Categories
ଆଜିର ଖବର ଜାତୀୟ ଖବର

ନିଜ ବାସଭବନରେ ଗୃହବନ୍ଦୀ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ!

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗୃହବନ୍ଦୀ କରାଯାଇଥିବା ନେଇ ଆପ୍‌ ଟୁଇଟ୍‌ ଯୋଗେ ସୂଚନା ଦେଇଛି । ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରିଛି। ଏନେଇ ଆମ ଆଦମୀ ପାର୍ଟି  ସୂଚନା ଦେଇଛି।  କେନ୍ଦ୍ର ଗୃହ ମନ୍ତ୍ରାଳୟ ଇଶାରାରେ ଅରବିନ୍ଦ କେଜ୍ରରୀଓ୍ବାଲଙ୍କୁ କେନ୍ଦ୍ରୀୟ ପୋଲିସ୍‌ ବାହିନୀ ତାଙ୍କୁ ନିଜ ବାସଭବନରେ ଅଟକ ରଖିଥିବା ନେଇ ଅଭିଯୋଗ କରିଛି ଆପ୍‌ । ଗତକାଲି ଦିଲ୍ଲୀ ସୀମା ସଂଘୁରେ ଚାଷୀଙ୍କୁ ଅରବିନ୍ଦ କେଜରୀଓ୍ବାଲ ଭେଟି ଆସିବା ପରେ ତାଙ୍କୁ ନଜରବନ୍ଦୀ କରି ରଖାଯାଇଥିବା ନେଇ ମଧ୍ୟ ଅଭିଯୋଗ କରିଛି ଆପ୍‌ । ମୁଖ୍ୟମନ୍ତ୍ରୀଙ୍କ ବସଭାବନକୁ କାହାକୁ ଭିତରକୁ ଛଡା ଯାଉନଥିବାବେଳେ ବାସଭବନ ବାହାରକୁ ମଧ୍ୟ କାହାକୁ ଛଡାଯାଉନାହିଁ ।

ଅପରପକ୍ଷରେ ଦିଲ୍ଲୀ ପୋଲିସ୍‌ ଏହି ଅଭିଯୋଗକୁ ଖଣ୍ଡନ କରିଛି । ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ବ୍ୟାରିକେଡ୍‌ ଓ ପୋଲିସ୍‌ ନିୟୋଜିତ ରହିଥିବା ନେଇ ସୂଚନା ଦେଇଛି । (ଏଜେନ୍ସି)