Categories
ଆଜିର ଖବର ଜାତୀୟ ଖବର

ଅଯୋଧ୍ୟା ରାମ ଜନ୍ମଭୂମି ପୁରୋହିତ, ସୁରକ୍ଷା କର୍ମୀ କରୋନା ପଜିଟିଭ, ପଢନ୍ତୁ ସଂପୂର୍ଣ୍ଣ ଖବର

ଅଯୋଧ୍ୟା, ଆସନ୍ତା ଅଗଷ୍ଟ 5 ତାରିଖ ବୁଧବାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅନୁଷ୍ଠିତ ହେବ ଭୂମିପୂଜା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରାୟ 200 ଅତିଥି ଏହି ସମାରୋହରେ ଯୋଗଦେବେ। ହେଲେ ଏହାପୂର୍ବରୁ ରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୁରୋହିତଙ୍କ ସହକାରୀ ମହନ୍ତ ପ୍ରଦୀପ ଦାସ ଏବଂ ଅଯୋଧ୍ୟା ଭୂମି ପୂଜା ପାଇଁ ସୁରକ୍ଷା ଦାୟିତ୍ବରେ ଥିବା 16 ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ ହୋଇଥିବା ଜଣାଯାଇଛି।

ଗତ ଶନିବାର ଦିନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗଷ୍ଟ 5 କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ସକାଶେ ରାମ ଜନ୍ମଭୂମି ପରିସର ପରିଦର୍ଶନ କରିଥିଲେ। ଏ ସମୟରେ କିଛି ରୀତିନୀତି ବି ହୋଇଥିଲା। ସେଠାରୁ ମିଳିଥିବା କିଛି ଫଟୋ ଓ ଭିଡିଓରୁ କରୋନା ପଜିଟିଭ ଚିହ୍ନଟ ପ୍ରଦୀପ ଦାସ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ଭୂମିପୂଜା କରିବାକୁ ଥିବା ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ମଧ୍ୟ ତାଙ୍କ ପାଖରେ ଛିଡ଼ା ହୋଇଥିଲେ।

ଇତିମଧ୍ୟରେ ପରିଚାଳନା ଟ୍ରଷ୍ଟ କହିଛି, କୋଭିଡ-19 ପାଇଁ ଥିବା ସମସ୍ତ ନିୟମ ପାଳନ କରି କାର୍ଯ୍ୟକ୍ରମ ସମ୍ପନ୍ନ କରାଯିବ। ଅଯୋଧ୍ୟାରେ ଏବେ କରୋନା ସକ୍ରିୟ ସଂଖ୍ୟା 375 ରହିଛି। ଉତ୍ତର ପ୍ରଦେଶରେ ମୋଟ କରୋନା ମାମଲା ସଂଖ୍ୟା 29 ହଜାର 997 ରହିଛି। (ଏଜେନସି)

Categories
ଆଜିର ଖବର ଜାତୀୟ ଖବର

ଅଯୋଧ୍ୟାରେ ଖୁବଶୀଘ୍ର ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ, ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଅଯୋଧ୍ୟାରେ ଖୁବଶୀଘ୍ର ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ନିର୍ମାଣର ଶୁଭାରମ୍ଭ ଅବସରରେ ଯୋଗ ଦେବେ। ଏ ସମ୍ପର୍କରେ ଆଲୋଚନା ପାଇଁ ଶ୍ରୀ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟମାନଙ୍କର ଏକ ବୈଠକ ଶନିବାର ଦିନ ବସିବ। ମନ୍ଦିର ନିର୍ମାଣ ଶୁଭାରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇ ସାରିଛି। ଆସନ୍ତାକାଲି ବୈଠକରେ ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରାଯିବ।

ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କାଲି ହେବାକୁ ଥିବା ବୈଠକରେ ଯୋଗଦେବେ। ପ୍ରଧାନମନ୍ତ୍ରୀ କେଉଁ ତାରିଖରେ ଯୋଗ ଦେଇ ପାରିବେ ତାହା ଶ୍ରୀ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି କମିଟିକୁ ଜଣାଇବେ। ମୋଦିଙ୍କ ସହ ଆର.ଏସ.ଏସ ମୁଖ୍ୟ ମୋହନ ଭାଗବତ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ କିଛି ମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ସମାରୋହରେ ଉପସ୍ଥିତ ରହିବେ। କୋଭିଡ କଟକଣା ଦୃଷ୍ଟିରୁ ସୀମିତ ଅତିଥିଙ୍କୁ ନେଇ ସମାରୋହ ଆୟୋଜନ କରାଯିବ।

ମନ୍ଦିର ନିର୍ମାଣ ଆରମ୍ଭ କରିବା ପାଇଁ ଗର୍ଭ ଗୃହରେ ଭୂମି ପୂଜା ଅନୁଷ୍ଠିତ ହେବ। ଗତବର୍ଷ ନଭେମ୍ବର 9 ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ରାମଜନ୍ମଭୂମି ଟ୍ରଷ୍ଟ ଗଠନ କରିଥିଲେ।