ ଶାହ ଆହୁରି କହିଛନ୍ତି ଯେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଗତ କିଛି ବର୍ଷ ମଧ୍ୟରେ ଅହମ୍ମଦାବାଦ ସହର, କାଲୋଲ ଏବଂ ସାନନ୍ଦ ତାଲୁକା, ଅହମ୍ମଦାବାଦ ସହରର କିଛି ଅଞ୍ଚଳ ଏବଂ ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ ୨୩,୯୫୧ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ୧୪,୦୦୦ କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଗତ ୫ ବର୍ଷ ମଧ୍ୟରେ ମାତ୍ର ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଟ ୩୭ ହଜାର କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପ କରାଯାଇଛି।

ଅହମ୍ମଦାବାଦର ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଅନେକ ବିକାଶମୂଳକ ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି। ଏଥିରେ ଶିଶୁ ପୁଷ୍ଟି, ବ୍ୟାୟାମ ସୁବିଧା, କିଶୋରମାନଙ୍କ ପାଇଁ ଜ୍ଞାନ ବୃଦ୍ଧି ପାଇଁ ପାଠାଗାର, ଜଳ ସଂଗ୍ରହ ପୋଖରୀ, ବର୍ଷକୁ ୪ ନିୟୁତ ଚାରା ରୋପଣ, ରାସ୍ତା, ଓଭରବ୍ରିଜ୍, ଷ୍ଟ୍ରିଟ୍ ଲାଇଟ୍, ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ଆଦି ରହିଛି।

ଅମିତ ଶାହ କହିଛନ୍ତି ଯେ ଅହମ୍ମଦାବାଦକୁ ସ୍ୱଚ୍ଛତା ଅଭିଯାନ ପ୍ରତିଯୋଗିତାରେ ଅଗ୍ରଣୀ ସ୍ଥାନକୁ ଆଣିବାକୁ ଏଏମସି ନିଷ୍ପତ୍ତି ନେଇଛି। ଆଗାମୀ ସ୍ୱଚ୍ଛତା ସର୍ଭେରେ ଅହମ୍ମଦାବାଦକୁ ଶୀର୍ଷକୁ ଆଣିବା ପାଇଁ ପ୍ରୟାସ କରାଯିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଶାହ ସ୍ୱୀକାର କରିଛନ୍ତି ଯେ ଏଥର ପ୍ରଥମ ସ୍ଥାନ ହାସଲ କରିବା ସମ୍ଭବ ନୁହେଁ, କିନ୍ତୁ ଆମେ ଏକ ନୂତନ ଆରମ୍ଭ କରିବା ଏବଂ ଅହମ୍ମଦାବାଦ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିବା ଉଚିତ ଯାହା ଆସନ୍ତା ବର୍ଷ ସୁଦ୍ଧା ଭାରତର ସମସ୍ତ ପୌର ନିଗମ ମଧ୍ୟରେ ସ୍ୱଚ୍ଛତା କ୍ଷେତ୍ରରେ ଶୀର୍ଷ ସ୍ଥାନରେ ପହଞ୍ଚିବ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ମହାତ୍ମା ଗାନ୍ଧୀଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଏକମାତ୍ର ଜାତୀୟ ନେତା ଯିଏ ସ୍ୱଚ୍ଛତା ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି। ଦେଶର ପ୍ରତ୍ୟେକ ଘରେ ଶୌଚାଳୟ ର ସୁବିଧା ରହିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସ୍ୱପ୍ନ ଦେଖିଥିଲେ। ସ୍ୱାଧୀନତାର ୭୦ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯାନ ଆରମ୍ଭ କରିଥିଲେ। ପ୍ରତ୍ୟେକ ଘରେ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ ହେବା ଏବଂ ଆମ ଘର, ସମାଜ, ରାସ୍ତାଘାଟ, ସହର ଏବଂ ଗ୍ରାମଗୁଡିକ ଯେପରି ସ୍ୱଚ୍ଛ ରହିବ ତାହା ସୁନିଶ୍ଚିତ କରିବା ତାଙ୍କର ଲକ୍ଷ୍ୟ ଥିଲା, ଯାହା ନାଗରିକମାନଙ୍କ ମଧ୍ୟରେ ସ୍ୱଚ୍ଛତାର ସଂସ୍କୃତିକୁ ପ୍ରୋତ୍ସାହିତ କରିବ। କେନ୍ଦ୍ର ଗୃହମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ନରେନ୍ଦ୍ର ମୋଦୀ ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ କି ଲାଲକିଲ୍ଲା ପ୍ରାଚୀରରୁ ଶୌଚାଳୟ ନିର୍ମାଣ ବିଷୟରେ କହିଛନ୍ତି।

ଅମିତ ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗାଲାଣ୍ଡରୁ କେରଳ ଏବଂ ଉତ୍ତରପ୍ରଦେଶରୁ ଆସାମ ପର୍ଯ୍ୟନ୍ତ ସମଗ୍ର ଦେଶରେ ସ୍ୱଚ୍ଛତା ଅଭିଯାନ ଏବଂ ଏହାର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ପ୍ରତିଶ୍ରୁତିବଦ୍ଧ ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଗୃହ ମନ୍ତ୍ରଣାଳୟ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ପ୍ରତିଶ୍ରୁତିବଦ୍ଧ। ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ସ୍ୱଚ୍ଛତା ଏବଂ ଲୋକଙ୍କ ନିରନ୍ତର ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ଗୃହ ମନ୍ତ୍ରଣାଳୟ ଦ୍ୱାରା ଅନେକ ପ୍ରୟାସ କରାଯାଉଛି। ଏହି ପ୍ରୟାସର ଏକ ଅଂଶ ଭାବରେ ସୀମା ପରିଚାଳନା ସଚିବ ଶ୍ରୀ ରାଜେନ୍ଦ୍ର କୁମାର ନର୍ଥ ବ୍ଲକରେ ଗୃହ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ସ୍ୱଚ୍ଛତାର ଶପଥ ପାଠ କରାଇଥିଲେ।

ଗୃହ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀମାନେ ନର୍ଥ ବ୍ଲକ ପରିସରରେ ସ୍ୱଚ୍ଛତା ପାଇଁ ଶ୍ରମଦାନ କରିଥିଲେ। ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ସ୍ୱଚ୍ଛତା ଏବଂ ଲୋକଙ୍କ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ଦିଗରେ ଗୃହ ମନ୍ତ୍ରଣାଳୟ ଦ୍ୱାରା କରାଯାଉଥିବା ଅନେକ ପ୍ରୟାସ ମଧ୍ୟରୁ ଏହି କାର୍ଯ୍ୟକ୍ରମ ଅନ୍ୟତମ। ସ୍ୱଚ୍ଛତା ପ୍ରତିଶ୍ରୁତି ଆମ ଆଖପାଖକୁ ପରିଷ୍କାର ରଖିବା, ବର୍ଜ୍ୟବସ୍ତୁର ଦାୟିତ୍ୱପୂର୍ଣ୍ଣ ନିଷ୍କାସନକୁ ପ୍ରୋତ୍ସାହିତ କରିବା ଏବଂ ଦୈନନ୍ଦିନ ଜୀବନରେ ସ୍ଥାୟୀ ଅଭ୍ୟାସ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲା।

​ଏହି ଅବସରରେ ସଚିବ (ସୀମା ପରିଚାଳନା) ଗୃହ ମନ୍ତ୍ରଣାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ସ୍ୱଚ୍ଛ ଭାରତ ଅଭିଯାନ ଦିଗରେ ଯୋଗଦାନ ଜାରି ରଖିବାକୁ ଉତ୍ସାହିତ କରିଥିଲେ। ସେ କହିଥିଲେ ଯେ ଗୃହ ମନ୍ତ୍ରଣାଳୟ ଏକ ସ୍ୱଚ୍ଛ, ସବୁଜ ଭାରତର ଲକ୍ଷ୍ୟ ପ୍ରତି ପ୍ରତିଶ୍ରୁତିବଦ୍ଧ ଏବଂ ପରିବେଶ ସୁରକ୍ଷା ଦିଗରେ ସ୍ୱଚ୍ଛତା, ସ୍ଥାୟୀତା ଏବଂ ଦାୟିତ୍ୱକୁ ପ୍ରୋତ୍ସାହିତ କରୁଥିବା ପଦକ୍ଷେପରେ ସକ୍ରିୟ ଭାବରେ ସାମିଲ ହେବ।

ସ୍ୱଚ୍ଛ ଭାରତ ଅଭିଯାନ ପ୍ରତି ନିଜର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରି ଗୃହ ମନ୍ତ୍ରଣାଳୟର ବହୁ ସଂଖ୍ୟକ ଅଧିକାରୀ ଏବଂ କର୍ମଚାରୀ ସଫେଇ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ ଏବଂ କାର୍ଯ୍ୟାଳୟ ପରିସରରେ ଥିବା ସାଧାରଣ ସ୍ଥାନକୁ ଆବର୍ଜନାମୁକ୍ତ କରିବା ସୁନିଶ୍ଚିତ କରିଥିଲେ। ଏହି ସାମୂହିକ ସ୍ୱଚ୍ଛତା ଅଭିଯାନ ପରିବେଶକୁ ସ୍ୱଚ୍ଛ ରଖିବାରେ ପ୍ରତ୍ୟେକ ବ୍ୟକ୍ତିର ଦାୟିତ୍ୱ ଦେଖାଇବାକୁ ପ୍ରୟାସ ଭାବରେ କାର୍ଯ୍ୟ କରେ।

ପରିବେଶ ସୁରକ୍ଷା ଓ ସବୁଜ ଭବିଷ୍ୟତ ପ୍ରତି ନିଜର ସମର୍ପଣ ଦେଖାଇ ଗୃହ ମନ୍ତ୍ରଣାଳୟର ବହୁ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ନର୍ଥ ବ୍ଲକରେ ଥିବା ପାର୍କରେ ବୃକ୍ଷରୋପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଛତିଶଗଡ଼ର ନକ୍ସଲ ହିଂସାରେ ପୀଡ଼ିତଙ୍କ ସହ ଆଲୋଚନା କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଛତିଶଗଡ଼ର ନକ୍ସଲ ହିଂସାରେ ପୀଡ଼ିତଙ୍କ ସହ ଆଲୋଚନା କରିଛନ୍ତି। ବସ୍ତର ଶାନ୍ତି କମିଟି ତତ୍ତ୍ୱାବଧାନରେ ଛତିଶଗଡ଼ର ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳର ନକ୍ସଲ ହିଂସାରେ ପ୍ରଭାବିତ ହୋଇଥିବା ୫୫ ଜଣଙ୍କୁ ଏଥିରେ ସାମିଲ କରାଯାଇଥିଲା।

ବସ୍ତର ଶାନ୍ତି କମିଟି ଛତିଶଗଡରେ ନକ୍ସଲ ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା ଉପରେ ଆଲୋକପାତ କରି ଏକ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରଦର୍ଶିତ କରିଥିଲା। କିଛି ପୀଡ଼ିତ ନିଜ ଦୁଃଖ ଗୃହମନ୍ତ୍ରୀଙ୍କୁ ଜଣାଇଥିଲେ।

ନକ୍ସଲ ହିଂସାରେ ପୀଡ଼ିତ ଲୋକଙ୍କ ସହ କଥାବାର୍ତ୍ତା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାକୁ ପ୍ରତିଶ୍ରୁତିବଦ୍ଧ। ମୋଦୀ ସରକାରଙ୍କ ନୀତି ଯୋଗୁଁ ବାମପନ୍ଥୀ ଉଗ୍ରବାଦ ଏବେ ଛତିଶଗଡ଼ର କିଛି ଜିଲ୍ଲାରେ ସୀମିତ ରହିଛି। ଶ୍ରୀ ଶାହ କହିଛନ୍ତି ଯେ ନକ୍ସଲବାଦ ଉଭୟ ମାନବିକତା ଏବଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ବିପଦ।

ଅମିତ ଶାହା ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଏବଂ ଛତିଶଗଡ଼ ସରକାର ଆଗାମୀ ତିନି ମାସ ମଧ୍ୟରେ ଏଲଡବ୍ଲୁଇ ଦ୍ୱାରା ପ୍ରଭାବିତ ଲୋକଙ୍କ ସାମଗ୍ରିକ ବିକାଶ ପାଇଁ ଏକ ବ୍ୟାପକ ଯୋଜନା ଆଣିବେ। ଏହି ଯୋଜନା ମାଧ୍ୟମରେ ଛତିଶଗଡ଼ ସମେତ ସମଗ୍ର ଦେଶରେ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ଲୋକମାନେ ସ୍ୱାସ୍ଥ୍ୟ ସେବା ସୁବିଧା, ରୋଜଗାର ସୁଯୋଗ ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାରୁ ଉପକୃତ ହେବେ ବୋଲି ସେ କହିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ବିକାଶମୂଳକ ଯୋଜନା ମାଧ୍ୟମରେ ମୋଦୀ ସରକାର ନକ୍ସଲଙ୍କୁ ଏକ ବାର୍ତ୍ତା ଦେଇଛନ୍ତି ଯେ ଯିଏ ବଞ୍ଚାଇଥାଏ ସିଏ ହତ୍ୟାକାରୀଙ୍କ ଠାରୁ ବଡ। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ନକ୍ସଲଙ୍କ ମାନବିକ ଅଧିକାରକୁ ସମର୍ଥନ କରୁଛନ୍ତି ସେମାନେ ନକ୍ସଲବାଦ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ମାନବିକ ଅଧିକାର ବିଷୟରେ ମଧ୍ୟ ବିଚାର କରିବା ଉଚିତ୍।

ହିଂସାର ମାର୍ଗ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ବାମପନ୍ଥୀ ଉଗ୍ରବାଦୀଙ୍କୁ ଗୃହମନ୍ତ୍ରୀ ନିବେଦନ କରିଛନ୍ତି। ୨୦୨୬ ମାର୍ଚ୍ଚ ସୁଦ୍ଧା ବାମପନ୍ଥୀ ଉଗ୍ରବାଦର ସମ୍ପୂର୍ଣ୍ଣ ଉଚ୍ଛେଦ ପରେ ବସ୍ତର ପୁଣି ଥରେ ସୁନ୍ଦର, ଶାନ୍ତିପୂର୍ଣ୍ଣ ଏବଂ ବିକଶିତ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ମୋଦୀ ୩.o ପ୍ରଥମ ୧୦୦ ଦିନର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ସମ୍ପର୍କରେ କହିଲେ କେନ୍ଦ୍ର ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ପ୍ରଥମ ୧୦୦ ଦିନର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ନିଷ୍ପତ୍ତି ଏବଂ ଉପଲବ୍ଧି ଉପରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଅମିତ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଗତ ୧୦୦ ଦିନର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିକୁ ଦର୍ଶାଉଥିବା ଏକ ସ୍ୱତନ୍ତ୍ର ପୁସ୍ତିକା ‘ବିକଶିତ ଭାରତର ମାର୍ଗ ପ୍ରଶସ୍ତ’ ଏବଂ ଆଠଟି କଳାକୃତି ଉନ୍ମୋଚନ କରିଥିଲେ। ଏହି ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଥିଲେ ଯେ ମୋଦି ଜୀ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ, ସେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ବିଶ୍ୱର ୧୫ଟି ଭିନ୍ନ ଭିନ୍ନ ଦେଶ ତାଙ୍କୁ ନିଜ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛନ୍ତି, ଯାହା କେବଳ ଆମ ପ୍ରଧାନମନ୍ତ୍ରୀଙ୍କର ନୁହେଁ ବରଂ ସମଗ୍ର ଭାରତର ଗୌରବ ବୃଦ୍ଧି କରିଛି। ଶ୍ରୀ ଶାହ କହିଛନ୍ତି ଯେ ଆଜି ଦେଶର ୧୪୦ କୋଟି ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୀର୍ଘାୟୁ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।

କ୍ରମାଗତ ୧୦ ବର୍ଷ ଧରି ଭାରତର ବିକାଶ, ନିରାପତ୍ତା ଓ ଗରିବଙ୍କ କଲ୍ୟାଣ ପାଇଁ ସମର୍ପିତ ସରକାର ଚଳାଇବା ପରେ ଦେଶର ଜନତା ୨୦୨୪ ଲୋକସଭା ନିର୍ବାଚନରେ ତୃତୀୟ ଥର ପାଇଁ ସରକାର ଗଠନ ଲାଗି ଆମକୁ ଜନାଦେଶ ଦେଇଛନ୍ତି ବୋଲି ଶ୍ରୀ ଅମିତ ଶାହ କହିଥିଲେ। ୬୦ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ନେତା କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇ ଦେଶର ନେତୃତ୍ୱ ନେଉଛନ୍ତି। ୬୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ରାଜନୈତିକ ସ୍ଥିରତାର ବାତାବରଣ ସୃଷ୍ଟି ହୋଇଛି ଏବଂ ଦେଶ ନିଜ ନୀତିରେ ନିଜକୁ ବଜାୟ ରଖିଛି। ସେ କହିଛନ୍ତି ଯେ ୧୦ ବର୍ଷ ମଧ୍ୟରେ ଏହାର କାର୍ଯ୍ୟକାରିତାର ଗତି ଏବଂ ସଠିକତା ବଜାୟ ରଖି ନୀତିଗୁଡ଼ିକ ଆଶା ଅନୁଯାୟୀ କାର୍ଯ୍ୟ ଜାରି ରଖିବାକୁ ଏକାଦଶ ବର୍ଷରେ ପ୍ରବେଶ କରିବା ଏକ ଅତ୍ୟନ୍ତ କଷ୍ଟକର ଏବଂ ଏକ ବଡ଼ ଉପଲବ୍ଧି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗତ ୧୦ ବର୍ଷ ମଧ୍ୟରେ ଦେଶର ବାହ୍ୟ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରି ଏକ ସୁରକ୍ଷିତ ଭାରତ ଗଠନରେ ବଡ଼ ସଫଳତା ହାସଲ କରିଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଆମର ପ୍ରାଚୀନ ଶିକ୍ଷାଗତ ମୂଲ୍ୟବୋଧକୁ ଅନ୍ତର୍ଭୁକ୍ତ କରି, ଭାଷାର ମହିମାକରଣ ଏବଂ ଆଧୁନିକ ଶିକ୍ଷାକୁ ଅନ୍ତର୍ଭୁକ୍ତ କରି ଶିକ୍ଷାରେ ଆମୂଳଚୂଳ ପରିବର୍ତ୍ତନ ଆଣିବା ଏବଂ ନୂତନ ଶିକ୍ଷା ନୀତି ଆଣିବା କାର୍ଯ୍ୟ କରିଛନ୍ତି। ସେ କହିଥିଲେ ଯେ ଆଜି ସମଗ୍ର ବିଶ୍ୱରେ ଉତ୍ପାଦନ କାର୍ଯ୍ୟକଳାପ ପାଇଁ ଭାରତ ସବୁଠାରୁ ପସନ୍ଦର ସ୍ଥାନ ପାଲଟିଛି। ଶ୍ରୀ ଶାହ କହିଥିଲେ ଯେ ବିଶ୍ୱର ଅନେକ ଦେଶ ଆମ ଡିଜିଟାଲ ଇଣ୍ଡିଆ ଯୋଜନାକୁ ବୁଝିବାକୁ, ଗ୍ରହଣ କରିବାକୁ ଏବଂ ସେମାନଙ୍କ ବିକାଶର ଆଧାର କରିବାକୁ ଚାହୁଁଛନ୍ତି । ଅର୍ଥନୀତିର ସମସ୍ତ ୧୩ଟି ମାନଦଣ୍ଡରେ ଶୃଙ୍ଖଳା ଓ ପ୍ରଗତି ଆଣିଛୁ ବୋଲି ସେ କହିଛନ୍ତି। ମହାକାଶ କ୍ଷେତ୍ରରେ ଆଜି ସମଗ୍ର ବିଶ୍ୱ ଭାରତର ଉଜ୍ଜ୍ୱଳ ଭବିଷ୍ୟତର ସାକ୍ଷୀ। ଗୃହମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତା ପରେ ଗତ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏକ ଦୃଢ଼ ବୈଦେଶିକ ନୀତି କାର୍ଯ୍ୟକାରୀ ହୋଇଛି।

ଅମିତ ଶାହ କହିଛନ୍ତି ଯେ ମୋଦି ସରକାରଙ୍କ ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ୬୦ କୋଟି ଗରିବ ଲୋକଙ୍କୁ ଘର, ଶୌଚାଳୟ, ଗ୍ୟାସ ସଂଯୋଗ, ପାନୀୟ ଜଳ, ବିଜୁଳି, ମାସିକ ୫ କେଜି ଶସ୍ୟ ଏବଂ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଆମେ ଲକ୍ଷ୍ୟ ରଖିଛୁ ଯେ ଆଗାମୀ ୫ ବର୍ଷ ମଧ୍ୟରେ ଦେଶରେ ଏପରି କୌଣସି ବ୍ୟକ୍ତି ରହିବେ ନାହିଁ ଯାହାର ନିଜସ୍ୱ ଘର ନାହିଁ। ଶ୍ରୀ ଶାହ କହିଥିଲେ ଯେ ମୋଦୀ ସରକାର ଯୁବକମାନଙ୍କ ପାଇଁ ଅନେକ ସୁଯୋଗ ପ୍ରଦାନ କରିଛନ୍ତି ଏବଂ ଆଜି ଭାରତର ଯୁବପିଢ଼ି ବିଶ୍ୱର ଯୁବବର୍ଗଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛନ୍ତି।

କୃଷକଙ୍କ ବିକାଶ ଓ ସମୃଦ୍ଧିକୁ ଦୃଷ୍ଟିରେ ରଖି ଅନେକ ଯୋଜନା ଅଣାଯାଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ଏହି ଯୋଜନା ମାଧ୍ୟମରେ ଦେଶରେ ଖାଦ୍ୟ ଭଣ୍ଡାର ଏକ ସ୍ଥାୟୀତା ସ୍ତରରେ ପହଞ୍ଚିବ ଏବଂ ଆତ୍ମନିର୍ଭରଶୀଳ ହୋଇ ଆମେ ରପ୍ତାନି କରିବା ସ୍ଥିତିରେ ରହିବୁ, ଯାହା ଦ୍ୱାରା କୃଷକମାନଙ୍କ ପାଇଁ ସମୃଦ୍ଧି ଆସିବ ବୋଲି ସେ କହିଥିଲେ।

ଅମିତ ଶାହ କହିଛନ୍ତି ଯେ ମୋଦି ୩.୦ର ୧୦୦ ଦିନ ଏକ ବିକଶିତ ଭାରତ ଗଠନ ପାଇଁ ଏକ ମଜଭୁତ ଭିତ୍ତିଭୂମି ସ୍ଥାପନ କରିବାକୁ ଯାଉଛି। ଏହି ୧୦୦ ଦିନ ପ୍ରତ୍ୟେକ ବର୍ଗଙ୍କୁ ସାମିଲ କରି ବିକାଶ ଏବଂ ଗରିବ କଲ୍ୟାଣର ଏକ ଚମତ୍କାର ସମନ୍ୱୟ ହୋଇଛି । ସେ କହିଛନ୍ତି ଯେ ମୋଦୀ ୩.୦ର ପ୍ରଥମ ୧୦୦ ଦିନରେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗତ ୧୦ ବର୍ଷ ଧରି ନୀତିଗୁଡ଼ିକର କାର୍ଯ୍ୟକାରିତାର ଦିଗ, ଗତି ଏବଂ ସଠିକତା ବଜାୟ ରଖିଛନ୍ତି । ସୁରକ୍ଷା, ବିକାଶ ଓ ଗରିବ କଲ୍ୟାଣ ଦିଗରେ ମୋଦୀ ସରକାର ନିଷ୍ଠାର ସହ କାର୍ଯ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି।

ଅମିତ ଶାହ କହିଛନ୍ତି ଯେ ୧୦୦ ଦିନକୁ ୧୪ଟି ସ୍ତମ୍ଭରେ ବିଭକ୍ତ କରାଯାଇଛି। ଭିତ୍ତିଭୂମି ଅଧୀନରେ ୧୦୦ ଦିନରେ ୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି। ମହାରାଷ୍ଟ୍ରର ବଧାବନରେ ୭୬ ହଜାର କୋଟି ଟଙ୍କା ବ୍ୟୟରେ ଏକ ମେଗା ବନ୍ଦର ନିର୍ମାଣ କରାଯିବ, ଯାହା ପ୍ରଥମ ଦିନରୁ ବିଶ୍ୱର ଶ୍ରେଷ୍ଠ ୧୦ ବନ୍ଦର ମଧ୍ୟରେ ସ୍ଥାନ ପାଇବ । ୪୯ ହଜାର କୋଟି ଟଙ୍କା ବ୍ୟୟରେ ସଂଯୋଗ ବିହୀନ ୨୫ ହଜାର ଗାଁକୁ ସଡ଼କ ପଥରେ ସଂଯୋଗ କରିବା ପାଇଁ ଯୋଜନା ଆରମ୍ଭ ହୋଇଥିଲା। ୫୦,୬୦୦ କୋଟି ଟଙ୍କା ବ୍ୟୟରେ ଭାରତର ପ୍ରମୁଖ ମାର୍ଗକୁ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ବାରାଣାସୀର ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦର, ପଶ୍ଚିମବଙ୍ଗର ବାଗଡୋଗ୍ରା, ବିହାରର ବିହଟାରେ ଉନ୍ନତିକରଣ ଏବଂ ଅଗାତି ଓ ମିନିକୋଏରେ ନୂତନ ବିମାନ ବନ୍ଦର ନିର୍ମାଣ କରି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରାଯାଉଛି। ଏହି ୧୦୦ ଦିନ ମଧ୍ୟରେ ବେଙ୍ଗାଲୁରୁ ମେଟ୍ରୋ ଫେଜ୍ -୩, ପୁଣେ ମେଟ୍ରୋ, ଥାନେ ଇଣ୍ଟିଗ୍ରାଲ୍ ରିଙ୍ଗ ମେଟ୍ରୋ ଏବଂ ଅନ୍ୟାନ୍ୟ ମେଟ୍ରୋ ରେଳ ପ୍ରକଳ୍ପ ମଧ୍ୟ ଅଗ୍ରଗତି କରିଛି।

ଅମିତ ଶାହ କହିଛନ୍ତି ଯେପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଅଧୀନରେ ୯.୫୦ କୋଟି କୃଷକଙ୍କୁ ୨୦,୦୦୦ କୋଟି ଟଙ୍କା ବଣ୍ଟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୧୨ କୋଟି ୩୩ ଲକ୍ଷ ଚାଷୀଙ୍କୁ ୩ ଲକ୍ଷ କୋଟି ଟଙ୍କା ବଣ୍ଟନ କରାଯାଇଛି। ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ମଧ୍ୟ ବୃଦ୍ଧି କରାଯାଇଛି ଏବଂ ନରେନ୍ଦ୍ର ମୋଦୀ ସରକାର ପୂର୍ବ ସରକାର ତୁଳନାରେ ଏମଏସପିରେ ଅନେକ ଗୁଣ ଅଧିକ ଫସଲ କିଣିଛନ୍ତି, ଯାହା ଦର୍ଶାଉଛି ଯେ ମୋଦୀ ସରକାର କୃଷକଙ୍କ ସ୍ୱାର୍ଥ ପ୍ରତି ସମର୍ପିତ।

ସମବାୟ ଚିନି କଳର ଇଥାନଲ ଉତ୍ପାଦନ ୟୁନିଟଗୁଡ଼ିକୁ ମକାରୁ ଇଥାନଲ ଉତ୍ପାଦନ କରିବା ପାଇଁ ମଲ୍ଟି-ଫିଡ୍ ଇଥାନଲ୍ ୟୁନିଟରେ ପରିଣତ କରାଯାଇଛି। ଏହା ଦ୍ୱାରା କେବଳ ଆଖୁ ନୁହେଁ ମକାରୁ ମଧ୍ୟ ଇଥାନଲ ଉତ୍ପାଦନ ହୋଇପାରିବ । ଆମେ ପିଆଜ ଏବଂ ବାସମତୀ ଚାଉଳର ସର୍ବନିମ୍ନ ରପ୍ତାନି ମୂଲ୍ୟ (ଏମଇପି) ହଟାଇ ଦେଇଛୁ । ପିଆଜ ଉପରେ ରପ୍ତାନି ଶୁଳ୍କ ୪୦%ରୁ ୨୦%କୁ ହ୍ରାସ କରାଯାଇଛି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଏହି ୧୦୦ ଦିନ ମଧ୍ୟରେ ମଧ୍ୟବିତ୍ତଙ୍କୁ ଅନେକ ସୁବିଧା ଦିଆଯାଇଛି । ଟିକସ ରିହାତି ଅଧୀନରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ଲାଗୁ ହେବ ନାହିଁ । ୱାନ୍ ରାଙ୍କ ୱାନ୍ ପେନ୍ ସନ୍ (ଓଆରଓପି)ର ତୃତୀୟ ସଂସ୍କରଣ କାର୍ଯ୍ୟକାରୀ ହୋଇଛି ଏବଂପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ କୋଟି ଘର ମଞ୍ଜୁର କରାଯାଇଛି। ସହରାଞ୍ଚଳ ଆବାସ ଯୋଜନାରେ ୧ କୋଟି ଘର ଏବଂ ଗ୍ରାମୀଣ ଆବାସ ଯୋଜନାରେ ୨ କୋଟି ଘର ମଞ୍ଜୁର କରାଯାଇଛି।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାରେ ୨୦୨୪ରେ ଏପର୍ଯ୍ୟନ୍ତ ୨.୫ ଲକ୍ଷରୁ ଅଧିକ ପରିବାରରେ ସୌର ଶକ୍ତି ପହଞ୍ଚିଛି। ଏହି ଅନନ୍ୟ ଯୋଜନା ମାଧ୍ୟମରେ କେବଳ ମଧ୍ୟବିତ୍ତ ପରିବାରର ବିଜୁଳି ବିଲ୍ ହ୍ରାସ ପାଇନାହିଁ ବରଂ ଏହା ସୌର ଶକ୍ତି ର ବ୍ୟବହାର ଲକ୍ଷ୍ୟ ପୂରଣ କରିବାରେ ମଧ୍ୟ ସହାୟକ ହୋଇଥାଏ । ପରିବେଶ ଅନୁକୂଳ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ଆମେ ପାଖାପାଖି ୩୪୦୦ କୋଟି ଟଙ୍କା ସହାୟତାରେ ପିଏମ୍ ଇ-ବସ୍ ସେବାକୁ ଅନୁମୋଦନ କରିଛୁ। ଷ୍ଟାର୍ଟଅପ୍ ଗୁଡ଼ିକୁ ଆର୍ଥିକ ଆଶ୍ୱସ୍ତି ଦେବା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଷ୍ଟାର୍ଟଅପ୍ ଉପରେ ୩୧% ବୋଝ ଥିବା ଏଞ୍ଜେଲ୍ ଟ୍ୟାକ୍ସକୁ ମଧ୍ୟ ଉଚ୍ଛେଦ କରାଯାଇଛି ବୋଲି ଶ୍ରୀ ଅମିତ ଶାହ କହିଛନ୍ତି।

ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ ଅଧୀନରେ ୧୨ଟି ଶିଳ୍ପ ଜୋନ୍ ନିର୍ମାଣ କରାଯିବ ଯାହାକୁ ପ୍ରମୁଖ ଜାତୀୟ ରାଜପଥ ସହ ସଂଯୋଗ କରାଯିବ।

ମଧ୍ୟବିତ୍ତଙ୍କ ପାଇଁ ନିଆଯାଇଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ମୁଦ୍ରା ଋଣର ସୀମା ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ଯେଉଁମାନେ ସେମାନଙ୍କର ପୁରୁଣା ଋଣ ସଫଳତାର ସହ ପରିଶୋଧ କରିଛନ୍ତି ସେମାନେ ଏଥିରୁ ଉପକୃତ ହେବେ । ଏମଏସଏମଇ ପାଇଁ ଏକ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ଆରମ୍ଭ କରାଯାଇଛି ଯାହା ଅଧୀନରେ କ୍ଷୁଦ୍ର ବ୍ୟବସାୟୀ ଏବଂ କ୍ଷୁଦ୍ର ଉଦ୍ୟୋଗୀମାନେ ବିନା ଗ୍ୟାରେଣ୍ଟିରେ ଋଣ ପାଇପାରିବେ ।

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ଯେକୌଣସି ଦେଶର ବିକାଶ ପାଇଁ ସଶକ୍ତ ଯୁବକମାନେ ପ୍ରାଥମିକତା ଅଟନ୍ତି । ଆମେ ୨ ଲକ୍ଷ କୋଟି ଟଙ୍କାର ପିଏମ୍ ପ୍ୟାକେଜ୍ ଘୋଷଣା କରିଛୁ, ଯାହା ଅଧୀନରେ ଆଗାମୀ ୫ ବର୍ଷରେ ୪ କୋଟି ୧୦ ଲକ୍ଷ ଯୁବକ ଉପକୃତ ହେବେ। ଆମ ସରକାର ଅଗ୍ରଣୀ କମ୍ପାନିରେ ଥିବା ଏକ କୋଟି ଯୁବକଙ୍କୁ ଇଣ୍ଟର୍ନସିପ୍ ସୁଯୋଗ, ଭତ୍ତା ଏବଂ ଏକକାଳୀନ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଚାକିରି ପାଇଁ ହଜାର ହଜାର ନିଯୁକ୍ତି ମଧ୍ୟ ଜାରି କରାଯାଇଛି।

ଶ୍ରୀ ଶାହ କହିଛନ୍ତି ଯେ ପୁଞ୍ଜି ବ୍ୟୟ କୁ ୧୧ ଲକ୍ଷ ୧୧ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବା ନିଜେ ଏକ ମାଇଲଖୁଣ୍ଟ । ଏହା ଦ୍ୱାରା ଅନେକ ଯୁବକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଆମର ଭିତ୍ତିଭୂମି ମଧ୍ୟ ସୁଦୃଢ଼ ହେବ । ପିଏଲଆଇ ଯୋଜନା ଏବଂ ୧୨ଟି ଶିଳ୍ପାଞ୍ଚଳର ବିକାଶ ମଧ୍ୟ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଷ୍ଟାର୍ଟଅପ୍ ଏବଂ ଏମଏସଏମଇ ପାଇଁ ଦିଆଯାଉଥିବା ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଯୁବବର୍ଗଙ୍କ ପାଇଁ ଫଳପ୍ରଦ ସାବ୍ୟସ୍ତ ହେବ ।

ଅମିତ ଶାହ କହିଥିଲେ ଯେ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ଅଧୀନରେ ୧୦ କୋଟିରୁ ଅଧିକ ମହିଳାଙ୍କୁ ସଂଗଠିତ କରି ୯୦ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି ଏବଂଲଖପତି ଦିଦି ଯୋଜନା ଅଧୀନରେ ୧୦୦ ଦିନରେ ୧୧ ଲକ୍ଷ ନୂଆଲଖପତି ଦିଦିଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ସେ କହିଛନ୍ତି ଯେ ୧ କୋଟିରୁ ଅଧିକଲକ୍ଷପତି ଦିଦି ବାର୍ଷିକ ଏକ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏହି ମହିଳାମାନଙ୍କ ପାଇଁ ଏକ ଲକ୍ଷ ଟଙ୍କା ଏକ ସ୍ୱପ୍ନ ବୋଲି ବିବେଚନା କରାଯାଉଥିଲା କିନ୍ତୁ ଆଜି ସେମାନେ ସମ୍ମାନର ସହ ଜୀବନ ବିତାଉଛନ୍ତି ।

ଶ୍ରୀ ଶାହ କହିଛନ୍ତି ଯେ ପର୍ଯ୍ୟଟନ ମିତ୍ର ଏବଂଡ୍ରୋନ୍ ଦିଦିଙ୍କ ଜରିଆରେ ପର୍ଯ୍ୟଟନ ଦିଦିଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ ସହ ଯୋଡ଼ାଯାଇ ଗାଇଡ୍ ଭାବେ କାର୍ଯ୍ୟ କରାଯାଇଛି। ଏହା ସହ ଯୁବପିଢ଼ିଙ୍କୁ ପର୍ଯ୍ୟଟନ ସହ ଯୋଡ଼ିବା ପାଇଁ ମଧ୍ୟ କାର୍ଯ୍ୟ କରାଯାଇଛି।
କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେପ୍ରଧାନମନ୍ତ୍ରୀ ଜନଜାତିଆ ଉନ୍ନତ ଗ୍ରାମ ଅଭିଯାନ ଅଧୀନରେ ୬୩,୦୦୦ ଆଦିବାସୀ ଗ୍ରାମର ସମ୍ପୂର୍ଣ୍ଣ ବିକାଶ କରାଯିବ। ଏହାଦ୍ୱାରା ୫ କୋଟି ଆଦିବାସୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଏହି ଯୋଜନା ଅଧୀନରେ ଗାଁକୁ ପ୍ରାଥମିକ ଆବଶ୍ୟକତା ଏବଂ ମୌଳିକ ସୁବିଧା ସମ୍ପୂର୍ଣ୍ଣ ରୂପେ ସଜ୍ଜିତ କରାଯିବ । ଏହି ୧୦୦ ଦିନ ମଧ୍ୟରେ ଅନୁସୂଚିତ ଜାତିର ଭିନ୍ନକ୍ଷମଙ୍କୁ ୩ ଲକ୍ଷ ନୂଆ ପରିଚୟପତ୍ର ପ୍ରଦାନ କରାଯାଇଛି।

ଗୃହମନ୍ତ୍ରୀ କହିଛନ୍ତି ଯେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ)କୁ ଏକ ନୂତନ ଦିଗ ସହିତ ପୁନଃ ଆରମ୍ଭ କରାଯାଉଛି। ଶ୍ରୀ ଶାହ କହିଛନ୍ତି ଯେ ୱାକଫ୍ ସଂଶୋଧନ ବିଲ୍ -୨୦୨୪ ୱାକଫ୍ ସମ୍ପତ୍ତିର ପରିଚାଳନା, ସୁରକ୍ଷା ଏବଂ ଅପବ୍ୟବହାର ରୋକିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଆଗାମୀ ଦିନରେ ଏହାକୁ ସଂସଦରେ ଆଗତ କରାଯିବ। ଶ୍ରୀ ଅମିତ ଶାହ କହିଛନ୍ତି ଯେଆୟୁଷ୍ମାନ ଭାରତ ଯୋଜନା ପ୍ରଧାନମନ୍ତ୍ରୀଙ୍କ ଏକ ଅତ୍ୟନ୍ତ ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ଏବଂ ଏହି ଯୋଜନା କୋଟି କୋଟି ଲୋକଙ୍କ ଜୀବନକୁ ସହଜ କରିଛି ।ଏହା ଅଧୀନରେ ନରେନ୍ଦ୍ର ମୋଦୀ ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି। ଦଳର ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ୭୦ ବର୍ଷ ରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ । ୭୦ ବର୍ଷରୁ ଅଧିକ ବୟସର ଗରିବ ଲୋକଙ୍କୁ ନିଜ କାର୍ଡ ବ୍ୟତୀତ ୫ ଲକ୍ଷ ଟଙ୍କାର ଅତିରିକ୍ତ କଭରେଜ୍ ଦିଆଯିବ, ଯାହା ସେମାନଙ୍କ କଭରେଜକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବ। ପ୍ରାୟ ସାଢ଼େ ୪ କୋଟି ପରିବାରର ୬ କୋଟି ବରିଷ୍ଠ ନାଗରିକ ଏଥିରୁ ଉପକୃତ ହେବେ ଏବଂ ଏଥିପାଇଁ କୌଣସି ଆୟ ସୀମା ନାହିଁ ବୋଲି ଗୃହମନ୍ତ୍ରୀ କହିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ୭୫,୦୦୦ ନୂଆ ମେଡିକାଲ ସିଟ୍ ଯୋଡି ଆମେ ଡାକ୍ତରୀ ଶିକ୍ଷା ପାଇଁ ବିଦେଶ ଉପରେ ନିର୍ଭରଶୀଳତା ଦୂର କରିବା ଦିଗରେ ଅଗ୍ରସର ହେଉଛୁ । ଏଥିପାଇଁ ୩ ବର୍ଷର ଟାର୍ଗେଟ ଧାର୍ଯ୍ୟ କରାଯାଇଛି ବୋଲି ସେ କହିଛନ୍ତି। ଶ୍ରୀ ଶାହା କହିଥିଲେ ଯେ ଅଗଷ୍ଟ ୨୩ ତାରିଖରେ ପ୍ରଥମ ମହାକାଶ ଦିବସ ପାଳନ କରାଯାଇଥିଲା, ଯାହା ଅଧୀନରେ କିଶୋର ଏବଂ ଯୁବକମାନଙ୍କୁ ମହାକାଶ କ୍ଷେତ୍ରରେ ଉତ୍ସାହିତ ଏବଂ ଆଗ୍ରହୀ କରିବା ପାଇଁ ଅନେକ ଯୋଜନା ଆରମ୍ଭ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ଜାତୀୟ ଡାଟାବେସ୍ ଏବଂ ଗ୍ରାମୀଣ ଜମି ରେକର୍ଡ ପାଇଁ ଏକପଞ୍ଚାୟତ ପୋର୍ଟାଲ ଆରମ୍ଭ କରାଯାଇଛି। ଗୁଜରାଟର ସାନନ୍ଦରେ ଏକ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ କରାଯାଇଛି ଏବଂ ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ପ୍ରମୁଖ ଖେଳାଳି ରେ ପରିଣତ ହେବ ।

ଗୃହମନ୍ତ୍ରୀ କହିଛନ୍ତି ଯେ ଇଂରେଜମାନଙ୍କ ଦ୍ୱାରା କରାଯାଇଥିବା ୧୫୦ ବର୍ଷରୁ ଅଧିକ ପୁରୁଣା ଅପରାଧିକ ଆଇନକୁ ବଦଳାଇ ୨୦୨୪ ଜୁଲାଇ ୧ ରେ ତିନୋଟି ନୂତନ ଆଇନ – ଭାରତୀୟ ନ୍ୟାୟ ସଂହିତା (ବିଏନଏସ), ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ୍‍) ଏବଂ ଭାରତୀୟ ସାକ୍ଷୀ ଆଧିନିୟମ (ବିଏସଏ) କାର୍ଯ୍ୟକାରୀ କରାଯାଇଛି । ଏହି ତିନୋଟି ନୂଆ ଆଇନ ଆଗାମୀ ଦିନରେ କେବଳ ଆମର ଅପରାଧିକ ନ୍ୟାୟକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବ ନାହିଁ, ବରଂ ନ୍ୟାୟ ପାଇବା କୁ ସହଜ କରିବ ଏବଂ ଠିକ୍ ସମୟରେ ନ୍ୟାୟ ଦେବା ମଧ୍ୟ ଆରମ୍ଭ କରିବ । ୩ ବର୍ଷ ମଧ୍ୟରେ ଏହି ଆଇନଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ପରେ ଭାରତର ଅପରାଧିକ ନ୍ୟାୟ ବ୍ୟବସ୍ଥା ବିଶ୍ୱର ସବୁଠାରୁ ଆଧୁନିକ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଅମିତ ଶାହ କହିଛନ୍ତି ଯେ ଜୁନ୍ ୨୫କୁସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇ ଆଗାମୀ ପିଢ଼ିକୁ ସଚେତନ କରିବାକୁ ପ୍ରୟାସ କରାଯାଇଛି ଯେପରି ଦେଶକୁ ପୁଣି ଥରେ ଜରୁରୀକାଳୀନ ପରିସ୍ଥିତିର ଅନ୍ଧାର ସମୟ ଦେଇ ଗତି କରିବାକୁ ପଡ଼ିବ ନାହିଁ। ସେ କହିଛନ୍ତି ଯେ ଆଜି ସମଗ୍ର ବିଶ୍ୱ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୁଷିଆ ଏବଂ ୟୁକ୍ରେନ ଗସ୍ତକୁ ଆଶାର ସହ ଅପେକ୍ଷା କରିଛି । ପ୍ରଥମ ଥର ପାଇଁ ୟୁନେସ୍କୋ ବିଶ୍ୱ ଐତିହ୍ୟ କମିଟି ଭାରତରେ ଏହାର ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରିଛି ଏବଂ ଏହା ଆଗାମୀ ଦିନରେ ଆମର ଅନେକ ଐତିହ୍ୟ ସ୍ଥଳକୁ ବହୁତ ଉପକୃତ କରିବ ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ୩୫ ବର୍ଷର ସଂଘର୍ଷ ପରେ ଚଳିତ ବର୍ଷ ସେପ୍ଟେମ୍ବର ୪ ରେ ତ୍ରିପୁରାରେ ଏନଏଲଏଫଟି ଏବଂ ଏଟିଟିଏଫ ସହିତ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଦେଶରେ ପ୍ରଥମ ଥର ପାଇଁ ସହରାଞ୍ଚଳ ବନ୍ୟା ପରିଚାଳନା ପାଇଁ ୬୩୫୦ କୋଟି ଟଙ୍କାର ନୂଆ ଯୋଜନା ଅଣାଯାଇଛି। ଉତ୍ତର-ପୂର୍ବାଞ୍ଚଳରେ ୪୧୦୦ କୋଟି ଟଙ୍କା ବ୍ୟୟରେ ଜଳ ବିଦ୍ୟୁତ ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା। ବିପର୍ଯ୍ୟୟ ପରିଚାଳନା ବିଲ୍ ୨୦୨୪ରେ ଲୋକସଭାରେ ଆଗତ ହୋଇଛି। ଏହି ବିଲ୍ ସହରାଞ୍ଚଳ ପାଣ୍ଠି ପରିଚାଳନା, ଅଗ୍ନିଶମ ସେବା, ଜିଏଲ୍ଓଏଫ୍ ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ମୁକାବିଲା ର ଆବଶ୍ୟକତା ପୂରଣ କରିବ। ଏଥିପାଇଁ ୧୨୫୫୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଲଦାଖରେ ୫ଟି ନୂଆ ଜିଲ୍ଲା ସୃଷ୍ଟି କରାଯାଇଛି। ନିଶା ନିବାରଣ ଏବଂ ସୂଚନା ପାଇଁ ମାନସ ହେଲ୍ପଲାଇନ ଆରମ୍ଭ କରାଯାଇଛି । ଆସନ୍ତା ୫ ବର୍ଷ ମଧ୍ୟରେ ୫୦୦୦ ସାଇବର କମାଣ୍ଡୋଙ୍କୁ ତାଲିମ ଦିଆଯିବ ଏବଂ ସାଇବର ଅପରାଧ ପାଇଁ ଏକ ସନ୍ଦିଗ୍ଧ ରେଜିଷ୍ଟ୍ରି ମଧ୍ୟ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି।

ଅମିତ ଶାହ କହିଛନ୍ତି ଯେ, ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ୧୦୦ ଦିନରେ ଆମେ ଏତେ କିଛି କରିବାରେ ସକ୍ଷମ ହୋଇଛୁ। ଏହା ପଛର କାରଣ ହେଉଛି ସବୁ ରାଜନୈତିକ ଦଳ ନିର୍ବାଚନରେ ବ୍ୟସ୍ତ ଥିଲେ, କିନ୍ତୁ ନିର୍ବାଚନର ୬ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଅମଲାତନ୍ତ୍ରକୁ ଦାୟିତ୍ୱ ଦେଇଥିଲେ ଯେ ଯେଉଁ ସବୁ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି, ଯେଉଁ ସବୁ ନୂଆ ସରକାର ଆସିବ, ତାହା ସମ୍ପୂର୍ଣ୍ଣ କରିବାକୁ ପଡ଼ିବ, ଯାହାଦ୍ୱାରା ଦେଶର ବିକାଶର ଗତିରେ ବାଧା ସୃଷ୍ଟି ହେବ ନାହିଁ। ଏହି ଚିନ୍ତାଧାରାର ଫଳସ୍ୱରୂପ ଆମେ ୧୦୦ ଦିନ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟକୁ ବହୁ ଦୂରରେ ପହଞ୍ଚାଇବାରେ ସଫଳ ହୋଇଛୁ ବୋଲି ଗୃହମନ୍ତ୍ରୀ କହିଛନ୍ତି। ଏହା ମାଧ୍ୟମରେ କେବଳ ଦେଶର ବିକାଶର ଗତି ବଢିବ ନାହିଁ ବରଂ ଦେଶ ସୁରକ୍ଷିତ ଓ ସମୃଦ୍ଧ ହେବ ଏବଂ ନୂତନ ଶିକ୍ଷା ନୀତି କୁ କାର୍ଯ୍ୟକାରୀ କରି ଆମେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ିବୁ ବୋଲି ସେ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ସରକାରୀ ଭାଷା ହୀରକ ଜୟନ୍ତୀ ସମାରୋହକୁ ସମ୍ବୋଧିତ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ସରକାରୀ ଭାଷା ହୀରକ ଜୟନ୍ତୀ ସମାରୋହ ଏବଂ ଚତୁର୍ଥ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀକୁ  ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଗୃହ ମନ୍ତ୍ରୀ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ‘ରାଜଭାଷା ଭାରତୀ’ ପତ୍ରିକାର ହୀରକ ଜୟନ୍ତୀ ସ୍ବତନ୍ତ୍ର ସଂସ୍କରଣ ଉନ୍ମୋଚନ କରିଥିଲେ। ଅମିତ ଶାହ ହୀରକ ଜୟନ୍ତୀ ଅବସରରେ ଏକ ସ୍ମାରକୀ ଡାକ ଟିକେଟ ଏବଂ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଥିଲେ। ଶ୍ରୀ ଶାହ ରାଜଭାଷା ଗୌରବ ଏବଂ ରାଜଭାଷା କୀର୍ତ୍ତି ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଗୃହମନ୍ତ୍ରୀ ଭାରତୀୟ ଭାଷା ଅନୁଭାଗ (ଇଣ୍ଡିଆନ୍ ଲାଙ୍ଗୁଏଜ୍ ସେକ୍‌ସନ)ର ମଧ୍ୟ ଶୁଭାରମ୍ଭ କରିଥିଲେ।

ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଗତ ୭୫ ବର୍ଷର ଯାତ୍ରା ହେଉଛି ହିନ୍ଦୀକୁ ସରକାରୀ ଭାଷା ଭାବରେ ଗ୍ରହଣ କରିବା ଏବଂ ଏହା ମାଧ୍ୟମରେ ଦେଶର ସମସ୍ତ ସ୍ଥାନୀୟ ଭାଷାକୁ ସଂଯୋଗ କରି ଆମର ପରମ୍ପରା, ସଂସ୍କୃତି, ଭାଷା, ସାହିତ୍ୟ, କଳା ଏବଂ ବ୍ୟାକରଣର ସଂରକ୍ଷଣ ତଥା ପ୍ରୋତ୍ସାହନ ଦେବା। ହିନ୍ଦୀର ୭୫ ବର୍ଷର ଯାତ୍ରା ଏବେ ଏହାର ଲକ୍ଷ୍ୟ ହାସଲର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଆଜି ହିନ୍ଦୀକୁ ଯୋଗାଯୋଗ, ଲୋକ, ପ୍ରଯୁକ୍ତି ବିଦ୍ୟାର ଭାଷା ଏବଂ ବର୍ତ୍ତମାନ ଏକ ଅନ୍ତର୍ଜାତୀୟ ଭାଷା ରେ ପରିଣତ କରିବାର ଦିନ ବୋଲି ସେ କହିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଆଜି ଭାରତୀୟ ଭାଷା ବିଭାଗ ଉଦଘାଟିତ ହୋଇଛି। ସେ କହିଥିଲେ ଯେ ଆମେ ସମସ୍ତେ ଏକ ନୂତନ ଆରମ୍ଭର ସାକ୍ଷୀ ହୋଇଛୁ ଯାହା ଏକ ଛୋଟ ମଞ୍ଜି ବୁଣିବା ପରି ଏବଂ ଖୁବଶୀଘ୍ର ଏକ ବଡ ବର ଗଛ ପରି ବଢିବ। ଆଗାମୀ ବର୍ଷମାନଙ୍କରେ ଏହି ଭାରତୀୟ ଭାଷା ବିଭାଗ ଆମ ଭାଷାର ସୁରକ୍ଷା ପାଇଁ କେନ୍ଦ୍ର ରେ ପରିଣତ ହେବ ବୋଲି ସେ କହିଥିଲେ। ସେ କହିଥିଲେ ଯେ ଭାରତୀୟ ଭାଷା ବିଭାଗ ସରକାରୀ ଭାଷା ବିଭାଗର ଏକ ସପ୍ଲିମେଣ୍ଟାରୀ ବିଭାଗରେ ପରିଣତ ହେବ, କାରଣ ଆମେ ଆମର ସମସ୍ତ ସ୍ଥାନୀୟ ଭାଷାକୁ ସୁଦୃଢ଼ ନକରିବା ପର୍ଯ୍ୟନ୍ତ ଏବଂ ସରକାରୀ ଭାଷା ଏବଂ ଅନ୍ୟ ଭାରତୀୟ ଭାଷା ମଧ୍ୟରେ ଆଲୋଚନା ପ୍ରତିଷ୍ଠା ନ କରିବା ପର୍ଯ୍ୟନ୍ତ ସରକାରୀ ଭାଷାର ପ୍ରଚାର ପ୍ରସାର ହୋଇପାରିବ ନାହିଁ।

ଅମିତ ଶାହ କହିଥିଲେ ଯେ ହିନ୍ଦୀ ଏବଂ ସ୍ଥାନୀୟ ଭାଷା ମଧ୍ୟରେ କେବେ ବି ପ୍ରତିଯୋଗିତା ହୋଇପାରିବ ନାହିଁ କାରଣ ହିନ୍ଦୀ ସମସ୍ତ ସ୍ଥାନୀୟ ଭାଷାର ବନ୍ଧୁ ଅଟେ। ସେ କହିଥିଲେ ଯେ ହିନ୍ଦୀ ଏବଂ ସ୍ଥାନୀୟ ଭାଷା ପରସ୍ପରର ପରିପୂରକ ଏବଂ ସେଥିପାଇଁ ଭାରତୀୟ ଭାଷା ବିଭାଗ ମାଧ୍ୟମରେ ହିନ୍ଦୀ ଏବଂ ସମସ୍ତ ସ୍ଥାନୀୟ ଭାଷା ମଧ୍ୟରେ ବନ୍ଧୁତ୍ୱ ସୁଦୃଢ଼ ହେବ । ଯଦି କୌଣସି ଲେଖା, ଭାଷଣ କିମ୍ବା ଚିଠି ହିନ୍ଦୀରେ ଥାଏ ତେବେ ଭାରତୀୟ ଭାଷା ବିଭାଗ ଏହାକୁ ଦେଶର ସମସ୍ତ ଭାଷାରେ ଅନୁବାଦ କରିବ ବୋଲି ସେ କହିଛନ୍ତି। ସେହିଭଳି ଦେଶର ସମସ୍ତ ଭାଷାର ସାହିତ୍ୟ, ପ୍ରବନ୍ଧ ଓ ଭାଷଣକୁ ହିନ୍ଦୀରେ ଅନୁବାଦ କରାଯିବ, ଯାହା ସମୟର ଆବଶ୍ୟକତା।

ଯେଉଁମାନେ ସ୍ୱରାଜ, ସ୍ୱଧର୍ମ ଓ ସ୍ୱଭାଷାକୁ ଅନ୍ତର୍ଭୁକ୍ତ କରୁନାହାନ୍ତି ସେମାନେ ନିଜ ଭବିଷ୍ୟତ ପିଢ଼ିକୁ  ଦାସ ମାନସିକତାରୁ ମୁକ୍ତ କରିପାରିବେ ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ସ୍ୱରାଜର  ସଂଜ୍ଞାରେ ସ୍ୱଭାଶାକୁ  ଅନ୍ତର୍ଭୁକ୍ତ କରାଯାଇଛି । ଯେଉଁ ଦେଶ ଓ ଲୋକମାନେ ନିଜ ଭାଷାକୁ ସୁରକ୍ଷା ଦେଇପାରିବେ ନାହିଁ, ସେମାନେ ନିଜ ଇତିହାସ, ସାହିତ୍ୟ, ସଂସ୍କୃତିରୁ ବିଚ୍ଛିନ୍ନ ହୋଇ ଯାଆନ୍ତି ଏବଂ ସେମାନଙ୍କର ଭବିଷ୍ୟତ ପିଢ଼ି ଦାସ ମାନସିକତା ସହିତ ବଞ୍ଚୁଛନ୍ତି ବୋଲି ସେ କହିଥିଲେ। ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଶିବାଜୀ ମହାରାଜଙ୍କ ସ୍ୱରାଜ, ସ୍ବଭାଷା ଓ ସ୍ୱଧର୍ମ ନୀତି ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ଅତ୍ୟନ୍ତ ଜରୁରୀ ବୋଲି ଶ୍ରୀ ଶାହା କହିଛନ୍ତି। ନୂଆ ଶିକ୍ଷାନୀତିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାତୃଭାଷାରେ ପ୍ରାଥମିକ ଶିକ୍ଷା ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଥିଲେ ଯେ ଭାଷାଗତ ଅଭିବ୍ୟକ୍ତି, ଚିନ୍ତାଧାରା, ବୁଝାମଣା, ଯୁକ୍ତି, ବିଶ୍ଳେଷଣ ଏବଂ ନିଷ୍ପତ୍ତିରେ ପହଞ୍ଚିବା ପାଇଁ ପିଲାଙ୍କ ପାଇଁ ସବୁଠାରୁ ସହଜ ଭାଷା ହେଉଛି ତା’ର ମାତୃଭାଷା । ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମାତୃଭାଷାରେ ଶିକ୍ଷା ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି । ଗୃହମନ୍ତ୍ରୀ କହିଥିଲେ ଯେ ଆଜି ହେଉଛି ଭାରତର ସମସ୍ତ ଭାଷାକୁ ସୁଦୃଢ଼ କରିବା ଏବଂ ସରକାରୀ ଭାଷାକୁ ଦେଶର ସଂଯୋଗୀକରଣ ଭାଷାରେ ପରିଣତ କରିବାର ଦିନ ଯାହା ମାଧ୍ୟମରେ ଆମେ ଆମ ଦେଶର କାର୍ଯ୍ୟକୁ ନିଜ ଭାଷାରେ ସମ୍ପାଦନ କରିପାରିବା ।

ଅମିତ ଶାହ କହିଥିଲେ ଯେ ଆମ ସ୍ୱାଧୀନତା ସଂଗ୍ରାମରେ ହିନ୍ଦୀର ବହୁତ ବଡ଼ ଅବଦାନ ରହିଛି । ସେ କହିଥିଲେ ଯେ ୧୮୫୭ ବିପ୍ଳବ ବିଫଳ ହେବା ପଛରେ ଏକ ମୁଖ୍ୟ କାରଣ ହେଉଛି ସଂଯୋଗକାରୀ ଭାଷାର ଅଭାବ । ସେ କହିଥିଲେ ଯେ ଆମ ଦେଶ ଏକ ଭୂ-ରାଜନୈତିକ ନୁହେଁ ବରଂ ଏକ ଭୂ-ସାଂସ୍କୃତିକ ଦେଶ ଏବଂ ଆମ ଦେଶକୁ ସଂଯୋଗ କରୁଥିବା ସେତୁ ହେଉଛି ସଂସ୍କୃତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ଦେଶର ଏକତା ସଂସ୍କୃତି ଉପରେ ନିର୍ମିତ, ଆମ ସଂସ୍କୃତି ସଂଯୁକ୍ତ ଏବଂ ଭାଷା ଉପରେ ନିର୍ମିତ ଏବଂ ଯେଉଁଦିନ ଆମେ ଆମର ଭାଷା ହରାଇବୁ, ଦେଶର ଏକତା ବଡ଼ ବିପଦରେ ପଡ଼ିବ।

ଭୀମ ରାଓ ଆମ୍ବେଦକର, ସି ରାଜଗୋପାଳଚାରୀ, ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, କେଏମ୍ ମୁନ୍ସି, ଲାଲା ଲାଜପତ ରାୟ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ କିମ୍ବା ଆଚାର୍ଯ୍ୟ କ୍ରିପାଲାନି, ହିନ୍ଦୀକୁ ପ୍ରୋତ୍ସାହନ ଦେଉଥିବା ଆମର ଅଧିକାଂଶ ନେତା ଅଣହିନ୍ଦୀ ଭାଷୀ ଅଞ୍ଚଳରୁ ଆସିଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ସେ କହିଥିଲେ ଯେ ସମସ୍ତଙ୍କ ମାତୃଭାଷା ଅଲଗା ଅଲଗା କିନ୍ତୁ ସେମାନେ ବୁଝିଥିଲେ ଯେ ହିନ୍ଦୀ ଭାଷା ଦେଶକୁ ଏକଜୁଟ କରିବାର ଏକ ମାଧ୍ୟମ, ତେଣୁ ହିନ୍ଦୀକୁ ଜାତୀୟ ଏକତାର ପ୍ରତୀକ କରି ସେମାନେ ଏହାକୁ ଏକ ସରକାରୀ ଭାଷାର ରୂପ ଦେଇଛନ୍ତି ।

ଅମିତ ଶାହ କହିଛନ୍ତି ଯେ ଯଦି କେହି ଆମ ଭାଷାକୁ ବଞ୍ଚାଇ ପାରିବେ, ତେବେ ସେ କେବଳ ମା’। ପିଲାଙ୍କ ସହ କେବଳ ମାତୃଭାଷାରେ କଥା ହେବା ପାଇଁ ସେ ସମସ୍ତ ଅଭିଭାବକଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଯଦି ଆମେ ଏପରି କରିବୁ, ତେବେ ଆମ ଭାଷାକୁ କୌଣସି ଜିନିଷ ବିପଦରେ ପକାଇବ ନାହିଁ। ଶ୍ରୀ ଶାହା କହିଥିଲେ ଯେ ଆମ ଭାଷାଦୀର୍ଘ ଦିନ ଧରି ଦେଶ ଓ ବିଶ୍ୱର ସେବା ଜାରି ରଖିବ । ସେ କହିଥିଲେ ଯେ ଆଗାମୀ ସମୟ ସରକାରୀ ଭାଷା ଏବଂ ଅନ୍ୟ ଭାରତୀୟ ଭାଷାର ଅଟେ । ସେ କହିଛନ୍ତି ଯେ ବର୍ତ୍ତମାନ ଏହି ଦେଶକୁ କେହି କୌଣସି ପ୍ରକାର ଦାସତ୍ୱରେ ରଖିପାରିବେ ନାହିଁ ଏବଂ ଏହାକୁ କେବେ ବି ଭାଷାର ଦାସତ୍ୱରେ ରଖିପାରିବେ ନାହିଁ ।

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ହିନ୍ଦୀକୁ ଆକର୍ଷଣୀୟ ଏବଂ ଗ୍ରହଣୀୟ କରିବା ଦିଗରେ ସରକାରୀ ଭାଷା ବିଭାଗ ଅନେକ କାର୍ଯ୍ୟ କରିଛି। ସେ କହିଥିଲେ ଯେ ହିନ୍ଦୀ ଅନ୍ୟ ଭାରତୀୟ ଭାଷାର ଶବ୍ଦକୁ ମିଶାଇ କେବେ ବି ଅନୁପଯୁକ୍ତ ହୋଇପାରିବ ନାହିଁ କାରଣ ହିନ୍ଦୀ ମା’ ଗଙ୍ଗା ପରି ଏବଂ ସର୍ବଦା ପବିତ୍ର ରହିବ । ଅନେକ ଶବ୍ଦ ହିନ୍ଦୀରେ ନୁହେଁ ବରଂ ଅନ୍ୟ ସ୍ଥାନୀୟ ଭାଷାରେ ଅଛି ଏବଂ ଆମେ ସେମାନଙ୍କୁ ଗ୍ରହଣ କରିଛୁ | ହିନ୍ଦୀ ଏହି ଶବ୍ଦଗୁଡ଼ିକୁ ଗ୍ରହଣ କରୁଥିବା ବେଳେ ହିନ୍ଦୀର ଅନେକ ଶବ୍ଦ କୁ ଆମର ସ୍ଥାନୀୟ ଭାଷା ମଧ୍ୟ ଗ୍ରହଣ କରିଥାଏ ବୋଲି ସେ କହିଛନ୍ତି। ଗୃହମନ୍ତ୍ରୀ କହିଛନ୍ତି ଯେ ଆମେ ଭାରତର ପ୍ରତ୍ୟେକ ଭାଷାର ଶବ୍ଦକୁ ଶବ୍ଦ ସିନ୍ଧୁ ଅଭିଧାନରେ ଅନ୍ତର୍ଭୁକ୍ତ କରିଛୁ । ହିନ୍ଦୀକୁ ଗ୍ରହଣୀୟ, ନମନୀୟ ଓ ବାର୍ତ୍ତାଳାପମୂଳକ କରିବା ଦରକାର ବୋଲି ସେ କହିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଶବ୍ଦ ସିନ୍ଧୁ  ଅଭିଧାନ ବିଶ୍ୱର ସର୍ବବୃହତ ଅଭିଧାନରେ ପରିଣତ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଶିକ୍ଷା, ବୈଷୟିକ ଶିକ୍ଷା ଏବଂ ନ୍ୟାୟପାଳିକାରେ ହିନ୍ଦୀର ବ୍ୟବହାର ଦିଗରେ କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି ଯେ ହିନ୍ଦୀକୁ ସଂଘର୍ଷ ସହିତ ନୁହେଁ ବରଂ ସାହସିକ ସ୍ୱୀକୃତି ସହିତ ଆଗକୁ ନେବା ଉଚିତ୍ । ଶ୍ରୀ ଶାହ କହିଛନ୍ତି ଯେ ସୁପ୍ରିମ୍ କୋର୍ଟଙ୍କ ଅନେକ ରାୟ ଅନେକ ଭାରତୀୟ ଭାଷାରେ ଅନୁବାଦିତ ହୋଇଛି। ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡ ଆଜି ଡାକ୍ତରୀ ଶିକ୍ଷାର ସମ୍ପୂର୍ଣ୍ଣ ପାଠ୍ୟକ୍ରମକୁ ହିନ୍ଦୀରେ ପ୍ରସ୍ତୁତ କରିଛନ୍ତି। ଭାରତର ପ୍ରାୟ ୧୩ ଟି ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ ଚାଲିଛି ଏବଂ ଆଗାମୀ ଦିନରେ ଗବେଷଣାର ଭାଷା ମଧ୍ୟ ନିଶ୍ଚିତ ଭାବେ ହିନ୍ଦୀ ହେବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହିନ୍ଦୀର ଗ୍ରହଣୀୟତା ବୃଦ୍ଧି ପାଇଁ ଆମର ରୋଡ୍ ମ୍ୟାପ୍ ସଫଳତାର ସହ ଅଗ୍ରଗତି କରୁଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ବିଶ୍ୱର ସର୍ବବୃହତ ମଞ୍ଚରେ ଆତ୍ମବିଶ୍ୱାସ ଓ ଗର୍ବର ସହ ହିନ୍ଦୀରେ ଅଭିଭାଷଣ ଦେଇ ହିନ୍ଦୀର ଗ୍ରହଣୀୟତା ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଯେତେବେଳେ ଜାତିସଂଘ ସାଧାରଣ ସଭାକୁ ହିନ୍ଦୀରେ ସମ୍ବୋଧିତ କରିଥିଲେ, ସେତେବେଳେ ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଶ୍ରୀ ଶାହା କହିଥିଲେ ଯେ ଆଜି ହିନ୍ଦୀ ଜାତିସଂଘର ଭାଷାରେ ପରିଣତ ହୋଇଛି ଏବଂ ୧୦ରୁ ଅଧିକ ଦେଶର ଦ୍ୱିତୀୟ ଭାଷା ରେ ପରିଣତ ହୋଇଛି । ହିନ୍ଦୀ ଏବେ ଅନ୍ତର୍ଜାତୀୟ ଭାଷା ହେବା ଦିଗରେ ଅଗ୍ରସର ହେଉଛି ବୋଲି ସେ କହିଛନ୍ତି।

ଅମିତ ଶାହ କହିଥିଲେ ଯେ ଭାରତର ଭାଷାଗୁଡ଼ିକ କେବଳ ହିନ୍ଦୀ ଏବଂ ଏହା ସହିତ ଅନ୍ୟ ସମସ୍ତ ଭାଷା ଦ୍ବାରା ସୁଦୃଢ଼ ହୋଇପାରିବ । ସେ କହିଥିଲେ ଯେ ଆଜି ଗୃହ ମନ୍ତ୍ରଣାଳୟ ଏବଂ ସମବାୟ ମନ୍ତ୍ରଣାଳୟରେ ଫାଇଲ୍ ଏବଂ ଚିଠିପତ୍ର ହିନ୍ଦୀରେ ଲେଖାଯାଉଛି। ସେ କହିଲେ ଯେ ଭାଷା ଏକ ଅଭିବ୍ୟକ୍ତି ଏବଂ ଯେତେବେଳେ ଏହା ନିଜ ଭାଷାରେ ଥାଏ ସେତେବେଳେ ଅଭିବ୍ୟକ୍ତି ସ୍ୱର ସୁଦୃଢ଼ କରିଥାଏ |

Categories
ଆଜିର ଖବର ଜାତୀୟ ଖବର

‘ଶ୍ରୀ ବିଜୟ ପୁରମ୍’ ନାମ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ବୀର ବ୍ୟକ୍ତିଙ୍କୁ ସମ୍ମାନିତ କରୁଛି: ପିଏମ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘ଶ୍ରୀ ବିଜୟ ପୁରମ୍‌’ ନାମ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ବୀର ଲୋକମାନଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଏବଂ ଔପନିବେଶିକ ବାଦ ଶାସନରୁ ମୁକ୍ତିର ପ୍ରତୀକ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ୍ସ ରେ କରିଥିବା ଏକ ଟ୍ୱିଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି:

“ଶ୍ରୀ ବିଜୟ ପୁରମ୍‌’ ନାମ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ସମୃଦ୍ଧ ଇତିହାସ ଓ ବୀର ବ୍ୟକ୍ତିଙ୍କୁ ସମ୍ମାନିତ କରୁଛି। ଏହା ମଧ୍ୟ ଔପନିବେଶବାଦରୁ ମୁକ୍ତିର ପ୍ରତିବଦ୍ଧତାକୁ ସୂଚାଇବା ସହ ଆମ ଐତିହ୍ୟକୁ ସମ୍ମାନିତ କରୁଛି”।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀ -୨୦୨୪କୁ ଉଦଘାଟନ କଲେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଦୁଇ ଦିନିଆ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀ-୨୦୨୪କୁ ଉଦଘାଟନ କରିଛନ୍ତି।

ଉଦଘାଟନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କର୍ତ୍ତବ୍ୟ ରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଡିଜିଏସପି/ଆଇଜିଏସପି ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଆଜି ଏନସିଆରବି ଦ୍ୱାରା ବିକଶିତ ଡିଜିଏସପି/ଆଇଜିଏସପି ସମ୍ମିଳନୀ ସୁପାରିଶର ଡ୍ୟାସବୋର୍ଡ ଶୁଭାରମ୍ଭ କରିଛନ୍ତି।

ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ସିଏପିଏଫ୍ ଏବଂ ସିପିଓର ଶୀର୍ଷ ପୁଲିସ ନେତୃତ୍ୱଙ୍କ ସହ ନୂତନ ଜାତୀୟ ନିରାପତ୍ତା ଆହ୍ୱାନର ସମାଧାନ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯିବ।

ଜାତୀୟ ସୁରକ୍ଷା ଚ୍ୟାଲେଞ୍ଜର ପରିଚାଳନା କରୁଥିବା ବରିଷ୍ଠ ପୋଲିସ ନେତୃତ୍ୱ, ଅତ୍ୟାଧୁନିକ ସ୍ତରରେ କାର୍ଯ୍ୟରତ ଯୁବ ପୋଲିସ ଅଧିକାରୀ ଏବଂ ବିଶେଷ କ୍ଷେତ୍ରର ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ପ୍ରମୁଖ ଜାତୀୟ ସୁରକ୍ଷା ଆହ୍ୱାନର ସମାଧାନ ଖୋଜିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜିଏସପି /ଆଇଜିଏସପି ସମ୍ମିଳନୀରେ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀର ପରିକଳ୍ପନା କରିଥିଲେ। ଡିଜିଏସପି/ଆଇଜିଏସପି ସମ୍ମିଳନୀ -୨୦୨୦ ରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟାପକ ଅଂଶଗ୍ରହଣ ପାଇଁ ହାଇବ୍ରିଡ୍ ମୋଡ୍ ରେ ସମ୍ମିଳନୀ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଫିଜିକାଲ ଓ ଭର୍ଚୁଆଲ ମୋଡକୁ ମିଶାଇ ହାଇବ୍ରିଡ୍ ଫର୍ମାଟରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀରେ ସାରା ଦେଶରୁ ୭୫୦ରୁ ଅଧିକ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି। ନିତ୍ୟାନନ୍ଦ ରାୟ ଏବଂ ବନ୍ଦି ସଞ୍ଜୟ କୁମାର, ଗୃହ ରାଷ୍ଟ୍ରମନ୍ତ୍ରୀ, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଅତିରିକ୍ତ/ଉପ ଏନଏସଏ ଏବଂ ସିଏପିଏଫ ତଥା ସିପିଓର ମୁଖ୍ୟମାନେ ଦିଲ୍ଲୀରେ ସମ୍ମିଳନୀରେ ଯୋଗ ଦେଉଛନ୍ତି। ଭର୍ଚୁଆଲ୍ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଡିଜିଏସପି ତଥା ଅତ୍ୟାଧୁନିକ ସ୍ତରର ଯୁବ ପୁଲିସ ଅଧିକାରୀ ଏବଂ ସ୍ୱତନ୍ତ୍ର କ୍ଷେତ୍ରର ବିଶେଷଜ୍ଞମାନେ ସମ୍ପୃକ୍ତ ରାଜ୍ୟର ରାଜଧାନୀରୁ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦେଶରେ ଏକ ସୁରକ୍ଷିତ ସାଇବର କ୍ଷେତ୍ର ସୃଷ୍ଟି କରିବାକୁ ସଂକଳ୍ପ ନେଇଛି: କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ଅନୁସରଣ କରି ଗୃହ ମନ୍ତ୍ରଣାଳୟ ଦେଶରେ ଏକ ସୁରକ୍ଷିତ ସାଇବର ସ୍ଥାନ ସୃଷ୍ଟି କରିବାକୁ ସଂକଳ୍ପ ନେଇଛି।

‘ଏକ୍ସ’ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଅମିତ ଶାହ କହିଛନ୍ତି ଯେ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ୪ସି) ଏ ଦିଗରେ ଅନେକ ପଦକ୍ଷେପ ନେଇଛି। କେନ୍ଦ୍ର ଗୃହମନ୍ତ୍ରୀ ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନଙ୍କୁ ସାଇବର ସୁରକ୍ଷିତ ଭାରତ ଗଠନ ଅଭିଯାନକୁ ତ୍ୱରାନ୍ୱିତ କରିବାରେ ସକ୍ରିୟ ଯୋଗଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଦେଶ ଏବଂ ବିଶ୍ୱରେ ବଢୁଥିବା ସାଇବର ଅପରାଧ ଚିନ୍ତାର ବିଷୟ। ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଡିଆନ୍ ସାଇବର କ୍ରାଇମ କୋଅର୍ଡିନେସନ୍ ସେଣ୍ଟର ସାଇବର ଅପରାଧକୁ ରୋକିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅନୁରୋଧକ୍ରମେ ସେ ଏହି ଅଭିଯାନରେ ସାମିଲ ହୋଇଥିବା ଶ୍ରୀ ବଚ୍ଚନ କହିଛନ୍ତି। ଦେଶକୁ ଏହି ସମସ୍ୟାରୁ ମୁକ୍ତ କରିବା ପାଇଁ ଆମେ ସମସ୍ତେ ମିଳିମିଶି ଏକାଠି ହେବା ଦରକାର ବୋଲି ସେ କହିଛନ୍ତି। ଆମର ସାମାନ୍ୟ ସତର୍କତା ଏବଂ ପ୍ରତିଷେଧକ ଆମକୁ ସାଇବର ଅପରାଧୀଙ୍କ ଠାରୁ ରକ୍ଷା କରିପାରିବ।

Categories
ଆଜିର ଖବର ଜାତୀୟ ଖବର

ସାଇବର ଅପରାଧ ରୋକିବା ପାଇଁ ପ୍ରମୁଖ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ୪ସି)ର ପ୍ରଥମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଦବୋଧନ ଦେବା ସହିତ ସାଇବର ଅପରାଧ ରୋକିବା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଗୃହମନ୍ତ୍ରୀ ସାଇବର ଠିକେଇ ପ୍ରଶମନ କେନ୍ଦ୍ର (ସିଏଫ୍ଏମସି)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିବା ସହ ସମନ୍ଵୟ ପ୍ଲାଟଫର୍ମ (ଯୁଗ୍ମ ସାଇବର ଅପରାଧ ଅନୁସନ୍ଧାନ ସୁବିଧା ପ୍ରଣାଳୀ)ର ଶୁଭାରମ୍ଭ କରିଛନ୍ତି। ଅମିତ ଶାହ ‘ସାଇବର କମାଣ୍ଡୋ’ କାର୍ଯ୍ୟକ୍ରମ ଏବଂ ସନ୍ଦିଗ୍ଧ ରେଜିଷ୍ଟ୍ରିକୁ ମଧ୍ୟ ଉଦଘାଟନ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଆଇ୪ସିର ନୂଆ ଲୋଗୋ, ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ଉନ୍ମୋଚନ କରିଛନ୍ତି।

ଏହି ଅବସରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ବାନ୍ଦୀ ସଞ୍ଜୟ କୁମାର, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଆଇବି ନିର୍ଦ୍ଦେଶକ, ସ୍ୱତନ୍ତ୍ର ସଚିବ (ଆଭ୍ୟନ୍ତରୀଣ ସୁରକ୍ଷା), ବିଭିନ୍ନ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ/ ବରିଷ୍ଠ ପୋଲିସ ଅଧିକାରୀ, ବିଭିନ୍ନ ସରକାରୀ ଅନୁଷ୍ଠାନର ଅଧିକାରୀ, ବିଭିନ୍ନ ବ୍ୟାଙ୍କ/ଆର୍ଥିକ ମଧ୍ୟସ୍ଥି, ଫିନଟେକ୍, ଗଣମାଧ୍ୟମ କର୍ମକର୍ତ୍ତା, ସାଇବର କମାଣ୍ଡୋ, ଏନସିସି ଏବଂ ଏନଏସଏସ କ୍ୟାଡେଟମାନେ ଉପସ୍ଥିତ ଥିଲେ।

ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ‘ସୁରକ୍ଷିତ ସାଇବର ସ୍ପେସ୍’ ଅଭିଯାନ ଅଧୀନରେ ୨୦୧୫ରେ ଆଇ୪ସି ପ୍ରତିଷ୍ଠା କରାଯାଇଥିଲା, ସେବେଠାରୁ ଏହା ଏକ ସାଇବର ସୁରକ୍ଷିତ ଭାରତର ଏକ ଶକ୍ତିଶାଳୀ ସ୍ତମ୍ଭ ରେ ପରିଣତ ହେବା ଦିଗରେ କ୍ରମାଗତ ଭାବେ ଅଗ୍ରସର ହୋଇଚାଲିଛି। ୨୦୧୫ରୁ ୨୦୨୪ ପର୍ଯ୍ୟନ୍ତ ୯ ବର୍ଷର ଯାତ୍ରାରେ ଏହି ଅବଧାରଣା ଏକ ପ୍ରୟାସରେ ପରିଣତ ହୋଇଥିଲା ଏବଂ ପରେ ଏକ ଅନୁଷ୍ଠାନରେ ପରିଣତ ହୋଇଥିଲା। ବର୍ତ୍ତମାନ ଏହା ଏକ ସାଇବର ସୁରକ୍ଷିତ ଭାରତର ଏକ ବିଶାଳ ସ୍ତମ୍ଭ ରେ ପରିଣତ ହୋଇସାରିଛି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ସାଇବର ସୁରକ୍ଷା ବିନା କୌଣସି ଦେଶର ବିକାଶ ଅସମ୍ଭବ। ସେ କହିଥିଲେ ଯେ ପ୍ରଯୁକ୍ତି ମାନବ ଜୀବନ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଥାଏ ଏବଂ ଆଜି ସମସ୍ତ ନୂତନ ପଦକ୍ଷେପରେ ଆଧୁନିକ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର କରାଯାଉଛି। ସେ କହିଛନ୍ତି ଯେ ପ୍ରଯୁକ୍ତି ର ବଢୁଥିବା ବ୍ୟବହାର ମଧ୍ୟ ଅନେକ ବିପଦ ସୃଷ୍ଟି କରୁଛି ଏବଂ ସେଥିପାଇଁ ସାଇବର ସୁରକ୍ଷା କେବଳ ଡିଜିଟାଲ ଦୁନିଆରେ ସୀମିତ ନାହିଁ ବରଂ ଜାତୀୟ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗରେ ପରିଣତ ହୋଇଛି। ଶ୍ରୀ ଶାହ କହିଛନ୍ତି ଯେ ଆଇ୪ସି ଭଳି ପ୍ଲାଟଫର୍ମ ଏଭଳି ବିପଦର ମୁକାବିଲା କରିବାରେ ବଡ଼ ଅବଦାନ ଦେଇପାରିବ। ସମ୍ପୃକ୍ତ ଅଂଶୀଦାରଙ୍କ ସହ ସଚେତନତା, ସମନ୍ୱୟ ଏବଂ ମିଳିତ ପ୍ରୟାସ ଜାରି ରଖିବାକୁ ସେ ଆଇ୪ସିକୁ ଆହ୍ୱାନ ଦେଇଥିଲେ। ଗୃହମନ୍ତ୍ରୀ କହିଛନ୍ତି ଯେ କୌଣସି ଗୋଟିଏ ଅନୁଷ୍ଠାନ ସାଇବର କ୍ଷେତ୍ରକୁ ଏକାକୀ ସୁରକ୍ଷିତ ରଖିପାରିବ ନାହିଁ। ଏହା ସେତେବେଳେ ସମ୍ଭବ, ଯେତେବେଳେ ଅନେକ ଅଂଶୀଦାର ଗୋଟିଏ ପ୍ଲାଟଫର୍ମକୁ ଆସି ସମାନ ପଦ୍ଧତି ଓ ମାର୍ଗରେ ଆଗକୁ ବଢ଼ିବେ।

ଅମିତ ଶାହ କହିଛନ୍ତି ଯେ ଆଜି ଏଠାରେ ଆଇ୪ସିର ୪ଟି ପ୍ରମୁଖ ସାଇବର ପ୍ଲାଟଫର୍ମକୁ ମଧ୍ୟ ଉନ୍ମୋଚନ କରାଯାଇଛି। ସେ କହିଛନ୍ତି, ସାଇବର ଠକେଇ ପ୍ରଶମନ କେନ୍ଦ୍ର (ସିଏଫଏମସି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ସ୍ୱପ୍ନ ଥିଲା, ଯାହା ଆଜି ଶୁଭାରମ୍ଭ କରାଯାଇଛି । ଏହା ସହିତ ସାଇବର କମାଣ୍ଡୋ, ସମନ୍ୱୟ ପ୍ଲାଟଫର୍ମ ଏବଂ ସନ୍ଦିଗ୍ଧ ରେଜିଷ୍ଟ୍ରି ମଧ୍ୟ ଆଜି ଉଦଘାଟିତ ହୋଇଛି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଭାରତ ଭଳି ଏକ ବିଶାଳ ଦେଶରେ ପ୍ରତ୍ୟେକ ରାଜ୍ୟ ପାଇଁ ଏକ ପୃଥକ ସାଇବର ସନ୍ଦିଗ୍ଧ ରେଜିଷ୍ଟ୍ରି ରହିବା କୌଣସି ଉଦ୍ଦେଶ୍ୟ ପୂରଣ କରିବ ନାହିଁ କାରଣ ରାଜ୍ୟମାନଙ୍କର ନିଜସ୍ୱ ସୀମା ଅଛି କିନ୍ତୁ ସାଇବର ଅପରାଧୀଙ୍କର କୌଣସି ସୀମା ନାହିଁ। ସେ କହିଛନ୍ତି ଯେ ଜାତୀୟ ସ୍ତରରେ ସନ୍ଦିଗ୍ଧ ରେଜିଷ୍ଟ୍ରି ଗଠନ କରିବା ଏବଂ ସାଇବର ଅପରାଧର ମୁକାବିଲା ପାଇଁ ଏକ ସାଧାରଣ ପ୍ଲାଟଫର୍ମ ସୃଷ୍ଟି କରିବା ପାଇଁ ରାଜ୍ୟଗୁଡ଼ିକୁ ଏହା ସହିତ ଯୋଡ଼ିବା ସମୟର ଆବଶ୍ୟକତା। ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପଦକ୍ଷେପ ଆଗାମୀ ଦିନରେ ସାଇବର ଅପରାଧକୁ ରୋକିବାରେ ଆମକୁ ବହୁତ ସାହାଯ୍ୟ କରିବ।

ଅମିତ ଶାହ କହିଛନ୍ତି ଯେ, ଆଜିଠାରୁ ଆଇ୪ସି ଏକ ଜନସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରୁଛି। ଦେଶର ୭୨ରୁ ଅଧିକ ଟିଭି ଚ୍ୟାନେଲ, ୧୯୦ଟି ରେଡିଓ ଏଫ୍ଏମ୍ ଚ୍ୟାନେଲ, ସିନେମା ହଲ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମ ମାଧ୍ୟମରେ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ସାଇବର ଅପରାଧରୁ କିପରି ବର୍ତ୍ତିବାକୁ ହେବ ତାହା ପୀଡ଼ିତା ନ ଜାଣିଲେ ଏହି ଅଭିଯାନ ସଫଳ ହୋଇପାରିବ ନାହିଁ। ସାଇବର କ୍ରାଇମ ହେଲ୍ପଲାଇନ ୧୯୩୦ ଏବଂ ଆଇ୪ସିର ଅନ୍ୟ ପ୍ଲାଟଫର୍ମ ବିଷୟରେ ସଚେତନତା ସୃଷ୍ଟି କରିବା ଦ୍ୱାରା ଏହାର ଉପଯୋଗିତା ବୃଦ୍ଧି ପାଇବ ଏବଂ ସାଇବର ଅପରାଧ ରୋକିବାରେ ଆମକୁ ସାହାଯ୍ୟ କରିବ ବୋଲି ଶ୍ରୀ ଶାହ କହିଛନ୍ତି । ଏହି ଅଭିଯାନରେ ସାମିଲ ହୋଇ ଗାଁ ଓ ସହରରେ ସଚେତନତା ସୃଷ୍ଟି କରିବାକୁ ଗୃହମନ୍ତ୍ରୀ ସମସ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନ, ଟେଲିକମ୍ କମ୍ପାନି, ଇଣ୍ଟରନେଟ୍ ସେବା ପ୍ରଦାନକାରୀ ଏବଂ ପୋଲିସକୁ ଗୋଟିଏ ପ୍ଲାଟଫର୍ମରେ ଆଣିବା ଉଦ୍ଦେଶ୍ୟରେ ସିଏଫଏମସିକୁ ମଧ୍ୟ ଉଦଘାଟନ କରାଯାଇଛି ଏବଂ ଆଗାମୀ ଦିନରେ ଏହା ସାଇବର ଅପରାଧ ରୋକିବା ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ରେ ପରିଣତ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ସିଏଫଏମସି ବିଭିନ୍ନ ତଥ୍ୟ ଡାଟା ବ୍ୟବହାର କରି ସାଇବର ଅପରାଧୀଙ୍କ କାର୍ଯ୍ୟପ୍ରଣାଳୀ (ଏମଓ) ଚିହ୍ନଟ କରିବା ଏବଂ ଏହାକୁ ରୋକିବା ପାଇଁ କାର୍ଯ୍ୟ କରିବା ଉଚିତ୍। ଶ୍ରୀ ଶାହ କହିଛନ୍ତି ଯେ ସାଇବର କମାଣ୍ଡୋ କାର୍ଯ୍ୟକ୍ରମ ଅଧୀନରେ ୫ ବର୍ଷରେ ପାଖାପାଖି ୫ ହଜାର ସାଇବର କମାଣ୍ଡୋ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଅମିତ ଶାହ କହିଛନ୍ତି ଯେ ‘ଜାଣିବାର ଆବଶ୍ୟକତା’ ପରିବର୍ତ୍ତେ ‘ତଥ୍ୟପ୍ରଦା ବା ଶେୟାର କରିବାର କର୍ତ୍ତବ୍ୟ’ ବର୍ତ୍ତମାନ ସମୟର ଆବଶ୍ୟକତା ଏବଂ ଏଥିପାଇଁ ସମନ୍ଵୟ ପ୍ଲାଟଫର୍ମ ଠାରୁ ଅଧିକ ପ୍ରଭାବଶାଳୀ ଆଉ କିଛି ହୋଇପାରିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେସମନ୍ଵୟ ପ୍ଲାଟଫର୍ମକୁ ଏକ ଡାଟା-ଚାଳିତ ଆଭିମୁଖ୍ୟ ସହିତ ଆଗେଇ ନିଆଯାଇଛି ଏବଂ ଏକ ଶେୟାର କରାଯାଇଥିବା ଡାଟା ଭଣ୍ଡାର ସୃଷ୍ଟି କରିବା ପାଇଁ ଦେଶରେ ଏହା ହେଉଛି ପ୍ରଥମ ପ୍ରୟାସ। ଗୃହମନ୍ତ୍ରୀ କହିଛନ୍ତି ଯେ ଆଜି ଆରମ୍ଭ ହୋଇଥିବା ୪ଟି କାର୍ଯ୍ୟକ୍ରମକୁ ସମଗ୍ର ଦେଶରେ ଆଇ୪ସି ଏବଂ ପୋଲିସ ମିଳିତ ଭାବେ ଗ୍ରହଣ କରିଛନ୍ତି, ସାଇବର ଅପରାଧ ବିରୋଧରେ ଲଢ଼େଇକୁ ଅଧିକ ସୁଦୃଢ଼, ପ୍ରଭାବଶାଳୀ ଏବଂ ସଫଳ କରିବାରେ ଏହା ଏକ ବଡ଼ ଅବଦାନ ଦେବ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ୩୧ ମାର୍ଚ୍ଚ ୨୦୧୪ରେ ଦେଶରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୨୫ କୋଟି ଥିଲା, ଯାହା କି ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ୯୫ କୋଟିରେ ପହଞ୍ଚିଛି । ସେ କହିଛନ୍ତି ଯେ ଡାଉନଲୋଡ୍ ସ୍ପିଡ୍ ବୃଦ୍ଧି ଏବଂ ଖର୍ଚ୍ଚ ହ୍ରାସ ଯୋଗୁଁ ଡାଟା ବ୍ୟବହାର ମଧ୍ୟ ବହୁତ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ ପୂର୍ବରୁ ହାରାହାରି ବ୍ୟବହାର ୦.୨୬ ଜିବି ଥିଲା ଯାହା ଆଜି ପ୍ରାୟ ୭୮ ଗୁଣା ବୃଦ୍ଧି ପାଇ ୨୦.୨୭ ଜିବିରେ ପହଞ୍ଚିଛି। ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଯୋଗୁଁ ଦେଶରେ ଅନେକ ସୁବିଧା ଅନଲାଇନ ହୋଇପାରିଛି । ୨୦୨୪ରେ ୩୫ କୋଟି ଜନଧନ ଏକାଉଣ୍ଟ, ୩୬ କୋଟି ରୂପେ ଡେବିଟ୍ କାର୍ଡ, ୨୦ ଲକ୍ଷ ୬୪ ହଜାର କୋଟି ଟଙ୍କାର କାରବାର ଡିଜିଟାଲ ମାଧ୍ୟମରେ ହୋଇଛି। ସେ କହିଛନ୍ତି ଯେ ବିଶ୍ୱର ଡିଜିଟାଲ ଅର୍ଥ କାରବାର ପରିମାଣର ୪୬% ଆଜି ଭାରତରେ ହେଉଛି । ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ଡିଜିଟାଲ ଏକାଉଣ୍ଟ ଏବଂ ଡିଜିଟାଲ କାରବାର ବୃଦ୍ଧି ପାଇଥାଏ, ସେତେବେଳେ ଡିଜିଟାଲ ଠକେଇରୁ ସୁରକ୍ଷାର ଆବଶ୍ୟକତା ମଧ୍ୟ ବହୁତ ବଢିଯାଏ ।

ଅମିତ ଶାହ କହିଛନ୍ତି ଯେ ୨୦୧୪ରେ ଦେଶର ମାତ୍ର ୬୦୦ ପଞ୍ଚାୟତରେ ଇଣ୍ଟରନେଟ୍ ସଂଯୋଗ ହୋଇଥିବା ବେଳେ ଆଜି ୨,୧୩,୦୦୦ ପଞ୍ଚାୟତରେ ଇଣ୍ଟରନେଟ୍ ସଂଯୋଗ କରାଯାଇଛି। ଡିଜିଟାଲ କାରବାର ଓ ଡିଜିଟାଲ ଡାଟା ର ବ୍ୟବହାର ବୃଦ୍ଧି ପାଉଥିବାରୁ ଏହାକୁ ସାଇବର ଠକେଇରୁ ରକ୍ଷା କରିବାର ଦାୟିତ୍ୱ ମଧ୍ୟ ବୃଦ୍ଧି ପାଇଛି । ସାଇବର ଅପରାଧୀଙ୍କ ଦ୍ୱାରା ଆମେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ତଥ୍ୟ ବିକ୍ରି, ଅନଲାଇନ ଶୋଷଣ, ମହିଳା ଓ ଶିଶୁ ନିର୍ଯାତନା, ଫେକ୍ ନ୍ୟୁଜ୍ ଏବଂ ଟୁଲ୍ କିଟ୍, ଭୁଲ ସୂଚନା ଅଭିଯାନ ଭଳି ଅନେକ ଆହ୍ୱାନର ସମ୍ମୁଖୀନ ହେଉଛୁ ଏବଂ ଆଜି ବି ଏହାର ମୁକାବିଲା ପାଇଁ ଆମକୁ ବହୁତ କିଛି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ), ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସ) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ (ବିଏସଏ) ଭଳି ତିନୋଟି ନୂତନ ଅପରାଧିକ ଆଇନରେ ଆମ ଦେଶକୁ ସାଇବର ସୁରକ୍ଷିତ କରିବା ପାଇଁ ସମସ୍ତ ଆଇନଗତ ବ୍ୟବସ୍ଥା କରାଯାଇଛି । ଅନେକ ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ପଦକ୍ଷେପ ମାଧ୍ୟମରେ ସେଗୁଡ଼ିକୁ ଆଇନଗତ ରୂପ ଦିଆଯାଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ବୈଜ୍ଞାନିକ ପଦ୍ଧତି ଉପରେ ଆଧାରିତ ଅନୁସନ୍ଧାନ ଏବଂ ଏହାର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ଅନେକ ପ୍ରୟାସ କରାଯାଇଛି ।

ଅମିତ ଶାହ କହିଛନ୍ତି ଯେ ଗୃହ ମନ୍ତ୍ରଣାଳୟର ଅଧିକୃତ ଅଂଶବିଶେଷ ହେବା ପରେ ଆଇ୪ସି ଏହାର ୯ ବର୍ଷର ଯାତ୍ରାରେ ଏବଂ ଏକ ବର୍ଷର ସ୍ୱଳ୍ପ ସମୟ ମଧ୍ୟରେ ଖୁବ୍‌ ଭଲ କାମ କରିଛି। ସେ କହିଛନ୍ତି ଯେ ଆଇ୪ସିର ସବୁଠାରୁ ବଡ ସଫଳତା ହେଉଛି ଜାତୀୟ ହେଲ୍ପଲାଇନ ନମ୍ବର ୧୯୩୦। ଏହାକୁ ଲୋକପ୍ରିୟ କରିବା ସମସ୍ତ ରାଜ୍ୟ ସରକାର ଏବଂ ଅଂଶୀଦାରଙ୍କ ଦାୟିତ୍ୱ। ୧୯୩୦ ହେଲ୍ପଲାଇନକୁ ଲୋକପ୍ରିୟ କରିବା ପାଇଁ ଏକ ସଚେତନତା ସପ୍ତାହ ଆୟୋଜନ କରିବାକୁ ଗୃହମନ୍ତ୍ରୀ ପରାମର୍ଶ ଦେଇଥିଲେ। ସମସ୍ତ ରାଜ୍ୟ ସରକାର ଓ ଗୃହ ମନ୍ତ୍ରଣାଳୟ ପଦକ୍ଷେପ ନେବା ସହ ୬ ମାସ ପରେ ସଚେତନତା ପକ୍ଷ ଆୟୋଜନ କରିବା ଦରକାର ବୋଲି ସେ କହିଛନ୍ତି। ୧୯୩୦କୁ ଲୋକପ୍ରିୟ କରିବା ପାଇଁ ସମସ୍ତ ପ୍ଲାଟଫର୍ମରେ ଏକାସାଙ୍ଗରେ ଅଭିଯାନ ଚାଲିଲେ ନିଶ୍ଚିତ ଭାବେ ଠକେଇର ଶିକାର ହୋଇଥିବା ଲୋକମାନେ ସୁରକ୍ଷିତ ଅନୁଭବ କରିବେ, ଏହାକୁ ତୁରନ୍ତ ବନ୍ଦ କରାଯିବା ସହ ଠକଙ୍କ ମନରେ ଭୟ ମଧ୍ୟ ସୃଷ୍ଟି ହେବ ବୋଲି ଶ୍ରୀ ଶାହ କହିଛନ୍ତି।

ଅମିତ ଶାହ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଆଇ୪ସି ୬୦୦ରୁ ଅଧିକ ମାର୍ଗଦର୍ଶିକା ଜାରି କରିଛି। ବିଭିନ୍ନ ୱେବସାଇଟ୍, ସୋସିଆଲ ମିଡିଆ ପେଜ୍‌, ମୋବାଇଲ ଆପ୍ ଏବଂ ସାଇବର ଅପରାଧୀଙ୍କ ଦ୍ୱାରା ପରିଚାଳିତ ଆକାଉଣ୍ଟକୁ ବ୍ଲକ୍ କରିଛି। ଆଇ୪ସି ଅଧୀନରେ ଦିଲ୍ଲୀରେ ଏକ ଜାତୀୟ ସାଇବର ଫରେନସିକ୍ ପ୍ରୟୋଗଶାଳା ମଧ୍ୟ ପ୍ରତିଷ୍ଠା କରାଯାଇଛି। ଶ୍ରୀ ଶାହ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୧୧୦୦ରୁ ଅଧିକ ଅଧିକାରୀଙ୍କୁ ସାଇବର ଫରେନସିକ୍ ରେ ତାଲିମ ଦିଆଯାଇଛି। ଏହି ଅଭିଯାନକୁ ଜିଲ୍ଲା ଓ ତହସିଲ ସ୍ତରରେ ପହଞ୍ଚାଇବା ପାଇଁ ଏହା ଆମର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ସାଇବର ଅପରାଧର ଅଭିଯୋଗକୁ ଦୃଷ୍ଟିରେ ରଖି ମେୱାତ, ଜାମତାରା,  ଅହମ୍ମଦାବାଦ, ହାଇଦ୍ରାବାଦ, ଚଣ୍ଡିଗଡ଼, ବିଶାଖାପାଟଣା ଏବଂ ଗୌହାଟୀରେ ୭ଟି ଯୁଗ୍ମ ସାଇବର ସମନ୍ୱୟ ଦଳ ଗଠନ କରାଯାଇଛି ଏବଂ ସେମାନେ ବହୁତ ଭଲ ପରିଣାମ ପାଇଛନ୍ତି। ସେ କହିଛନ୍ତି, ଆଇ୪ସି ଦ୍ୱାରା ସାଇବର ଦୋସ୍ତ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପ୍ରଭାବଶାଳୀ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି। ଶ୍ରୀ ଶାହ କହିଛନ୍ତି ଯେ ଏସବୁ ପ୍ରୟାସ ଦ୍ୱାରା ଆମେ ନିଶ୍ଚିତ ଭାବରେ ଏକ ବିନ୍ଦୁରେ ପହଞ୍ଚିଛୁ କିନ୍ତୁ ଆମର ଲକ୍ଷ୍ୟ ଏପର୍ଯ୍ୟନ୍ତ ଦୂରରେ ଅଛି। ଲକ୍ଷ୍ୟ ହାସଲ ପାଇଁ ଆମକୁ ଏକ ନିର୍ଦ୍ଦିଷ୍ଟ ରଣନୀତି ପ୍ରସ୍ତୁତ କରି ସମାନ ଦିଗରେ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସାଇବର ଠକେଇ ପ୍ରଶମନ କେନ୍ଦ୍ର (ସିଏଫଏମସି): ନୂଆଦିଲ୍ଲୀସ୍ଥିତ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ୪ସି)ରେ ପ୍ରମୁଖ ବ୍ୟାଙ୍କ, ଆର୍ଥିକ ମଧ୍ୟସ୍ଥ, ପେମେଣ୍ଟ ଏଗ୍ରିଗେଟର, ଟେଲିକମ୍ ସେବା ପ୍ରଦାନକାରୀ, ଆଇଟି ମଧ୍ୟସ୍ଥି ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ଆଇନ ପ୍ରବର୍ତ୍ତନ ଏଜେନ୍ସି (ଏଲ୍ଇଏ)ର ପ୍ରତିନିଧିମାନଙ୍କୁ ନେଇ ସିଏଫ୍ଏମସି ପ୍ରତିଷ୍ଠା କରାଯାଇଛି। ଅନଲାଇନ୍ ଆର୍ଥିକ ଅପରାଧର ମୁକାବିଲା ନିମନ୍ତେ ସେମାନେ ତୁରନ୍ତ ପଦକ୍ଷେପ ଏବଂ ନିରବଚ୍ଛିନ୍ନ ସହଯୋଗ ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ। ଆଇନ ପ୍ରଣୟନରେ “ସହଯୋଗୀ ସଂଘୀୟ ବ୍ୟବସ୍ଥା”ର ଏକ ଉଦାହରଣ ଭାବରେ ସିଏଫଏମସି କାର୍ଯ୍ୟ କରିବ।

ସମନ୍ଵୟ ପ୍ଲାଟଫର୍ମ (ଯୁଗ୍ମ ସାଇବର ଅପରାଧ ଅନୁସନ୍ଧାନ ସୁବିଧା ପ୍ରଣାଳୀ):  ଏହି ପ୍ଲାଟଫର୍ମ ହେଉଛି ଏକ ୱେବ-ଆଧାରିତ ମଡ୍ୟୁଲ୍ ଯାହା ସାଇବର ଅପରାଧର ଡାଟା ଭଣ୍ଡାର, ଡାଟା ସେୟାରିଂ, କ୍ରାଇମ ମ୍ୟାପିଂ, ଡାଟା ଆନାଲିଟିକ୍ସ, ସହଯୋଗ ଏବଂ ସମଗ୍ର ଦେଶରେ ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡିକ ପାଇଁ ସମନ୍ୱୟ ପ୍ଲାଟଫର୍ମ ପାଇଁ ଏକ ୱାନ୍ ଷ୍ଟପ୍ ପୋର୍ଟାଲ ଭାବରେ କାର୍ଯ୍ୟ କରିବ।

ସାଇବର କମାଣ୍ଡୋ‘ କାର୍ଯ୍ୟକ୍ରମ: ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶରେ ସାଇବର ସୁରକ୍ଷା କ୍ଷେତ୍ରର ବିପଦର ମୁକାବିଲା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ପୋଲିସ ସଂଗଠନ (ସିପିଓ)ରେ ପ୍ରଶିକ୍ଷିତ ‘ସାଇବର କମାଣ୍ଡୋ’ଙ୍କ ଏକ ସ୍ୱତନ୍ତ୍ର ଶାଖା ପ୍ରତିଷ୍ଠା କରାଯିବ। ତାଲିମପ୍ରାପ୍ତ ସାଇବର କମାଣ୍ଡୋମାନେ ଡିଜିଟାଲ ସ୍ପେସ୍‌କୁ ସୁରକ୍ଷିତ କରିବାରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ସାହାଯ୍ୟ କରିବେ।

ସନ୍ଦିଗ୍ଧ ରେଜିଷ୍ଟ୍ରି: ଏହି ପଦକ୍ଷେପର ଏକ ଅଂଶ ଭାବରେ ଆର୍ଥିକ ପ୍ରଣାଳୀର ଠକେଇ ବିପଦ ପରିଚାଳନା କ୍ଷମତାକୁ ସୁଦୃଢ଼ କରିବା ପାଇଁ ବ୍ୟାଙ୍କ ଏବଂ ଆର୍ଥିକ ମଧ୍ୟସ୍ଥିମାନଙ୍କ ସହଯୋଗରେ ଜାତୀୟ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ (ଏନସିଆରପି) ଆଧାରରେ ବିଭିନ୍ନ ପରିଚୟପତ୍ରର ସନ୍ଦିଗ୍ଧ ବା ସସ୍ପେକ୍ଟ ରେଜିଷ୍ଟ୍ରି ସୃଷ୍ଟି କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ସର୍ବସମ୍ମତିକ୍ରମେ ସଂସଦର ସରକାରୀ ଭାଷା କମିଟି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ସର୍ବସମ୍ମତିକ୍ରମେ ସଂସଦୀୟ ସରକାରୀ ଭାଷା କମିଟିର ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ନୂଆ ସରକାର ଗଠନ ପରେ ସରକାରୀ ଭାଷା କମିଟିର ପୁନର୍ଗଠନ ନେଇ ଆଲୋଚନା କରିବା ପାଇଁ ଆଜି ନୂଆଦିଲ୍ଲୀରେ କମିଟି ବୈଠକ ବସିଥିଲା। ଏହି ବୈଠକରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀଙ୍କୁ କମିଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି। ୨୦୧୯ରୁ ୨୦୨୪ ମଧ୍ୟରେ ମଧ୍ୟ ଶ୍ରୀ ଅମିତ ଶାହ ଏହି କମିଟିର ଅଧ୍ୟକ୍ଷ ଥିଲେ। ସର୍ବସମ୍ମତିକ୍ରମେ ତାଙ୍କୁ ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ କରିଥିବାରୁ ଗୃହ ମନ୍ତ୍ରୀ ସରକାରୀ ଭାଷା ସଂକ୍ରାନ୍ତ ସଂସଦୀୟ କମିଟିର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି।

ନିଜ ଅଭିଭାଷଣରେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଗତ ୭୫ ବର୍ଷ ଧରି ଆମେ ସରକାରୀ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରିଆସୁଛୁ, କିନ୍ତୁ ଗତ ୧୦ ବର୍ଷ ମଧ୍ୟରେ ଏହାର ପଦ୍ଧତିରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ସେ କହିଥିଲେ ଯେ କେ ଏମ୍ ମୁନ୍‌ସି ଏବଂ ଏନ୍ ଜି ଆୟଙ୍ଗର ବହୁ ସଂଖ୍ୟକ ଲୋକଙ୍କ ସହ ଆଲୋଚନା କରିବା ପରେ ହିନ୍ଦୀକୁ ସରକାରୀ ଭାଷା ଭାବରେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ସରକାରୀ କାର୍ଯ୍ୟରେ ଆଗକୁ ବଢ଼ାଇବା ସମୟରେ କୌଣସି ସ୍ଥାନୀୟ ଭାଷା ସହିତ ହିନ୍ଦୀର ପ୍ରତିଯୋଗିତା ହେବା ଉଚିତ୍ ନୁହେଁ।

ଅମିତ ଶାହ କହିଥିଲେ ଯେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଗତ ୧୦ ବର୍ଷ ମଧ୍ୟରେ ଏହି କମିଟି ହିନ୍ଦୀକୁ ସମସ୍ତ ସ୍ଥାନୀୟ ଭାଷାର ବନ୍ଧୁ କରିବା ପାଇଁ ଲଗାତାର ଚେଷ୍ଟା କରିଛି ଏବଂ କାହା ସହିତ ପ୍ରତିଦ୍ୱନ୍ଦ୍ୱିତା ହେବା ଉଚିତ୍ ନୁହେଁ। ସେ କହିଥିଲେ, ଆମେ ଧ୍ୟାନ ଦେବା ଉଚିତ ଯେ କୌଣସି ସ୍ଥାନୀୟ ଭାଷା କହୁଥିବା ଲୋକଙ୍କ ମନରେ ହିନ ଭାବନା ନଆସୁ ଏବଂ ହିନ୍ଦୀକୁ ସ୍ୱାଭାମିକ ରୂପରେ ସର୍ବସମ୍ମତି ଏବଂ ସହମତି ସହିତ କାମକାର୍ଯ୍ୟର ଭାଷା ଭାବରେ ଗ୍ରହଣ କରାଯାଉ।

ସ୍ୱାଧୀନତାର ୭୫ ବର୍ଷ ପରେ ଦେଶର ଭାଷାରେ ଦେଶ ପରିଚାଳିତ ହେବା ଅତ୍ୟନ୍ତ ଜରୁରୀ ଏବଂ ଏଥିପାଇଁ ଆମେ ଅନେକ ପ୍ରୟାସ କରିଛୁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ‘‘ଆମେ ଏକ ଅଭିଧାନ ପ୍ରସ୍ତୁତ କରିଥିଲୁ ଏବଂ ଶିକ୍ଷା ବିଭାଗ ସହିତ ମିଶି ଭାରତର ସ୍ଥାନୀୟ ଭାଷାରୁ ହଜାର ହଜାର ଶବ୍ଦକୁ ହିନ୍ଦୀ ସହ ଯୋଡ଼ିବା ପାଇଁ କାମ କରିଥିଲୁ। ଏମିତି ଅନେକ ଶବ୍ଦ ଥିଲା ଯାହାର ସମାନାର୍ଥକ ଶବ୍ଦ ହିନ୍ଦୀରେ ଉପଲବ୍ଧ ନଥିଲା, ଆମେ କେବଳ ଅନ୍ୟ ଭାଷାର ଅନେକ ଶବ୍ଦ ଗ୍ରହଣ କରି ହିନ୍ଦୀକୁ ସମୃଦ୍ଧ ଏବଂ ନମନୀୟ କରିନାହୁଁ ବରଂ ସେହି ଭାଷା ଓ ହିନ୍ଦୀ ମଧ୍ୟରେ ସମ୍ପର୍କକୁ ମଧ୍ୟ ସୁଦୃଢ଼ କରିଛୁ।

ଅମିତ ଶାହ କହିଥିଲେ ଯେ ସରକାରୀ ଭାଷା ବିଭାଗ ଏଭଳି ଏକ ସଫ୍ଟୱେର ବିକଶିତ କରୁଛି ଯାହା ଦ୍ୱାରା ଅଷ୍ଟମ ଅନୁସୂଚୀର ସମସ୍ତ ଭାଷା ବୈଷୟିକ ଭିତ୍ତିରେ ସ୍ୱତଃସ୍ପୃତ ଭାବେ ଅନୁବାଦ ହୋଇପାରିବ। ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଆମ କାର୍ଯ୍ୟରେ ହିନ୍ଦୀର ଦ୍ରୁତ ଗ୍ରହଣୀୟତା ଓ ବିକାଶ ହୋଇପାରିବ। ଗତ ପାଞ୍ଚ ବର୍ଷ ମଧ୍ୟରେ ଆମେ କଠିନ ପରିଶ୍ରମ କରି କମିଟିର ରିପୋର୍ଟର ତିନୋଟି ବଡ଼ ଭାଗ ରାଷ୍ଟ୍ରପତିଙ୍କୁ ଦେଇଛୁ, ଯାହା ପୂର୍ବରୁ କେବେ ହୋଇନଥିଲା। ଆମକୁ ଏହି ଗତି ବଜାୟ ରଖିବାକୁ ପଡ଼ିବ।

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ କହିଛନ୍ତି ଯେ ସହଯୋଗ ଏବଂ ଗ୍ରହଣୀୟତା ଆମ କାମର ଦୁଇଟି ମୌଳିକ ସ୍ତମ୍ଭ ହେବା ଉଚିତ୍। ୨୦୪୭ରେ ସ୍ୱାଧୀନତା ଦିବସ ପାଳନ ବେଳକୁ ଆମ ଦେଶର ସମସ୍ତ କାର୍ଯ୍ୟ ଯେପରି ଭାରତୀୟ ଭାଷାରେ ହେବ ସେଥିପାଇଁ ଆମକୁ ଏକ ଲକ୍ଷ୍ୟ ନେଇ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି। ୧୦ ବର୍ଷ ପୁରୁଣା ହିନ୍ଦୀ ଭାଷାକୁ ଦୀର୍ଘ ଦିନ ଧରି ନୂଆ ଜୀବନ ଦେବାକୁ ହେବ, ଏହାକୁ ଗ୍ରହଣୀୟ କରିବାକୁ ହେବ ଓ ସ୍ୱାଧୀନତା ସଂଗ୍ରାମୀମାନେ ଆମ ଆଗରେ ଛାଡ଼ି ଦେଇଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଲୋକମାନ୍ୟ ତିଲକ, ମହାତ୍ମା ଗାନ୍ଧୀ, ଲାଲା ଲାଜପତ ରାୟ, ରାଜଗୋପାଳଚାରୀ, କେଏମ୍ ମୁନ୍‌ସି ଏବଂ ସର୍ଦ୍ଦାର ପଟେଲଙ୍କ ଭଳି ବ୍ୟକ୍ତିବିଶେଷଙ୍କ ମଧ୍ୟରୁ କେହି ହିନ୍ଦୀ ଭାଷାଭାଷୀ ଅଞ୍ଚଳରୁ ଆସିନଥିଲେ ମଧ୍ୟ ସେମାନେ ସମସ୍ତେ ଅନୁଭବ କରିଥିଲେ ଯେ ଆମ ଦେଶରେ ଏମିତି ଗୋଟିଏ ଭାଷା ରହିବା ଉଚିତ ଯାହା ଗୋଟିଏ ରାଜ୍ୟ ଓ ଅନ୍ୟ ରାଜ୍ୟ ମଧ୍ୟରେ ଯୋଗାଯୋଗ ପାଇଁ କାର୍ଯ୍ୟ କରିବ। ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଣିଥିବା ନୂତନ ଶିକ୍ଷା ନୀତିରେ ଆମେ ପିଲାଙ୍କ ପ୍ରାଥମିକ ଶିକ୍ଷା ମାତୃଭାଷାରେ ହେବା ପ୍ରତି ଗୁରୁତ୍ୱ ଦେଇଛୁ। ପିଲା ଯେତେବେଳେ ନିଜ ମାତୃଭାଷା ଶିଖିଥାଏ, ସେତେବେଳେ ସେ ଦେଶର ଅନେକ ଭାଷା ସହ ଯୋଡ଼ି ହୋଇଯାଏ।

ଅମିତ ଶାହ କହିଥିଲେ ଯେ ମୁନ୍‌ସି-ଆୟଙ୍ଗର କମିଟି ଅଧୀନରେ ପ୍ରତି ୫ ବର୍ଷରେ ଏକ ଭାଷା ଆୟୋଗ ଗଠନ କରାଯିବ ଯାହା ଭାଷାଗତ ବିବିଧତାକୁ ବିଚାର କରିବ ବୋଲି ସ୍ଥିର ହୋଇଥିଲା, କିନ୍ତୁ ଏଥିପ୍ରତି କେହି ଧ୍ୟାନ ଦେଲେ ନାହିଁ। ସେ କହିଥିଲେ, ଏହି କମିଟି ଆଗାମୀ ୫ ବର୍ଷ ମଧ୍ୟରେ ଆମର ଭାଷାଗତ ବିବିଧତାକୁ ବଜାୟ ରଖିବ ଏବଂ ଆମ ମଧ୍ୟରେ ହିନ୍ଦୀର ଗ୍ରହଣୀୟତା ବୃଦ୍ଧି ଦିଗରେ କାର୍ଯ୍ୟ କରିବ। ଗୃହମନ୍ତ୍ରୀ କହିଛନ୍ତି ଯେ ହିନ୍ଦୀ ବର୍ତ୍ତମାନ ନିଯୁକ୍ତି ଏବଂ ପ୍ରଯୁକ୍ତି ବିଦ୍ୟା ସହିତ ଏକ ପ୍ରକାରରେ ଯୋଡ଼ି ହୋଇଛି ଏବଂ ଭାରତ ସରକାର ମଧ୍ୟ ନୂତନ ଯୁଗର ସମସ୍ତ ଜ୍ଞାନକୌଶଳକୁ ହିନ୍ଦୀ ଭାଷା ସହିତ ଯୋଡ଼ିବା ପାଇଁ ସ୍ୱତନ୍ତ୍ର ପ୍ରୟାସ କରୁଛନ୍ତି। ନୂଆ ଶିକ୍ଷାନୀତିରେ ସମସ୍ତ ମାତୃଭାଷାକୁ ଗୁରୁତ୍ୱ ଦେବାକୁ ସଂକଳ୍ପ ନିଆଯାଇଛି, ଏହି କମିଟି ଏହାକୁ ଆଗେଇ ନେବ। ଶ୍ରୀ ଅମିତ ଶାହ କହିଥିଲେ ଯେ ହିନ୍ଦୀକୁ ସରକାରୀ ଭାଷା ଭାବରେ ଅନୁମୋଦନ ମିଳିବାର ଏହା ୭୫ ତମ ବର୍ଷ ଏବଂ ଏହି ଅବସରରେ ଦିଲ୍ଲୀର ଇଣ୍ଡିଆ ମଣ୍ଡପମ ଠାରେ ଏକ ବଡ ସମ୍ମିଳନୀର ଆୟୋଜନ କରାଯାଉଛି । ସରକାରୀ ଭାଷା ଅଧିନିୟମ, ୧୯୬୩ର ଧାରା ୪ର ବ୍ୟବସ୍ଥା ଅନୁଯାୟୀ ୧୯୭୬ ମସିହାରେ ସରକାରୀ ଭାଷା ଉପରେ କମିଟି ଗଠନ କରାଯାଇଥିଲା। ଏହି କମିଟିରେ ୩୦ ଜଣ ସାଂସଦ ଥିବା ବେଳେ ୨୦ ଜଣ ଲୋକସଭା ଓ ୧୦ ଜଣ ରାଜ୍ୟସଭା ସଦସ୍ୟ ରହିଛନ୍ତି।

ସଂସଦୀୟ ସରକାରୀ ଭାଷା କମିଟିକୁ ମନୋନୀତ ରାଜ୍ୟସଭା ଓ ଲୋକସଭା ସାଂସଦଙ୍କ ସମେତ ସରକାରୀ ଭାଷା ବିଭାଗ ସଚିବ ଶ୍ରୀମତୀ ଅଂଶୁଲି ଆର୍ଯ୍ୟଙ୍କ ନେତୃତ୍ୱରେ ସରକାରୀ ଭାଷା ବିଭାଗର ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଏହି ବୈଠକରେ ସଂସଦୀୟ କମିଟିର ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଭାରତ ସରକାର, ତ୍ରିପୁରା ସରକାର, ଏନ୍.ଏଲ୍.ଏଫ୍ ଟି. ଏବଂ ଏ.ଟି.ଟି.ଏଫ୍. ମଧ୍ୟରେ ଶାନ୍ତି ବୁଝାମଣାପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଭାରତ ସରକାର, ତ୍ରିପୁରା ସରକାର, ଏନ୍.ଏଲ୍.ଏଫ୍ ଟି. ଏବଂ ଏ.ଟି.ଟି.ଏଫ୍. ମଧ୍ୟରେ ଏକ ଶାନ୍ତି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ଉଗ୍ରବାଦ ମୁକ୍ତ ଉତ୍ତର-ପୂବାଞ୍ଚଳ ଲକ୍ଷ୍ୟ ପୂରଣ ଦିଗରେ ଏହି ବୁଝାମଣା ଏକ ମାଇଲଖୁଣ୍ଟ। ତ୍ରିପୁରା ମୁଖ୍ୟମନ୍ତ୍ରୀ ପ୍ରଫେସର ଡକ୍ଟର ମାଣିକ ଶାହା ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ତ୍ରିପୁରା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଶାନ୍ତି ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ଆଜି ସମଗ୍ର ଦେଶ ତଥା ତ୍ରିପୁରା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ସେ କହିଥିଲେ ଯେ ନେସନାଲ ଲିବରେସନ୍ ଫ୍ରଣ୍ଟ ଅଫ୍ ତ୍ରିପୁରା (ଏନ୍.ଏଲ୍.ଏଫ୍.ଟି.) ଏବଂ ଅଲ୍ ତ୍ରିପୁରା ଟାଇଗର ଫୋର୍ସ (ଏ.ଟି.ଟି.ଏଫ୍.) ଅସ୍ତ୍ର ତ୍ୟାଗ କରି ମୁଖ୍ୟଧାରାରେ ସାମିଲ ହୋଇ ସମଗ୍ର ତ୍ରିପୁରାର ବିକାଶ ନିମନ୍ତେ ଏହି ରାଜ୍ୟରେ ୩୫ ବର୍ଷ ଧରି ଚାଲିଥିବା ସଂଘର୍ଷର ଅବସାନ ଘଟାଇବା ଲାଗି ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି। ସେ କହିଥିଲେ ଯେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରଠାରୁ ସେ ଶାନ୍ତି ଏବଂ ବାର୍ତ୍ତାଳାପ ମାଧ୍ୟମରେ ଏକ ସକ୍ଷମ ଏବଂ ବିକଶିତ ଉତ୍ତର-ପୂର୍ବାଞ୍ଚଳର ଦୃଷ୍ଟିକୋଣକୁ ଉପସ୍ଥାପନ କରିଛନ୍ତି। ସଡ଼କ, ରେଳ ଏବଂ ବିମାନ ଦ୍ୱାରା ଶ୍ରୀ ମୋଦୀ କେବଳ ଉତ୍ତର-ପୂର୍ବ ଏବଂ ଦିଲ୍ଲୀ ମଧ୍ୟରେ ଦୂରତା ହ୍ରାସ କରିନାହାନ୍ତି, ବରଂ ହୃଦୟ ମଧ୍ୟରେ ଦୂରତା ମଧ୍ୟ ଦୂରେଇ ଦେଇଛନ୍ତି ବୋଲି ସେ କହିଥିଲେ । ଶ୍ରୀ ଶାହ ଆହୁରି କହିଥିଲେ, ଭାରତ ସରକାର ଅଷ୍ଟଲକ୍ଷ୍ମୀ ଅବଧାରଣା ଏବଂ ପୂର୍ବୋଦୟକୁ ମିଶାଇ ତ୍ରିପୁରା ସମେତ ସମଗ୍ର ଉତ୍ତର-ପୂର୍ବାଞ୍ଚଳର ବିକାଶ ପାଇଁ ସଂକଳ୍ପ ନେଇଛନ୍ତି, ଯେଉଁଥିରେ ଆଜିର ରାଜିନାମା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଆଜିର ରାଜିନାମା ହେଉଛି ଉତ୍ତର-ପୂର୍ବାଞ୍ଚଳ ପାଇଁ ଦ୍ୱାଦଶ ରାଜିନାମା ଏବଂ ତ୍ରିପୁରା ସହ ଜଡ଼ିତ ତୃତୀୟ ରାଜିନାମା। ସେ କହିଥିଲେ ଯେ ଏହିସବୁ ରାଜିନାମା ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ହଜାର ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ମୁଖ୍ୟଧାରାକୁ ଆସିଛନ୍ତି। ଶ୍ରୀ ଶାହ କହିଥିଲେ ଯେ ଏହି ୧୨ଟି ରାଜିନାମା ଜରିଆରେ ଉଭୟ ପକ୍ଷର ହଜାର ହଜାର ଲୋକଙ୍କ ମୃତ୍ୟୁର କାରଣକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି।

ଅମିତ ଶାହ କହିଥିଲେ ଯେ ଆଜିର ରାଜିନାମା ଅନୁଯାୟୀ ୩୨୮ରୁ ଅଧିକ ସଶସ୍ତ୍ର କ୍ୟାଡର ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟଧାରାରେ ସାମିଲ ହୋଇ କେବଳ ବିକଶିତ ତ୍ରିପୁରା ନୁହେଁ, ବରଂ ବିକଶିତ ଭାରତରେ ମଧ୍ୟ ଯୋଗଦାନ କରିପାରିବେ। ଶ୍ରୀ ଶାହା କହିଥିଲେ ଯେ ଭାରତ ସରକାର ସେହି ଅଞ୍ଚଳର ବିକାଶ ତଥା ସେମାନଙ୍କ ଅସ୍ତ୍ରଶସ୍ତ୍ର ଉଠାଇବାର କାରଣକୁ ଦୂର କରିବା ଲାଗି ସମସ୍ତ ରାଜିନାମାକୁ କାର୍ଯ୍ୟକାରୀ କରିବା ପାଇଁ ଆନ୍ତରିକ ଏବଂ ସମ୍ବେଦନଶୀଳ ପ୍ରୟାସ କରିଆସୁଛନ୍ତି। ସେ କହିଥିଲେ ଯେ କେନ୍ଦ୍ର ସରକାର ତ୍ରିପୁରାର ଆଦିବାସୀ ଜନସଂଖ୍ୟାର ସାମଗ୍ରିକ ବିକାଶ ପାଇଁ ୨୫୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜକୁ ମଞ୍ଜୁରି ଦେଇଛନ୍ତି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ମୋଦୀ ସରକାର ସମସ୍ତ ରାଜିନାମା ଗୁଡ଼ିକୁ ଅକ୍ଷରେ ଅକ୍ଷରେ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିଛନ୍ତି। ସେ କହିଥିଲେ ଯେ ଇତିହାସ ସାକ୍ଷୀ ରହିଛି ଯେ ମୋଦୀ ସରକାର ପ୍ରତ୍ୟେକ ଶାନ୍ତି ରାଜିନାମାକୁ ଆନ୍ତରିକ ଓ ବାସ୍ତବ ଭାବନା ନେଇ କାର୍ଯ୍ୟକାରୀ କରିଛନ୍ତି। ସେ କହିଥିଲେ ଯେ ବ୍ରୁ-ରିଆଙ୍ଗ ରାଜିନାମା ପରେ ଆଜି ହଜାର ହଜାର ବ୍ରୁ-ରିଆଙ୍ଗ ଭାଇ ନିଜ ଘରେ ରହୁଛନ୍ତି, ସେମାନଙ୍କ ପିଲାମାନେ ଭଲ ବିଦ୍ୟାଳୟରେ ପଢ଼ୁଛନ୍ତି, ସେମାନଙ୍କ ରୋଜଗାରର ବ୍ୟବସ୍ଥା କରାଯାଉଛି ଏବଂ ସେମାନଙ୍କୁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାର ସମ୍ପୂର୍ଣ୍ଣ ଲାଭ ମିଳୁଛି। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ସରକାର ମଧ୍ୟ ଏହି ରାଜିନାମାକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବେ ଏବଂ ସମସ୍ତଙ୍କ ଆଶା ପୂରଣ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତ ପ୍ରୟାସ କରିବ। ସେ କହିଥିଲେ ଯେ ଏକ ସୁଦୃଢ଼ ତ୍ରିପୁରା ଗଠନ ଦିଗରେ ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବୁ।

ଅମିତ ଶାହ କହିଥିଲେ ଯେ ମୋଦୀ ସରକାର ୨୦୧୫ରେ ତ୍ରିପୁରାରୁ ଏ.ଏଫ୍.ଏସ୍.ପି.ଏ. ହଟାଇ ଦେଇଥିଲେ, ଉତ୍ତର-ପୂର୍ବର ଅଧିକାଂଶ ଅଞ୍ଚଳରୁ ଏ.ଏଫ୍.ଏସ୍.ପି.ଏ. ମଧ୍ୟ ହଟାଇ ଦିଆଯାଇଛି। ସେ କହିଥିଲେ ଯେ ମୋଦୀ ସରକାର ସଶସ୍ତ୍ର ବାହିନୀ ପରିବର୍ତ୍ତେ ବିକାଶ ମାଧ୍ୟମରେ ଉତ୍ତର-ପୂର୍ବାଞ୍ଚଳର ଲୋକମାନଙ୍କ, ବିଶେଷ କରି ଆଦିବାସୀ ଗୋଷ୍ଠୀଗୁଡ଼ିକର ସଂସ୍କୃତି, ଭାଷା, ପରିଚୟ ଇତ୍ୟାଦି ସଂରକ୍ଷଣ କରି ସମଗ୍ର ଉତ୍ତର-ପୂର୍ବାଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ।

ଏହି ରାଜିମାନା ଅଧୀନରେ ଏନ୍.ଏଲ୍.ଏଫ୍.ଟି. ଏବଂ ଏ.ଟି.ଟି.ଏଫ୍. ହିଂସା ପରିତ୍ୟାଗ କରି, ସେମାନଙ୍କ ସମସ୍ତ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସମର୍ପଣ କରିବା ସହିତ ସେମାନଙ୍କ ସଶସ୍ତ୍ର ସଙ୍ଗଠନଗୁଡ଼ିକୁ ଭାଙ୍ଗିବା ପାଇଁ ରାଜି ହୋଇଛନ୍ତି । ଏହାବ୍ୟତୀତ ଏନ୍.ଏଲ୍.ଏଫ୍.ଟି. ଏବଂ ଏ.ଟି.ଟି.ଏଫ୍.ର ସଶସ୍ତ୍ର କ୍ୟାଡରମାନେ ମଧ୍ୟ ଆଇନ ଦ୍ୱାରା ପ୍ରତିଷ୍ଠିତ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗଦେବାକୁ ଏବଂ ଦେଶର ଅଖଣ୍ଡତା ବଜାୟ ରଖିବାକୁ ରାଜି ହୋଇଛନ୍ତି ।

ଏହି ଅବସରରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଡକ୍ଟର ମାଣିକ ସାହା ସମଗ୍ର ଉତ୍ତର-ପୂର୍ବରେ ଶାନ୍ତି, ସମୃଦ୍ଧି ଏବଂ ସଦ୍ଭାବନା ପ୍ରତିଷ୍ଠା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଜି ଭାରତ ସରକାର, ତ୍ରିପୁରା ସରକାର, ଏନଏଲଏଫଟି ଏବଂ ଏଟିଟିଏଫ ମଧ୍ୟରେ ସ୍ୱାକ୍ଷରିତ ହେବ ବୁଝାମଣା ପତ୍ର

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଭାରତ ସରକାର, ତ୍ରିପୁରା ସରକାର ଏବଂ ନେସନାଲ ଲିବରେସନ ଫ୍ରଣ୍ଟ ଅଫ୍ ତ୍ରିପୁରା (ଏନଏଲଏଫଟି) ଏବଂ ଅଲ୍ ତ୍ରିପୁରା ଟାଇଗର ଫୋର୍ସ (ଏଟିଟିଏଫ)ର ପ୍ରତିନିଧିଙ୍କ ମଧ୍ୟରେ ଆଜି ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ। ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ପ୍ରଫେସର ଡକ୍ଟର ମାଣିକ ସାହା ଏବଂ ଗୃହ ମନ୍ତ୍ରଣାଳୟ ଓ ତ୍ରିପୁରା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ।

ଉଗ୍ରବାଦ, ହିଂସା ଏବଂ ସଂଘର୍ଷମୁକ୍ତ ବିକଶିତ ଉତ୍ତର-ପୂର୍ବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସାକାର କରିବା ଲାଗି ଗୃହ ମନ୍ତ୍ରଣାଳୟ ଅକ୍ଳାନ୍ତ ପରିଶ୍ରମ କରୁଛି।  ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଉତ୍ତର-ପୂର୍ବାଞ୍ଚଳରେ ଶାନ୍ତି ଏବଂ ସମୃଦ୍ଧି ଆଣିବା ପାଇଁ ୧୨ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛନ୍ତି, ଯେଉଁଥିରୁ ୩ଟି ତ୍ରିପୁରା ରାଜ୍ୟ ସହିତ ଜଡିତ। ମୋଦୀ ସରକାରଙ୍କ ଅନେକ ଚୁକ୍ତି ସ୍ୱାକ୍ଷରିତ ହେବା ଫଳରେ ପାଖାପାଖି ୧୦ ହଜାର ଲୋକ ଅସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅହମ୍ମଦାବାଦରେ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ (ଏଏମସି) ପକ୍ଷରୁ ଅହମ୍ମଦାବାଦ ଠାରେ ଆୟୋଜିତ ‘ତ୍ରିରଙ୍ଗା ଯାତ୍ରା’ ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ଅମିତ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହର ଘର ତ୍ରିରଙ୍ଗା ଅଭିଯାନ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଦେଶଭକ୍ତି ଏବଂ ସଂକଳ୍ପର ପରିଭାଷା ପାଲଟିଛି। ଏହି ଅଭିଯାନ କେବଳ ଗୁଜରାଟରେ ନୁହେଁ ବରଂ ସମଗ୍ର ଦେଶରେ ଏକ ନୂତନ ଶକ୍ତି ସଂଚାର କରୁଛି ବୋଲି ସେ କହିଛନ୍ତି।

ଅଗଷ୍ଟ ୧୫ ତାରିଖରେ ଆମେ ସ୍ୱାଧୀନତାର ୭୮ ତମ ବର୍ଷରେ ପ୍ରବେଶ କରିବାକୁ ଯାଉଛୁ ଏବଂ ଏହି ଅବସରରେ ଗୁଜରାଟରେ ଗୋଟିଏ ବି ଘର କିମ୍ବା କାର୍ଯ୍ୟାଳୟ ବିନା ତ୍ରିରଙ୍ଗାରେ  ରହିବା ଉଚିତ ନୁହେଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ସମଗ୍ର ଗୁଜରାଟକୁ ତ୍ରିରଙ୍ଗାରେ ସଜ୍ଜିତ କରିବା ପାଇଁ ଏହି ତ୍ରିରଙ୍ଗା ଯାତ୍ରା ଆରମ୍ଭ କରାଯାଇଛି ଏବଂ ଏହା ମାଧ୍ୟମରେ ଗୁଜରାଟ ପ୍ରତ୍ୟକ ବ୍ୟକ୍ତି ଏବଂ ଦେଶର ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶ ଭକ୍ତିର ଭାବନା ଜାଗ୍ରତ ହୋଇଥାଏ।

ଶ୍ରୀ ଅମିତ ଶାହ କହିଛନ୍ତି ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ, ଏହା ପଛରେ ତିନୋଟି ଲକ୍ଷ୍ୟ ଥିଲା। ଦେଶର ପ୍ରତ୍ୟେକ ଶିଶୁ, ଯୁବକ ଓ ନାଗରିକଙ୍କୁ ସ୍ୱାଧୀନତା ସଂଗ୍ରାମର ସମଗ୍ର ଇତିହାସ ବିଷୟରେ ମନେ ପକାଇବା ପ୍ରଥମ ଲକ୍ଷ୍ୟ ଥିଲା।

ଦ୍ୱିତୀୟ ଲକ୍ଷ୍ୟ ଥିଲା ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ଦେଶ ହାସଲ କରିଥିବା ସଫଳତା ବିଷୟରେ ସମସ୍ତ ନାଗରିକ, ବିଶେଷ କରି ଯୁବପିଢ଼ିଙ୍କୁ ଅବଗତ କରାଇବା। ତୃତୀୟ ଉଦ୍ଦେଶ୍ୟ ଥିଲା ଦେଶର ୧୪୦ କୋଟି ନାଗରିକଙ୍କୁ ଭାରତର ସ୍ୱାଧୀନତାର ଶତବାର୍ଷିକୀ ପର୍ଯ୍ୟନ୍ତ ‘ଅମୃତ କାଳ’ ର ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶ ଦିଗରେ କାର୍ଯ୍ୟ କରି ବିଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଭାରତକୁ ବିଜୟୀ କରିବା ପାଇଁ ସଂକଳ୍ପ ନେବା।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ଆଜାଦୀର ଅମୃତ ମହୋତ୍ସବ ଅଭିଯାନ ପରେ ‘ଅମୃତ କାଳ’ ରେ ଦେଶକୁ ପ୍ରଥମ କରିବାର ସଂକଳ୍ପକୁ ମନେ ପକାଇବା ପାଇଁ ପ୍ରତି ବର୍ଷ ‘ହର ଘର ତ୍ରିରଙ୍ଗା ଯାତ୍ରା’ ର ଆୟୋଜନ କରାଯାଉଛି। ଆଜି ଏହି ଅବସରରେ ଆମେ ଦେଶର ସ୍ୱାଧୀନତା ପାଇଁ ସବୁକିଛି ବଳିଦାନ ଦେଇଥିବା ଅଗଣିତ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।

ଶ୍ରୀ ଅମିତ ଶାହ ଆହୁରି କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏମିତି ଅନେକ କିଛି ହାସଲ କରିଛି ଯାହା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ୱରେ ଆମର ତ୍ରିରଙ୍ଗା ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ବୋଲି ସେ କହିଛନ୍ତି।

ଶ୍ରୀ ଶାହ କହିଛନ୍ତି ଯେ ଭାରତ ଅନେକ ଦଶନ୍ଧି ଧରି ଆତଙ୍କବାଦ ଏବଂ ନକ୍ସଲବାଦରେ ପୀଡ଼ିତ ଥିଲା, କିନ୍ତୁ ମୋଦୀ ଜୀ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ କରି ଦେଶର ଶତ୍ରୁମାନଙ୍କୁ ଉଚିତ ଜବାବ ଦେଇଛନ୍ତି। ଏହା ସହ ମୋଦି ଜୀ ଟେକ୍ନୋଲୋଜି ବ୍ୟବହାର କରି ଟିକାର ଉଭୟ ଡୋଜ୍ ମାଗଣାରେ ଦେଇ ୧୩୦ କୋଟି ଦେଶବାସୀଙ୍କୁ କୋଭିଡ – ୧୯ରୁ ରକ୍ଷା କରିଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ଅନୁଯାୟୀ, ୨୦୪୭ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ବିକଶିତ କରିବାର ସଂକଳ୍ପ ହାସଲ କରିବା ନିମନ୍ତେ  ଦେଶର ଯୁବପିଢ଼ି ବିଶେଷ ଭାବରେ ଆଗେଇ ଆସିବା ଆବଶ୍ୟକ। ସେ କହିଛନ୍ତି ଯେ ଆଜି ସମସ୍ତଙ୍କ ହାତରେ ତ୍ରିରଙ୍ଗା ଦେଖି ଲାଗୁଛି ଯେ ସମଗ୍ର ଗୁଜରାଟ ଏହି ସଂକଳ୍ପ ସହିତ ଜଡିତ ଏବଂ ଦେଶପ୍ରେମର ଭାବନାରେ ପରିପୂର୍ଣ୍ଣ।

ଶ୍ରୀ ଅମିତ ଶାହ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୯ ରୁ ୧୫ ତାରିଖ ପର୍ଯ୍ୟନ୍ତ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ସମସ୍ତେ ନିଜ ଘର, କାର୍ଯ୍ୟାଳୟ, କାରଖାନା ଇତ୍ୟାଦିରେ ତ୍ରିରଙ୍ଗା ଉତ୍ତୋଳନ କରି ଏହା ସହିତ ସେଲ୍ଫି ଉଠାଇ ଏହି ଅଭିଯାନରେ ସାମିଲ ହେବା ଉଚିତ।

ଏହି ଅଭିଯାନ ମାଧ୍ୟମରେ ଆମେ ସମସ୍ତେ ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଭାରତକୁ ଏକ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପରେ ସାମିଲ ହେବା ଉଚିତ ବୋଲି ଶ୍ରୀ ଶାହ କହିଛନ୍ତି। ଦେଶରେ ଖଦିର ବ୍ୟବହାର ବଢ଼ାଇବା ସହ ଏହା ମାଧ୍ୟମରେ ଏହାର ବାଣିଜ୍ୟ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଛନ୍ତି। ‘ଦେଶ ପାଇଁ ଖଦି, ଫ୍ୟାସନ୍ ପାଇଁ ଖଦି’ ଏବଂ ‘ହର ଘର ତ୍ରିରଙ୍ଗା, ହର ଘର ଖଦି’ (ପ୍ରତ୍ୟେକ ଘରେ ତ୍ରିରଙ୍ଗା, ପ୍ରତ୍ୟେକ ଘରେ ଖଦି) ମନ୍ତ୍ରକୁ ଆମକୁ ବୁଝିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ଅଗଷ୍ଟ ୯ରୁ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ନିବେଦନ କଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅଧୀନରେ ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରି https://harghartiranga.com ୱେବସାଇଟରେ ନିଜର ସେଲ୍ଫି ଅପଲୋଡ୍ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ କହିଛନ୍ତି, “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ #HarGharTiranga ଅଭିଯାନ ଗତ ଦୁଇ ବର୍ଷ ମଧ୍ୟରେ ଏକ ଜାତୀୟ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ଦେଶର କୋଣ ଅନୁକୋଣରେ ପ୍ରତ୍ୟେକ ଭାରତୀୟଙ୍କ ଏକତାକୁ ଜାଗ୍ରତ କରିଛି ।

ମୁଁ ସମସ୍ତ ନାଗରିକଙ୍କୁ ନିବେଦନ କରୁଛି ଯେ ଏହି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରନ୍ତୁ ଏବଂ ପୁଣି ସେହି ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରନ୍ତୁ । ଆମର ଗର୍ବ, ଆମ ତ୍ରିରଙ୍ଗା, ତୁମ ଘରେ ତ୍ରିରଙ୍ଗା ସହିତ ଏକ ସେଲ୍ଫି ନିଅ, ଏବଂ ଏହାକୁ ହର ଘର ତ୍ରିରଙ୍ଗା ୱେବସାଇଟ https://harghartiranga.com ରେ ଅପଲୋଡ୍ କର ।”

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅମିତ ଶାହଙ୍କୁ ସାକ୍ଷାତ କଲେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ପୂର୍ବତନ ସାଂସଦ ମମତା ମହାନ୍ତ

ନୂଆଦିଲ୍ଲୀ: ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡିଶାର ବହୁ ବିଜେପି ସାଂସଦଗଣ ମଧ୍ୟ ଉପସ୍ଥିତ ଥିଲେ।

ଶ୍ରୀ ପ୍ରଧାନ ଏହି ସାକ୍ଷାତ ଅବସରରେ ସ୍ନେହପୂର୍ଣ୍ଣ ମାର୍ଗଦର୍ଶନ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ମୟୂରଭଞ୍ଜ ଏବଂ ଓଡ଼ିଶାବାସୀଙ୍କ କଲ୍ୟାଣ, ବିଶେଷ କରି ମହିଳା, ଜନଜାତି ଓ ପଛୁଆ ବର୍ଗଙ୍କ କଲ୍ୟାଣ ପାଇଁ ଏକାଠି କାମ କରିବା ନେଇ ଶ୍ରୀ ପ୍ରଧାନ ତାଙ୍କ ସଂକଳ୍ପକୁ ଦୋହରାଇଛନ୍ତି ।

ସାକ୍ଷାତ ଅବସରରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 

Categories
ଜାତୀୟ ଖବର ବିଶେଷ ଖବର

ଦେଶର ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ଦାୟିତ୍ୱରେ ଥିବା ଆଇବିର ମଲ୍ଟି ଏଜେନ୍ସି ସେଣ୍ଟର (ଏମ୍ଏସି) କାର୍ଯ୍ୟର ସମୀକ୍ଷା କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ବିଭିନ୍ନ ସୁରକ୍ଷା ମୁଖ୍ୟ ଏବଂ ଆଇନ ପ୍ରବର୍ତ୍ତନ ଏଜେନ୍ସିମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଦେଶର ବିଭିନ୍ନ ସୁରକ୍ଷା ଏଜେନ୍ସି ମୁଖ୍ୟ ଏବଂ ଅନ୍ୟ ଗୁଇନ୍ଦା ଏବଂ ପ୍ରବର୍ତ୍ତନ ଏଜେନ୍ସିମାନଙ୍କୁ ଜାତୀୟ ନିରାପତ୍ତା ପ୍ରତି ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦେଶର ବିକଶିତ ସୁରକ୍ଷା ବିପଦ ପରିସ୍ଥିତିର ମୁକାବିଲା ପାଇଁ ଆତଙ୍କବାଦୀ ନେଟୱର୍କକୁ ଧ୍ୱଂସ କରିବା ଏବଂ ସେମାନଙ୍କ ସମର୍ଥକ ଇକୋ-ସିଷ୍ଟମକୁ ଧ୍ୱଂସ କରିବା ପାଇଁ ସମସ୍ତ ଏଜେନ୍ସି ମଧ୍ୟରେ ଅଧିକ ସମନ୍ୱୟ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଦେଶର ସାମଗ୍ରିକ ଆଭ୍ୟନ୍ତରୀଣ ନିରାପତ୍ତା ସ୍ଥିତି ଓ ଆତଙ୍କବାଦ ବିରୋଧରେ ଲଢ଼େଇର ସମୀକ୍ଷା କରିବା ସମୟରେ; ମଲ୍ଟି ଏଜେନ୍ସି ସେଣ୍ଟରରେ ଯୋଗଦାନ ବଢ଼ାଇବା ଏବଂ ଏହାକୁ ଏକ ସମନ୍ୱିତ ପ୍ଲାଟଫର୍ମରେ ପରିଣତ କରିବା ପାଇଁ ଗୃହମନ୍ତ୍ରୀ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଆହ୍ୱାନ ଦେଇଥିଲେ ଯାହା ନିର୍ଣ୍ଣାୟକ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସି, ନିଶା ନିରୋଧୀ ଏଜେନ୍ସି, ସାଇବର ସୁରକ୍ଷା ଏବଂ ଗୁଇନ୍ଦା ଏଜେନ୍ସିମାନଙ୍କୁ ଏକାଠି କରିଥାଏ।

ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଏମଏସି ଏହାର ଅଂଶୀଦାରଙ୍କ ବିଶ୍ୱାସ ହାସଲ କରିଛି ଏବଂ ଏହା ଶେଷ ମାଇଲ ପ୍ରତିକ୍ରିୟା ସମେତ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ କ୍ରିୟାଶୀଳ ଗୁଇନ୍ଦା ସୂଚନାର ସକ୍ରିୟ ଏବଂ ରିୟଲ ଟାଇମ୍ ଅଂଶୀଦାର ପାଇଁ ଏକ ପ୍ଲାଟଫର୍ମ ଭାବରେ 24×7 କାର୍ଯ୍ୟ ଜାରି ରଖିବା ଉଚିତ୍।

ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ବିଗ୍ ଡାଟା ଏବଂ ଏଆଇ/ଏମଏଲ୍ ପରିଚାଳିତ ବିଶ୍ଳେଷଣ ଓ ଉନ୍ନତ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଆତଙ୍କବାଦ ଇକୋସିଷ୍ଟମକୁ ଧ୍ବଂସ କରିବା ପାଇଁ ଜାତୀୟ ନିରାପତ୍ତା ସହ ଜଡ଼ିତ ସମସ୍ତ ଏଜେନ୍ସିରୁ ଯୁବ, ବୈଷୟିକ ଦକ୍ଷ ଏବଂ ଉତ୍ସାହୀ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ। ନୂତନ ଓ ପରିବର୍ତ୍ତନଶୀଳ ସୁରକ୍ଷା ଆହ୍ୱାନର ସମ୍ମୁଖୀନ ହେବା ପାଇଁ, ପ୍ରତିକ୍ରିୟା ମୂଳକ କାର୍ଯ୍ୟାନୁଷ୍ଠାନରେ ଆମକୁ ସର୍ବଦା ଏକ ପାଦ ଆଗରେ ରହିବାକୁ ହେବ ବୋଲି ସେ ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଏମଏସି ଫ୍ରେମୱାର୍କର ବିସ୍ତାର ଏବଂ ଫଳପ୍ରଦତା ବୃଦ୍ଧି କରିବା ପାଇଁ ଏକ ବଡ ବୈଷୟିକ ଓ ପରିଚାଳନାଗତ ସଂଶୋଧନ କରିବାକୁ ପ୍ରସ୍ତୁତ ବୋଲି ଗୃହମନ୍ତ୍ରୀ ସୂଚନା ଦେଇଥିଲେ। ତୁରନ୍ତ ପ୍ରତିକ୍ରିୟା ଏବଂ ସହଭାଗୀ ସୂଚନାର ଆକ୍ରମଣାତ୍ମକ ଅନୁସରଣ ମାଧ୍ୟମରେ ଏହି ପ୍ରୟାସକୁ ଆହୁରି ତ୍ୱରାନ୍ୱିତ କରିବାକୁ ସେ ସମସ୍ତ ଅଂଶୀଦାରମାନଙ୍କୁ ଆହ୍ୱାନ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ସପ୍ତମ ଏନସିଓଆରଡି ଶୀର୍ଷସ୍ତରୀୟ ବୈଠକ ଏବଂ ଜାତୀୟ ନାର୍କୋଟିକ୍ସ ହେଲ୍ପଲାଇନ୍ ‘ମାନସ’ର ଶୁଭାରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନାର୍କୋସମନ୍ୱୟ କେନ୍ଦ୍ର (ଏନସିଓଆରଡି)ର ସପ୍ତମ ସର୍ବୋଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ଅବସରରେ ଗୃହମନ୍ତ୍ରୀ ଶ୍ରୀନଗରଠାରେ ଜାତୀୟ ନାର୍କୋଟିକ୍ସ ହେଲ୍ପଲାଇନ୍ ମାନସ’ (ମାଦକ ପଦାର୍ଥ ନିଷେଧ ଅସୂଚନା କେନ୍ଦ୍ର)ର ଶୁଭାରମ୍ଭ କରିବା ସହ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଜୋନାଲ୍ କାର୍ଯ୍ୟାଳୟକୁ ଭର୍ଚୁଆଲ୍ ଭାବେ ଉଦଘାଟନ କରିଥିଲେ। ଅମିତ ଶାହ ଏନସିବି ବାର୍ଷିକ ରିପୋର୍ଟ ୨୦୨୩ଏବଂ ନଶା ମୁକ୍ତ ଭାରତଉପରେ ସଂକଳନ ମଧ୍ୟ ଜାରି କରିଛନ୍ତି।

ବୈଠକରେ ନିଜ ଅଭିଭାଷଣରେ ଅମିତ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଡ୍ରଗ୍ସ ବିରୋଧରେ ଲଢ଼େଇ ଅତ୍ୟନ୍ତ ଦୃଢ଼ ଭାବରେ ଚାଲୁ ରହିଛି ଏବଂ ଆମେ ଏହାକୁ ଏକ ଅଭିଯାନ ଭାବରେ ଆଗେଇ ନେବାରେ ସଫଳ ହୋଇଛୁ। ସେ କହିଛନ୍ତି ଯେ ପ୍ରକୃତ ଲଢ଼େଇ ବର୍ତ୍ତମାନ ଆରମ୍ଭ ହୋଇଛି କାରଣ ବର୍ତ୍ତମାନ ଆମେ ଏହି ଲଢେଇରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଅଛୁ। ଶ୍ରୀ ଶାହ କହିଛନ୍ତି ଯେ ୩୫ ବର୍ଷରୁ କମ୍ ବୟସର ଦେଶର ପ୍ରତ୍ୟେକ ନାଗରିକ ଏହି ଯୁଦ୍ଧ ଲଢ଼ିବା ପାଇଁ ଶପଥ ନେବେ ଏବଂ ୩୫ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ନାଗରିକ ସେମାନଙ୍କୁ ମାର୍ଗଦର୍ଶନ କରିବାକୁ ଶପଥ ନ ନେଲେ ଆମେ ଏହି ଯୁଦ୍ଧ ଜିତିପାରିବୁ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ମାନେ ମଧ୍ୟ ଏହି ଲଢ଼େଇରେ ଜିତି ପାରିବେ ନାହିଁ, ବରଂ ଏହି ଲଢେଇକୁ ଦେଶର ୧୩୦ କୋଟି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଭିମୁଖ୍ୟ ରହିବା ଉଚିତ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ୨୦୪୭ ସୁଦ୍ଧା ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରଥମ କରିବାକୁ ଲକ୍ଷ୍ୟ ରଖିଛନ୍ତି, ଯାହା କେବଳ ଯୁବପିଢ଼ିଙ୍କୁ ଡ୍ରଗ୍ସ କବଳରୁ ଦୂରେଇ ରଖିବା ଦ୍ୱାରା ସମ୍ଭବ। ସେ କହିଛନ୍ତି ଯେ ଡ୍ରଗ୍ସ ବିରୋଧରେ ଏହି ଲଢ଼େଇ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ଗମ୍ଭୀରତାର ସହ ଏବଂ ପ୍ରାଥମିକତାର ସହ ଲଢ଼ିବାର ଆବଶ୍ୟକତା ରହିଛି । ଯଦି ଆମେ ଏହି ଲଢ଼େଇକୁ ପ୍ରାଥମିକତା ନ ଦେବୁ ତେବେ ଆମେ ଏହାକୁ ଜିତିପାରିବୁ ନାହିଁ ବୋଲି ସେ କହିଛନ୍ତି। ଶ୍ରୀ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଶାମୁକ୍ତ ଭାରତର ସ୍ୱପ୍ନ ଏକ ବିରାଟ ଆହ୍ୱାନ ଏବଂ ସଂକଳ୍ପ । ସେ କହିଛନ୍ତି ଯେ ଆମେ ବର୍ତ୍ତମାନ ସଚେତନ ହୋଇଛୁ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଯଦି ଆମେ ସାହସିକତାର ସହ ଲଢ଼ିବା ତେବେ ଆମେ ଏହି ଲଢ଼େଇ ଜିତିପାରିବା ।

ଅମିତ ଶାହ କହିଥିଲେ ଯେ ଗତ ୫ ବର୍ଷ ମଧ୍ୟରେ ମୋଦୀ ସରକାର ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟଆଧାରରେ ଏବଂ ତିନୋଟି ସ୍ତମ୍ଭ ଢାଞ୍ଚାଗତ, ସଂସ୍ଥାଗତ ଏବଂ ସୂଚନାଗତ ସଂସ୍କାର ଆଧାରରେ ଏହି ଲଢ଼େଇ ଲଢ଼ିବାକୁ ଚେଷ୍ଟା କରିଛନ୍ତି। ୨୦୦୪ ରୁ ୨୦୨୩ ମଧ୍ୟରେ ୫୯୩୩ କୋଟି ଟଙ୍କାର ଏକ ଲକ୍ଷ ୫୨ ହଜାର କେଜି ଡ୍ରଗ୍ସ ଜବତ ହୋଇଥିବା ବେଳେ ୨୦୧୪ ରୁ ୨୦୨୪ ପର୍ଯ୍ୟନ୍ତ ୧୦ ବର୍ଷ ମଧ୍ୟରେ ଏହି ପରିମାଣ ୫ ଲକ୍ଷ ୪୩ ହଜାର କେଜିକୁ ବୃଦ୍ଧି ପାଇଛି, ଯାହାର ମୂଲ୍ୟ ୨୨ ହଜାର କୋଟି ଟଙ୍କାରୁ ଅଧିକ। ଶ୍ରୀ ଶାହ କହିଛନ୍ତି ଯେ ମୋଦୀ ସରକାରଙ୍କ ପ୍ରୟାସ ଯୋଗୁଁ ଅନେକ ଡ୍ରଗ୍ସ ନେଟୱାର୍କକୁ ସଫଳତାର ସହ ଭାଙ୍ଗି ଦିଆଯାଇଛି ।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ଡ୍ରଗ୍ସର ସବୁଠାରୁ ବଡ଼ କ୍ଷତି ହେଉଛି ଏହା ଆମର ଭବିଷ୍ୟତ ପିଢ଼ିକୁ ନଷ୍ଟ କରିଦିଏ ଏବଂ ନିଶାଗ୍ରସ୍ତମାନେ ସେମାନଙ୍କର ପୂରା ପରିବାରକୁ ଚରମ ନିରାଶା ଏବଂ ହୀନ ମାନସିକତାର ଶିକାର କରନ୍ତି । ଏବେ ଏକ ନୂଆ ବିପଦ ସୃଷ୍ଟି ହୋଇଛି କାରଣ ଏହି ସମଗ୍ର ବ୍ୟବସାୟ ନାର୍କୋ ଆତଙ୍କବାଦ ସହ ଜଡିତ ହେଉଛି ଏବଂ ଡ୍ରଗ୍ସରୁ ଆସୁଥିବା ଅର୍ଥ ଦେଶର ସୁରକ୍ଷା ପାଇଁ ସବୁଠାରୁ ଗମ୍ଭୀର ବିପଦ ଭାବେ ଉଭା ହେଉଛି । ଶ୍ରୀ ଶାହ କହିଛନ୍ତି ଯେ ନିଶା କାରବାର ଯୋଗୁଁ ଆମ ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ଉଦ୍ଦିଷ୍ଟ ଅର୍ଥନୈତିକ କାରବାରର ଅନ୍ୟାନ୍ୟ ମାଧ୍ୟମ ମଧ୍ୟ ସୁଦୃଢ଼ ହୋଇଛି। ଏଭଳି ଅନେକ ସଂଗଠନ ଗଠନ କରାଯାଇଛି, ଯେଉଁମାନେ କେବଳ ନିଶା କାରବାର ନୁହେଁ ବରଂ ବେଆଇନ ହାଓ୍ଵାଲା କାରବାର ଓ ଟିକସ ଚୋରିରେ ମଧ୍ୟ ସଂପୃକ୍ତ ହେଉଛନ୍ତି। ସେ କହିଛନ୍ତି ଯେ ନିଶା ଦ୍ରବ୍ୟ ଚୋରା ଚାଲାଣ ଏବେ ଏକ ବହୁସ୍ତରୀୟ ଅପରାଧରେ ପରିଣତ ହୋଇଛି, ଯାହାକୁ ଆମକୁ ଦୃଢ଼ ଏବଂ କଠୋର ଭାବରେ ମୁକାବିଲା କରିବାର ଆବଶ୍ୟକତା ରହିଛି ।

ଅମିତ ଶାହ କହିଛନ୍ତି ଯେ ସମସ୍ତ ଏଜେନ୍ସି, ବିଶେଷ କରି ରାଜ୍ୟ ପୋଲିସ କେବଳ ନିଶା ଦ୍ରବ୍ୟ ବ୍ୟବହାର କରୁଥିବା ଲୋକଙ୍କୁ ଧରିବା ପାଇଁ ଲକ୍ଷ୍ୟ ରଖିବା ଉଚିତ ନୁହେଁ ବରଂ ଏହାର କାରବାରରେ ସମ୍ପୃକ୍ତ ଲୋକଙ୍କୁ ଧରିବା ଏବଂ ସମଗ୍ର ନେଟୱାର୍କକୁ ଧ୍ୱଂସ କରିବାକୁ ଲକ୍ଷ୍ୟ ରଖିବା ଉଚିତ୍। ଏଥିପାଇଁ ‘ଉପରୁ ତଳ’ ଏବଂ ‘ତଳୁ ଉପରପର୍ଯ୍ୟନ୍ତ ଯାଞ୍ଚ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଯଦି ଦେଶର ସୀମାରେ ଡ୍ରଗ୍ସ ମହଜୁଦ୍ ରହିଛି, ତେବେ ଏହାର ତଦନ୍ତ କରି ଏହା ପଛରେ ଥିବା ପୂରା ନେଟୱାର୍କକୁ ଧ୍ୱଂସ କରିବାର ଆବଶ୍ୟକତା ରହିଛି। ଗୃହମନ୍ତ୍ରୀ କହିଛନ୍ତି ଯେ ଗୁଜରାଟ ଟପ୍ ଟୁ ବଟମ୍ଏବଂ ବଟମ୍ ଟୁ ଟପ୍ଆଭିମୁଖ୍ୟ ସହିତ ଅନେକ ବଡ଼ ଡ୍ରଗ୍ସ ମାମଲାର ତଦନ୍ତ କରିବାରେ ବହୁତ ଭଲ କାମ କରିଛି। ସେ କହିଛନ୍ତି ଯେ ଭାରତରେ ମଧ୍ୟ ସିନ୍ଥେଟିକ୍ ଡ୍ରଗ୍ସ ସମସ୍ୟା ଏବେ ସାମ୍ନାକୁ ଆସୁଛି ଏବଂ ନିକଟରେ ଅନେକ ବେଆଇନ ପରୀକ୍ଷାଗାର ଧରାପଡ଼ିଛି। ସେ କହିଛନ୍ତି ଯେ ସମସ୍ତ ରାଜ୍ୟ ତଦନ୍ତ ଏବଂ ଅନ୍ୟାନ୍ୟ ଏଜେନ୍ସି ଏନସିବିଠାରୁ ଏ ସମ୍ପର୍କରେ ବିସ୍ତୃତ ସୂଚନା ନେବା ଉଚିତ ଏବଂ ନିଜ ନିଜ ରାଜ୍ୟରେ ଏଭଳି କାର୍ଯ୍ୟକଳାପ କୁ ରୋକିବା ପାଇଁ କାର୍ଯ୍ୟ କରିବା ଉଚିତ୍। ଶ୍ରୀ ଶାହା କହିଛନ୍ତି ଯେ ଆମର ଲକ୍ଷ୍ୟ ହେବା ଉଚିତ ଯେ ଆମେ କୌଣସି ସ୍ଥାନରୁ ଗୋଟିଏ ଗ୍ରାମ୍ ଡ୍ରଗ୍ସ ମଧ୍ୟ ଭାରତକୁ ପ୍ରବେଶ କରିବାକୁ ଦେବୁ ନାହିଁ କିମ୍ବା ଭାରତର ସୀମାକୁ ନିଶା କାରବାର ପାଇଁ କୌଣସି ଉପାୟରେ ବ୍ୟବହାର କରିବାକୁ ଅନୁମତି ଦେବୁ ନାହିଁ। ସେ କହିଛନ୍ତି ଯେ ଡ୍ରଗ୍ସ ଯେକୌଣସି ସ୍ଥାନରୁ ଆସିଲେ କିମ୍ବା ଯେଉଁ ସ୍ଥାନକୁ ବି ପ୍ରେରଣ କରାଗଲେ ତାକୁ ଗମ୍ଭୀରତାର ସହ ନିଆଯିବା ଉଚିତ ଏବଂ ସମଗ୍ର ବିଶ୍ୱ ଏକାଠି ଲଢ଼ିଲେ ହିଁ ଆମେ ଏହି ଯୁଦ୍ଧ ଜିତିପାରିବୁ।

ଅମିତ ଶାହ କହିଛନ୍ତି ଯେ ସେ ୨୦୧୪ ରୁ ଏନସିଓଆରଡିର କାର୍ଯ୍ୟକାରିତା ଉପରେ ବହୁତ ଗୁରୁତ୍ୱ ଦେଇଛନ୍ତି ଏବଂ ଏହା ଉତ୍ସାହଜନକ ଫଳାଫଳ ପ୍ରଦାନ କରିବାରେ ସାହାଯ୍ୟ କରିଛି । ଜିଲ୍ଲାସ୍ତରୀୟ ଏନସିଓଆରଡି କାର୍ଯ୍ୟ ନକଲେ ଏହି ଲଢ଼େଇ ସଫଳତାର ସହ ଲଢ଼ାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି। ଜିଲ୍ଲାସ୍ତରୀୟ ଏନସିଓଆରଡି  କେବଳ ଆଲୋଚନାର ମଞ୍ଚ ନୁହେଁ ବରଂ ନିଷ୍ପତ୍ତି ଓ ସମୀକ୍ଷା ମଧ୍ୟ ହେବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ନିଜର ଲକ୍ଷ୍ୟ ଧାର୍ଯ୍ୟ କରି ତାହାର ସମୀକ୍ଷା କରିବା ଦରକାର ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଏନସିଓଆରଡି ବୈଠକ ଆଉଟକମ୍ ଭିତ୍ତିକ ଏବଂ ଫଳାଫଳ ଭିତ୍ତିକ ହେବା ଉଚିତ୍ । ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରିବା, ଏହାର ସମୀକ୍ଷା କରିବା ଏବଂ ସ୍ଥାନୀୟ ପରିସ୍ଥିତି ଅନୁଯାୟୀ ରଣନୀତି ପ୍ରସ୍ତୁତ କରିବା ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବା ଉଚିତ ବୋଲି ଶ୍ରୀ ଶାହ କହିଛନ୍ତି। ପିଆଇଟିଏନଡିପିଏସର ବ୍ୟବହାର ବଢ଼ାଇବାକୁ ସେ ସମସ୍ତ ଏଜେନ୍ସିକୁ କହିଛନ୍ତି। ଗୃହମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ଆମ ଏଜେନ୍ସି ଗୁଡ଼ିକର ଉଦ୍ଦେଶ୍ୟ ଥିଲା ଜାଣିବାର ଆବଶ୍ୟକତା’, କିନ୍ତୁ ବର୍ତ୍ତମାନ ଆମକୁ ଡ୍ୟୁଟି ଟୁ ସେୟାର(ଜଣାଇବାର କର୍ତ୍ତବ୍ୟ) ଆଡ଼କୁ ଯିବାକୁ ହେବ ଏବଂ ଏହି ବଡ଼ ପରିବର୍ତ୍ତନକୁ ସମସ୍ତ ଏଜେନ୍ସି ଗ୍ରହଣ କରିବାକୁ ପଡ଼ିବ। ଶ୍ରୀ ଶାହ କହିଛନ୍ତି ଯେ ଔଷଧ ଯୋଗାଣ ଦିଗରେ କଠୋର ଆଭିମୁଖ୍ୟ, ଚାହିଦା ହ୍ରାସ ଦିଗରେ ରଣନୈତିକ ଆଭିମୁଖ୍ୟ ଏବଂ କ୍ଷତି ହ୍ରାସ ଦିଗରେ ମାନବୀୟ ଆଭିମୁଖ୍ୟ ରହିବା ଦରକାର। ସେ କହିଛନ୍ତି ଯେ ଏହି ତିନୋଟି ଅଲଗା ଅଲଗା କିନ୍ତୁ ଏହା ନକଲେ ସଫଳତା ହାସଲ କରାଯାଇ ପାରିବ ନାହିଁ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଆଜି ମାନସ ପୋର୍ଟାଲ ର ଶୁଭାରମ୍ଭ କରାଯାଇଛି ଏବଂ ଏହା ସହିତ ଆହୁରି ଅନେକ ପଦକ୍ଷେପ ମଧ୍ୟ ନିଆଯାଇଛି ଯାହାକୁ ରାଜ୍ୟ ଏବଂ ଜିଲ୍ଲାର ପ୍ରତ୍ୟେକ ୟୁନିଟରେ ପହଞ୍ଚିବାକୁ ପଡିବ। ସେ କହିଛନ୍ତି ଯେ ରାଜ୍ୟଗୁଡ଼ିକ ସେମାନଙ୍କ ବଜେଟର ଏକ ଅଂଶ ନିଶାଦ୍ରବ୍ୟର ନିୟନ୍ତ୍ରଣ କରିବା ଉପରେ ଖର୍ଚ୍ଚ କରିବା ଉଚିତ୍। ଖୁବଶୀଘ୍ର ସରକାର ସୁଲଭ ମୂଲ୍ୟରେ ନିଶାଦ୍ରବ୍ୟର ପ୍ରାଥମିକ ପରୀକ୍ଷା ପାଇଁ କିଟ୍ ଯୋଗାଇ ଦେବାକୁ ଯାଉଛନ୍ତି, ଯାହା ଦ୍ୱାରା ମାମଲା ରୁଜୁ କରିବା ଆହୁରି ସହଜ ହେବ। ଶ୍ରୀ ଶାହ କହିଛନ୍ତି ଯେ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରଣାଳୟ ନିଶା ମୁକ୍ତ ଭାରତ ଅଭିଯାନକୁ ଭଲ ଭାବରେ ଗ୍ରହଣ କରିଛି ଏବଂ ସମସ୍ତ ଧାର୍ମିକ, ଯୁବ ଏବଂ ରୋଟାରୀ ସଂଗଠନ ଏଥିରେ ସାମିଲ ହେବା ଉଚିତ। ଅମିତ ଶାହ କହିଥିଲେ ଯେ ଡ୍ରଗ୍ସ ବିରୋଧରେ ଏହି ଲଢେଇରେ ଆମକୁ ବହୁତ ଆଗକୁ ଯିବାକୁ ଅଛି ଏବଂ ବର୍ତ୍ତମାନ ଆମକୁ ଏହାର ଗତି ଏବଂ ପରିସର ବୃଦ୍ଧି କରିବାକୁ ପଡିବ । ସେ କହିଛନ୍ତି ଯେ ବେଗ ବଢ଼ାଇବା ଏବଂ ବ୍ୟାପକତା ବୃଦ୍ଧି କରିବା ପାଇଁ ଆମକୁ ଅନେକ ସହକର୍ମୀଙ୍କୁ ସାଙ୍ଗରେ ନେବାକୁ ପଡ଼ିବ।

ଜମ୍ମୁକଶ୍ମୀରର ଶ୍ରୀନଗରସ୍ଥିତ ଜୋନାଲ କାର୍ଯ୍ୟାଳୟ ଭାରତର ଉତ୍ତରପଶ୍ଚିମ ସୀମା ଦେଇ ନିଶା କାରବାର ରୋକିବା ଦିଗରେ ଧ୍ୟାନ ଦେବ। ଏନସିବିର ଏବେ ୩୦ଟି ଜୋନାଲ ଅଫିସ ଓ ୭ ଟି ଆଞ୍ଚଳିକ କାର୍ଯ୍ୟାଳୟ ରହିଛି। ଏନସିବିର ବାର୍ଷିକ ରିପୋର୍ଟ୨୦୨୩ରେ ଡ୍ରଗ୍ସ ଚୋରା ଚାଲାଣ ଏବଂ ଡ୍ରଗ୍ସ ଅପବ୍ୟବହାର ବିରୋଧରେ ଚାଲିଥିବା ଯୁଦ୍ଧରେ ଏନସିବି/ ଅନ୍ୟ ସମସ୍ତ ଏଜେନ୍ସିର ପ୍ରୟାସ ଏବଂ ସଫଳତା ଉପରେ ଆଲୋକପାତ କରାଯାଇଛି। ଏଥିରେ ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ସମସ୍ତ ଏଜେନ୍ସି ଦ୍ୱାରା ଜବତ ହୋଇଥିବା ସାମଗ୍ରୀ, ନିଶା ଦ୍ରବ୍ୟ ଚୋରା ଚାଲାଣ ଉପରେ ସଦ୍ୟତମ ଧାରା, ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟେନ୍ସ ଆକ୍ଟ (ପିଆଇଟିଏନଡିପିଏସ୍)ରେ  ଅଧୀନରେ କାର୍ଯ୍ୟାନୁଷ୍ଠାନ, ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲ୍ଏ) ଅଧୀନରେ କାର୍ଯ୍ୟାନୁଷ୍ଠାନ ସମେତ ଆର୍ଥିକ ତଦନ୍ତ ଇତ୍ୟାଦି ବିଷୟରେ ତଥ୍ୟ ରହିଛି। ମାନସ (ମାଦକ ପଦର୍ଥ ନିଷେଧ ଅସୂଚନା କେନ୍ଦ୍ର) ରେ ଟୋଲ୍ ଫ୍ରି ନମ୍ବର ୧୯୩୩, ଏକ ୱେବ୍ ପୋର୍ଟାଲ, ମୋବାଇଲ୍ ଆପ୍ ଏବଂ ଉମଙ୍ଗ ଆପ୍ ରହିବ, ଯାହା ଦ୍ୱାରା ନାଗରିକମାନେ ନିଶା କାରବାର /ଚୋରା ଚାଲାଣ ସମ୍ପର୍କରେ ସୂଚନା ପ୍ରଦାନ କରିବା ପାଇଁ ଏବଂ ନିଶା କାରବାର/ ଚୋରା ଚାଲାଣ ସମ୍ପର୍କରେ ସୂଚନା ଦେବା ପାଇଁ କିମ୍ବା ନିଶା ସେବନ, ନିଶାମୁକ୍ତି ଏବଂ ଥଇଥାନ ଭଳି ସମସ୍ୟା ସମ୍ପର୍କରେ ପରାମର୍ଶ ଦେବା ପାଇଁ ଏନସିବି ସହ ୨୪ ଘଣ୍ଟିଆ ଯୋଗାଯୋଗ କରିପାରିବେ।

ବେଆଇନ ଚାଷ ଏକ ବଡ଼ ବିପଦ ଏବଂ ବେଆଇନ ଚାଷକୁ ରୋକିବା ଏବଂ ସମ୍ପୃକ୍ତ ଏଜେନ୍ସିଦ୍ୱାରା ଏଭଳି ବେଆଇନ ଚାଷକୁ ନଷ୍ଟ କରିବା ପାଇଁ ଏନସିବି ବିସାଗଏନ ସହିତ ମିଶି ଏକ ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ ମ୍ୟାପଡ୍ରଗ୍‌ସବିକଶିତ କରିଛି।

ଏହି ବୈଠକରେ ନିଶା ମୁକ୍ତ ଭାରତ ଦିଗରେ କାର୍ଯ୍ୟ କରୁଥିବା ସମସ୍ତ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାର ଏବଂ ସମସ୍ତ ଏଜେନ୍ସିର ମୁଖ୍ୟମାନେ ଯୋଗ ଦେଇଥିଲେ। ବୈଠକରେ କେନ୍ଦ୍ର ଗୃହ ସଚିବ, ରାଜସ୍ୱ ସଚିବ, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ସଚିବ, ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ ଏବଂ ଏନସିବିର ମହାନିର୍ଦ୍ଦେଶକଙ୍କ ସମେତ କେନ୍ଦ୍ର ସରକାରଙ୍କ ବରିଷ୍ଠ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ, ଡିଜିଏସପି ଏବଂ ନିଶା ନିବାରଣ ଟାସ୍କ ଫୋର୍ସ ମୁଖ୍ୟମାନେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। ବୈଠକରେ ଏନସିବି, ଡିଆରଆଇ, ଇଡି, ବିଏସଏଫ, ଏସଏସବି, ସିଆରପିଏଫ, ସିଆଇଏସଏଫ, ଆରପିଏଫ, ଭାରତୀୟ ନୌସେନା, ଭାରତୀୟ ତଟରକ୍ଷୀ ବାହିନୀ, ରାଷ୍ଟ୍ରମନ୍ତ୍ରୀ ଓ ଇ ଇତ୍ୟାଦିର ବରିଷ୍ଠ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ସମ୍ବିଧାନକୁ ଦମନ କରାଯାଇଥିବା ସମୟକୁ ସ୍ମରଣ କରିବ ସମ୍ବିଧାନ ହତ୍ୟା ଦିବସ: ପିଏମ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଜୁନ୍ ୨୫ ତାରିଖକୁ ସମ୍ବିଧାନ ହତ୍ୟା ଦିବସ ଭାବେ ଘୋଷଣା କରିବା ଭାରତୀୟ ସମ୍ବିଧାନକୁ ଦମନ କରାଯାଇଥିବା ସମୟକୁ ସ୍ମରଣ କରାଇବ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଏକ୍ସ ଉପରେ ଏକ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି;

ଜୁନ୍ ୨୫କୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରିବା ଆମକୁ ସେହି ସମୟକୁ ମନେ ପକାଇଦେବ ଯେ ଯେତେବେଳେ ଭାରତୀୟ ସମ୍ବିଧାନକୁ ଦମନ କରି ଦିଆଯାଇଥିଲା ସେତେବେଳେ କଣ ଘଟିଥିଲା ? ଜରୁରୀକାଳୀନ ପରିସ୍ଥିତି, ଯାହାକୁ କଂଗ୍ରେସ ଭାରତୀୟ ଇତିହାସରେ ଏକ କଳା ପର୍ଯ୍ୟାୟ ଆରମ୍ଭ କରିଥିଲା , ତାହାର ଅତ୍ୟଧିକତା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏହା ଏକ ଦିବସ।