Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଅମ୍ଳଜାନ ଯୋଗାଣ ତଦାରଖ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ଵାରା ଗଠିତ ହେଲା ଜାତୀୟ ଟାସ୍କ ଫୋର୍ସ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଲଗାତର ୪ ଲକ୍ଷ ଉପରେ ରହିଛି। ଅନେକ ରାଜ୍ୟରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟା ଏବଂ ଅମ୍ଳଜାନର ଅଭାବ ଦେଖାଦେଇଛି। ଏହାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଥିଲେ। ତେଣୁ ଦେଶରେ ଅମ୍ଳଜାନ ବଣ୍ଟନ ତଦାରଖ କରିବା ଲାଗି ସୁପ୍ରିମକୋର୍ଟ ଆଜି ଜାତୀୟ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଏଥିରେ ୧୨ ଜଣ ସଦସ୍ୟ ରହିବେ। ବୈଜ୍ଞାନିକ, ଯୁକ୍ତିସଙ୍ଗତ ଏବଂ ନ୍ୟାୟସଙ୍ଗତ ଆଧାରରେ ଜାତୀୟ ଟାସ୍କ ଫୋର୍ସ ରାଜ୍ୟଗୁଡିକୁ ଅମ୍ଳଜାନ ଯୋଗାଣ ପାଇଁ କାର୍ଯ୍ୟପ୍ରଣାଳୀ ପ୍ରସ୍ତୁତ କରିବେ।